ଭୁବନେଶ୍ୱର: ବିଜେଡି ନେତ୍ରୀ ସୁଜାତା ରାଉତ କାର୍ତ୍ତିକେୟନଙ୍କର ଖବରକାଗଜ ଆଲେଖ୍ୟକୁ ନେଇ ପୁଣି ଚର୍ଚ୍ଚା । ପୂର୍ବରୁ ବନ୍ୟା ଉପରେ ଲେଖିଥିଲେ । ଏବେ ଏମଏମଡିଆର ସଂଶୋଧନ ଆଇନ ଉପରେ ଲେଖିଛନ୍ତି ଆଲେଖ୍ୟ । ଏମଏମଡିଆର ସଂଶୋଧନ ଆଇନ ଓ ଓଡ଼ିଶା ଉପରେ ଏହାର ପ୍ରଭାବକୁ ସେ ବିଶ୍ଲେଷଣ କରିଛନ୍ତି । ତାଙ୍କର ସେହି ଆଲେଖ୍ୟର ଶୀର୍ଷକ ରହିଛି ‘ପରିବର୍ତ୍ତନର ପ୍ରତିଫଳନ’ । ଡବଲ ଇଞ୍ଜିନ ସରକାରଙ୍କ ଡବଲ ପ୍ରତାରଣା ସମ୍ପର୍କରେ ଏଥିରେ ସେ ବୁଝାଇ ଲେଖିଛନ୍ତି ।







