Monday, June 8, 2026 01:00 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଫାଇଲ୍ ହଜିଛି ନା ହଜେଇଛନ୍ତି?

ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ରିପୋର୍ଟ ଗାଏବ

by Our Correspondent
07 Jun, 2026- 07:27 PM
in Latest News, News
1 min read
0
ଫାଇଲ୍ ହଜିଛି ନା ହଜେଇଛନ୍ତି?

ଭୁବନେଶ୍ୱର: ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିଲା ବେଳେ ତାଙ୍କ କାର୍ଯ୍ୟାଳୟରୁ ଦୁଇଟି ରିପୋର୍ଟ କୁଆଡ଼େ ଗାଏବ ହୋଇଯାଇଥିଲା । ଗତକାଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କର ଏହି ମନ୍ତବ୍ୟ ରାଜ୍ୟ ରାଜନୀତିରେ ନିଆଁ ଲଗାଇଛି । ଆଜି ମୁଖ୍ୟମନ୍ତ୍ରୀଙ୍କୁ ଏ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିମାନେ ପ୍ରଶ୍ନ କରିବାରୁ ସେ ଅଭିଯୋଗ ଆସିଲେ ତଦନ୍ତ ହେବ ବୋଲି କହିଛନ୍ତି । ଏଭଳି ଏକ ଦ୍ୱନ୍ଦାତ୍ମକ ସ୍ଥିତି ଭିତରେ ବିଜେଡି ଆଜି ମୋହନ ସରକାରଙ୍କୁ ପ୍ରଶ୍ନଘେରରେ ଛନ୍ଦିଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଦୁଇଟି ଫାଇଲ୍ ହଜିବା ଘଟଣାକୁ ପୂର୍ବତନ ଆଇନମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ବିଧାୟକ ଡ. ଅରୁଣ ସାହୁ ଦୃଢ଼ ନିନ୍ଦା କରିବା ସହ ଫାଇଲ୍ ହଜିଛି ନା ହଜାଇ ଦିଆଯାଇଛି ବୋଲି ପ୍ରଶ୍ନ କରିଛନ୍ତି ।

ଏକ ପ୍ରେସ ବିବୃତ୍ତିରେ ଡ. ସାହୁ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରି କହିଛନ୍ତି, କେଉଁ ଫାଇଲ ହଜିଛିି? ଫାଇଲ ସତରେ ହଜିଛି ନା ଜାଣିଶୁଣି ହଜେଇ ଦିଆଯାଇଛି? ଯଦି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଭଳି ସର୍ବୋଚ୍ଚ ପ୍ରଶାସନିକ କେନ୍ଦ୍ର ସୁରକ୍ଷିତ ନୁହେଁ, ତେବେ ସାଧାରଣ ଲୋକଙ୍କ ଧନଜୀବନ ଓ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ କେତେ ସୁରକ୍ଷିତ ଅଛି? ରାଜ୍ୟ ସରକାର ଦାବି କରୁଛନ୍ତି ଯେ ଅନଲାଇନ୍ ଫାଇଲ ବ୍ୟବସ୍ଥା କାର୍ଯ୍ୟକ୍ଷମ ହୋଉଛି । ଯଦି ଏହା ସତ, ତେବେ ହାର୍ଡ କପି ଫାଇଲ କିପରି ହଜିଲା? ଏହାର ସମ୍ପୂର୍ଣ୍ଣ ସତ୍ୟ ରାଜ୍ୟବାସୀଙ୍କ ସମ୍ମୁଖରେ ରଖିବା ଆବଶ୍ୟକ ।

ଡ. ସାହୁ ଆହୁରି ମଧ୍ୟ କହିଛନ୍ତି, ପ୍ରତ୍ୟେକ ସରକାରୀ ଫାଇଲ ନିର୍ଦ୍ଦିଷ୍ଟ ପ୍ରକ୍ରିୟାରେ ବିଭିନ୍ନ ସ୍ତର ଦେଇ ଗତି କରିଥାଏ । ସେକ୍ସନ ଅଫିସରଠାରୁ ଆରମ୍ଭ କରି ସେକ୍ରେଟାରୀ, ଚିଫ ସେକ୍ରେଟାରୀ, ମନ୍ତ୍ରୀ ଏବଂ ଶେଷରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଫାଇଲ ଗତି କରିବାର ସମସ୍ତ ତଥ୍ୟ ରେକର୍ଡ ହୋଇ ରହିଥାଏ । ଏହି ଫାଇଲ କେଉଁ ପର୍ଯ୍ୟାୟରେ ହଜିଲା? ଫାଇଲ ମୁଭମେଣ୍ଟ ରେଜିଷ୍ଟରରେ କ’ଣ ତଥ୍ୟ ରହିଛି? ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଇଛି କି? ସିସିଟିଭି ବ୍ୟବସ୍ଥା କାର୍ଯ୍ୟକ୍ଷମ ଥିଲା କି ନାହିଁ? ଏହି ସମସ୍ତ ପ୍ରଶ୍ନର ଉତ୍ତର ସରକାର ଦେବା ଉଚିତ ।

ଏ ସରକାରରେ ବଡ ଠାକୁରଙ୍କୁ କଚାଡିକି ପକାଇଦେଲେ ତାହାର ଏପର୍ଯ୍ୟନ୍ତ କୌଣସି ରିପୋର୍ଟ ସାର୍ବଜନୀନ କଲେ ନାହିଁ । ଜଣେ ଏଏସ୍ଓଙ୍କୁ ତକ୍ରକାଳୀନ ରାଜ୍ୟପାଳଙ୍କ ପୁଅ ମାଡ ମାରି ଜୋତା ଚଟାଇଲେ, ସେ ସଂପର୍କରେ କୌଣସି ତଦନ୍ତ ରିପୋର୍ଟ ମଧ୍ୟ ଆସିଲା ନାହିଁ । କେବଳ ଏତିକି ନୁହେଁ ବହୁ ମାମଲାର ରିପୋର୍ଟ ପ୍ରକାଶ କରିବେ ବୋଲି ଏ ସରକାର କହିଛି । କିନ୍ତୁ ଏପର୍ଯ୍ୟନ୍ତ କୌଣସି ରିପୋର୍ଟ ପ୍ରକାଶ କରିନାହାନ୍ତି । ବାସ୍ତବରେ ଏ ସରକାର କ’ଣ ଲୁଚାଇବାକୁ ଚାହୁଁଛନ୍ତି ବା କୌଣସି ବ୍ୟକ୍ତିକୁ ବଞ୍ଚାଇବାକୁ ଚାହୁଁଛନ୍ତି କି, ଯେଉଁଥିପାଇଁ ଏହି ଫାଇଲ ହଜିବାର ନାଟକ ହେଉନାହିଁ ତ?

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫାଇଲ ନିଖୋଜ ହେବା ଘଟଣା କେବଳ ପ୍ରଶାସନିକ ବିଫଳତା ନୁହେଁ, ବରଂ ଜନସାଧାରଣଙ୍କ ବିଶ୍ୱାସ ସହ ଜଡିତ ଏକ ଗମ୍ଭୀର ପ୍ରସଙ୍ଗ । ରାଜ୍ୟବାସୀ ସତ୍ୟ ଜାଣିବାକୁ ଚାହୁଁଛନ୍ତି । ସରକାର ଏହି ଘଟଣାକୁ ହାଲୁକା ଭାବରେ ନ ନେଇ ତୁରନ୍ତ ସତ୍ୟ ଉନ୍ମୋଚନ କରନ୍ତୁ ଏବଂ ନୈତିକ ଦାୟିତ୍ୱ ବହନ କରନ୍ତୁ ବୋଲି ବିଜେଡି ଦାବି କରିଛି ।

Previous Post

‘ଭତ୍ତା ନ ଦେଲେ ସତ୍ତା ରହିବନି’

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA