Friday, October 9, 2026 05:11 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଜିଏସଟି ପରିଷଦର ୫୭ତମ ବୈଠକ

by Our Correspondent
08 Oct, 2026- 11:26 PM
in Latest News, News
1 min read
0
ଜିଏସଟି ପରିଷଦର ୫୭ତମ ବୈଠକ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଆଜି ଜିଏସଟି (GST) ପରିଷଦର ୫୭ତମ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ, ଅର୍ଥମନ୍ତ୍ରୀ ତଥା ମନୋନୀତ ମନ୍ତ୍ରୀମାନଙ୍କ ସମେତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଏହି ବୈଠକରେ ଅଂଶଗ୍ରହଣ କରିଥିଲେ। ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧିତ୍ୱ କରି ଆଇନ, ପୂର୍ତ୍ତ ଏବଂ ଅବକାରୀ ବିଭାଗର ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହି ବୈଠକରେ ଯୋଗଦେଇ ପ୍ରମୁଖ ସଂସ୍କାରଗୁଡ଼ିକ ଉପରେ ଉପସ୍ଥାପନ କରିଥିଲେ।

ବୈଠକରେ ଜିଏସଟିକୁ ଅଧିକ ସରଳ, ଶୀଘ୍ର ଓ ସ୍ୱଚ୍ଛ କରିବା ଉପରେ ଗୁରୁତ୍ୱ ଆରୋପ କରାଯାଇଥିଲା ଯାହାଦ୍ୱାରା ଏହାର ଅନୁପାଳନ ସହଜ ହୋଇପାରିବ । GSTର ସରଳୀକରଣ ଦ୍ୱାରା ଦେଶର ଅର୍ଥନୈତିକ ଅଭିବୃଦ୍ଧି ତ୍ୱରାନ୍ୱିତ ହେବା ସହିତ “୨୦୪୭ ସୁଦ୍ଧା ବିକଶିତ ଭାରତ”ର ଲକ୍ଷ୍ୟକୁ ପୂରଣ କରାଯାଇପାରିବ। କରଦାତାମାନଙ୍କ ପାଇଁ ଜିଏସଟି ପ୍ରକ୍ରିୟାକୁ ଅଧିକ ସରଳ, ଶୀଘ୍ର, ସ୍ୱଚ୍ଛ ଏବଂ ସହଜ କରିବା ପାଇଁ, ପରିଷଦ ବିଭିନ୍ନ ପଦକ୍ଷେପ ଉପରେ ବିଚାରବିମର୍ଶ କରିଥିଲା। ପ୍ରସ୍ତାବିତ ସଂସ୍କାରଗୁଡ଼ିକ ମଧ୍ୟରେ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSME) ଏବଂ ପ୍ରକୃତ କରଦାତାମାନଙ୍କର ଅନୁପାଳନ ସମ୍ବନ୍ଧୀୟ ସମସ୍ୟା ହ୍ରାସ କରିବା ଉଦ୍ଦେଶ୍ୟରେ ଉଦ୍ଦିଷ୍ଟ।

ଆଲୋଚନା ହୋଇଥିବା ବିଭିନ୍ନ ପ୍ରସ୍ତାବ ମଧ୍ୟରେ ଏକ ପ୍ରମୁଖ ପ୍ରସ୍ତାବ ହେଉଛି, ସିଷ୍ଟମ-ଆଧାରିତ ପ୍ରୋସେସିଙ୍ଗ୍ ଓ ରିଫଣ୍ଡ ସମ୍ପର୍କୀତ ମଞ୍ଜୁରୀ । ଏହାଦ୍ୱାରା କରଦାତା ମାନଙ୍କର ତଥ୍ୟକୁ ସ୍ୱୟଂଚାଳିତ ଭାବେ ପ୍ରକ୍ରିୟା କରାଯାଇ ସେମାନଙ୍କ ଆବଶ୍ୟକ ରିଫଣ୍ଡକୁ ମଞ୍ଜୁରୀ ମଧ୍ୟ ଦିଆଯାଇପାରିବ । ଏହା ଫଳରେ ପ୍ରକୃତ କରଦାତାମାନେ ଅଧିକ ସ୍ୱଚ୍ଛତା ସହିତ ଶୀଘ୍ର ରିଫଣ୍ଡ (refund) ପାଇପାରିବେ।

ଶୂନ୍ୟ ଶୁଳ୍କ ଯୋଗାଣ (zero-rated supplies) ପାଇଁ ବ୍ୟବହୃତ ପୁଞ୍ଜିଗତ ସାମଗ୍ରୀ ଉପରେ ଇନପୁଟ୍‌ ଟ୍ୟାକ୍ସ କ୍ରେଡିଟ୍ ଫେରସ୍ତ ଏବଂ ତା’ସହିତ, ଇନଭର୍ଟେଡ୍ ଡ୍ୟୁଟି ଷ୍ଟ୍ରକଚର ଅଧୀନରେ ସେବା ତଥା ପୁଞ୍ଜିଗତ ସାମଗ୍ରୀ ଉପରେ ଇନପୁଟ୍‌ ଟ୍ୟାକ୍ସ କ୍ରେଡିଟ୍ (ITC) ଫେରସ୍ତ ପାଇଁ ଥିବା ପ୍ରସ୍ତାବଗୁଡ଼ିକ ରପ୍ତାନିକାରୀ ମାନଙ୍କୁ ଲାଭାନ୍ୱିତ କରିବ ଏବଂ ଉତ୍ପାଦନକାରୀମାନଙ୍କୁ ସହଜରେ ୱାର୍କିଙ୍ଗ୍ କ୍ୟାପିଟାଲ୍ ଉପଲବ୍ଧ ହୋଇପାରିବ।

ସୂଚନାଯୋଗ୍ୟ ଯେ, ଜିଏସଟି ରିଟର୍ଣ୍ଣ ଦାଖଲ ଏବଂ ଦେୟ (liabilities) ତଥା ଆଇଟିସି (ITC) ସଂଶୋଧନ ପାଇଁ ଏକ ବିକଳ୍ପ ବ୍ୟବସ୍ଥା ସମ୍ବନ୍ଧୀୟ ସୁପାରିସକୁ ‘ଜିଏସଟି ରିଟର୍ଣ୍ଣ ଏବଂ ପ୍ରକ୍ରିୟା ସମ୍ପର୍କିତ କାର୍ଯ୍ୟକାରୀ ଗୋଷ୍ଠୀ’ (Working Group on GST Returns and Processes) ଦ୍ୱାରା ପ୍ରସ୍ତୁତ କରାଯାଇଛି । ଓଡ଼ିଶାର ଜିଏସଟି ଟିମ୍ ମଧ୍ୟ ଏହାର ସଦସ୍ୟ ଥିଲେ । ଏହି ବିକଳ୍ପ ବ୍ୟବସ୍ଥାରେ ତଥ୍ୟଗତ ଅମେଳ (mismatches) ଏବଂ ଅନାବଶ୍ୟକ ନୋଟିସ୍‌କୁ ହ୍ରାସ ହୋଇପାରିବ। ଏହା ବ୍ୟତୀତ, ଜିଏସଟି ଆଇନ କମିଟି (GST Law Committee) ମାଧ୍ୟମରେ ଅନ୍ୟାନ୍ୟ ପ୍ରକ୍ରିୟା-ଭିତ୍ତିକ ସଂସ୍କାରରେ ମଧ୍ୟ ଓଡ଼ିଶା ନିଜର ଯୋଗଦାନ ରଖିଛି।

ଜିଏସଟି ଆଇନ ଅଧୀନରେ ସମାଧାନ ଯୋଗ୍ୟ ଥିବା ଆର୍ଥିକ ଅପରାଧଗୁଡ଼ିକ ପାଇଁ ଗିରଫଦାରୀ ବ୍ୟବସ୍ଥାକୁ ହଟାଇବାର ପ୍ରସ୍ତାବ, ଆଇନ କାର୍ଯ୍ୟକାରିତା ଏବଂ କରଦାତାଙ୍କ ଆତ୍ମବିଶ୍ୱାସ ମଧ୍ୟରେ ସନ୍ତୁଳନକୁ ସୁଦୃଢ଼ କରିବ।

ସାମଗ୍ରିକ ଭାବରେ, ଏହି ସଂସ୍କାରଗୁଡ଼ିକ ବ୍ୟବସାୟିକ ସହଜତା (ease of doing business) ଏବଂ ଅନୁପାଳନର ସରଳତାକୁ (ease of compliance) ପ୍ରୋତ୍ସାହିତ କରିବ, ଯାହା ଜିଏସଟି ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ, କରଦାତା-ଅନୁକୂଳ ଏବଂ ସହାନୁଭୂତିଶୀଳ କରିବ। ଏହା ସହିତ ଓଡ଼ିଶାର MSME ଉଦ୍ୟୋଗ ତଥା ଅନ୍ୟାନ୍ୟ କ୍ଷୁଦ୍ର ବ୍ୟବସାୟଗୁଡ଼ିକୁ ଯଥେଷ୍ଟ ଆଶ୍ୱସ୍ତି ଓ ସହାୟତା ପ୍ରଦାନ କରିବ, ଯାହା ସେମାନଙ୍କୁ ସହଜରେ ଅନୁପାଳନ କରିବା ସହ ନିଜର ବ୍ୟବସାୟିକ ବିକାଶ ଓ ପ୍ରସାର ଉପରେ ଧ୍ୟାନ ଦେବାରେ ସାହାଯ୍ୟ କରିବ।

Previous Post

CSM Tech Powers Kenya’s National Digital Royalty Management System for Mining

Next Post

ଅବଢ଼ା ଯୋଜନାରେ ଅଧିକ ୧୦୦.୮୩ କୋଟି ଟଙ୍କା ବରାଦ

Next Post
ଅବଢ଼ା ଯୋଜନାରେ ଅଧିକ ୧୦୦.୮୩ କୋଟି ଟଙ୍କା ବରାଦ

ଅବଢ଼ା ଯୋଜନାରେ ଅଧିକ ୧୦୦.୮୩ କୋଟି ଟଙ୍କା ବରାଦ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA