Friday, June 26, 2026 06:24 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜେଡି ‘ମିଶନ’ରେ ଲାଗିଲା ସୁଜାତାଙ୍କ ‘ଶକ୍ତି’

ଶଙ୍ଖ ଦଳରେ ଖୁସିର ମାହୋଲ୍

by Samar Pradhan
25 Jun, 2026- 01:41 PM
in Latest News, News, Politics
1 min read
0
ବିଜେଡି ‘ମିଶନ’ରେ ଲାଗିଲା ସୁଜାତାଙ୍କ ‘ଶକ୍ତି’

ଭୁବନେଶ୍ୱର: ଗତ ସାଧାରଣ ନିର୍ବାଚନରେ ବିଜେଡିର ବିପର୍ଯ୍ୟୟର କାରଣ ଯାହା ହେଉ ନା କାହିଁକି, ସୁଜାତା ରାଉତ କାର୍ତ୍ତିକେୟନ୍ ଆଇଏଏସ୍ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେବା ପଛରେ ଥିଲା ନବୀନ ପଟ୍ଟନାୟକଙ୍କ ପ୍ରତି ତାଙ୍କର ସମର୍ପଣ ଭାବ । ଗତବର୍ଷ ମାର୍ଚ୍ଚ ମାସରେ ସେ ଚାକିରି ଛାଡ଼ିବା ଦିନରୁ ତାଙ୍କର ରାଜନୀତିରେ ପ୍ରବେଶ ନେଇ ଚର୍ଚ୍ଚା ହେଉଥିଲା । ମାତ୍ର ମାନସିକ ସ୍ତରରେ ସୁଜାତା ସମ୍ଭବତଃ ପ୍ରସ୍ତୁତ ନ ଥିଲେ । ସେଥିପାଇଁ ନିଜକୁ ହୁଏତ ପ୍ରସ୍ତୁତ କରୁଥିଲେ । ଦଳକୁ ସଜାଡ଼ିବା ପାଇଁ ସୁଜାତାଙ୍କ ସାମର୍ଥ୍ୟ ବିନିଯୋଗ କରିବାକୁ ନବୀନ ମଧ୍ୟ ଅପେକ୍ଷା କରିଥିଲେ । ଭି.କେ ପାଣ୍ଡିଆନଙ୍କ ଉପରେ ତାଙ୍କର ବିଶ୍ୱାସ ଓ ଭରସା ଅତୁଟ ଥିଲେ ମଧ୍ୟ ସମୀକରଣ ଫେଲ୍ ମାରିଥିବାରୁ ତାଙ୍କର ସୁଯୋଗ୍ୟା ପତ୍ନୀଙ୍କୁ ରାଜନୀତିରେ ସୁଯୋଗ ଦେବାକୁ ଆଗ୍ରହ ରଖିଥିଲେ । ବିଜେଡିର ‘ମିଶନ’ ଆଗକୁ ନେବାରେ ସୁଜାତାଙ୍କ ‘ଶକ୍ତି’ ଉପରେ ଭରସା ପ୍ରକଟ କରିଛନ୍ତି ମୁଖିଆ ନବୀନ ପଟ୍ଟନାୟକ ।

୨୫ ବର୍ଷର ପ୍ରଶାସନିକ ଅଭିଜ୍ଞତାକୁ ଧରି ସୁଜାତା ରାଉତ କାର୍ତ୍ତିକେୟନ ଆଜି ତାଙ୍କର ରାଜନୈତିକ ଇଂନିସ୍ ଆରମ୍ଭ କରିଛନ୍ତି । ଅନେକ ତାଙ୍କୁ ନବୀନଙ୍କ ଉତ୍ତରାଧିକାରୀ ନଜରରେ ଦେଖୁଥିଲା ବେଳେ ଜଣେ ସାଧାରଣ କର୍ମୀ ଭାବେ ସେ ବିଜେଡିରେ ଯୋଗଦେଇଛନ୍ତି । ଚିହ୍ନା ବ୍ରାହ୍ମଣର ପଇତା ଦରକାର ନ ଥିବା ଭଳି ସୁଜାତାଙ୍କ ପାଇଁ ଦଳରେ କୌଣସି ପଦପଦବୀ ବଡ଼ ନୁହେଁ ବୋଲି ଦଳୀୟ ନେତାମାନେ ମଧ୍ୟ ବିଶ୍ୱାସ କରୁଛନ୍ତି ।

ବିଜେଡିର ଘଡ଼ିସନ୍ଧି ମୁହୂର୍ତ୍ତରେ ସୁଜାତାଙ୍କ ଭଳି ସର୍ବଗୁଣ ସମ୍ପନ୍ନା ଜଣେ କମାଣ୍ଡରଙ୍କର ଆବଶ୍ୟକତା ଥିଲା ବୋଲି ସମସ୍ତଙ୍କର ହୃଦବୋଧ ହୋଇଛି । ସୁଜାତାଙ୍କ ଏଣ୍ଟ୍ରିକୁ ବିଜେଡିର ପୁର୍ନଜନ୍ମ ବୋଲି ସାଧାରଣରେ ଆଖ୍ୟା ଦିଆଯାଉଛି । ଦଳର ଛାମୁଆ ସଂଗଠନ ବିଶେଷ କରି ଯୁବ ଓ ଛାତ୍ର ବାହିନୀରେ ସୁଜାତାଙ୍କୁ ନେଇ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି । ଆଗକୁ ଜୋରଦାର ଲଢ଼େଇ ହେବ ବୋଲି ସେମାନେ ଦମ୍ଭ ଦେଖାଇଛନ୍ତି ।

ଭି କେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା ହେଉଛନ୍ତି ୨୦୦୦ ବ୍ୟାଚ୍ ର ଆଇଏଏସ୍ ଅଫିସର । ସ୍ୱାମୀ-ସ୍ତ୍ରୀ ଗୋଟିଏ ବ୍ୟାଚ୍ ଏବଂ ଗୋଟିଏ କ୍ୟାଡର(ଓଡ଼ିଶା)ର ଆଇଏଏସ୍ । ଏହି ଓଡ଼ିଆ ଝିଅଙ୍କ ଜନ୍ମସ୍ଥାନ ହେଉଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅନ୍ତର୍ଗତ ବାଲୁରିଆ ଗାଁରେ । ତାଙ୍କ ବାପା ଥିଲେ ପ୍ରଖ୍ୟାତ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଅକ୍ଷୟ କୁମାର ରାଉତ । ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଲେଡି ଶ୍ରୀରାମ କଲେଜରୁ ସ୍ନାତକ ଏବଂ ଜବାହାରଲାଲ ନେହରୁ ବିଶ୍ୱବିଦ୍ୟାଳୟ(ଜେଏନୟୁ)ରୁ ଇଣ୍ଟରନ୍ୟାସନାଲ୍ ପଲିଟିକ୍ସରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି ।

ସୁଜାତା ମାଓ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରୁ ତାଙ୍କର ଚାକିରି ଜୀବନ ଆରମ୍ଭ କରିଥିଲେ । ସେଠାରେ ସାଧାରଣ ଲୋକଙ୍କ ସମସ୍ୟା ସହିତ ସେ ସମ୍ପୂର୍ଣ୍ଣ ଜଡ଼ିତ ରହି ଅନେକ ସାମାଜିକ କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ । ୨୦୦୫ ମସିହାରେ ହାଇସ୍କୁଲ ଛାତ୍ରଛାତ୍ରୀମାନଙ୍କ ପାଇଁ ସାଇକେଲ ବଣ୍ଟନ କାର୍ଯ୍ୟକ୍ରମ ଥିଲା ତାଙ୍କର ବ୍ରେନ୍ ଚାଇଲଡ୍ । ଏଥିରେ ତାଙ୍କର ସ୍ଲୋଗାନ୍ ଥିଲା ମୋବିଲିଟି ଇଜ୍ ଏମପାୱାରମେଣ୍ଟ । ୨୦୦୬ ମସିହାରେ ସେ ସୁନ୍ଦରଗଡ଼ରେ ମଧ୍ୟାହ୍ନଭୋଜନ ଯୋଜନାରେ ଅଣ୍ଡା ସାମିଲ କରିଥିଲେ । ତାଙ୍କର ଯୁକ୍ତି ଥିଲା ଯେ ଡାଲି କିମ୍ବା ତେଲର ପରିମାଣ ବଢ଼ାଇବା ପରିବର୍ତ୍ତେ ସେଇ ପଇସାରେ ପିଲାମାନଙ୍କୁ ଅଣ୍ଡା ଦେଲେ ସ୍ୱାସ୍ଥ୍ୟକର ହେବ । ଯାହାକୁ ପରବର୍ତ୍ତୀ ସମୟରେ ସମଗ୍ର ରାଜ୍ୟରେ ଲାଗୁ କରାଯାଇଥିଲା ।

ମାଓପ୍ରବଣ ଅଞ୍ଚଳରେ ଯୁବପୀଢ଼ିଙ୍କ ମଧ୍ୟରେ କ୍ରୀଡ଼ାର ପ୍ରସାର ପାଇଁ ସେ ଯତ୍ନବାନ ଥିଲେ । ବିଶେଷକରି ଫୁଟବଲ ଏବଂ ହକିକୁ ପ୍ରୋତ୍ସାହିତ କରିଥିଲେ । ସୁନ୍ଦରଗଡ଼ରେ ଜିଲ୍ଲାପାଳ ଥିଲା ବେଳେ ସେ ଫୁଟବଲ କଲେକ୍ଟର ଭାବେ ଜଣାଶୁଣା ଥିଲେ ।
କଟକ ଜିଲ୍ଲାର ପ୍ରଥମ ମହିଳା ଜିଲ୍ଲାପାଳ ଭାବେ ସେ ଗର୍ଭବତୀ ମହିଳାଙ୍କ ପାଇଁ ଏକ ସର୍ତ୍ତମୂଳକ ନଗଦ ସ୍ଥାନାନ୍ତର କାର୍ଯ୍ୟକ୍ରମ ‘ମମତା’ ଯୋଜନା ଆରମ୍ଭ କରିଥିଲେ ।

ଓଡ଼ିଶାର ପ୍ରମୁଖ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ‘ମିଶନ ଶକ୍ତି’ ତାଙ୍କ ନେତୃତ୍ୱରେ ସଫଳ ହୋଇଥିଲା । ୭୦ ଲକ୍ଷ ମହିଳାଙ୍କୁ ସାମିଲ କରି ସେମାନଙ୍କୁ ସଶକ୍ତ କରିବାରେ ସୁଜାତାଙ୍କର ପ୍ରମୁଖ ଭୂମିକା ଥିଲା । ୨୦୨୫ ମାର୍ଚ୍ଚ ମାସରେ ସେ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ ।

କେବଳ ଦକ୍ଷ ପ୍ରଶାସିକା ନୁହଁନ୍ତି, ତାଙ୍କ ବ୍ୟକ୍ତିତ୍ୱ ମଧ୍ୟ ବେଶ୍ ଶାନ୍ତ ଓ ଆକର୍ଷଣୀୟ । ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡିକୁ ଆଗକୁ ନେବାରେ ତାଙ୍କର ଭୂମିକା ଉପରେ ସମସ୍ତଙ୍କ ନଜର ରହିବ ।

Previous Post

ମୋ ନେତୃତ୍ୱରେ ହିଁ ଲଢ଼ାଯିବ ଆଗାମୀ ନିର୍ବାଚନ: ନବୀନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA