Saturday, July 25, 2026 02:54 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନବୀନଙ୍କ କୃତୀତ୍ୱକୁ ନିଜର କଲେ ମୋହନ

ବିଜେପିର ସରକାରଙ୍କ ଉଦ୍ୟମ ହାସ୍ୟାସ୍ପଦ: ବିଜେଡି

by Our Correspondent
24 Jul, 2026- 10:45 PM
in Latest News, News
1 min read
0
ନବୀନଙ୍କ କୃତୀତ୍ୱକୁ ନିଜର କଲେ ମୋହନ

ଭୁବନେଶ୍ୱର: ନୀତି ଆୟୋଗର ଇନଭେଷ୍ଟମେଣ୍ଟ ଫ୍ରେଣ୍ଡଲିନେସ୍ ଇଣ୍ଡେକ୍ସ ରିପୋର୍ଟରେ ଓଡ଼ିଶାକୁ ୫ମ ସ୍ଥାନ ମିଳିବା ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗର୍ବର ବିଷୟ । କିନ୍ତୁ ବର୍ତ୍ତମାନର ବିଜେପି ସରକାର ଏହି ସଫଳତାକୁ ନିଜର କୃତୀତ୍ୱ ବୋଲି ଉପସ୍ଥାପନ କରିବା ଅତ୍ୟନ୍ତ ହାସ୍ୟାସ୍ପଦ । ଆଜି ଓଡ଼ିଶା ଭାରତର ଅନ୍ୟତମ ନିବେଶ ଅନୁକୂଳ, ଆର୍ଥିକ ଶୃଙ୍ଖଳିତ ଏବଂ ଶିଳ୍ପ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ଭାବେ ଯେଉଁ ସୁନାମ ଅର୍ଜନ କରିଛି ତାହା କେବଳ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦର୍ଶୀ ନେତୃତ୍ୱର ଫଳ । ବିଜେଡି ସରକାରର ୨୪ ବର୍ଷର ସ୍ଥିର ଶାସନ, ଆର୍ଥିକ ଶୃଙ୍ଖଳା ଓ ନୀତିଗତ ସ୍ଥିରତା ଯୋଗୁଁ ଶିଳ୍ପ କ୍ଷେତ୍ରରେ ଓଡ଼ିଶା ଆଗେଇ ଚାଲିଛି । କିନ୍ତୁ ବିଜେପି ସରକାର ଏହାକୁ ନିଜର ସଫଳତା କହି ଜନସାଧାରଣଙ୍କୁ ବିଭ୍ରାନ୍ତ କରିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ବିଜେଡି କହିଛି ।

ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଓ ମୁଖପାତ୍ର ଡ଼ ଲେନିନ ମହାନ୍ତି କହିଛନ୍ତି, ଓଡ଼ିଶାର ଶିଳ୍ପ ପରିବର୍ତ୍ତନ କୌଣସି ଆକସ୍ମିକ ଘଟଣା ନୁହେଁ କିମ୍ୱା ସ୍ୱଳ୍ପକାଳୀନ ଶାସନର ପରିଣାମ ନୁହେଁ । ଏହା କେବଳ ନବୀନ ପଟ୍ଟନାୟକଙ୍କ ଦୂରଦର୍ଶୀ ନେତୃତ୍ୱ, ସ୍ୱଚ୍ଛ ପ୍ରଶାସନ, ଦୀର୍ଘମିଆଦି ଶିଳ୍ପ ଯୋଜନା ଯୋଗୁଁ ସମ୍ଭବ ହୋଇପାରିଛି । ନବୀନ ବାବୁ ଏକ ଦୀର୍ଘମିଆଦୀ ଶିଳ୍ପ ରଣନୀତି ପ୍ରଣୟନ କରିଥିଲେ, ଯାହା ଦ୍ରୁତ ଶିଳ୍ପାୟନ ସହ ପରିବେଶ ସୁରକ୍ଷା, ସାମାଜିକ ଦାୟିତ୍ୱ ଏବଂ ସମାବେଶୀ ବିକାଶ ମଧ୍ୟରେ ସନ୍ତୁଳନ ରକ୍ଷା କରିଥିଲା । ବନ୍ଦର ଓ ଲଜିଷ୍ଟିକ୍ସ ଭିତ୍ତିଭୂମିକୁ ସୁଦୃଢ଼ କରିବା, ଡାଉନଷ୍ଟ୍ରିମ୍ ଶିଳ୍ପକୁ ପ୍ରୋତ୍ସାହନ ଦେଇ ଶିଳ୍ପ କରିଡର ବିକଶିତ କରିବା ଏବଂ ସ୍ୱଚ୍ଛ ଓ ନିବେଶକ ଅନୁକୂଳ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ବ୍ୟବସ୍ଥା ପ୍ରଚଳନ କରିଥିଲେ । ୱାର୍ଲ୍ଡ ସ୍କିଲ୍ ସେଣ୍ଟର ଏବଂ ବିଭିନ୍ନ କୌଶଳ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ହଜାର ହଜାର ଯୁବକ ଯୁବତୀଙ୍କୁ ବିଶ୍ୱସ୍ତରୀୟ ଦକ୍ଷତା ପ୍ରଦାନ କରାଯାଇଥିଲା ବୋଲି କହିଥିଲେ ।

କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର କହିଥିଲେ, ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଇସ୍ପାତ, ଆଲୁମିନିୟମ୍, ଖଣି, ପେଟ୍ରୋକେମିକାଲ୍, ଉତ୍ପାଦନ, ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, ଖାଦ୍ୟ ପ୍ରକ୍ରିୟାକରଣ, ବୟନଶିଳ୍ପ ଏବଂ ସେବା କ୍ଷେତ୍ର ସମେତ ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ଦେଶର ଅନ୍ୟତମ ନିବେଶ ରାଜ୍ୟରେ ପରିଣତ ହୋଇଥିଲା । ସେଣ୍ଟର ଫର୍ ମନିଟରିଂ ଇଣ୍ଡିଆନ୍ ଇକୋନୋମି ଅନୁସାରେ, ୨୦୧୯ ମସିହାରେ ଓଡ଼ିଶା ମହାରାଷ୍ଟ୍ରକୁ ପଛରେ ପକାଇ ନିବେଶ ପ୍ରସ୍ତାବ ଆକର୍ଷଣରେ ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଥିଲା । ଭାରତର ପ୍ରାୟ ୫୦ ପ୍ରତିଶତ ଖଣିଜ ସମ୍ପଦ ଓଡ଼ିଶାରେ ରହିଛି ଏବଂ ଦେଶର ପ୍ରାୟ ଏକ ଚତୁର୍ଥାଂଶ କୋଇଲା ଉତ୍ପାଦନ ଓଡ଼ିଶାରୁ ହୋଇଥାଏ । ଏହି ପ୍ରାକୃତିକ ସମ୍ପଦକୁ ସ୍ଥାୟୀ ଶିଳ୍ପ ବିକାଶରେ ପରିଣତ କରିବା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦୂରଦର୍ଶିତାର ପ୍ରମାଣ । ଦୁଇ ବର୍ଷରୁ ଅଧିକ ସମୟ ଶାସନରେ ରହି ବିଜେପି ସରକାର ପ୍ରାୟ ୩ ଲକ୍ଷ କୋଟି ଟଙ୍କାର ନିବେଶ ଘୋଷଣା କରିଥିଲେ ମଧ୍ୟ ଶିଳ୍ପ ପ୍ରକଳ୍ପ, ନୂତନ ଶିଳ୍ପ କରିଡର କରିବାରେ ବିଫଳ ହୋଇଛନ୍ତି । ପୂର୍ବ ବିଜେଡି ସରକାରର କାମକୁ ନିଜର ସଫଳତା କହି ବର୍ତ୍ତମାନର ସରକାର ଯେଉଁ ବାହାବା ନେଉଛି ତାହା ଅତ୍ୟନ୍ତ ହାସ୍ୟାସ୍ପଦ ।

ଡ଼ ଲେନିନ୍ ମହାନ୍ତି କହିଥିଲେ, ନୀତି ଆୟୋଗର ଇନଭେଷ୍ଟମେଣ୍ଟ ଫ୍ରେଣ୍ଡଲିନେସ୍ ଇଣ୍ଡେକ୍ସ ରିପୋର୍ଟରେ ଓଡ଼ିଶା ୫ମ ସ୍ଥାନରେ ରହି ଯେଉଁ କୃତୀତ୍ୱ ହାସଲ କରିଛି ତାହା କେବଳ ବିଜେଡି ସରକାରର ଦୁଇ ଦଶନ୍ଧିର ଆର୍ଥିକ ଶୃଙ୍ଖଳା, ନୀତିଗତ ସ୍ଥିରତାର ଯୋଗୁଁ ସମ୍ଭବ ହୋଇପାରିଛି । ବର୍ତ୍ତମାନର ସରକାର ଶିଳ୍ପ ପ୍ରତିନିଧିଙ୍କୁ ନେଇ ଆଡମ୍ୱରପୂର୍ଣ୍ଣ ସରକାରୀ ଉତ୍ସବ ପାଳନ କରି ମାତ୍ର ଦୁଇ ବର୍ଷରେ ନିଜର କୃତୀତ୍ୱ ବୋଲି ଦର୍ଶାଇବା ଦୁର୍ଭାଗ୍ୟଜନକ । ଜଣେ ପ୍ରକୃତ ରାଷ୍ଟ୍ରନାୟକ ଭାବେ ନବୀନ ପଟ୍ଟନାୟକ ଓଡ଼ିଶାର ଏହି ସଫଳତା ପାଇଁ ବିଜେପି ସରକାରଙ୍କୁ ଅଭିନନ୍ଦନ ଜଣାଇଥିଲେ । ଆଜି ଓଡ଼ିଶାକୁ ମିଳିଥିବା ଏହି ସ୍ଥାନ ବହୁ ବର୍ଷର ରଣନୀତିକ ଯୋଜନା, ସ୍ୱଚ୍ଛ ଶାସନ ଓ ଦୀର୍ଘମିଆଦି ଶିଳ୍ପ ଯୋଜନାର ପ୍ରତିଫଳନ । ବିଜେଡି ଶାସନକୁ ଆସିବା ସମୟରେ ଓଡ଼ିଶା ଗୁରୁତର ଆର୍ଥିକ ସଙ୍କଟରେ ଥିଲା ଏବଂ ବାରମ୍ୱାର ଓଭରଡ୍ରାଫ୍ଟ ଉପରେ ନିର୍ଭର କରିବାକୁ ପଡୁଥିଲା । ବିଚକ୍ଷଣ ଆର୍ଥିକ ପରିଚାଳନା, ଐତିହାସିକ ଆର୍ଥିକ ସଂସ୍କାର, ସ୍ୱଚ୍ଛ ପ୍ରଶାସନ, ୫-ଟି ଶାସନ ବ୍ୟବସ୍ଥାର ରୂପାୟନ ମାଧ୍ୟମରେ ନବୀନ ବାବୁ ଓଡ଼ିଶାକୁ ଦେଶର ଅନ୍ୟତମ ଆର୍ଥିକ ଶୃଙ୍ଖଳିତ ରାଜ୍ୟରେ ପରିଣତ କରିଥିଲେ । ଦୁଇ ବର୍ଷରୁ ଅଧିକ ସମୟ ଶାସନରେ ରହିଥିଲେ ମଧ୍ୟ ବର୍ତ୍ତମାନର ସରକାର ଶିଳ୍ପାୟନ କ୍ଷେତ୍ରରେ ସେପରି ଆଖିଦୃଶିଆ କାର୍ଯ୍ୟ କରିପାରି ନାହାନ୍ତି । ବରଂ ପୂର୍ବ ସରକାରଙ୍କ ଠାରୁ ଉତ୍ତରାଧିକାର ସୂତ୍ରରେ ମିଳିଥିବା ନୀତି, ପ୍ରକଳ୍ପ ଓ ସଫଳତାକୁ ପ୍ରଚାର ମାଧ୍ୟମରେ ନିଜର ବୋଲି ଦର୍ଶାଇବାକୁ ପ୍ରୟାସ କରୁଛନ୍ତି । ପୂର୍ବ ସରକାରର ସଫଳତାକୁ ନିଜର ବୋଲି ଦାବି କରିବା ପରିବର୍ତ୍ତେ ନୂତନ ଶିଳ୍ପ ସ୍ଥାପନ, ରୋଜଗାର ସୃଷ୍ଟି, ଆର୍ଥିକ ପରିଚାଳନାକୁ ସୁଦୃଢ଼ କରିବା ଏବଂ ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଦିଗରେ କାର୍ଯ୍ୟ କରନ୍ତୁ ବର୍ତ୍ତମାନର ବିଜେପି ସରକାର ।

Previous Post

୭୩୦ କୋଟି ପୁଞ୍ଜିନିବେଶରେ ପ୍ରତିଷ୍ଠା ହେବ ‘ଗ୍ଲୋବାଲ ଡେଭେଲପମେଣ୍ଟ ସେଣ୍ଟର’ ଓ ‘AI Park’

Next Post

ବାହୁଡ଼ାଯାତ୍ରାରେ ପୁଣି ଅଘଟଣ

Next Post
ବାହୁଡ଼ାଯାତ୍ରାରେ ପୁଣି ଅଘଟଣ

ବାହୁଡ଼ାଯାତ୍ରାରେ ପୁଣି ଅଘଟଣ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA