Friday, June 19, 2026 12:37 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଛପା ଚାଲିଛି ଭୁଲ୍ ବହି

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକକୁ ଫୁ

by Our Correspondent
18 Jun, 2026- 11:54 AM
in Latest News, News
1 min read
0
ଛପା ଚାଲିଛି ଭୁଲ୍ ବହି

ଭୁବନେଶ୍ୱର: ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଠ୍ୟପୁସ୍ତକରେ ୧୬୭୮ ତ୍ରୁଟିକୁ ନେଇ ସାରା ରାଜ୍ୟ କମ୍ପୁଛି । ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏକ ଉଚ୍ଚସ୍ତରୀକ୍ଷା ସମୀକ୍ଷା ବୈଠକ କରି ଭୀଷଣ ବିରକ୍ତ ହୋଇଥିବା ତାଙ୍କ ଅଫିସ ପକ୍ଷରୁ ପ୍ରେସ୍ ରିଲିଜ୍ ଜାରି କରାଯାଇଥିଲା । ତ୍ରୁଟି ସୁଧାରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ବେଳେ ଉନ୍ନୟନ କମିସନଙ୍କ ଅଧ୍ୟକ୍ଷତାରେ ଏକ ତିନିଜଣିଆ କମିଟି ଗଠନ ସମ୍ପର୍କରେ ଘୋଷଣା କରାଯାଇଥିଲା । ମାତ୍ର ସ୍କୁଲ ପିଲାଙ୍କ ବହି ଛପାଯାଉଥିବା ସରକାରୀ ପ୍ରିଣ୍ଟିଂ ସେ୍ ରେ କାମ କିନ୍ତୁ ଅଟକି ନାହିଁ । ସେହି ଭୁଲ୍ ବହିଗୁଡ଼ିକର ଛପା କାର୍ଯ୍ୟ ଜାରି ରହିଛି । ଜଲଦି ସରିଲେ ପରବର୍ତ୍ତୀ ପର୍ଯ୍ୟାୟର ବଣ୍ଟନ କାର୍ଯ୍ୟ ହେବ । ଛପା ବନ୍ଦ କରିବାକୁ ସଂସ୍ଥା ମୁଖିଆଙ୍କଠାରୁ ଏ ପର୍ଯ୍ୟନ୍ତ କିଛି ନିର୍ଦ୍ଦେଶକ ଆସିନି ।

ଗଣଶିକ୍ଷା ବିଭାଗ ଦୃଷ୍ଟିରେ ଯାହା ହୋଇଯାଇଛି ହୋଇଯାଇଛି । ତାକୁ ଭାବି ଲାଭ ନାହିଁ । ତେଣୁ ବହି ନଷ୍ଟ ନ କରିବାକୁ ନିଷ୍ପତ୍ତି ହୋଇଛି । ଶିକ୍ଷକମାନେ ପିଲାଙ୍କୁ ପଢ଼ାଇଲା ବେଳେ ଭୁଲ୍ ଗୁଡ଼ିକୁ ଠିକ୍ କରି ପଢ଼ାଇବେ ବୋଲି କୁହାଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କ ଜରିଆରେ ବ୍ଲକ୍ ଶିକ୍ଷା ଅଧିକାରୀମାନଙ୍କୁ ଏହାର ନିର୍ଦ୍ଦେଶକନାମା ଜାରି ହୋଇଥିବା ଜଣାପଡ଼ିଛି । ଅର୍ଥାତ୍,୧୬୭୮ ତ୍ରୁଟି ରହିଥିବା ୫୫ ଖଣ୍ଡ ବହିର ପ୍ରଚଳନରେ ବାଧା ସୃଷ୍ଟି କରାଯିବନି । ତ୍ରୁଟି ସୁଧାରି ନୂଆ ବହି ଛପାଇବାକୁ ବାବୁମାନଙ୍କ ପାଖରେ ଆଉ ସମୟ ନାହିଁ ।

୪୦ ଲକ୍ଷରୁ ଅଧିକ ପିଲାଙ୍କ ଭବିଷ୍ୟତ ସହ ଜଡ଼ିତ ଏଭଳି ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ସମ୍ବେଦନଶୀଳ ପ୍ରସଙ୍ଗରେ ସରକାରୀକଳର ଆଭିମୁଖ୍ୟ ସମସ୍ତଙ୍କୁ ଚକିତ କରିଛି । ମୁଖ୍ୟମନ୍ତ୍ରୀଙ୍କ ବିରକ୍ତି ପ୍ରକାଶ ପରେ ବି କେମିତି ଭୁଲ୍ ବହିର ଛପା କାର୍ଯ୍ୟ ସମ୍ଭବ ହେଉଛି ତାହା କାହା ମୁଣ୍ଡକୁ ପଶୁନାହିଁ ।

ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ ବେଳେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ନବରଙ୍ଗପୁରରେ ଥାଇ ଭିଡିଓ କନଫରେନ୍ସିଂ ଯୋଗେ ଯୋଡି ହୋଇଥିଲେ । ମୁଖ୍ୟମନ୍ତ୍ରୀ ଏହାକୁ ଗମ୍ଭୀରତାର ସହ ଗ୍ରହଣ କରି ଆକ୍ସନ୍ ମୁଡ୍ କୁ ଆସିଥିବା ଜାଣିବା ପରେ ମଧ୍ୟ ନବରଙ୍ଗପୁରରେ ଏକ ସାମ୍ବାଦିକ ସମ୍ମିଳନୀ କରି ପାଠ୍ୟପୁସ୍ତକରେ ଥିବା ୧୬୭୮ ତ୍ରୁଟିକୁ ସାମାନ୍ୟ, ବଡ଼ ଭୁଲ୍ ହୋଇନି ବୋଲି ଗଣଶିକ୍ଷାମନ୍ତ୍ରୀ କହିବା ଖୋଦ୍ ମୁଖ୍ୟମନ୍ତ୍ରୀଙ୍କୁ ଉପହାସ କଲା ଭଳି ହୋଇଛି । ପିଲାଙ୍କ ଭବିଷ୍ୟତ ସହ ଖେଳ ଖେଳିବା ପରେ ଶ୍ରୀ ଗଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ବି ଛାଡ଼ିନାହାନ୍ତି ।

ଏଭଳି ସରକାର ଏବଂ ସରକାରୀକଳକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଯଦି ସରକାର ଚଲେଇ ପାରୁନ, ଛାଡ଼ିଦିଅ ବୋଲି ଅଭିଭାବକ ମହଲରୁ ପ୍ରତିକ୍ରିୟା ଆସୁଛି । ପିଲାଙ୍କ ପାଠ୍ୟପୁସ୍ତକରେ ହଜାରେ ତ୍ରୁଟି ଓଡ଼ିଶା ଶିକ୍ଷା ଇତିହାସରେ ଯେମିତି ବିରଳ, ତାକୁ ସୁଧାରିବା ଦିଗରେ ଶାସନ ମୁଖ୍ୟଙ୍କ ନିର୍ଦ୍ଦେଶକକୁ ଅଧସ୍ତନ ମନ୍ତ୍ରୀ କି ଅଧିକାରୀମାନେ ନ ମାନିବା ଆହୁରି ବିରଳ ଘଟଣା । ଏହାକୁ ଜାତୀୟ ଲଜ୍ଜା ଏବଂ ଜାତୀୟ ବିପର୍ଯ୍ୟୟ ବୋଲି ଯାହା କୁହାଯାଉଛି ତାହା ଯଥାର୍ଥ ବୋଲି ବୁଦ୍ଧିଜୀବୀ ମହଲ ମତ ଦେଇଛନ୍ତି ।

Previous Post

ମୁଖ୍ୟମନ୍ତ୍ରୀ କାହିଁକି ଦାୟୀ ହେବେନି?

Next Post

‘ଏଥର ହେଇଯାଇଛି, ଆରବର୍ଷକୁ ହବନି’

Next Post
‘ଏଥର ହେଇଯାଇଛି, ଆରବର୍ଷକୁ ହବନି’

'ଏଥର ହେଇଯାଇଛି, ଆରବର୍ଷକୁ ହବନି'

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA