Monday, May 25, 2026 02:22 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜେପିରେ ମିଶିବାକୁ ବିଜେଡି ଛାଡ଼ିଲେ

ସାଂସଦ ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା

by Our Correspondent
25 May, 2026- 02:21 PM
in Latest News, News, Politics
1 min read
0
ବିଜେପିରେ ମିଶିବାକୁ ବିଜେଡି ଛାଡ଼ିଲେ

ଭୁବନେଶ୍ୱର: ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ବିଜେଡିରୁ ଇସ୍ତଫା ଦେଇଛନ୍ତି । ଆଜି ସେ ତାଙ୍କର ଇସ୍ତଫାପତ୍ର ସଭାପତି ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି । ଏତେ ବର୍ଷ ଧରି ଲୋକଙ୍କ ସେବା ପାଇଁ ତାଙ୍କୁ ସୁଯୋଗ ଦେଇଥିବାରୁ ସେ ନବୀନ ବାବୁଙ୍କୁ କୃତଜ୍ଞତା ଜଣାଇବା ସହ ଏବେ ଦଳରେ ତାଙ୍କୁ ଯୋଜନାବଦ୍ଧ ଭାବେ ପଚରା ଯାଉ ନ ଥିଲା ବୋଲି ଅନୁଭବ କରିଛନ୍ତି । ତାଙ୍କ ସେବାକୁ ଦଳ ଆଉ ଆବଶ୍ୟକ କରୁ ନ ଥିବାରୁ ସେ ଇସ୍ତଫା ଦେଉଛନ୍ତି ବୋଲି ସେଥିରେ ଲେଖିଛନ୍ତି ।

ଦେବାଶିଷ ସାମନ୍ତରାୟ ବିଜେଡିରୁ ଅଚାନକ ଇସ୍ତଫା ଦେଇନାହାନ୍ତି । ବହୁ ଦିନ ହେଲା ସେ ବିଜେପି ସହ ଯୋଗାଯୋଗ ଉଦ୍ୟମରେ ଥିଲେ । ବିଜେପି ଶୀର୍ଷ ନେତୃତ୍ୱଙ୍କୁ ଭେଟି ନିଜ ପାଇଁ ଜାଗାଟିଏ ପାଇଁ ବ୍ୟାକୁଳ ଥିଲେ । ବହୁ ଚେଷ୍ଟା ପରେ ତାଙ୍କୁ ସେହି ସୁଯୋଗ ଆସିଲା । ଗୃହମନ୍ତ୍ରୀ ଅମିତ୍ ଶାହଙ୍କୁ ଗୋପନରେ ଭେଟିବା ପରେ ଗତକାଲିଠାରୁ ତାଙ୍କୁ ନେଇ ଜୋର୍ ଚର୍ଚ୍ଚା ହୋଇଥିଲା । ଆଜି ସେ ବିଜେଡି ଓ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇ ବିଜେପିରେ ଯୋଗଦେଉଥିବା ଗତକାଲି ସଂଧ୍ୟାରୁ ପ୍ରଚାର ହୋଇଥିଲା । ଆଜି ସକାଳେ ନବୀନ ବାବୁ ଦଳର ବରିଷ୍ଠ ନେତାମାନଙ୍କୁ ଡାକି ଏହା ଉପରେ ବିଚାର ବିମର୍ଷ କରିଥିଲେ । ବିଶ୍ୱାସଘାତକଙ୍କର ବିଜେଡିରେ ସ୍ଥାନ ନାହିଁ ବୋଲି ସମସ୍ତେ ଏକମତ ହୋଇଥିଲେ ।

ଏକଦା ନବୀନ ବାବୁଙ୍କର ବିଶ୍ୱସ୍ତ ଥିଲେ ଦେବାଶିଷ ସାମନ୍ତରାୟ । ସମୟ ଏମିତି ଥିଲା ଯେ ନବୀନ ବାବୁଙ୍କ ଆଶୀର୍ବାଦରେ ଦେବାଶିଷ ଧରାକୁ ସରା ମଣୁ ନ ଥିଲେ । ଯାହା ଚାହୁଁଥିଲେ ସେୟା କରୁଥିଲେ । ନବୀନଙ୍କ ଦୟାରୁ କଟକ ବାରବାଟୀ ଆସନରୁ ସେ ୨୦୦୯ ଏବଂ ୨୦୧୪ରେ ବିଧାୟକ ହୋଇଥିଲେ । ୨୦୨୪ରେ ନବୀନ ତାଙ୍କୁ ରାଜ୍ୟସଭା ପଠାଇଥିଲେ । ଦଳୀୟ ସଂଗଠନରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀ ଦେଇଥିଲେ । ତେବେ ବିଜେଡି କ୍ଷମତାରୁ ଯିବା ପରେ ଦେବାଶିଷଙ୍କ ଆଭିମୁଖ୍ୟ ବଦଳି ଯାଇଥିଲା । ଦଳୀୟ ପରିଚାଳନା ନେଇ ଅସନ୍ତୋଷ ଜାହିର କରିଥିଲେ । ୱାକଫ୍ ବିଲ୍ ପ୍ରସଙ୍ଗରେ ସେ ଖାଲି ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ୍ କରି ନ ଥିଲେ ବରଂ ନବୀନଙ୍କ ନେତୃତ୍ୱକୁ ଏକ ପ୍ରକାର ଚାଲେଂଜ କରିଥିଲେ ।

ଖୁବ୍ ଶୀଘ୍ର ବିଜେପିରେ ଯୋଗଦେବେ ବୋଲି ଦେବାଶିଷ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଦଳ ପାଇଁ କ୍ଷତି ନୁହେଁ: ଦେବାଶିଷ ସାମନ୍ତରାୟ ବିଜେଡିରୁ ଇସ୍ତଫା ଦେବା ଦଳ ପାଇଁ କ୍ଷତିକାରକ ନୁହେଁ ବୋଲି ବିଜେଡି ପକ୍ଷରୁ କୁହାଯାଇଛି । ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ ତାଙ୍କୁ କଟୁ ସମାଲୋଚନା କରିଛନ୍ତି । ନବୀନ ବାବୁଙ୍କଠାରୁ ସେ ଯାହା ନେବା କଥା ନେଇସାରିଛନ୍ତି । ବିଜେଡି ସରକାରରୁ ଚାଲିଯିବା ପରେ ତାଙ୍କର ଏଠି ଆଉ ସ୍ୱାର୍ଥ ନାହିଁ । ଏଭଳି ସ୍ୱାର୍ଥବାଦୀ ନେତା ଦଳ ପାଇଁ କ୍ଷତିକାରକ ବୋଲି ଶ୍ରୀମତୀ ମଲ୍ଲିକ କହିଛନ୍ତି । ଦଳର ମୁଖପାତ୍ର ଡ. ଲେନିନ୍ ମହାନ୍ତି କହିଛନ୍ତି, ଦଳ ପାଇଁ ଦେବାଶିଷଙ୍କର କିଛି ଅବଦାନ ନାହିଁ । ତାଙ୍କର ବ୍ୟବସାୟିକ ସ୍ୱାର୍ଥକୁ ଆଖିରେ ରଖି ସେ ବିଜେପି ମୁହଁ ହୋଇଛନ୍ତି । ଏଭଳି ନେତାଙ୍କୁ ସାବଧାନ ହେବା ଦରକାର ବୋଲି ସେ କହିଛନ୍ତି ।

Continue Reading
Previous Post

ଆଇନଶୃଙ୍ଖଳା ଉପରେ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA