Wednesday, July 15, 2026 03:43 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମନୋଜ ପାଢ଼ୀ ଗିରଫ

ପାଠ୍ୟପୁସ୍ତକ କେଳେଙ୍କାରୀ

by Our Correspondent
14 Jul, 2026- 10:55 PM
in Crime, Latest News, News
1 min read
0
ମନୋଜ ପାଢ଼ୀ ଗିରଫ

ଭୁୁବନେଶ୍ୱର: SCERT ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀ ଗିରଫ ହୋଇଛନ୍ତି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକ ତ୍ରୁଟିର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଟିମ୍ ଆଜି ସକାଳୁ ତାଙ୍କୁ ଅଟକ ରଖିଥିଲା । ୬ ଘଣ୍ଟାରୁ ଅଧିକ ସମୟ ଧରି ପଚରା ଉଚୁରା କରିବା ପରେ ଗିରଫ କରାଯାଇଛି । ତାଙ୍କ ବିରୋଧରେ ବିଏନଏସ ଧାରା ୩୧୬(୫), ୨୦୧, ୬୧(୨) ଏବଂ ୩/୫ରେ ମାମଲା ରୁଜୁ ହୋଇଛି ।

ଶ୍ରୀ ପାଢ଼ୀ SCERT ନିର୍ଦ୍ଦେଶକ ଥିଲା ବେଳେ ଜାତୀୟ ଶିକ୍ଷାନୀତି-୨୦୨୦ ଆଧାରରେ ନୂତନ ପାଠ୍ୟପୁସ୍ତକ ପ୍ରସ୍ତୁତ ହୋଇଥିଲା । ଆଜି ତାଙ୍କୁ ଗିରଫ କରିବା ପରେ କ୍ରାଇମବ୍ରାଞ୍ଚ ସାଂଘାତିକ ତଥ୍ୟ ଦେଇଛି । ଶ୍ରୀ ପାଢ଼ୀ କର୍ତ୍ତବ୍ୟରେ ଚରମ ଅବହେଳା ସହ ଜାଣିଶୁଣି ତ୍ରୁଟି କରିଥିଲେ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ନୂଆ ପାଠ୍ୟପୁସ୍ତକର ସମ୍ପୂର୍ଣ୍ଣ ତଦାରଖ, ସମନ୍ୱୟ, ନିରୀକ୍ଷଣ, ଅନୁମୋଦନ ଦାୟିତ୍ୱରେ ଥିଲେ । ମାତ୍ର ବିନା ଯାଞ୍ଚରେ ମୁଦ୍ରଣ ପାଇଁ ପଠାଇଥିଲେ । ଯାହା ଅପରାଧିକ କାର୍ଯ୍ୟ । ବହି ତ୍ରୁଟିରେ ସରକାରଙ୍କର ୧୭୫ କୋଟିର ରାଜସ୍ୱ କ୍ଷତି ହୋଇଛି । ଏହି କ୍ଷତି ପାଇଁ ତତ୍କାଳୀନ ନିର୍ଦ୍ଦେଶକ ପାଢ଼ୀ ସମ୍ପୂର୍ଣ୍ଣ ଦାୟୀ ବୋଲି କ୍ରାଇମବ୍ରାଞ୍ଚ ଅନୁସନ୍ଧାନ କାଳରେ ଜାଣିବାକୁ ପାଇଛି ।

୨୦୨୪ ଜୁନ୍ ରେ ମନୋଜ ପାଢ଼ୀ ଏସସିଇଆରଟିର ନିର୍ଦ୍ଦେଶକ ଭାବେ ଯୋଗ ଦେଇଥିଲେ । ତାଙ୍କର ଆଚାର, ବ୍ୟବହାରରେ ସମସ୍ତେ ତ୍ରାହି ଡାକ ଦେଇଥିଲେ । ସହକାରୀ ନିର୍ଦ୍ଦେଶକମାନଙ୍କୁ ଚାକର ବାକର ଭଳି ବ୍ୟବହାର କରୁଥିଲେ । ତାଙ୍କ ବିରୋଧରେ ଅସନ୍ତୋଷ ବ୍ୟାପିବାରୁ ୫ ମାସ ପରେ ସରକାର ତାଙ୍କୁ ବଦଳି କରିଦେଲେ । ତାଙ୍କ ଜାଗାକୁ ବରିଷ୍ଠ ଓଏଏସ୍ ଅଧିକାରୀ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଅଣାଯାଇଥିଲା । ହେଲେ ୨୬ ଦିନ ପରେ ନିଷ୍ପତ୍ତି ବଦଳିଗଲା । ନଭେମ୍ବର ୨୯ରେ ମନୋଜ ପାଢ଼ୀଙ୍କୁ ପୁଣି ଫେରାଇ ଅଣାଗଲା । ଏସଆଇଆରଟି ନିର୍ଦ୍ଦେଶକ ଭାବେ ତାଙ୍କର ଦ୍ୱିତୀୟ ପାଳି ଆରମ୍ଭ ହେଲା । ଇନ୍ଦ୍ରଚନ୍ଦ୍ର କାହାରିକୁ ମାନିଲେ ନାହିଁ ପାଢ଼ୀ ବାବୁ ।

ପାଢ଼ୀଙ୍କ ନିର୍ଯ୍ୟାତନା ବିରୋଧରେ ପିଅନଠାରୁ ଆରମ୍ଭ କରି ସହକାରୀ ନିର୍ଦ୍ଦେଶକ ସମସ୍ତେ ଏକଜୁଟ୍ ହୋଇଥିଲେ । ମୁଖ୍ୟମନ୍ତ୍ରୀ, ଗଣ ଶିକ୍ଷାମନ୍ତ୍ରୀ ଏବଂ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଅବଗତ କରାଇଥିଲେ । ସହକାରୀ ନିର୍ଦ୍ଦେଶକମାନେ ତତ୍କାଳୀନ ସଚିବଙ୍କୁ ସାକ୍ଷାତ କରି ଦାବିପତ୍ର ମଧ୍ୟ ଦେଇଥିଲେ । ମାତ୍ର କିଛି ଫଳ ନ ମିଳିବାରୁ ସେମାନେ ବିଧାୟକମାନଙ୍କ ସହଯୋଗ ଳୋଡ଼ିଥିଲେ । ୨୦୨୪ ଡିସେମ୍ବରରେ ୧୫ ଜଣ ବିଧାୟକ ମନୋଜ ପାଢ଼ୀଙ୍କୁ ଏସସିଇଆରଟିରୁ ବିଦା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ମାତ୍ର ମୁଖ୍ୟମନ୍ତ୍ରୀ କୌଣସି ପଦକ୍ଷେପ ନେଲେ ନାହିଁ ।

୨୦୨୫ ଏପ୍ରିଲ୍ ରେ ଜାତୀୟ ଶିକ୍ଷା ନୀତି(ଏନଇପି)-୨୦୨୦ ଆଧାରରେ ନୂତନ ପାଠ୍ୟପୁସ୍ତକ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଯାହାର ନେତୃତ୍ୱ ନେଇଥିଲେ ବିବାଦୀୟ ନିର୍ଦ୍ଦେଶକ ମନୋଜ ପାଢ଼ୀ । ସେତେବେଳେକୁ ପାଢ଼ୀ ତାଙ୍କ ଅଫିସରେ ଏକଘରିକିଆ ହୋଇସାରିଥିଲେ । ତେଣୁ ସେ କାହାର ସହଯୋଗ ଚାହିଁଲେନି କି କେହି ତାଙ୍କୁ ସହଯୋଗ କରିବାକୁ ମନ ବଳାଇଲେନି ।

ଡିଟିପି ପାଖରେ ବସି ପାଠ୍ୟପୁସ୍ତକକୁ ଭଲ ଭାବେ ଯାଞ୍ଚ କରିବା, ତ୍ରୁଟି ଧରିବା, ସମୀକ୍ଷକମଣ୍ଡଳୀ କାର୍ଯ୍ୟର ତଦାରଖ କରିବା, କମିଟି ମଧ୍ୟରେ ସମନ୍ୱୟ ରଖିବା କାମ ସବୁ ତାଳିପକାରେ ହେଲା । ଏହି ତ୍ରୁଟି, ବିଭ୍ରାଟ ସମ୍ପର୍କରେ ନିର୍ଦ୍ଦେଶକ ମନୋଜ ପାଢ଼ୀ ଭଲ ଭାବେ ଅବଗତ ଥିଲେ ମଧ୍ୟ ହେୟଜ୍ଞାନ କରିଥିଲେ । ତେବେ ତାଙ୍କର ଦୋଷତ୍ରୁଟି ଜାଣି ମଧ୍ୟ କିଛି ମାସ ତଳେ ରାଜ୍ୟ ସରକାର ତାଙ୍କୁ ଉଚ୍ଚ ଶିକ୍ଷା ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ପୁରସ୍କୃତ କରିଥିଲେ । ପାଠ୍ୟପୁସ୍ତକ ତ୍ରୁଟି ପଦାକୁ ଆସିଲା ପରେ ତଦନ୍ତ କମିଟି ରିପୋର୍ଟ ଆଧାରରେ ଜୁନ୍ ୨୬ ରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଚାକିରିରୁ ନିଲମ୍ବିତ କରିଥିଲେ ।

ସୂଚନାଥାଉକି, ପିଲାଙ୍କ ପାଠ୍ୟପୁସ୍ତକରେ ହଜାର ହଜାର ତ୍ରୁଟି ଜଣାପଡ଼ିବା ପରେ ସାରା ରାଜ୍ୟରେ ଚହଳ ପଡ଼ିଥିଲା । ଉନ୍ନୟନ କମିସନରଙ୍କ ଅଧ୍ୟକ୍ଷତାରେ ମୁଖ୍ୟମନ୍ତ୍ରୀ ତଦନ୍ତ କମିଟି ଗଠନ କରିଥିଲେ ।  କମିଟିର ସୁପାରିଶ ଅନୁଯାୟୀ ମୁଖ୍ୟମନ୍ତ୍ରୀ ଏସସିଇଆରଟିର ତତ୍କାଳୀନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କ ୩ ଜଣ ସହକାରୀ ନିର୍ଦ୍ଦେଶକ ପ୍ରଲିପ୍ତା ମିଶ୍ର, ଦିଲ୍ଲୀପ କୁମାର ସାହୁ ଓ ଭାରତୀ ଟୁଡୁଙ୍କୁ ଚାକିରିରୁ ନିଲମ୍ବନ ନିର୍ଦ୍ଦେଶ ଦେଇଥିଲେ ।

ଏହା ସହିତ ୬ ଜଣ ସହକାରୀ ନିର୍ଦ୍ଦେଶକ ବନ୍ଦିତା ପଟ୍ଟନାୟକ, ମାନସ ରଞ୍ଜନ ରାଉତ, ମନୋରଞ୍ଜନ ମହାପାତ୍ର, ଡକ୍ଟର ପ୍ରଶାନ୍ତ କୁମାର ସାହୁ, ମାନସ କୁମାର ନାୟକ ଏବଂ ଡକ୍ଟର ସୁଦର୍ଶନ ସନ୍ତରାଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । 

 

Previous Post

ଲୋୟର ପିଏମଜିରେ ଚାମେଲି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA