Monday, June 1, 2026 11:58 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଯେତେ ନେତା, ସେତେ ଗୋଷ୍ଠୀ

ରାଜ୍ୟ ବିଜେପି ହାଲଚାଲ

by Samar Pradhan
01 Jun, 2026- 07:46 PM
in Latest News, News, Politics
1 min read
0
ଯେତେ ନେତା, ସେତେ ଗୋଷ୍ଠୀ
Spread the love

ଭୁବନେଶ୍ୱର: ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀରେ ବିଜେପିର ପରାଜିତ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କୁ ଚେକ୍ ଦେବା ପାଇଁ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଗୋଟି ଚାଳନା ସର୍ବବିଦିତ । ବିଜେଡିର ପୂର୍ବତନ ଯୁବନେତା ରୁଦ୍ରନାରାୟଣ ସାମନ୍ତରାୟଙ୍କୁ ବିଜେପିରେ ମିଶାଇ ତାଙ୍କୁ ନିର୍ବାଚନମଣ୍ଡଳୀ(ମଧ୍ୟ)ରେ ଦଳର ଚେହେରା ଭାବେ ଉପସ୍ଥାପନ କରିଛନ୍ତି । ଗତକାଲି ଅପରାଜିତା ନିଜ ପଲଟନ ଧରି ରାଜ୍ୟ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ କରାଇଥିଲେ । ଦଳର ଭୁବନେଶ୍ୱର ଚେହେରା ଏକାମ୍ର ବିଧାୟକ ବାବୁ ସିଂ, ଜିଲ୍ଲା ସଭାପତି ନିରଞ୍ଜନ ମିଶ୍ର, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର କାହାରି ସେଠାରେ ଦେଖା ନ ଥିଲା । ମିଶ୍ରଣ ପର୍ବ ଅନୁଷ୍ଠିତ ବେଳେ ଅଫିସ୍ ଚାମ୍ବରରେ ରାଜ୍ୟ ସଭାପତି ମନମୋହନ ଉପସ୍ଥିତ ଥିଲେ । ମାତ୍ର ମିଶ୍ରଣ ପର୍ବକୁ ଆସି ନ ଥିଲେ । ଛିଗୁଲାଇଲା ଭଳି ଅପରାଜିତା ରୁଦ୍ରଙ୍କୁ ତାଙ୍କ ଚାମ୍ବରକୁ ନେଇଯାଇଥିଲେ । ମନମୋହନ ଓ ରୁଦ୍ରଙ୍କୁ ସାଙ୍ଗରେ ଧରି ଫଟୋ ଉଠାଇଲେ ।

ଅପରାଜିତାଙ୍କ ଦ୍ୱାରା କୋଣଠେସା ହୋଇଥିବା ଜଗା ପ୍ରଧାନ ଆଗରୁ ଧର୍ମେନ୍ଦ୍ର ପ୍ରଧାନଙ୍କର ଅନୁଗତ ଥିଲେ । ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ସେ ଗୋଟାପଣେ ମନମୋହନ ସାମଲଙ୍କର ହୋଇଛନ୍ତି । ଆଉ ଭୁବନେଶ୍ୱର(ମଧ୍ୟ)ରେ ଏହି ମନମୋହନ ଭକ୍ତଙ୍କୁ ଚେକ୍ ଦେବା ପାଇଁ ଅପରାଜିତା ସମ୍ପୂର୍ଣ୍ଣ ବନ୍ଦୋବସ୍ତ କରିଦେଲେ । ୪ ଦିନ ତଳେ ବୋଲଗଡ଼ରେ ମନମୋହନ ଗୋଷ୍ଠୀଙ୍କ ଦ୍ୱାରା ଅଣ୍ଡା ଓ ଟମାଟ ମାଡ଼ ଖାଇଥିବା ଅପରାଜିତାଙ୍କର ଏହା କଅଁଳ ପ୍ରତିଶୋଧ ବୋଲି ମଧ୍ୟ କୁହାଯାଉଛି ।

କେବଳ ରାଜଧାନୀ ଭୁବନେଶ୍ୱରରେ ନୁହେଁ । ସାରା ରାଜ୍ୟରେ ବିଜେପିର ଏଭଳି ଅବସ୍ଥା । ଉପରୁ ତଳ ପର୍ଯ୍ୟନ୍ତ ସବୁଠି ତୀବ୍ର ଗୋଷ୍ଠୀ କନ୍ଦଳ, ଗୋଷ୍ଠୀ ବିଭାଜନ । ଯେତେ ନେତା, ସେତେ ଗୋଷ୍ଠୀ । ଜଣେ ସର୍ବମାନ୍ୟ ନେତା ଅଭାବରୁ ଏଭଳି ଅବସ୍ଥା ସୃଷ୍ଟି ହୋଇଛି ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଯୋଡିକୁ ନେଇ ମିଡିଆ ଚର୍ଚ୍ଚା କରୁଥିଲେ ମଧ୍ୟ ତାହା ଅର୍ଦ୍ଧସତ୍ୟ । ଧର୍ମେନ୍ଦ୍ର ପ୍ରଧାନଙ୍କୁ ଓଡ଼ିଶାରେ ଚେକ୍ ଦେବା ପାଇଁ ଆରମ୍ଭରୁ ସେମାନେ ଏକାଠି ହୋଇଥିଲେ । ମାତ୍ର ଇତିମଧ୍ୟରେ ସେମାନଙ୍କର ମଧ୍ୟ ପୃଥକ୍ ଗୋଷ୍ଠୀ ହୋଇଛନ୍ତି । ସରକାର ଓ ଦଳର ଏହି ଦୁଇ ଶୀର୍ଷ ନେତା ଉପରକୁ ଭଲ ସମ୍ପର୍କ ଦେଖାଇ ହେଉଥିଲେ ମଧ୍ୟ ଭିତରେ ଅସହିଷ୍ଣୁତା ସାଂଘାତିକ ରୂପ ନେଇଥିବା ଦଳୀୟ ମହଲରେ ଚର୍ଚ୍ଚା ହେଉଛି । ଉଭୟଙ୍କ ମଧ୍ୟରେ ଦୂରତା ବଢ଼ିବାରେ ପାଖଲୋକମାନଙ୍କୁ ଦାୟୀ କରାଯାଉଛି । ଏକମାତ୍ର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚେକ୍ ଦେବା କ୍ଷେତ୍ରରେ ଉଭୟଙ୍କ ବୁଝାମଣା ଅବଶ୍ୟ ଠିକ୍ ଅଛି ।

ସେପଟେ ନିଟ୍, ସିବିଏସଇ, ଏସଏସି ଏବଂ ସିୟୁଇଟି ଭଳି ଚାରି ଚାରିଟା ପରୀକ୍ଷା ପରିଚାଳନା ତ୍ରୁଟିରେ ଛନ୍ଦି ହୋଇଥିବା ଧର୍ମେନ୍ଦ୍ର ପ୍ରଧାନଙ୍କର ସ୍ଥିତି ଏବେ ଟଳମଳ । କେନ୍ଦ୍ର ମନ୍ତ୍ରୀପଦରୁ ବିଦା ହେବା ନିଶ୍ଚିତ ବୋଲି କୁହାଯାଉଛି । ତେବେ କେନ୍ଦ୍ରମନ୍ତ୍ରୀରୁ ବିଦାୟ ଆଶଙ୍କା ପୂର୍ବରୁ ଓଡ଼ିଶାକୁ ଫୋକସ୍ କରିଛନ୍ତି ଧର୍ମେନ୍ଦ୍ର । ଏକ ପ୍ରତିକୂଳ ପରିସ୍ଥିତିରେ ସେ ରାଜ୍ୟରେ ନିଜର ପୂର୍ବ ସ୍ଥିତି ଫେରାଇ ଆଣିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ।

ଚର୍ଚ୍ଚା ଅନୁଯାୟୀ, ଧର୍ମେନ୍ଦ୍ର ନିଜ ଦଳରେ ଅଣନିଶ୍ୱାସୀ ହୋଇଥିବାରୁ ବିଜେଡିକୁ ନେଇ ସେ ଗେମପ୍ଲାନ୍ କରିଛନ୍ତି । ବିଜେଡିକୁ ଦୁର୍ବଳ କରି ସେ ତାଙ୍କର ପତିଆରା ରକ୍ଷା କୌଶଳରେ ଅଛନ୍ତି । ସେଥିପାଇଁ କେନ୍ଦ୍ରରେ ଏତେବଡ଼ ସଙ୍କଟ ବେଳେ ସେ ଧୈର୍ଯ୍ୟହରା ନ ହୋଇ ଓଡ଼ିଶା ଉପରକୁ ଆଖି ଫେରାଇଛନ୍ତି । ମୋହନ-ମନମୋହନଙ୍କୁ ଚକମା ଦେବାକୁ ଯାଇ ସେମାନଙ୍କ ଅଜାଣତରେ ଦେବାଶିଷ ସାମନ୍ତରାୟଙ୍କୁ ବିଜେପି ନେଇଗଲେ । ଏମିତି ହେଲା ଯେ ଦିଲ୍ଲୀରୁ ଫୋନ୍ ଆସିଲା ପରେ ଯାଇ ମୋହନ-ମନମୋହନ ସେହି ଖବର ପାଇଲେ ।

ଏହି ଘଟଣାରେ ମୋହନ-ମନମୋହନ ସେମାନଙ୍କ ଅସନ୍ତୋଷକୁ ଚାପି ରଖିଥିଲେ ମଧ୍ୟ ଅନୁଗତ ଗୋଷ୍ଠୀ କିନ୍ତୁ ଏହି ଅପମାନକୁ ସହ୍ୟ କରିବା ଅବସ୍ଥାରେ ନାହାନ୍ତି । ଧର୍ମେନ୍ଦ୍ରଙ୍କୁ ପାନେ ଦେବା ପାଇଁ ସୁଯୋଗ ଅପେକ୍ଷାରେ ଅଛନ୍ତି । ଏତିକିବେଳେ ସିବିଏସଇ ଓସିଏମ୍ ବିବାଦରେ ଧର୍ମେନ୍ଦ୍ରଙ୍କ ନାଁକୁ ନେଇ ଚାଲିଥିବା ଚର୍ଚ୍ଚା ସେମାନଙ୍କୁ ଆମୋଦିତ କରିଛି । ବିକାଶ ଫାଉଣ୍ଡେସନ୍ ଟ୍ରଷ୍ଟ ଏବଂ ଓସିଏମ୍ ବ୍ୟବସ୍ଥା ପରିଚାଳନା ଦାୟିତ୍ୱ ନେଇଥିବା କୋଏମପିଟି ଏଡୁଟେକର୍ ନାମକ ସଂସ୍ଥା ସହ ଧର୍ମେନ୍ଦ୍ରଙ୍କ ବ୍ୟକ୍ତିଗତ ସମ୍ପର୍କକୁ ନେଇ ଲାଗିଥିବା ନିଆଁରେ ସେମାନେ ଘିଅ ଢ଼ାଳୁଛନ୍ତି ।

ଦିଲ୍ଲୀ ଓ ଓଡ଼ିଶାରେ ଘଟୁଥିବା ଘଟଣାରେ ବହୁତ ଖୁସି ଅଛନ୍ତି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା । ଗୋଟିଏ ମାଡ଼ରେ ତିନି ତିନିଟା ଶିକାର କରିବା ଯୋଜନାରେ ସେ ଅଛନ୍ତି । ନିଜର ଟିଭି ଚାନେଲ ତାଙ୍କ ଲକ୍ଷ୍ୟ ସାଧନକୁ ସହଜ କରିବ ବୋଲି ତାଙ୍କର ପାଖଲୋକମାନେ ବିଚାର କରୁଛନ୍ତି ।

ସୂଚନାଥାଉକି, ଧର୍ମେନ୍ଦ୍ରଙ୍କ ସହିତ ବୈଜୟନ୍ତଙ୍କର ପ୍ରଥମରୁ ଭଲ ସମ୍ପର୍କ ନ ଥିଲା କି ଏବେ ନାହିଁ । ଧର୍ମେନ୍ଦ୍ରଙ୍କ ସହମତିରେ ମୋହନ ମାଝୀ ମୁଖ୍ୟମନ୍ତ୍ରୀ ହୋଇଥିବାରୁ ବୈଜୟନ୍ତ ରାଜ୍ୟ ରାଜନୀତିରୁ ନିଜକୁ ସାମୟିକ ଭାବେ ଦୂରେଇ ରଖିଛନ୍ତି । ତେବେ ବିଜେପିରେ ତାଙ୍କ ଗୋଷ୍ଠୀ କିନ୍ତୁ ଆଜିକାଲି ସକ୍ରିୟ ହୋଇଛନ୍ତି । ବେଳକାଳ ଦେଖି ସୁଯୋଗକୁ ଉଣ୍ଡିଛନ୍ତି ।

କେବଳ ମୋହନ ମାଝୀ, ମନମୋହନ ସାମଲ, ଧର୍ମେନ୍ଦ୍ର ପ୍ରଧାନ, ଅପରାଜିତା ଷଡ଼ଙ୍ଗୀ କି ବୈଜୟନ୍ତ ପଣ୍ଡା ନୁହଁନ୍ତି । ବିଜେପିରେ ଯେତେ ନେତା, ସେତେ ଗୋଷ୍ଠୀ । ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡ଼ା, ମନ୍ତ୍ରୀ ସୁରେଶ ପୂଜାରୀ, ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କର ମଧ୍ୟ ପୃଥକ୍ ଗୋଷ୍ଠୀ ଥିବା କୁହାଯାଉଛି । ସରକାର ଓ ଦଳରେ ଏକକ ନେତୃତ୍ୱ କେବଳ କାଗଜ କଲମରେ ଥିବା ବେଳେ ବାସ୍ତବରେ କେହି କାହାର ନେତୃତ୍ୱ ଗ୍ରହଣ କରିବା ଅବସ୍ଥାରେ ନାହାନ୍ତି । ଜିଲ୍ଲା, ବ୍ଲକ୍ ଏବଂ ପଞ୍ଚାୟତସ୍ତରରେ ମଧ୍ୟ ଦଳର କୁଜି ନେତାମାନେ ନିଜର ପତିଆରା ପାଇଁ ପୃଥକ୍ ଗୋଷ୍ଠୀ କରିସାରିଲେଣି ।

ଉପରୁ ତଳ ଯାଏଁ ଏହି ଗୋଷ୍ଠୀ କନ୍ଦଳର ପରିଣାମ ହେଉଛି- ଦୁଇବର୍ଷ ଶାସନ ପୂରିବାକୁ ଯାଉଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏକ ପୂର୍ଣ୍ଣ ମନ୍ତ୍ରିମଣ୍ଡଳ ଗଠନ କରିପାରିଲେ ନାହିଁ । ନିଗମ, ବୋର୍ଡରେ ନିଯୁକ୍ତି ହୋଇପାରିଲା ନାହିଁ । ଜଣେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଏହାଠାରୁ ବଡ଼ ଅସହାୟତା ଆଉ କିଛି ହୋଇ ନ ପାରେ ।

Previous Post

ଭତ୍ତା: ଉତ୍ତରଦାୟିତ୍ୱ ନେଲେ ମନମୋହନ

Next Post

ଦିବ୍ୟାଙ୍ଗଙ୍କୁ ପିଟି ପିଟି ମାରିଦେଲେ

Next Post
ଦିବ୍ୟାଙ୍ଗଙ୍କୁ  ପିଟି ପିଟି ମାରିଦେଲେ

ଦିବ୍ୟାଙ୍ଗଙ୍କୁ ପିଟି ପିଟି ମାରିଦେଲେ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA