Wednesday, August 12, 2026 11:14 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସଞ୍ଜୀବ ପଣ୍ଡାଙ୍କ ରାସ୍ତା କ୍ଲିୟର୍!

ଡିଜି ପାହ୍ୟାକୁ ଗଲେ ସଞ୍ଜୀବ, ଜେଠୱା

by Samar Pradhan
10 Aug, 2026- 07:22 PM
in Latest News, News
1 min read
0
ସଞ୍ଜୀବ ପଣ୍ଡାଙ୍କ ରାସ୍ତା କ୍ଲିୟର୍!

ଭୁବନେଶ୍ୱର: ପରବର୍ତ୍ତୀ ଡିଜିପି ଚର୍ଚ୍ଚାରେ ଆଜି ଏକ ଟ୍ୱିଷ୍ଟ୍ ଆସିଛି । ବରିଷ୍ଠତା ତାଲିକାର ଚତୁର୍ଥ ଓ ପଞ୍ଚମରେ ଥିବା ଅତିରିକ୍ତ ଡିଜି ପାହ୍ୟାର ଦୁଇ ଅଧିକାରୀ ସଞ୍ଜୀବ ପଣ୍ଡା ଏବଂ ଯଶବନ୍ତ ଜେଠୱାଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ମିଳିଛି । ଏ ସଂକ୍ରାନ୍ତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଅନୁମୋଦନ କରିଛନ୍ତି । ୧୯୯୪ ବ୍ୟାଚ୍ ର ଏହି ଦୁଇ ଅଧିକାରୀଙ୍କୁ ବରିଷ୍ଠତା ଭିତ୍ତିରେ ଡିଜି ପାହ୍ୟାକୁ ପଦୋନ୍ନତି ମିଳିବା ପରେ ପରବର୍ତ୍ତୀ ଡିଜିପି ଚର୍ଚ୍ଚାରେ ନୂଆ ମୋଡ଼ ଆସିଛି । ସଞ୍ଜୀବ ପଣ୍ଡା ପରବର୍ତ୍ତୀ ଡିଜି ହେବା ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଉଛି ।

ନୂଆ ଡିଜିପି ପାଇଁ ୧୧ ବରିଷ୍ଠ ଆଇପିଏସଙ୍କ ତାଲିକା ରାଜ୍ୟ ସରକାର ମେ ୧୪ରୁ ୟୁପିଏସସିକୁ ସୁପାରିଶ କରିସାରିଛନ୍ତି । ତିନି ଜଣଙ୍କ ନାଁ ବାଛିବାକୁ ଗଲା ୭ ତାରିଖରେ ୟୁପିଏସ୍ ଅଧ୍ୟକ୍ଷ ଅଜୟ କୁମାରଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଚୟନ କମିଟି ବୈଠକ ବସିଥିଲା । ସେଥିରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଏବଂ ଡିଜିପି ୱାଇ.ବି ଖୁରାନିଆ ଯୋଗଦେଇଥିଲେ । ମାତ୍ର ସେଦିନ ଚୟନ କମିଟି ବୈଠକ ଅଧାରୁ ବାତିଲ ହୋଇଥିଲା । ସେହି ବୈଠକରେ ୩ ଜଣଙ୍କ ନାଁ ଚୂଡ଼ାନ୍ତ ହୋଇଥାନ୍ତା । ତାପରେ ରାଜ୍ୟ ସରକାର ଜଣଙ୍କୁ ଡିଜିପି ଭାବେ ନିଯୁକ୍ତି ଦେଇଥାନ୍ତେ ।

ସୂଚନା ଅନୁଯାୟୀ, ବରିଷ୍ଠତା ଭିତ୍ତିରେ ଯେଉଁ ୩ ଜଣଙ୍କ ନାଁ ଆସିଥିଲା, ସେଥିରୁ ଜଣଙ୍କୁ ବାଦ୍ ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଥିଲା । ସଂପୃକ୍ତ ଅଧିକାରୀଙ୍କ ନାଁରେ ଓପିଆରବି ପରୀକ୍ଷା ମାମଲାରେ ତଦନ୍ତ ଚାଲିଥିବା ଏବଂ ସରକାର ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନେଉଛନ୍ତି ବୋଲି କୁହାଗଲା । ୟୁପିଏସସି ଅଧ୍ୟକ୍ଷ ଏହାର ବୈଧ ଦସ୍ତାବିଜ ଚାହିଁବାରୁ ସରକାର ସମୟ ମାଗିଥିଲେ । ତେଣୁ ଚୂଡ଼ାନ୍ତ ନିଷ୍ପତ୍ତି ଅଟକି ଯାଇଥିଲା ।

ସୂଚନାଥାଉକି, ବରିଷ୍ଠତା ଭିତ୍ତିରେ ୧୯୯୦ ବ୍ୟାଚ୍ ର ଆଇପିଏସ୍ ଅଗ୍ନିଶମ ସେବା ଡିଜି ସୁଧାଂଶୁ ଷଡ଼ଙ୍ଗୀ, ୧୯୯୩ ବ୍ୟାଚ୍ ର ଜେଲ୍ ଡିଜି ସୁଶାନ୍ତ ନାଥ ଏବଂ ଗୁଇନ୍ଦା ଡିଜି ଆର ପି କୋଚେଙ୍କ ନାଁ ବହୁ ପୂର୍ବରୁ ଚର୍ଚ୍ଚା ହେଉଥିଲା । ପରବର୍ତ୍ତୀ ସମୟରେ ଏହି ରେସ୍ ରେ ସାମିଲ ହୋଇଥିଲେ ସଞ୍ଜୀବ ପଣ୍ଡା । ଏକ ପାୱାରଫୁଲ୍ ଗୋଷ୍ଠୀ କୁଆଡ଼େ ତାଙ୍କ ପାଇଁ ଲବି କରୁଛନ୍ତି । ମାଓ ଦମନ କ୍ଷେତ୍ରରେ ତାଙ୍କର ଦକ୍ଷତାକୁ ମାପକାଠି କରିଛନ୍ତି । ଆଜି ତାଙ୍କୁ ଅତିରିକ୍ତ ଡିଜିରୁ ଡିଜି ପାହ୍ୟାକୁ ପଦୋନ୍ନତି ମିଳିବା ପରେ ତାଙ୍କର ଡିଜିପି ନିଯୁକ୍ତି ସମ୍ଭାବନା ଅଧିକ ବୋଲି କୁହାଯାଉଛି ।

ଆସନ୍ତା ୧୬ ତାରିଖରେ ବର୍ତ୍ତମାନର ଡିଜିପି ୱାଇ. ବି ଖୁରାନିଆ ଅବସର ନେଉଛନ୍ତି । ସ୍ଥଗିତ ଥିବା ୟୁପିଏସସି ଚୟନ କମିଟି ଆସନ୍ତା ୧୩ ତାରିଖରେ ବସିପାରେ । ନଚେତ୍ ସେ ପର୍ଯ୍ୟନ୍ତ କାମଚଳା ଡିଜିପି ନିଯୁକ୍ତି ପାଇବେ । ବର୍ତ୍ତମାନ ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମୀର ନିର୍ଦ୍ଦେଶକ ଥିବା ଶ୍ରୀ ପଣ୍ଡାଙ୍କ ପାଇଁ ସର୍ବୋଚ୍ଚ ପଦବୀର ରାସ୍ତା କ୍ଲିୟର୍ ହୋଇଥିବାରୁ ସମସ୍ତଙ୍କର ଉତ୍କଣ୍ଠା ବଢ଼ିଛି ।

Previous Post

ବିଜେଡି ଆଦିବାସୀ ଭାଇଭଉଣୀଙ୍କ ଶ୍ରେଷ୍ଠ ବନ୍ଧୁ: ନବୀନ

Next Post

୯ ବିଭାଗରେ ନିଯୁକ୍ତି ପାଇଲେ ୧୩୨୬

Next Post
୯ ବିଭାଗରେ ନିଯୁକ୍ତି ପାଇଲେ ୧୩୨୬

୯ ବିଭାଗରେ ନିଯୁକ୍ତି ପାଇଲେ ୧୩୨୬

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA