Monday, June 22, 2026 03:24 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ରାୟଗଡ଼ା ମାମଲାକୁ ରେଡ୍ ଫ୍ଲାଗ୍

by Our Correspondent
21 Jun, 2026- 10:45 PM
in Crime, Latest News, News
1 min read
0
ରାୟଗଡ଼ା ମାମଲାକୁ ରେଡ୍ ଫ୍ଲାଗ୍

ଭୁବନେଶ୍ୱର: ଓଡ଼ିଶାକୁ ଲଜ୍ଜିତ କରିଥିବା ରାୟଗଡ଼ା କଲ୍ୟାଣପୁର ଭିଡ଼ ହିଂସା ମାମଲାକୁ ପୁଲିସ ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ କରିଛି । ପୁଲିସ ଡିଜି ୱାଇ.ବି ଖୁରାନିଆ କ୍ରାଇମବ୍ରାଞ୍ଚର ମହିଳା ବିରୋଧୀ ସେଲ୍(ସିଏଡବ୍ଲୁ) କୁ ମାମଲାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସିଏଡବ୍ଲୁ ଅତିରିକ୍ତ ଡିଜି ଏସ. ସାଇନି ତଦନ୍ତ ନେତୃତ୍ୱ ନେବେ । ରେଡ୍ ଫ୍ଲାଗ୍ ମାମଲା ରୁଜୁ କରି ତଦନ୍ତ ଆଗକୁ ନେବେ । ଦରକାର ପଡ଼ିଲେ ପୀଡ଼ିତାଙ୍କୁ ପଚରାଉଚୁରା ପାଇଁ ଦିଲ୍ଲୀ ଯିବେ । ଅତି ସମ୍ବେଦନଶୀଳ ଘଟଣାକୁ ପୁଲିସ ରେଡ୍ ଫ୍ଲାଗ୍ ଅର୍ନ୍ତଭୁକ୍ତ କରିଥାଏ ।

ଏହି ମାମଲାରେ ଏ ପର୍ଯ୍ୟନ୍ତ ୨୩ ଜଣ ଗିରଫ ହୋଇସାରିଲେଣି । ଆଉ କେତେଜଣଙ୍କୁ ଥାନାରେ ଅଟକ ରଖି ପୁଲିସ ପଚରାଉଚୁରା କରୁଛି । ଅନେକ ଅଭିଯୁକ୍ତ ଫେରାର ହୋଇଯାଇଥିବାରୁ ସେମାନଙ୍କୁ ଧରିବା ପାଇଁ ପୁଲିସର ବ୍ୟାପକ ଖାନତଲାସୀ ଚାଲିଛି । ପୁଲିସ ଧରପଗଡ଼ ଓ ଗିରଫଦାରି ଭୟରେ ଇନ୍ତାଲିଗୁଡ଼ା ଗାଁ ପୁରୁଷଶୂନ୍ୟ ହୋଇଯାଇଛି । ପୁଲିସ ସାଇବର ଟିମ୍ ଏବଂ ଦକ୍ଷିଣ ପୂର୍ବାଞ୍ଚଳ ଡିଆଇଜି ଅଖିଳେଶ୍ୱର ସିଂହଙ୍କ ତତ୍ତ୍ୱାବଧାନରେ ଏ ପର୍ଯ୍ୟନ୍ତ ନିଜେ ଏସପି ରାଜ ପ୍ରସାଦ ତଦନ୍ତର ନେତୃତ୍ୱ ନେଇଛନ୍ତି । ଘଟଣାକୁ ନେଇ ପୁଲିସ ପକ୍ଷରୁ ତିନୋଟି କେସ୍ ହୋଇଥିଲା ବେଳେ ପୀଡ଼ିତାଙ୍କ ପକ୍ଷରୁ ଏ ପର୍ଯ୍ୟନ୍ତ ଅଭିଯୋଗ ହୋଇନାହିଁ ।
ଭିଡିଓ ଫୁଟେଜ୍ ଏବଂ ସାକ୍ଷୀଙ୍କ ବୟାନ ଆଧାରରେ ତଦନ୍ତ ଚାଲିଛି । ଏହି ଘଟଣାରେ ଯିଏ ବି ସଂପୃକ୍ତ କାହାରିକୁ ଛଡ଼ାଯିବ ନାହିଁ ବୋଲି ରାୟଗଡ଼ା ଏସପି କହିଛନ୍ତି । ସେପଟେ ପୁଲିସର ତ୍ୱରିତ୍ କାର୍ଯ୍ୟାନୁଷ୍ଠାନ ପାଇଁ ରାୟଗଡ଼ା ଏସପିଙ୍କୁ ଡିଜି ଶ୍ରୀ ଖୁରାନିଆ ପ୍ରଶଂସା କରିଛନ୍ତି ।

୧୬ ତାରିଖ ଦିନ ଭିଡ଼ ହିଂସାର ଶିକାର ହୋଇଥିବା ଦୁଇ ଏନଜିଓ କର୍ମଚାରୀଙ୍କ ଜଘନ୍ୟ କାହାଣୀ ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି । ଆକ୍ରମଣକାରୀଙ୍କ ମୁହଁରୁ ଦିଲ୍ଲୀ ଯୁବତୀଙ୍କ ଜୀବନ ଓ ଇଜ୍ଜତ ବଞ୍ଚାଇଥିବା ଯୁବକ ବଳରାମ ବାଗଙ୍କୁ ସବୁଆଡୁ ପ୍ରଶଂସା କରାଯାଉଛି । ସେହି ରାତିରେ ବଳରାମ ଭିଡ଼ ଭିତରୁ ବିବସ୍ତ୍ର ଯୁବତୀଙ୍କୁ ଟାଣି ଆଣି ତାଙ୍କର ପୁଙ୍ଗୁଳା ଦେହକୁ ନିଜର ଟି ସାର୍ଟରେ ଘୋଡ଼େଇ ପ୍ରଥମେ କଲ୍ୟାଣପୁର ଥାନା ଏବଂ ସେଠାରୁ ଡାକ୍ତରଖାନା ନେଇଥିଲେ ।

ଏହି ଘଟଣାକୁ ନେଇ ସାଧାରଣରେ ଭୀଷଣ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଏକ ସଭ୍ୟ ସମାଜରେ ଏଭଳି ଘଟଣାକୁ କେହି ବରଦାସ୍ତ କରିନାହାନ୍ତି । ରାଜ୍ୟରେ ବିଗିଡ଼ି ଯାଇଥିବା ଆଇନଶୃଙ୍ଖଳାର ସ୍ଥିତିକୁ ନେଇ ଉଦବେଗ ପ୍ରକାଶ ପାଇଛି । ଏହି ଘଟଣା ସମସ୍ତଙ୍କୁ ବିଚଳିତ ଓ ଲଜ୍ଜିତ କରିଛି ।

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହି ଘଟଣାରେ ଉଦବେଗ ପ୍ରକାଶ କରି ଟୁଇଟ୍ କରିଛନ୍ତି । ଦିଲ୍ଲୀର ଛାତ୍ରୀଙ୍କ ସହ ଘଟିଥିବା ଜଘନ୍ୟ, ବର୍ବରୋଚିତ କାଣ୍ଡ ସମଗ୍ର ଓଡ଼ିଶାକୁ ବିଚଳିତ, ଲଜ୍ଜିତ ଓ ଚିନ୍ତିତ କରିଛି । ଏହି ବୀଭତ୍ସ, ନାରକୀୟ କାଣ୍ଡ ମାନବିକତା ଏବଂ ଆମ ଅସ୍ମିତା ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ନାରୀ ନିର୍ଯାତନା ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପାଇଁ ଓଡ଼ିଶା ସାରା ବିଶ୍ୱରେ ନିନ୍ଦିତ ହେଉଥିବା ବେଳେ ସରକାର କେଉଁ ମୁହଁରେ ବିକାଶର ଧାରା ଓଡ଼ିଶା ସାରା କହି ଉତ୍ସବରେ ମାତିଛନ୍ତି ବୋଲି ସେ ପ୍ରଶ୍ନ କରିବା ସହ ସରକାର ତୁରନ୍ତ କଠୋରରୁ କଠୋର ପଦକ୍ଷେପ ଗ୍ରହଣ କରି ରାଜ୍ୟରେ ମା’ ଭଉଣୀଙ୍କ ସୁରକ୍ଷା ଓ ଆଇନଶୃଙ୍ଖଳା ସୁନିଶ୍ଚିତ କରନ୍ତୁ ବୋଲି ଲେଖିଛନ୍ତି ।

ପିସିସି ସଭାପତି ଭକ୍ତ ଚରଣ ଦାସ ଏହି ଘଟଣାରେ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି । ଯଦି ଆଇନଶୃଙ୍ଖଳା ରକ୍ଷା କରିପାରୁନ, ବିରୋଧୀ ଦଳଙ୍କ ସହଯୋଗ ନିଅ । ସର୍ବ ଦଳୀୟ ବୈଠକ ଡାକି ଆଲୋଚନା କର । ଓଡ଼ିଶାର ନାରୀ ସମାଜ କେମିତି ସୁରକ୍ଷିତ ରହିବେ ସେଥିପାଇଁ ଆଗକୁ ଆସ ବୋଲି ସେ ଆହ୍ୱାନ ଦେଇଛନ୍ତି ।

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଘଟଣାକୁ ନିନ୍ଦା କରିଥିବା ବେଳେ ବିରୋଧୀ ଦଳ ଏହାକୁ ରାଜନୀତିକରଣ କରୁଥିବାରୁ ସମାଲୋଚନା କରିଛନ୍ତି । ଆଇନକୁ କେହି ହାତକୁ ନେବା ଉଚିତ ନୁହେଁ । ଏହାକୁ କିଭଳି ଦୃଢ଼ ହସ୍ତରେ ଦମନ କରାଯିବ ସେହି ପ୍ରକ୍ରିୟା ଚାଲିଛି ବୋଲି ସେ କହିଛନ୍ତି ।

 

Previous Post

ସ୍ୱଚ୍ଛ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ପାଇଁ ପ୍ରସ୍ତାବ

Next Post

ବନ୍ଧା ହେଲେ ମନ୍ତ୍ରୀଙ୍କ ପୁତୁରା

Next Post
ବନ୍ଧା ହେଲେ ମନ୍ତ୍ରୀଙ୍କ ପୁତୁରା

ବନ୍ଧା ହେଲେ ମନ୍ତ୍ରୀଙ୍କ ପୁତୁରା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA