ଭୁବନେଶ୍ୱର: ଦୁଇବର୍ଷ ତଳେ ବିଜେଡି ଟିକେଟ୍ ରେ ୬ ବର୍ଷ ପାଇଁ ରାଜ୍ୟସଭା ଯାଇଥିଲେ ଦେବାଶିଷ ସାମନ୍ତରାୟ । ଏବେ ବିଜେପି ଟିକେଟରେ ରାଜ୍ୟସଭା ଯାଇ ବାକି ଚାରି ବର୍ଷ ପୂରଣ କରିବେ । ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ଆଜି ବିଧିବଦ୍ଧ ଭାବେ ଦେବାଶିଷଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛି । ଖାଲି ପଡିଥିବା ରାଜ୍ୟସଭା ଆସନ ପାଇଁ ଆସନ୍ତା ୧୮ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେବ ।
ଗତ ୨୫ ତାରିଖରେ ବିଜେଡିରୁ ଇସ୍ତଫା ଦେଇଥିଲେ ଦେବାଶିଷ ସାମନ୍ତରାୟ । ରାଜ୍ୟସଭା ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ । ଦିନକ ପରେ ସେ ନୂଆଦିଲ୍ଲୀ ବିଜେପି ମୁଖ୍ୟ କାର୍ଯ୍ୟାଳୟ ଯାଇ ବିଜେପିରେ ସାମିଲ ହୋଇଥିଲେ । ତାଙ୍କର ଇସ୍ତଫା ଯୋଗୁଁ ଖାଲି ପଡ଼ିଥିବା ରାଜ୍ୟସଭା ଆସନ ପୂରଣ ପାଇଁ ତତକ୍ଷଣାତ ନିର୍ବାଚନ କମିସନଙ୍କ ପକ୍ଷରୁ ଉପନିର୍ବାଚନ ତାରିଖ ଘୋଷଣା ହୋଇଥିଲା । ସେହି ଅନୁଯାୟୀ ଜୁନ୍ ୧ ତାରିଖରେ ଉପନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ଜୁନ୍ ୮ ନାମାଙ୍କନପତ୍ର ଦାଖଲର ଶେଷ ଦିନ ରହିଛି । ତେବେ ସଂଖ୍ୟା ଦୃଷ୍ଟିରୁ ଦେବାଶିଷ ସାମନ୍ତରାୟ ନିଦ୍ୱର୍ନ୍ଦରେ ନିର୍ବାଚିତ ହେବା ସୁନିଶ୍ଚିତ ।