Thursday, June 18, 2026 02:13 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମୁଖ୍ୟମନ୍ତ୍ରୀ କାହିଁକି ଦାୟୀ ହେବେନି?

ସ୍କୁଲ ବହିରେ ହଜାରେ ତ୍ରୁଟି

by Samar Pradhan
17 Jun, 2026- 07:11 PM
in Latest News
1 min read
0
ମୁଖ୍ୟମନ୍ତ୍ରୀ କାହିଁକି ଦାୟୀ ହେବେନି?

ଭୁବନେଶ୍ୱର: ପିଲାଙ୍କ ପଢ଼ାବହିରେ ଗୋଟେ ଯୋଡ଼େ ନୁହେଁ ୧୬୭୮ ଟି ତ୍ରୁଟି । ନିୟମଗିରି ପାହାଡ଼ ଝାଡ଼ଖଣ୍ଡରେ ବୋଲି କେଉଁଠି ଲେଖା ହୋଇଛି ତ ଓଡ଼ିଶା ବିଧାନସଭା ଜାଗାରେ କର୍ଣ୍ଣାଟକ ବିଧାନସଭା ଫଟୋ କେଉଁଠି ସ୍ଥାନିତ ହୋଇଛି । ଗୋଟାଏ ଜାଗାରେ ବ୍ରହ୍ମପୁର ଜିଲ୍ଲା ବୋଲି ଉଲ୍ଲେଖ କରାଯାଇଛି । ଓଡ଼ିଆ ଜାତିର ଗର୍ବ ପଣ୍ଡିତ ନୀଳକଣ୍ଠ ଦାସ ଏବଂ ସୁନନ୍ଦା ପଟ୍ଟନାୟକଙ୍କ ନାଁ ମଧ୍ୟ ଠିକ୍ ରେ ଲେଖାଯାଇନି । ଯଦି ଗଞ୍ଜେଇ କି ମଦ ପିଇ କିଏ ଲେଖିଛନ୍ତି, ପ୍ରୁଫ୍ ରିଡରଙ୍କ ଆଖିରେ ଭୁଲ୍ ପଡ଼ିଲାନି କେମିତି? ପୁସ୍ତକ ଛପା ସରିଲା ପରେ ବଜାରକୁ ଆସିବା ପୂର୍ବରୁ ବିଭାଗୀୟ ଅଧିକାରୀ କି ମନ୍ତ୍ରୀଙ୍କ ନଜରକୁ ଆସିଲାନି କେମିତି? ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହାର ସମୀକ୍ଷା କରିଥିଲେ କି? ଲକ୍ଷ ଲକ୍ଷ କୋମଳିମତି ପିଲାଙ୍କ ଭବିଷ୍ୟତ ସହ ଏହା କିଭଳି ଖେଳ? ଓଡ଼ିଆ ପିଲାଙ୍କୁ ମୂର୍ଖ ବନାଇବାର ଧ୍ରୃଷ୍ଟତା ସେମାନଙ୍କୁ ଦେଲା କିଏ? ଚୋର ଗଲା ପରେ ବୁଦ୍ଧି ପଶିବା ଅବସ୍ଥା ହେଉଛି କାହିଁକି? ଏହା କି ପ୍ରକାର ଓଡ଼ିଆ ଅସ୍ମିତା?

ବିଦ୍ୟାଳୟ ପାଠ୍ୟପୁସ୍ତକରେ ସାଂଘାତିକ ତ୍ରୁଟିକୁ ନେଇ ରାଜ୍ୟ ସରକାର ଭୀଷଣ ସମାଲୋଚିତ ହେଲା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସଭା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକ କରିଥିଲେ । ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଭିଡିଓ କନଫରେନ୍ସିଂ ଯୋଗେ ସାମିଲ ହୋଇଥିଲେ । ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଏବଂ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଗମ୍ଭୀର ଓ ବିବ୍ରତ ଜଣାପଡୁଥିଲେ । ତ୍ରୁଟି ତୁରନ୍ତ ସୁଧାରିବା ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ ।

ଏହି ଭୁଲ୍ ପାଇଁ କେଉଁ ଅଧିକାରୀ କିମ୍ବା ସଂସ୍ଥା ଦାୟୀ ତାହା ନିର୍ଣ୍ଣୟ କରିବାକୁ ଉନ୍ନୟନ କମିସନର ଦେଓରଞ୍ଜନ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ୩ ଜଣିଆ କମିଟି ଗଠନ କରାଯାଇଛି । ୭ ଦିନ ମଧ୍ୟରେ କମିଟି ରିପୋର୍ଟ ଦାଖଲ କରିବେ । କମିଟିର ରିପୋର୍ଟ ଆଧାରରେ ଦାୟୀ ଅଧିକାରୀ କିମ୍ବା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବୈଠକରେ ସ୍ଥିର ହୋଇଥିଲା ।

ବହି ଛପା ପୂର୍ବରୁ ମୁଖ୍ୟମନ୍ତ୍ରୀ ଏହି ଦିଗ ପ୍ରତି କାହିଁକି ଧ୍ୟାନ ଦେଇ ନ ଥିଲେ ବୋଲି ଶିକ୍ଷାବିତ୍ ମହଲରେ ପ୍ରଶ୍ନ ଉଠିଛି । ପ୍ରଥମତଃ ବିନା ପ୍ରସ୍ତୁତିରେ ନୂତନ ଶିକ୍ଷାନୀତି ଆଧାରରେ ଚଳିତବର୍ଷଠାରୁ ତରବରିଆ ଭାବେ ନୂତନ ପାଠ୍ୟପୁସ୍ତକ ପ୍ରଚଳନର ନିଷ୍ପତ୍ତି ଭୁଲ୍ ଥିଲା । ସମୟର ଅଭାବ ଯୋଗୁଁ ସବୁ କାମଚଳାରେ ହୋଇଛି । ଏନସିଇଆରଟିର ବହିକୁ ୮୦ରୁ ୯୦ ପ୍ରତିଶତ ସିଧାସଳଖ ଅନୁବାଦ କରିଦିଆଯାଇଛି । ପ୍ରୁଫ୍ ରିଡର ଦେଖିଥିଲେ ଭୁଲ୍ ଧରିପଡ଼ିଥାନ୍ତା । ମାତ୍ର ସେୟା ହୋଇନାହିଁ । ସୁତରାଂ ଏହି ବିଭ୍ରାଟର ମୂଳ କାରଣ ରାଜ୍ୟ ସରକାରଙ୍କ ତରବରିଆ ଓ ଭୁଲ୍ ନିଷ୍ପତ୍ତି । ବିଶିଷ୍ଟ ଶିକ୍ଷାବିତ୍ ତଥା ରେଭେନସା ବିଶ୍ୱବିଦ୍ୟାଳୟର ପୂର୍ବତନ ରେଜିଷ୍ଟ୍ରର ପ୍ରଫେସର ସତ୍ୟକାମ ମିଶ୍ର ଏହାକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି । ଏହି ତ୍ରୁଟି ଅକ୍ଷମଣୀୟ ଏବଂ ଏହାକୁ ଜାତୀୟ ବିପର୍ଯ୍ୟୟ କହିଲେ ଭୁଲ୍ ହେବ ନାହିଁ ବୋଲି ପ୍ରଫେସର ଧରଣୀଧର ନାଥ କହିଛନ୍ତି ।

ଗତକାଲି ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସ୍କୁଲ ବହି ତ୍ରୁଟିକୁ ଜାତୀୟ ଲଜ୍ଜା ବୋଲି କହିଥିଲେ ।

ସୂଚନା ଥାଉ, ଏନସିଇଆରଟି  ଓଡ଼ିଶା ଦ୍ୱାରା ପ୍ରସ୍ତୁତ ନୂତନ ପାଠ୍ୟପୁସ୍ତକରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ପର୍ଯ୍ୟନ୍ତ ପ୍ରାୟ ୧୬୭୮ଟି ତ୍ରୁଟି ଚିହ୍ନଟ ହୋଇଛି। ସର୍ବାଧିକ ୭୦୫ଟି ତ୍ରୁଟି କେବଳ ଅଷ୍ଟମ ଶ୍ରେଣୀ ପୁସ୍ତକରେ ରହିଛି। ଜିଜ୍ଞାସାରେ ୨୯୪, ସଂସ୍କୃତରେ ୧୧୪, ସାମାଜିକ ବିଜ୍ଞାନରେ ୨୫, ସାହିତ୍ୟରେ ୩୧ ଏବଂ ଇଂରାଜୀ ଓ ଗଣିତରେ ମଧ୍ୟ ଉଲ୍ଲେଖନୀୟ ଭୁଲ୍ ରହିଛି। ଏହି ଭୁଲ୍ ଯୋଗୁଁ ୨ କୋଟି ୯୮ ଲକ୍ଷ ବହିକୁ ନଷ୍ଟ କରାଯିବ । ସେଥିପାଇଁ ୫୦ କୋଟି ଟଙ୍କା ପାଣିରେ ପଡ଼ିବ ।

Previous Post

ସାଂଘାତିକ: ସ୍କୁଲ ବହିରେ ୧୬୭୮ ଭୁଲ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA