Wednesday, July 15, 2026 09:23 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପ୍ରଭାତ ବିଶ୍ୱାଳ ଜଣେ ଗର୍ଦ୍ଦାର

ବର୍ଷିଲେ ନବୀନ ପଟ୍ଟନାୟକ

by Samar Pradhan
13 Jul, 2026- 11:10 PM
in Latest News, News, Politics
1 min read
0
ପ୍ରଭାତ ବିଶ୍ୱାଳ ଜଣେ ଗର୍ଦ୍ଦାର

ଭୁବନେଶ୍ୱର: ପ୍ରଭାତ ବିଶ୍ୱାଳ ଜେଲ୍ ଗଲେ ତଥାପି ମୁଁ କ୍ଷମା କଲି । ତାଙ୍କ ପୁଅକୁ ଦୁଇଥର ଟିକେଟ୍ ଦେଲି । ମାତ୍ର ଦୁଇଜଣ ଯାକ ବିଜେଡି ସହ ଗର୍ଦ୍ଦାରୀ କଲେ ।

ଆଜି ନବୀନ ନିବାସରେ କଟକ-ଚୌଦ୍ୱାର ବିଜେଡି କର୍ମୀଙ୍କୁ ସମ୍ବୋଧନ ବେଳେ ପ୍ରଭାତ ବିଶ୍ୱାଳଙ୍କ ଉପରେ ଏମିତି ବର୍ଷିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଗତକାଲି ବିଜେପି ଟୋପି ପିନ୍ଧିଥିବା ପ୍ରଭାତ ବିଶ୍ୱାଳ ଏବଂ ଯୋଗାଡ଼ିଆ ପୁଅ ସୌଭିକ ବିଶ୍ୱାଳ କାହିଁକି ବିଶ୍ୱାସଘାତକ ତାହା ପୂର୍ବତନ ବସ୍ ଦୁଇ ପଦରେ ବୁଝାଇ ଦେଇଛନ୍ତି ।

ବୋଧହୁଏ ସୌଜନ୍ୟତା ଦୃଷ୍ଟିରୁ ବାପପୁଅଙ୍କ ଇଜ୍ଜତକୁ ଜଗି ନବୀନ ଅଧିକ କହିବାକୁ ଚାହିଁ ନାହାନ୍ତି । ଯାହା କହିପାରିଥାନ୍ତେ ତାହା ହେଲା-

ସିସୋର ଚିଟଫଣ୍ଡ କେଳେଙ୍କାରୀରେ ପ୍ରଭାତ ବିଶ୍ୱାଳଙ୍କୁ ସିବିଆଇ ବାନ୍ଧି ଜେଲ୍ ରେ ପୂରେଇଥିଲା । ବାପାର ବିପଦ ବେଳେ ପୁଅ ସୌଭିକ ବିଶ୍ୱାଳ ମୁହଁ ଚାହିଁ ଦୁଇଥର ଟିକେଟ ଦେଇଥିଲି । ସେହି ପୁଅ ରାଜ୍ୟସଭା ନିର୍ବାଚନରେ ଦଳ ସମର୍ଥିତ ପ୍ରାର୍ଥୀଙ୍କ ବିରୋଧରେ କ୍ରସ୍ ଭୋଟିଂ କଲେ । ଶେଷରେ ବାପାଙ୍କୁ ବିଜେପି ଟୋପି ପିନ୍ଧାଇବାକୁ ପୁଅ ଯୋଗାଡ଼ିଆ ବନିଲେ । ଅତଏବ ବାପପୁଅ ଦୁହେଁ ପରମ ଗର୍ଦ୍ଦାର । ଏଭଳି ଚରିତ୍ରଙ୍କୁ ଦୂରୁ ଜୁହାର । ଏମାନଙ୍କୁ କ୍ଷମତା ଦେଇ ବଳଶାଳୀ କରିଥିବାରୁ ମୁଁ କ୍ଷମା ମାଗି ନେଉଛି ।

ଆଜି କଟକ-ଚୌଦ୍ୱାରରୁ ଆସିଥିବା ବିଜେଡି କର୍ମୀଙ୍କୁ ଭେଟିବା ବେଳେ ନବୀନ ବହୁତ ଖୁସି ଥିଲେ । ଚୌଦ୍ୱାର ଅଞ୍ଚଳର ବିକାଶରେ ବିଜୁ ବାବୁଙ୍କ ଅବଦାନକୁ ସ୍ମରଣ କରିଥିଲେ । ଚୌଦ୍ୱାରରେ ବିଜେଡିର ବିଜୟ ଧାରା ଜାରି ରଖିବାକୁ ଦୃଢ଼ ଆତ୍ମବିଶ୍ୱାସ ଦେଇଥିଲେ ।

କଟକ ଜିଲ୍ଲା ସଭାପତି ପ୍ରଫୁଲ୍ଲ ସିଂହଙ୍କ ନେତୃତ୍ୱରେ କଟକ-ଚୌଦ୍ୱାର ନିର୍ବାଚନମଣ୍ଡଳୀର ବିଜେଡି ନେତୃବୃନ୍ଦ ନବୀନ ନିବାସ ଆସି ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ସମସ୍ତେ ଏକଜୁଟ୍ ରହି ଜନସାଧାରଣଙ୍କ ସେବା ଜାରି ରଖିବାକୁ ପରାମର୍ଶ ଦେଇଥିଲେ । ଲୋକଙ୍କ ସହ ସବୁବେଳେ ଜଡ଼ିତ ରହି ଦଳୀୟ ସଙ୍ଗଠନକୁ ସୁଦୃଢ଼ କରିବାକୁ କହିଥିଲେ ।

ଦୁଇ ଦିନ ପୂର୍ବରୁ ଚୌଦ୍ୱାର ପୌରପାଳିକା ନଗରପାଳ ଶ୍ରୀମତୀ ମାନସୀ ସ୍ୱର୍ଣ୍ଣପ୍ରଭା ସାମଲଙ୍କ ନେତୃତ୍ୱରେ ବିଜେଡି କାଉନସିଲର ବୃନ୍ଦ ନବୀନଙ୍କୁ ଭେଟିଥିଲେ । ଉକ୍ତ ସମୟରେ ଆସି ପାରିନଥିବା କାଉନସିଲର ଆଶୁତୋଷ ଦାସ, ବିଜୟ ସାହୁ, ବିମଳ କୁମାର ବେଉରା, ପ୍ରଭାତ ବେହେରା, ସୁବ୍ରତ ସାମଲ, ଅଜୟ କୁମାର ବେହେରା, ବିଜୟ କୁମାର ମଲ୍ଲିକ, ବିଷ୍ଣୁ ସାହୁ, ବାବୁଲି ରଣା, ଅଜୟ ମହାନ୍ତି, ନିମାଇଁ ବିଶ୍ୱାଳ, ବିଭୂତି ସ୍ୱାଇଁ, ରଂଜିତା କାହାଳୀ, ମିତାଲି ଭଞ୍ଜ ଓ ଅନ୍ୟ ମାନଙ୍କ ସହ ଆଜି ନବୀନଙ୍କୁ ଭେଟିଥିଲେ ।

ସୂଚନାଥାଉକି ଗତକାଲି ପ୍ରଭାତ ବିଶ୍ୱାଳଙ୍କୁ ବିଜେପିକୁ କୋଳେଇଲା ବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ଦଳ ସଭାପତି ମନମୋହନ ସାମଲ ଅତ୍ୟଧିକ ଖୁସି ଥିଲେ । ପ୍ରଭାତଙ୍କୁ ଭଲ ପାଇ ଯେ ଖୁସିଥିଲେ ତାହା ନୁହେଁ, ଏମାନଙ୍କ ଖୁସି ପଛରେ ଭିନ୍ନ କାରଣ ଥିବା ଚର୍ଚ୍ଚା ହେଉଛି ।

ସେହି କାରଣଟି ହେଉଛି, ବିଜେପିରେ ଦେବାଶିଷ ସାମନ୍ତରାୟଙ୍କ ଯୋଗଦାନ । ଦିଲ୍ଲୀରେ ଧର୍ମେନ୍ଦ୍ର ପ୍ରଧାନ କାମ ବଢ଼ାଇ ସାରିଲା ପରେ ଯାଇ ଓଡ଼ିଶା ଯୋଡିଙ୍କୁ ଖବର ଆସିଥିଲା । ମିଶ୍ରଣ ପର୍ବରେ ଯୋଗଦେବାକୁ ଡାକରା ଆସିଲା ପର୍ଯ୍ୟନ୍ତ ସେମାନେ ଏହାର ସୁରାକ୍ ପାଇ ନ ଥିଲେ । ଯାହା ଉଭୟଙ୍କ ପାଇଁ ଭୀଷଣ ଅପମାନର ବିଷୟ ଥିଲା । ବିଜେପିରେ ପ୍ରଭାତ ବିଶ୍ୱାଳଙ୍କୁ ମିଶାଇ ମୋହନ-ମନମୋହନ ପୂର୍ବ ଅପମାନର ଜ୍ୱାଳା ପ୍ରଶମିତ କରିଥିବା କୁହାଯାଉଛି ।

 

 

Previous Post

ଚର୍ଚ୍ଚାରେ ସଂତୃପ୍ତଙ୍କ ଲଞ୍ଚ ପାର୍ଟି

Next Post

ଲୋୟର ପିଏମଜିରେ ଚାମେଲି

Next Post
ଲୋୟର ପିଏମଜିରେ ଚାମେଲି

ଲୋୟର ପିଏମଜିରେ ଚାମେଲି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA