Saturday, June 20, 2026 01:49 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଆସିଲେ ରାଷ୍ଟ୍ରପତି, କାଲି ଆସିବେ ପ୍ରଧାନମନ୍ତ୍ରୀ

ଓଡ଼ିଶାକୁ ମିଳିବ ୪୭,୬୦୦ କୋଟିର ପ୍ରକଳ୍ପ

by Our Correspondent
19 Jun, 2026- 07:59 PM
in Latest News, News
1 min read
0
ଆସିଲେ ରାଷ୍ଟ୍ରପତି, କାଲି ଆସିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ପାଇଁ ବିରଳ ମୁହୂର୍ତ୍ତ । ମହାମହିମ ରାଷ୍ଟ୍ରପତିଙ୍କ ଜନ୍ମଦିନରେ ତାଙ୍କ ଜନ୍ମମାଟିରେ ପ୍ରଧାନମନ୍ତ୍ରୀଙ୍କ ସହିତ ତାଙ୍କୁ ଦେଖିବାକୁ ମିଳିବ । ଗୋଟିଏ ମଞ୍ଚରେ ଏକାଠି ହେବେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାଜ୍ୟ ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ସମାରୋହରେ ଦେଶର ଦୁଇ ଶୀର୍ଷ ନେତା ଯୋଗଦେବେ । ଏଥିପାଇଁ ସମଗ୍ର ମୟୁରଭଞ୍ଜ ଜିଲ୍ଲା ଉତ୍ସବମୁଖର ହୋଇଛି । ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ଗୋଟିଏ ମଞ୍ଚରୁ ଓଡ଼ିଶା ପାଇଁ ୪୭,୬୦୦ କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ ଏବଂ ଉଦଘାଟନ କରିବାର କାର୍ଯ୍ୟକ୍ରମ ଅଛି ।

ପ୍ରତିକୂଳ ପାଗ ଯୋଗୁଁ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଆଜି ଦୁଇଘଣ୍ଟା ବିଳମ୍ବରେ ପହଞ୍ଚିଛନ୍ତି । ପଶ୍ଚିମବଙ୍ଗର କଲାଇକୁଣ୍ଡାରୁ ସଡ଼କ ପଥରେ ଆସି ରାଇରଙ୍ଗପୁରରେ ପହଞ୍ଚିଥିଲେ । ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜଣାଇଥିଲେ । ଆସନ୍ତାକାଲି ସକାଳେ ପ୍ରଧାନମନ୍ତ୍ରୀ ରାଇରଙ୍ଗପୁରରେ ପହଞ୍ଚିଲା ପରେ ରାଷ୍ଟ୍ରପତି ତାଙ୍କୁ ସାଙ୍ଗରେ ଧରି ତାଙ୍କ ଶାଶୁଘର ଗାଁ ପାହାଡ଼ପୁର ଯିବେ । ପ୍ରଥମେ ଗାଁର ଆଦିବାସୀଙ୍କ ସାମାଜିକ ତଥା ଧାର୍ମିକ କେନ୍ଦ୍ର ଗୋଷାଣୀ ପୀଠକୁ ଯାଇ ପୂଜାର୍ଚ୍ଚନା କରିବେ । ସେଠାରୁ ଦୁହେଁ ସାନ୍ତାଳୀ ଜାହିରା ପୀଠ ଦର୍ଶନ କରିବା ପରେ ହୋ-ମୁଣ୍ଡା ଜାହିରା ପୀଠ ଯିବେ । ସେଠାରୁ ଦିନ ୧୧.୨୫ରେ ନିକଟସ୍ଥ ଦକ୍ଷତା ବିକାଶ କେନ୍ଦ୍ରକୁ ଯାଇ ଟ୍ରେନିଂପ୍ରାପ୍ତ ଯୁବକଯୁବତୀଙ୍କ ସହ ବାର୍ତ୍ତାଳାପ କରିବେ । ଏହାପରେ ରାଷ୍ଟ୍ରପତିଙ୍କ ସ୍ୱର୍ଗତ ସ୍ୱାମୀ ଏବଂ ଦୁଇପୁତ୍ରଙ୍କ ସ୍ମୃତିରେ ପାହାଡ଼ପୁରରେ ପ୍ରତିଷ୍ଠିତ ଏସଏଲଏସ ମେମୋରିଆଲ୍ ସ୍କୁଲକୁ ଯାଇ ସେମାନଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ । ସେଠାରେ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକଙ୍କ ସହିତ ପ୍ରଧାନମନ୍ତ୍ରୀ ଭାବ ବିନିମୟ କରିବେ । ସ୍କୁଲ ପଡ଼ିଆରେ ଆୟୋଜିତ ଆଞ୍ଚଳିକ ହସ୍ତଶିଳ୍ପ ମେଳା ବୁଲି ଦେଖିବା ପରେ ଦାଣ୍ଡବୋଷରେ ଏକ ବିଶାଳ ସାଧାରଣ ସଭାକୁ ଉଭୟ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିବେ । ଗୋଟିଏ ମଞ୍ଚରୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ୪୭,୬୦୦ କୋଟି ଟଙ୍କାର ୪୦ ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ ।

ସେଥିମଧ୍ୟରେ ରହିଛି ୬୦୦ ମେଗାୱାଟ୍ ବିଶିଷ୍ଟ ଅପର୍ ଇନ୍ଦ୍ରାବତୀ ପମ୍ପଡ୍ ଷ୍ଟୋରେଜ୍ ପ୍ରକଳ୍ପର ଶିଳାନ୍ୟାସ, ଇବ୍ ଥର୍ମାଲ୍ ପାୱାର୍ ଷ୍ଟେସନ୍ ର ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ, ଲଖନପୁରଠାରେ “ଭାରତ କୋଲ୍ ଗ୍ୟାସିଫିକେସନ୍ ଆଣ୍ଡ କେମିକାଲ୍ସ ଲିମିଟେଡ୍ ପ୍ରକଳ୍ପ, କଟକ ଓ ଭୁବନେଶ୍ୱରକୁ ସିଧାସଳଖ ଯୋଡୁଥିବା କାଠଯୋଡି ନଦୀ ଉପରେ ନୂତନ ସେତୁ, ଏନଏଚ-୩୫୩ ର ନୂଆପଡ଼ାରୁ ଘାଟିପଡ଼ା ପର୍ଯ୍ୟନ୍ତ ୪-ଲେନ୍ ବିଶିଷ୍ଟ ରାସ୍ତା, ରାଇରଙ୍ଗପୁରରେ ଇଗ୍ନୋ ଆଞ୍ଚଳିକ କେନ୍ଦ୍ର ଏବଂ ଇନଡୋର ବ୍ୟାଣ୍ଟମିଣ୍ଟନ କମ୍ପ୍ଲେକ୍ସର ଶିଳାନ୍ୟାସ, ବୌଦ୍ଧ ଠାରେ ୩୦୦ ଶଯ୍ୟା ବିଶିଷ୍ଟ ଜିଲ୍ଲା ଚିକିତ୍ସାଳୟର ନୂଆ ବିଲଡିଂ ଏବଂ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୨୪ ଟି ଅଟଳ ବସଷ୍ଟାଣ୍ଡର ଉଦଘାଟନ ।

ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଦୃଷ୍ଟିରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସୁରକ୍ଷା ବ୍ୟବସ୍ଥା ତଦାରଖ ପାଇଁ ୧୦ ଜଣ ଆଇପିଏସ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି । ୧୩୫ ପ୍ଲାଟୁନ୍ ପୁଲିସ ଫୋର୍ସ ଏବଂ ୫ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ସେଠାରେ ନିୟାଜିତ ହୋଇଛନ୍ତି ।

Previous Post

ପ୍ରସନ୍ନ ହେଲେ ଦୁର୍ଗାପ୍ରସନ୍ନ!!

Next Post

ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳିବା ବନ୍ଦ କର: ବିଜେଡି

Next Post
ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳିବା ବନ୍ଦ କର: ବିଜେଡି

ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳିବା ବନ୍ଦ କର: ବିଜେଡି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA