Wednesday, September 2, 2026 12:12 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବରିଷ୍ଠ ଆଇପିଏସଙ୍କୁ ବଳି ଷଡ଼ଯନ୍ତ୍ର ଧରାପଡ଼ିଲା

ଡିଜିପି ଚୟନ ପ୍ରସଙ୍ଗ

by Our Correspondent
01 Sep, 2026- 11:44 PM
in Latest News, News
1 min read
0
ବରିଷ୍ଠ ଆଇପିଏସଙ୍କୁ ବଳି ଷଡ଼ଯନ୍ତ୍ର ଧରାପଡ଼ିଲା

ଭୁବନେଶ୍ୱର: ଓଡ଼ିଶା ଡିଜିପି ଚୟନ ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ ଉପରେ ଆସନ୍ତାକାଲି(ବୁଧବାର) ସୁପ୍ରିମକୋର୍ଟରେ ଶୁଣାଣି ଅଛି । ଏହାପୂର୍ବରୁ ଆଜି ପ୍ରଘଟ ହୋଇଥିବା ଦୁଇଟି ଚିଠି ରାଜ୍ୟ ସରକାରଙ୍କ ଷଡ଼ଯନ୍ତ୍ର ପଦାକୁ ଆଣିଛି । ଡିଜିପି ପ୍ୟାନେଲରେ ଥିବା ବରିଷ୍ଠ ଆଇପିଏସ୍ ସୁଶାନ୍ତ ନାଥଙ୍କୁ ଶେଷ ମୁହୂର୍ତ୍ତରେ ତାଲିକାରୁ ବାଦ୍ ଦେବା ପାଇଁ ରଚାଯାଇଥିଲା ଷଡ଼ଯନ୍ତ୍ର । ସିବିଆଇ ତଦନ୍ତ ଆଳରେ ସରକାର ତାଙ୍କୁ ଚୋଟ୍ ମାରିବାରେ ସମର୍ଥ ହୋଇଛନ୍ତି । ନିର୍ଦ୍ଦିଷ୍ଟ ଅଧିକାରୀଙ୍କୁ ଡିଜିପି ଆସନରେ ବସାଇବା ଲକ୍ଷ୍ୟରେ ସୁଶାନ୍ତଙ୍କୁ ବଳି ପକାଯାଇଥିବା ସଂପୃକ୍ତ ଦୁଇଟି ଚିଠିରୁ ସ୍ପଷ୍ଟ ହେଉଛି ।

ପ୍ରଥମ ଚିଠିଟି ରାଜ୍ୟ ସରକାର ସିବିଆଇକୁ ଦେଇଥିବା ବେଳେ ଦ୍ୱିତୀୟଟି ରାଜ୍ୟ ସରକାରଙ୍କୁ ସିବିଆଇର ଉତ୍ତର ଚିଠି । ଅଗଷ୍ଟ ୩ରେ ରାଜ୍ୟ ସରକାରଙ୍କ ଗୃହ ବିଭାଗର ଅତିରିକ୍ତ ସଚିବ ତ୍ରିଲୋଚନ ମାଝୀ ସିବିଆଇ ନିଦେ୍ର୍ଦଶକଙ୍କୁ ଲେଖିଥିଲେ(ଚିଠି ନମ୍ବର-୨୮୦୨୩/ଆଇପିଏସ) । ଏସଆଇ ଦୁର୍ନୀତି ମାମଲାରେ ଆଇପିଏସ୍ ସୁଶାନ୍ତ ନାଥଙ୍କର କୌଣସି ଭୂମିକାକୁ ନେଇ ଯାଞ୍ଚ ହୋଇଛି କି ନାହିଁ ଏବଂ ତଦନ୍ତ ପରିସରରେ ତାଙ୍କ ନାଁ ଅଛି କି ନାହିଁ ତାହା ରାଜ୍ୟ ସରକାର ନିର୍ଦ୍ଦିଷ୍ଟ ଭାବେ ସିବିଆଇଠାରୁ ଜାଣିବାକୁ ଚାହିଁଥିଲେ । କାଳ ବିଳମ୍ବ ନ କରି ପରଦିନ ଅର୍ଥାତ୍ ଅଗଷ୍ଟ ୪ରେ ସିବିଆଇ ଏହି ଚିଠିର ଉତ୍ତର ଦେଇଥିଲା । ଏସଆଇ ପରୀକ୍ଷା ଦୁର୍ନୀତି ମାମଲାରେ ଆଇପିଏସ୍ ସୁଶାନ୍ତ ନାଥଙ୍କୁ ପଚରା ଉଚୁରା କରିବାର ଆବଶ୍ୟକତା ପଡ଼ିପାରେ ବୋଲି ସିବିଆଇ ଆଖି ମାରିଲା ଭଳି ଉତ୍ତର ଦେଇଥିଲା । ଚିଠିରେ ସିବିଆଇର ଉତ୍ତର ସମ୍ପୂର୍ଣ୍ଣ ଅସ୍ପଷ୍ଟ ଥିଲା ।

ରୋଚକ ଦିଗଟି ହେଉଛି, ଅଗଷ୍ଟ ୭ ତାରିଖରେ ୟୁପିଏସସିର ଡିଜିପି ଚୟନ ବୈଠକ ଥିଲା ବେଳେ ଏହାର ଠିକ୍ ୪ ଦିନ ପୂର୍ବରୁ ଅଗଷ୍ଟ ୩ରେ ସୁଶାନ୍ତ ନାଥଙ୍କ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଖୋଳତାଡ଼ କରିବାକୁ ପଡ଼ିଥିଲା । ଆଉ ସିବିଆଇ ଉତ୍ତରର ବାହାନା ଧରି ୭ ତାରିଖ ଚୟନ କମିଟି ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ପାଟିରେ ସୁଶାନ୍ତ ନାଥଙ୍କୁ ତାଲିକାରୁ ବାଦ୍ ଦେବା ପାଇଁ କୁହାଗଲା । ସମୟ ଅଭାବରୁ ଏଥିପାଇଁ ଆବଶ୍ୟକୀୟ କାଗଜପତ୍ର ବି ପ୍ରସ୍ତୁତି ହୋଇ ପାରି ନ ଥିଲା । ୟୁପିଏସସି ଅଧ୍ୟକ୍ଷ କାଗଜ ମାଗିବାରୁ ରାଜ୍ୟ ସରକାର ସମୟ ମାଗିଥିଲେ । ଫଳରେ ସେଦିନ ବୈଠକ ଅଧାରୁ ବାତିଲ ହୋଇଥିଲା ।

ଏସଆଇ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାର ସିବିଆଇ ତଦନ୍ତ ୨୦୨୫ ନଭେମ୍ବରରୁ ହେଲାଣି । ୨୦୨୬ ଏପ୍ରିଲ୍ ମାସରେ ରାଜ୍ୟ ସରକାର ଡିଜିପି ଚୟନ ପ୍ରକ୍ରିୟା ଆରମ୍ଭ କରି ବରିଷ୍ଠତା ଭିତ୍ତିରେ ୧୯୯୦ ବ୍ୟାଚ୍ ର ସୁଧାଂଶୁ ଷଡ଼ଙ୍ଗୀ, ୧୯୯୩ ବ୍ୟାଚ୍ ର ସୁଶାନ୍ତ ନାଥ ଏବଂ ଆର.ପି କୋଚେଙ୍କ ନାଁ କେନ୍ଦ୍ରକୁ ପଠାଇଥିଲା । ତାଲିକା ପଠାଇବା ପୂର୍ବରୁ ଏହି ଅଫିସରମାନଙ୍କ ସାଧୁତାକୁ ନେଇ କ୍ଲିନଚିଟ୍ ଦେଇଥିଲେ ରାଜ୍ୟ ସରକାର । ମେ ମାସରେ ଆଉ ୮ ଜଣଙ୍କ ନାଁ ଯୋଡି ଏକ ସଂଶୋଧିତ ତାଲିକା ପଠାଯାଇଥିଲା । ସେଥିରେ ବି ସୁଶାନ୍ତ ନାଥଙ୍କୁ ନେଇ କୌଣସି ସମସ୍ୟା ନ ଥିଲା । ଜଣେ ସାଧୁ ଅଫିସର ଭାବେ ରାଜ୍ୟ ସରକାର ତାଙ୍କୁ କ୍ଲିନଚିଟ୍ ଦେଇଥିଲେ । ମାତ୍ର ଅଗଷ୍ଟ ୭ରେ ୟୁପିଏସସି ଚୟନ ବୈଠକର ୪ ଦିନ ପୂର୍ବରୁ ରାଜ୍ୟ ସରକାର ହଠାତ୍ ସୁଶାନ୍ତ ନାଥଙ୍କ ସାଧୁତା ଉପରେ ପ୍ରଶ୍ନଚିହ୍ନ ଲଗାଇ ସିବିଆଇଠୁ ଉତ୍ତର ଖୋଜିବା ପଛରେ ରାଜ୍ୟ ସରକାରଙ୍କ ଅଭିପ୍ରାୟ ଧରାପଡ଼ିଯାଉଛି ।

Previous Post

ଲକ୍ଷେ କୋଟିର ହିସାବ ଧରେଇଲେ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA