Monday, June 29, 2026 12:21 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଗଣ୍ଡ, ପାଢ଼ୀ ଯିବେ କେବେ?

ବାଜିରେ ୪୦ ଲକ୍ଷ ପିଲାଙ୍କ ଭବିଷ୍ୟତ

by Samar Pradhan
27 Jun, 2026- 09:20 PM
in Latest News, News
1 min read
0
ଗଣ୍ଡ, ପାଢ଼ୀ ଯିବେ କେବେ?

ଭୁବନେଶ୍ୱର: ପ୍ରେମିକାଙ୍କୁ ଧୋକ୍କା ଦେଇ ମୃତ୍ୟୁର କାରଣ ସାଜିଥିବା ନବାଗତ ଚାକିରିଆ ଭୀମସେନ ଟୁଡୁଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଚାକିରିରୁ ବହିଷ୍କାର କରିଛନ୍ତି । ଭବିଷ୍ୟତରେ ତାଙ୍କ ପାଇଁ ସରକାରୀ ଚାକିରିର ବାଟ ବି ବନ୍ଦ କରାଯାଇଛି । ଜଣେ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ପାଇଁ ଦାୟୀ ଧୋକାବାଜ ପ୍ରେମିକଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ସ୍ୱାଗତଯୋଗ୍ୟ । ମାତ୍ର ୪୦ ଲକ୍ଷ ପିଲାଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲିଥିବା ବାବୁମାନଙ୍କ ଚାକିରି ମୁଖ୍ୟମନ୍ତ୍ରୀ ନେବେ ତ? ଦାୟିତ୍ୱରେ ଥିବା ମନ୍ତ୍ରୀଙ୍କ ବିରୋଧରେ କେବେ କାର୍ଯ୍ୟାନୁଷ୍ଠାନ ନେବେ? ଏତେ ବଡ଼ ତ୍ରୁଟିର ଉତ୍ତରଦାୟିତ୍ୱ ମାନ୍ୟବର ମୁଖ୍ୟମନ୍ତ୍ରୀ କେବେ ନେବେ? ଏହା ପଛରେ ଷଡ଼ଯନ୍ତ୍ର ଥିବା କହି ମାନ୍ୟବର ମୁଖ୍ୟମନ୍ତ୍ରୀ ନିଜ ମୁଣ୍ଡରୁ ଦୋଷ ଛଡ଼ାଇବାକୁ ଚାହୁଁଥିଲେ ବହୁତ ବଡ଼ ଭୁଲ୍ କରୁଛନ୍ତି । ଏତେ ବଡ଼ ତ୍ରୁଟିକୁ ଖୋଲାଖୋଲି ଷଡ଼ଯନ୍ତ୍ରର ରୂପ ଦେଇ ମୁଖ୍ୟମନ୍ତ୍ରୀ ନିଜର ଅପାରଗତାକୁ ହିଁ ପ୍ରକାଶ କରିଛନ୍ତି । ଯାହା ତାଙ୍କୁ ଅଧିକ ଲୋକହସା କରିଛି । ସେପଟେ ପିଲାଙ୍କ ପାଠ୍ୟପୁସ୍ତକର ପ୍ରତିଟି ପୃଷ୍ଠା ଏବେ ଗୋଟେ ଗୋଟେ କମେଡି ସୋ’ ଭଳି ହୋଇଛି । ତାକୁ ଦେଖି ଲୋକେ ହସି ହସି ବେଦମ ହଉଛନ୍ତି । ତ୍ରୁଟି ସଂଶୋଧନରେ ବି ତ୍ରୁଟି ଭଳି ବିକଳ, ଅଭାବନୀୟ ଘଟଣା ଆମ ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ବିକଳାଙ୍ଗ କରିଦେବାକୁ ବସିଛି ବୋଲି କୁହାଯାଇପାରିବ ।

ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଠ୍ୟପୁସ୍ତକ ତ୍ରୁଟି ପାଇଁ ରାଜ୍ୟ ସରକାରଙ୍କ ଗୁରୁଚାଣ୍ଡାଳ ଦୋଷ ଦାୟୀ । ଏହା ହୋଇ ନ ଥିଲେ ମନୋଜ ପାଢ଼ୀଙ୍କ ଭଳି ଜଣେ ଉଦ୍ଧତ, ଅତ୍ୟାଚାରୀ ଏବଂ ବିଶୃଙ୍ଖଳିତ ଅଧିକାରୀଙ୍କୁ ଜାତୀୟ ଶିକ୍ଷା ନୀତି(ଏନଇପି)-୨୦୨୦ ଲାଗୁ କରିବାର ଗୁରୁ ଦାୟିତ୍ୱ ଦିଆଯାଇ ନ ଥାନ୍ତା । ବର୍ଷ ବର୍ଷ ଧରି ସରକାରଙ୍କ କୋଳମଣ୍ଡନ କରିଥିବା(ଗତକାଲି ସସପେଣ୍ଡ ହୋଇଛନ୍ତି) ଏହି ବାବୁଙ୍କ ସମ୍ପର୍କରେ ଓଡ଼ିଶାବାସୀ ଟିକେ ଜାଣିବା ଦରକାର ।

ନୂଆ ସରକାର ଆସିଲା ପରେ ୨୦୨୪ ଜୁନ୍ ରେ ମନୋଜ ପାଢ଼ୀ ଏସସିଇଆରଟିର ନିର୍ଦ୍ଦେଶକ ଭାବେ ଯୋଗ ଦେଇଥିଲେ । ତାଙ୍କର ଆଚାର, ବ୍ୟବହାର ଏବଂ ଅଫିସରଗିରିରେ ସମସ୍ତେ ତ୍ରାହି ତ୍ରାହି ଡାକ ଦେଲେ । ସହକାରୀ ନିର୍ଦ୍ଦେଶକମାନଙ୍କୁ ଚାକର ବାକର ଭଳି ବ୍ୟବହାର କଲେ । ତାଙ୍କ ବିରୋଧରେ ଅସନ୍ତୋଷ ବ୍ୟାପିବାରୁ ୫ ମାସ ପରେ ସରକାର ତାଙ୍କୁ ବଦଳି କରିଦେଲେ । ତାଙ୍କ ଜାଗାକୁ ବରିଷ୍ଠ ଓଏଏସ୍ ଅଧିକାରୀ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଅଣାଯାଇଥିଲା । ହେଲେ ୨୬ ଦିନ ପରେ ନିଷ୍ପତ୍ତି ବଦଳିଗଲା । ନଭେମ୍ବର ୨୯ରେ ମନୋଜ ପାଢ଼ୀଙ୍କୁ ପୁଣି ଫେରାଇ ଅଣାଗଲା । ଏସଆଇଆରଟି ନିର୍ଦ୍ଦେଶକ ଭାବେ ତାଙ୍କର ଦ୍ୱିତୀୟ ଟର୍ମ ଆରମ୍ଭ ହେଲା । ଉପଦ୍ରବ ବଢ଼ିଗଲା । ଇନ୍ଦ୍ରଚନ୍ଦ୍ର କାହାରିକୁ ମାନିଲେ ନାହିଁ ।

ପାଢ଼ୀଙ୍କ ନିର୍ଯ୍ୟାତନା ବିରୋଧରେ ପିଅନଠାରୁ ଆରମ୍ଭ କରି ସହକାରୀ ନିର୍ଦ୍ଦେଶକ ସମସ୍ତେ ଏକଜୁଟ୍ ହୋଇଥିଲେ । ମୁଖ୍ୟମନ୍ତ୍ରୀ, ଗଣ ଶିକ୍ଷାମନ୍ତ୍ରୀ ଏବଂ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଅବଗତ କରାଇଥିଲେ । ସହକାରୀ ନିର୍ଦ୍ଦେଶକମାନେ ତତ୍କାଳୀନ ସଚିବଙ୍କୁ ସାକ୍ଷାତ କରି ଦାବିପତ୍ର ମଧ୍ୟ ଦେଇଥିଲେ । ମାତ୍ର କିଛି ଫଳ ନ ମିଳିବାରୁ ସେମାନେ ବିଧାୟକମାନଙ୍କ ସହଯୋଗ ଳୋଡ଼ିଥିଲେ । ୨୦୨୪ ଡିସେମ୍ବରରେ ୧୦ ଜଣ ବିଧାୟକ ମନୋଜ ପାଢ଼ୀଙ୍କୁ ଏସସିଇଆରଟିରୁ ବିଦା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ମାତ୍ର ମୁଖ୍ୟମନ୍ତ୍ରୀ କୌଣସି ପଦକ୍ଷେପ ନେଲେ ନାହିଁ ।

୨୦୨୫ ଏପ୍ରିଲ୍ ରେ ଜାତୀୟ ଶିକ୍ଷା ନୀତି(ଏନଇପି)-୨୦୨୦ ଆଧାରରେ ନୂତନ ପାଠ୍ୟପୁସ୍ତକ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଯାହାର ନେତୃତ୍ୱ ନେଇଥିଲେ ବିବାଦୀୟ ନିର୍ଦ୍ଦେଶକ ମନୋଜ ପାଢ଼ୀ । ସେତେବେଳେକୁ ପାଢ଼ୀ ତାଙ୍କ ଅଫିସରେ ଏକଘରିକିଆ ହୋଇସାରିଥିଲେ । ତେଣୁ ସେ କାହାର ସହଯୋଗ ଚାହିଁଲେନି କି କେହି ତାଙ୍କୁ ସହଯୋଗ କରିବାକୁ ମନ ବଳାଇ ଲେନି । ସମସ୍ତେ ନିଜର ଦାୟିତ୍ୱ ଭୁଲିଗଲେ ।

ଡିଟିପି ପାଖରେ ବସି ପାଠ୍ୟପୁସ୍ତକକୁ ଭଲ ଭାବେ ଯାଞ୍ଚ କରିବା, ତ୍ରୁଟି ଧରିବା, ସମୀକ୍ଷକମଣ୍ଡଳୀ କାର୍ଯ୍ୟର ତଦାରଖ କରିବା, କମିଟି ମଧ୍ୟରେ ସମନ୍ୱୟ ରଖିବା କାମ ସବୁ ତାଳିପକାରେ ହେଲା । ଏହି ତ୍ରୁଟି, ବିଭ୍ରାଟ ସମ୍ପର୍କରେ ନିର୍ଦ୍ଦେଶକ ମନୋଜ ପାଢ଼ୀ ଭଲ ଭାବେ ଅବଗତ ଥିଲେ ମଧ୍ୟ ହେୟଜ୍ଞାନ କରିଥିଲେ । ତେବେ ତାଙ୍କର ଗୁରୁଚାଣ୍ଡାଳ ଦୋଷ ଜାଣି ମଧ୍ୟ କିଛି ମାସ ତଳେ ରାଜ୍ୟ ସରକାର ତାଙ୍କୁ ଉଚ୍ଚ ଶିକ୍ଷା ବିଭାଗର ସ୍ୱତନ୍ତ୍ର ସଚିବ ପଦରେ ଅବସ୍ଥାପିତ କରି ଖୁସି କରାଇଥିଲେ ।

ସ୍କୁଲ ବହି ତ୍ରୁଟିର ତଦନ୍ତ ପାଇଁ ଉନ୍ନୟନ କମିସନରଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ । କମିଟିର ସୁପାରିଶ ଅନୁଯାୟୀ ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ତତ୍କାଳୀନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କ ୩ ଜଣ ସହକାରୀ ନିର୍ଦ୍ଦେଶକ ପ୍ରଲିପ୍ତା ମିଶ୍ର, ଦିଲ୍ଲୀପ କୁମାର ସାହୁ ଓ ଭାରତୀ ଟୁଡୁଙ୍କୁ ନିଲମ୍ବନ କରାଯାଇଛି । ୬ ଜଣ ସହକାରୀ ନିର୍ଦ୍ଦେଶକଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସେମାନେ ହେଲେ ବନ୍ଦିତା ପଟ୍ଟନାୟକ, ମାନସ ରଞ୍ଜନ ରାଉତ, ମନୋରଞ୍ଜନ ମହାପାତ୍ର, ଡକ୍ଟର ପ୍ରଶାନ୍ତ କୁମାର ସାହୁ, ମାନସ କୁମାର ନାୟକ ଏବଂ ଡକ୍ଟର ସୁଦର୍ଶନ ସନ୍ତରା ।

ଏବେ ପ୍ରଶ୍ନ ଉଠୁଛି ବହି ବିଭ୍ରାଟର ମୁଖ୍ୟ ଖଳନାୟକ ମନୋଜ ପାଢ଼ୀଙ୍କ ବିରୋଧରେ ସସପେଣ୍ଡ କାର୍ଯ୍ୟାନୁଷ୍ଠାନ ଯଥେଷ୍ଟ କି । ୪୦ ଲକ୍ଷ ପିଲାଙ୍କ ଭବିଷ୍ୟତକୁ ବାଜିରେ ଲଗାଇଥିବା ଏହି ଅଧିକାରୀଙ୍କ ଅପରାଧ କ’ଣ ଭୀମସେନ ଟୁଡୁଙ୍କ ଅପରାଧଠାରୁ ଛୋଟ?
ତ୍ରୁଟିପୂର୍ଣ୍ଣ ବହିକୁ ପ୍ରତ୍ୟାହାର କରିବା ପାଇଁ ନିଷ୍ପତ୍ତି ନ ନେଇ ସରକାର ପୁଣି ଗୁରୁଚାଣ୍ଡାଳ ଦୋଷ କରିଛନ୍ତି । ସବୁ ପିଲାଙ୍କୁ ସଂଶୋଧିତ ତଥ୍ୟ ପ୍ରଦାନ କରାଯିବ ବୋଲି ଯାହା କୁହାଯାଇଛି ତାହା ସମ୍ଭବ ନୁହେଁ ବୋଲି ଶିକ୍ଷକମହଲ ମତ ଦେଇଛନ୍ତି । ଶଦ୍ଦ କି ବାକ୍ୟରେ ସଂଶୋଧନ ହୋଇପାରେ । ମାତ୍ର କଣ୍ଟେଣ୍ଟ ବା ବିଷୟବସ୍ତୁ କେମିତି ସଂଶୋଧନ କରି ପଢ଼ାଯିବ ବୋଲି ସେମାନେ ପ୍ରଶ୍ନ କରିଛନ୍ତି ।

ଆହୁରି ମାରାତ୍ମକ କଥା ହେଉଛି, ଅଷ୍ଟମ ଶ୍ରେଣୀର କିଛି ସଂଶୋଧିତ ବହି ପିଲାଙ୍କୁ ଦିଆଯାଇଥିଲେ ମଧ୍ୟ ସେଥିରେ ମଧ୍ୟ ସାଂଘାତିକ ତ୍ରୁଟି ରହିଛି । ଯେମିତି, ଗଣିତ ବହିରେ ‘ଜୀବନର ଜୟଯାତ୍ରା’ ବିଷୟବସ୍ତୁ ରଖାଯାଇଛି । ମଣିଷ କେମିତି ପ୍ରକୃତିକୁ ଜିତିଲା, ଭଗବାନଙ୍କ ଆଶୀର୍ବାଦରେ ଏକଲବ୍ୟ ହେଲା, କେମିତି ପାହାଡ଼କୁ ଟପିଲା, ପ୍ରକୃତି କୋଳରେ ବଞ୍ଚିଲା ଏଇ ସବୁ ବିଷୟ ଗଣିତ ବହିରୁ ପଢ଼ିବେ ଅଷ୍ଟମ ଶ୍ରେଣୀ ପିଲା । ଗଣିତ ବହିରେ ତ୍ରିକୋଣମିତି, ଜ୍ୟାମିତି ନାହିଁ ।

ସେହି ଅଷ୍ଟମ ଶ୍ରେଣୀ ପିଲାମାନେ ବିଷୟ କୃତିରେ ରାଜସ୍ଥାନୀ ସଙ୍ଗୀତ ଭାବେ ହିନ୍ଦୀ ସୁପରହିଟ୍ ଗୀତ ନିମ୍ବୋଡ଼ା ନିମ୍ବୋଡ଼ା ନିମ୍ବୋଡ଼ା ଗୀତ ଆବୃତ୍ତି କରିବେ । ସେମିତି ଇଂରାଜୀ ବହି ‘ପଲ୍ଲଭି’ ରୁ ଓଡ଼ିଆ ରଜଦୋଳି ଗୀତ ଶିଖିବେ ପଞ୍ଚିମ ଶ୍ରେଣୀ ପିଲା ।

ଧନ୍ୟରେ ସରକାର!

Previous Post

ବିଜେଡି ‘ମିଶନ’ରେ ସୁଜାତାଙ୍କ ‘ଶକ୍ତି’

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA