Tuesday, July 14, 2026 07:45 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଲୋୟର ପିଏମଜିରେ ଚାମେଲି

ନ୍ୟାୟ ପାଇଁ ଅନଶନରେ ବସିଲେ

by Our Correspondent
13 Jul, 2026- 11:37 PM
in Latest News, News
1 min read
0
ଲୋୟର ପିଏମଜିରେ ଚାମେଲି

ଭୁୁବନେଶ୍ୱର: ବହୁ ଚର୍ଚ୍ଚିତ ତିଖିରି ପଞ୍ଚାୟତ ସରପଞ୍ଚ ଚାମେଲି ଓଝାଙ୍କ ଆନ୍ଦୋଳନ କେନ୍ଦ୍ରାପଡ଼ାରୁ ଭୁବନେଶ୍ୱର ଆସିଛି । ନ୍ୟାୟ ପାଇଁ ଲୋୟର ପିଏମଜିଠାରେ ସେ ଆମରଣ ଅନଶନ ଆରମ୍ଭ କରିଛନ୍ତି । ତାଙ୍କ ପ୍ରତି ହୋଇଥିବା ଅନ୍ୟାୟ ଓ ଅତ୍ୟାଚାରର ବିଚାର ଦାବି କରିଛନ୍ତି । ମହାକାଳପଡ଼ା ବିଡିଓ ରବିନାରାୟଣ ଆଚାର୍ଯ୍ୟଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଏବଂ ଆଇଆଇସି ମାନସ ମଲ୍ଲିକଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ ପାଇଁ ସେ ଦାବି କରିଛନ୍ତି । ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆମରଣ ଅନଶନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ।

ଚାମେଲି କହିଛନ୍ତି, ମୋ ପ୍ରତି ହୋଇଥିବା ଅନ୍ୟାୟ ଅତ୍ୟାଚାର ସାରା ଓଡ଼ିଶା ଦେଖିଲା । ମୋ ବିରୋଧରେ ମିଛ କେସ୍ ଦିଆଗଲା । ଗାଡ଼ି ଭିତରେ ନିର୍ମମ ଭାବରେ ମାଡ଼ ମରାଗଲା । ମୋ ପାଟି ବନ୍ଦ କରିବାକୁ ବହୁତ ଚେଷ୍ଟା କରାଗଲା । ମାତ୍ର ବର୍ତ୍ତମାନ ସୁଦ୍ଧା ଅପରାଧୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ । ଇତିମଧ୍ୟରେ ଗୋଟେ ମାସ ହୋଇଗଲାଣି । ବହୁତ ଅପେକ୍ଷା କଲି । ବହୁତ ଚିଠି ବି ଦେଲି । ଯେତେବେଳେ ସୁଫଳ ପାଇଲିନି ବାଧ୍ୟହୋଇ ଏଠି ଲୋୟର ପିଏମଜିରେ ଆମରଣ ଅନଶନରେ ବସିଲି ।

ଚାମେଲି ପୂର୍ବରୁ କେନ୍ଦ୍ରାପଡ଼ା ଜିଲ୍ଲା ପୁଲିସ ଓ ପ୍ରଶାସନକୁ ଜୁନ୍ ୨୪ ତାରିଖ ଡେଡଲାଇନ୍ ଦେଇଥିଲେ । କଣ୍ଟ ପୂରିବା ପରେ ନ୍ୟାୟ ନ ମିଳିବାରୁ ୨୫ ତାରିଖରେ ରାସ୍ତାକୁ ଓହ୍ଲାଇଥିଲେ । ଶତାଧିକ ସମର୍ଥକଙ୍କ ସହ କେନ୍ଦ୍ରାପଡ଼ା ଏସପିଙ୍କ ଅଫିସ ସାମନାରେ ଧାରଣାରେ ବସିଥିଲେ । ଏସପିଙ୍କ ଅଫିସ୍ ଆଗରେ ଚାମେଲିଙ୍କ ଧାରଣା କେବଳ କେନ୍ଦ୍ରାପଡ଼ା ପ୍ରଶାସନ ନୁହେଁ, ରାଜ୍ୟ ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଥିଲା । ଜିଲ୍ଲା ଓ ପୁଲିସ ପ୍ରଶାସନ ତତ୍ପର ହୋଇ ଉଠିଥିଲେ । କେନ୍ଦ୍ରାପଡ଼ା ଏସଡିପିଓ ଏବଂ ଅତିରିକ୍ତ ଏସପି ଚାମେଲିଙ୍କ ପାଖକୁ ଆସି ତାଙ୍କୁ ସମ୍ପୂର୍ଣ୍ଣ ନ୍ୟାୟ ମିଳିବ ବୋଲି ଏସପିଙ୍କ ପକ୍ଷରୁ ପ୍ରତିଶ୍ରୁତି ଦେଇଥିଲେ । ଏସପି ନିଜେ ଏହି ଘଟଣାର ତତ୍ତ୍ୱାବଧାନ କରୁଛନ୍ତି ଏବଂ ତାଙ୍କୁ ସହଯୋଗ କରିବାକୁ ଅନୁରୋଧ କରିଥିଲେ । ଏହାପରେ ଚାମେଲି ଧାରଣାରୁ ହଟିଥିଲେ ।

ସୂଚନାଥାଉକି, ମହାକାଳପଡ଼ା ବ୍ଲକ୍ ଅଫିସରେ ଜୁନ୍ ୧୧ରେ ଚାମେଲିଙ୍କ ପ୍ରତି ଅଘଟଣ ଘଟିଥିଲା । ପୁଲିସଠାରୁ ମାଡ଼ ଖାଇ ଅସୁସ୍ଥ ହୋଇଥିବା ଚାମେଲି କେନ୍ଦ୍ରାପଡ଼ା ହସ୍ପିଟାଲରେ ୭ ଦିନ ଚିକିତ୍ସିତ ହୋଇଥିଲେ । ୧୮ ତାରିଖରେ ଗାଁକୁ ଫେରିବା ପୂର୍ବରୁ ଜିଲ୍ଲାପାଳଙ୍କୁ ଭେଟି ନ୍ୟାୟ ମାଗିଥିଲେ । ମହାକାଳପଡ଼ା ବିଡିଓ ଏବଂ ଆଇଆଇସିଙ୍କୁ ନିଲମ୍ବନ ସହ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଗଲେ ଯାଇ ସେ ନ୍ୟାୟ ପାଇବେ ବୋଲି କହିଥିଲେ ।

Previous Post

ପ୍ରଭାତ ବିଶ୍ୱାଳ ଜଣେ ଗର୍ଦ୍ଦାର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA