Wednesday, July 1, 2026 12:26 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସ୍କୁଲରୁ ବଜାର ନିମ୍ବୋଡ଼ା ନିମ୍ବୋଡ଼ା

ପାଠ୍ୟପୁସ୍ତକ ତ୍ରୁଟିର ଭୟାନକ କାହାଣୀ

by Samar Pradhan
30 Jun, 2026- 08:40 PM
in Latest News, News
1 min read
0
ସ୍କୁଲରୁ ବଜାର ନିମ୍ବୋଡ଼ା ନିମ୍ବୋଡ଼ା

ଭୁବନେଶ୍ୱର: ମୋବାଇଲ୍ ଖୋଲିଲା ମାତ୍ରେ ନିମ୍ବୋଡ଼ା ନିମ୍ବୋଡ଼ା । ସ୍କୁଲରେ କୁନି କୁନି ପିଲାଙ୍କ ମୁହଁରେ ନିମ୍ବୋଡ଼ା ନିମ୍ବୋଡ଼ା । ରାସ୍ତାଘାଟ ବଜାର ଘାଟ ସବୁଠି ସେଇ ନିମ୍ବୋଡ଼ା ନିମ୍ବୋଡ଼ା । ଲୋକପ୍ରିୟ ହିନ୍ଦୀ ଚଳଚିତ୍ର ହମ୍ ଦିଲ୍ ଦେ ଚୁକେ ସନମ୍’ ଫିଲ୍ମରେ କବିତା କୃଷ୍ଣମୂର୍ତ୍ତିଙ୍କ କଣ୍ଠରେ ଐଶ୍ଚର୍ଯ୍ୟା ରାୟଙ୍କ ଅଭିନୀତ ନବେ ଦଶକର ଏହି ସୁପର୍ ହିଟ୍ ଗୀତ ଏବେ ଓଡିଶାବାସୀଙ୍କ ପାଇଁ ପରିହାସର ଗୀତ ହୋଇଛି । ପିଲାଠୁ ବୁଢ଼ା ସମସ୍ତେ ଏହି ଗୀତି ଗାଇ ଥଟ୍ଟା ମଜା କରୁଛନ୍ତି । କାରଣ ହେଉଛି, ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ନୂତନ ପାଠ୍ୟପୁସ୍ତକର ବିଷୟ କୃତିରେ ରାଜସ୍ଥାନୀ ସଙ୍ଗୀତ ଭାବେ ଏହା ସ୍ଥାନିତ ହୋଇଛି । ଏହି ଉଦ୍ଭଟ ଚିନ୍ତାଧାରା କାହା ଉର୍ବର ମୁଣ୍ଡରୁ ଆସିଛି ତାହା ଏବେ ସବୁଠି ଆଲୋଚନା ହେଉଛି । ଏହି ଗୀତକୁ ନେଇ ବିଭିନ୍ନ କମେଡି ଭିଡିଓ ସୋସିଆଲ୍ ମିଡିଆରେ ଛାଇ ହୋଇଯାଇଛି ।

ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ବହିରେ ୨୨୦୦ରୁ ଅଧିକ ତ୍ରୁଟି ବାଦ୍ ନିମ୍ବୋଡ଼ା ନିମ୍ବୋଡ଼ା ଭଳି ଭୟଙ୍କର କଣ୍ଟେଣ୍ଟ ବା ବିଷୟବସ୍ତୁ ସ୍ଥାନ ପାଇଛି । ତୃତୀୟ ଶ୍ରେଣୀ ବହିରେ ପ୍ରୀତି ଜିଣ୍ଟାଙ୍କ ଅଭିନୀତ ବୁମ୍ବରୋ ବୁମ୍ବରୋ ଗୀତ, ପଞ୍ଚମ ଶ୍ରେଣୀର ଇଂରାଜୀ ବହି ‘ପଲ୍ଲଭି’ରେ ଓଡ଼ିଆ ରଜଦୋଳି ଗୀତ ରହିଛି । ଷଷ୍ଠ ଶ୍ରେଣୀ ସାହିତ୍ୟ ସୁଧା ବହିରେ ଗୋଟେ ପୃଷ୍ଠାରେ ଅମାବାସ୍ୟା/ପୂର୍ଣ୍ଣିମାର ଫଟୋ ରହିଥିଲା ବେଳେ ପଛପୃଷ୍ଠାରେ ୨୦୨୫ ମସିହାର କ୍ୟାଲେଣ୍ଡର ରହିଛି । ଅଷ୍ଟମ ଶ୍ରେଣୀର ଗଣିତ ବହିରେ ତ୍ରିକୋଣମିତି, ଜ୍ୟାମିତି ବଦଳରେ ‘ଜୀବନର ଜୟଯାତ୍ରା’ ବିଷୟବସ୍ତୁ ରଖାଯାଇଛି । ମଣିଷ କେମିତି ପ୍ରକୃତିକୁ ଜିତିଲା, ଭଗବାନଙ୍କ ଆଶୀର୍ବାଦରେ ଏକଲବ୍ୟ ହେଲା, କେମିତି ପାହାଡ଼କୁ ଟପିଲା, ପ୍ରକୃତି କୋଳରେ ବଞ୍ଚିଲା ଏଇ ସବୁ ବିଷୟ ଅଛି ଗଣିତ ବହିରେ । ନବମ ଶ୍ରେଣୀ ଗଣିତ ବହିରେ ଗୋଟିଏ ବିଷୟର ନାଁ ରହିଛି- I’m Up and Down,and Round and Round (ଆଇ ଆମ୍ ଅପ୍ ଆଣ୍ଡ ଡାଉନ୍, ରାଉଣ୍ଡ ରାଉଣ୍ଡ) ।

ଅନ୍ୟ ଏକ ଶ୍ରେଣୀ ବହିରେ ଆମ ପରିବାର ବିଷୟବସ୍ତୁର ‘ଚକୁଳି କଲା ଚେଁ ଚାଁ’ ଶୀର୍ଷକରେ ଏକ ସଚିତ୍ର ପଦ୍ୟ ରହିଛି । ପଦ୍ୟଟି ହେଉଛି- ମାଆ ଆଣିଲେ ଚାଉଳ ଚୂନା, ବାପା ବାଟିଲେ ବିରି । ଜେଜୀ କରିଲେ ଚକୁଳି ପିଠା, ପିଠାପାତିଆ ଧରି । ମାନେ ନାରୀର କାମକୁ ପୁରୁଷ, ଆଉ ପୁରୁଷର କାମକୁ ନାରୀଙ୍କ ହାତରେ ଧରାଇ ଦେଇଛନ୍ତି ଲେଖକ ।

ଏଭଳି ଭାବରେ ପ୍ରତି ପୃଷ୍ଠାରେ ବିଚିତ୍ର, ଅଦ୍ଭୂତ ପାଠ ସବୁ ରହିଛି । ଗଣିତ ବହିରେ ସାହିତ୍ୟ ପାଠ ତ ଇତିହାସ ବହିରେ ବିଜ୍ଞାନ ପାଠ । କିଛି ଭାଗମାପ ନାହିଁ । ଦଳେ ଗଞ୍ଜୋଡ଼ କି ମଦୁଆଙ୍କୁ ଦାୟିତ୍ୱ ଦେଇଥିଲେ ମଧ୍ୟ ଏମିତି ଭୁଲ୍ ହୋଇ ନ ଥାନ୍ତା । କିଏ କେମିତି କାହିଁକି ଏସବୁ ଉଦ୍ଭଟ, କଦର୍ଯ୍ୟ ଓ କଦର୍ଥ କାମ ସବୁ କରିଛନ୍ତି ତାହା ମା ଗଙ୍ଗେଇଙ୍କୁ ଜଣା । ଯେଉଁଥିପାଇଁ ବି ହେଉ, ୪୦ ଲକ୍ଷ ପିଲାଙ୍କୁ ଗଣ୍ଡ ମୂର୍ଖ କରିଦେବାକୁ ଉଦ୍ୟମ ହୋଇଛି । ଏହା ହିଁ ବାସ୍ତବତା ।

ଏତେ ବିରାଟ ତ୍ରୁଟି, ଭୁଲ୍, ଟ୍ରୋଲ୍ ପରେ ବି ସରକାର ଏହାକୁ ଯେଭଳି ଗମ୍ଭୀରତାର ସହ ନେବା କଥା ସେମିତି ନେଉଥିବା ଜଣାପଡ଼ୁନାହିଁ । ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରୁନାହିଁ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ କଥାରେ କୌଣସିସି ତାଳମେଳ ନାହିଁ । ଭୁଲ୍ ପାଠ୍ୟପୁସ୍ତକଗୁଡ଼ିକୁ ପ୍ରତ୍ୟାହାର କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଇଣ୍ଟରଭ୍ୟୁ ଦେଇଥିବା ବେଳେ ମନ୍ତ୍ରୀ ଗଣ୍ଡ ମନା କରିଛନ୍ତି । ବିଦ୍ୟାଳୟକୁ ଖଣ୍ଡେ ଖଣ୍ଡେ ସଂଶୋଧିତ ବହି ଡିଇଓଙ୍କ ଜରିଆରେ ପ୍ରଦାନ କରାଯିବ । ସେହି ପୁସ୍ତିକା ଆଧାରରେ ଶିକ୍ଷକ ପିଲାଙ୍କୁ ପଢ଼ାଇବେ । ଚଳିତ ଶିକ୍ଷାବର୍ଷରେ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ବଦଳିବ ନାହିଁ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ଲାଗୁଛି, ଗଣଶିକ୍ଷାମନ୍ତ୍ରୀଙ୍କ ନିଷ୍ପତ୍ତି ଆଗରେ ମୁଖ୍ୟମନ୍ତ୍ରୀ ସତେ ଯେମିତି ଅସହାୟ ।

ବିରୋଧୀ ବିଜେଡି ଏବଂ କଂଗ୍ରେସ ଏହା ବିରୋଧରେ ସ୍ୱର ଉଠାଇଥିଲେ ମଧ୍ୟ ଆନ୍ଦୋଳନ ସେଭଳି ପ୍ରଭାବୀ ହୋଇପାରିନାହିଁ । ଏଥିପାଇଁ ଏକ ଜନଜାଗରଣର ଆବଶ୍ୟକତା ଦେଖାଦେଇଛି । ଏହି ପ୍ରସଙ୍ଗରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଆଜିର ଟୁଇଟ୍ ବେଶ୍ ପ୍ରଭାବୀ ଓ ତାତ୍ପର୍ଯ୍ୟପୂର୍ଣ୍ଣ ହୋଇଛି । ପିଲାଙ୍କ ପାଠ୍ୟପୁସ୍ତକ ତ୍ରୁଟି ଏକ ପୀଢ଼ିର ବିଶ୍ୱାସ ଭାଙ୍ଗି ଦେଇଛି ବୋଲି ନବୀନ ଲେଖିଛନ୍ତି ।

ନବୀନଙ୍କ ଟୁଇଟ୍

ବିଦ୍ୟାଳୟର ପୁସ୍ତକ କେବଳ ବହି ନୁହେଁ, ପ୍ରତ୍ୟେକ ଶିଶୁ ପାଇଁ ଏହା ହେଉଛି ସତ୍ୟ ଓ ତଥ୍ୟ ସହ ପରିଚିତ ହେବାର ପ୍ରଥମ ମାଧ୍ୟମ । ଶିଶୁଟିଏ ଅନେକ କଥାକୁ ପ୍ରଶ୍ନ କରିପାରେ, କିନ୍ତୁ ସ୍କୁଲ ପାଠ୍ୟପୁସ୍ତକରେ ଛପା ହୋଇଥିବା ଶବ୍ଦକୁ କେବେ ସନେ୍ଦହ କରେ ନାହିଁ । ପାଠ୍ୟପୁସ୍ତକ ପ୍ରତି ସେମାନଙ୍କର ଅଗାଧ ବିଶ୍ୱାସ ଓ ଆସ୍ଥା ରହିଥାଏ ।

ସ୍କୁଲ ପାଠ୍ୟପୁସ୍ତକରୁ ଗୋଟିଏ ପୀଢ଼ି କେବଳ ତଥ୍ୟ ଶିଖେ ନାହିଁ, ବରଂ ବ୍ୟବସ୍ଥା ଓ ସମାଜ ପ୍ରତି ବିଶ୍ୱାସ ଏବଂ ଆସ୍ଥା ଗଢ଼ି ଉଠେ । ହେଲେ ଏବେ ସେହି ବିଶ୍ୱାସ କ୍ଷୂର୍ଣ୍ଣ ହୋଇଛି, କ୍ଷତି କେବଳ ମୁଦ୍ରଣ ତ୍ରୁଟିରେ ସୀମିତ ରହି ନାହିଁ; ଏହା ଆମ ପିଲାମାନଙ୍କ ଭବିଷ୍ୟତରେ ମୂଳଦୁଆ ଉପରେ ଆଘାତ ଦେଇଛି ।

ସ୍କୁଲ ପାଠ୍ୟପୁସ୍ତକ ପ୍ରତି ଓଡ଼ିଶାର ବିଜେପି ସରକାର କରିଥିବା ଚରମ ଅବହେଳା ଏହି ପବିତ୍ର ବିଶ୍ୱାସକୁ ଭାଙ୍ଗି ଦେଇଛି । ଏହାର ଶିକାର ହୋଇଛନ୍ତି ଆମର ଲକ୍ଷ ଲକ୍ଷ ନିରୀହ ଛାତ୍ରଛାତ୍ରୀ; ଯେଉଁମାନେ ହେଉଛନ୍ତି ଓଡ଼ିଶାର ଭବିଷ୍ୟତ, ଆଗାମୀକାଲିର ବାର୍ତ୍ତାବହ ।

ଭୁଲରେ ଭରା ପାଠ୍ୟପୁସ୍ତକ ଛାପିବା ଏବଂ ପରେ ସେଗୁଡ଼ିକୁ ପ୍ରତ୍ୟାହାର କରିବା ପ୍ରସଙ୍ଗରେ ବାରମ୍ବାର ନିଷ୍ପତ୍ତି ବଦଳାଇ, ପିଲାମାନଙ୍କ ଆସ୍ଥା ଓ ବିଶ୍ୱାସର ମୂଳଦୁଆକୁ ଦୁର୍ବଳ କରାଯାଉଛି ।

ସରକାର ହୁଏତ ପରବର୍ତ୍ତୀ ସଂସ୍କରଣରେ ପାଠ୍ୟପୁସ୍ତକର ତୁ୍ରଟି ସୁଧାରିପାରନ୍ତି । କିନ୍ତୁ ଆମ ଓଡ଼ିଆ ପିଲାମାନଙ୍କର ଏକ ସମ୍ପୂର୍ଣ୍ଣ ପୀଢ଼ିର ବିଶ୍ୱାସକୁ ଭାଙ୍ଗିଦେବାକୁ ହୋଇଥିବା ଉଦ୍ୟମ ପାଇଁ ଉତ୍ତରଦାୟୀ କିଏ ହେବ? କୋମଳମତି ପିଲାମାନଙ୍କ ଆସ୍ଥା ଉପରେ ଯେଉଁ ଆଘାତ ହୋଇଛି, ତା’କୁ କ’ଣ କୌଣସି ସଂଶୋଧନ କେବେ ଭରିପାରିବ?

Previous Post

ଗଣ୍ଡ, ପାଢ଼ୀ ଯିବେ କେବେ?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA