Sunday, November 1, 2026 04:53 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଦକ୍ଷିଣ ଓଡ଼ିଶାର ୧୭.୨୩ ଲକ୍ଷରୁ ଅଧିକ ଉପଭୋକ୍ତାଙ୍କ ବିଦ୍ୟୁତ ସେବା ସ୍ୱାଭାବିକ କଲା ଟିପିଏସ୍‌ଓଡିଏଲ୍‌

by Our Correspondent
01 Nov, 2026- 12:24 AM
in Latest News, News
1 min read
0
ଦକ୍ଷିଣ ଓଡ଼ିଶାର ୧୭.୨୩ ଲକ୍ଷରୁ ଅଧିକ ଉପଭୋକ୍ତାଙ୍କ ବିଦ୍ୟୁତ ସେବା ସ୍ୱାଭାବିକ କଲା ଟିପିଏସ୍‌ଓଡିଏଲ୍‌

ବ୍ରହ୍ମପୁର: ଅତି ଭୀଷଣ ବାତ୍ୟା ‘ଅର୍ଣ୍ଣବ’ ଏବଂ ଏହା ପରବର୍ତ୍ତୀ ପ୍ରବଳ ବର୍ଷା ଓ ବନ୍ୟାର ମୁକାବିଲା କରି ଦକ୍ଷିଣ ଓଡ଼ିଶାରେ ବିଦ୍ୟୁତ ପୁନରୁଦ୍ଧାର କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍‌ (ଟିପିଏସ୍‌ଓଡିଏଲ୍‌)। ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟୋଗ ଟିପିଏସ୍‌ଓଡିଏଲ୍‌ ଏହାର ୮ଟି କାର୍ଯ୍ୟକ୍ଷେତ୍ର ଜିଲ୍ଲାରେ ପ୍ରଭାବିତ ୧୭ ଲକ୍ଷ ୮୮ ହଜାର ୯୪୨ ଗ୍ରାହକଙ୍କ ମଧ୍ୟରୁ ୧୭ ଲକ୍ଷ ୨୩ ହଜାର ୧୮୫ ଗ୍ରାହକଙ୍କ ପ୍ରଭାବିତ ବିଦ୍ୟୁତ ସେବା ପୁନର୍ବାହାଲ। ଏଥିସହ ମୋଟ୍‌ ୯୬.୩୨ ପ୍ରତିଶତ ବିଦ୍ୟୁତ ପୁନରୁଦ୍ଧାର ହୋଇଥିବା ଦାବି କରାଯାଇଛି ।

ଟିପିଏସ୍ଓଡିଏଲ୍ ସମସ୍ତ ୧୩୦ଟି ପ୍ରଭାବିତ ୩୩/୧୧ କେଭି ପ୍ରାଥମିକ ସବ୍‌ଷ୍ଟେସନ୍‌କୁ ପୁନଃ କାର୍ଯ୍ୟକ୍ଷମ କରିଛି। ସେହିପରି ପ୍ରଭାବିତ ୪୬ଟି ୩୩ କେଭି ଫିଡର୍‌ ମଧ୍ୟରୁ ୪୫ଟି ଏବଂ ୬୫୮ଟି ପ୍ରଭାବିତ ୧୧ କେଭି ଫିଡର୍‌ ମଧ୍ୟରୁ ୬୫୧ଟି ପୁନରୁଦ୍ଧାର ହୋଇଛି। ଏହାବ୍ୟତୀତ ୨୭୮ଟି ପ୍ରଭାବିତ ପାୱାର ଟ୍ରାନ୍ସଫର୍ମର୍‌ (ପିଟିଆର୍‌) ମଧ୍ୟରୁ ୨୭୭ଟି ଏବଂ ୫୬ ହଜାର ୭୦୬ଟି ପ୍ରଭାବିତ ଡିଷ୍ଟ୍ରିବ୍ୟୁସନ୍ ଟ୍ରାନ୍ସଫର୍ମର୍‌ (ଡିଟିଆର୍‌) ମଧ୍ୟରୁ ୫୫ ହଜାର ୨୬୫ଟିକୁ ପୁନଃ କାର୍ଯ୍ୟକ୍ଷମ କରାଯାଇଛି।

୧୭ ଲକ୍ଷରୁ ଅଧିକ ଗ୍ରାହକଙ୍କୁ ବିଦ୍ୟୁତ ସେବା ଫେରାଇ ଦିଆଯାଇଥିବା ବେଳେ ଅବଶିଷ୍ଟ ୬୫ ହଜାର ୭୫୭ ଗ୍ରାହକଙ୍କୁ ବିଦ୍ୟୁତ ସଂଯୋଗ ଯୋଗାଇବା ପାଇଁ ଟିପିଏସ୍‌ଓଡିଏଲ୍‌ର ଟିମ୍‌ଗୁଡ଼ିକ ଦିନରାତି କାର୍ଯ୍ୟ ଜାରି ରଖିଛନ୍ତି। ବନ୍ୟା ଓ ଜଳବନ୍ଦୀ ଯୋଗୁଁ ଯେଉଁ ସ୍ଥାନଗୁଡ଼ିକରେ ପହଞ୍ଚିବା ଏବଂ ମରାମତି କାର୍ଯ୍ୟ କରିବା କଷ୍ଟକର ହେଉଛି, ସେଠାରେ ବିଶେଷ ପ୍ରାଥମିକତା ଦିଆଯାଉଛି।

ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା, ନଦୀରେ ବନ୍ୟା ଓ ବ୍ୟାପକ ଜଳବନ୍ଦୀ ଯୋଗୁଁ ବିଦ୍ୟୁତ ଭିତ୍ତିଭୂମି ବିଶେଷ ଭାବେ ପ୍ରଭାବିତ ହୋଇଥିଲା। ତଥାପି ଟିପିଏସ୍‌ଓଡିଏଲ୍‌ ଜିଲ୍ଲାର ୮ ଲକ୍ଷ ୨୯ ହଜାର ୨୯୨ ପ୍ରଭାବିତ ଉପଭୋକ୍ତାଙ୍କ ମଧ୍ୟରୁ ୭ ଲକ୍ଷ ୭୩ ହଜାର ୧୨୯ ଜଣଙ୍କୁ ବିଦ୍ୟୁତ ସେବା ଯୋଗାଇ ଦେଇଛି। ଏହା ମୋଟ୍‌ ୯୩.୨୩ ପ୍ରତିଶତ ପୁନରୁଦ୍ଧାର।

ଜିଲ୍ଲାର ୨୪ଟି ପ୍ରଭାବିତ ୩୩ କେଭି ଫିଡର୍‌ ମଧ୍ୟରୁ ୨୩ଟି, ସମସ୍ତ ୫୨ଟି ପ୍ରାଥମିକ ସବ୍‌ଷ୍ଟେସନ୍‌ ଏବଂ ୧୧୬ଟି ପାୱାର ଟ୍ରାନ୍ସଫର୍ମର୍‌ ପୁନଃ କାର୍ଯ୍ୟକ୍ଷମ ହୋଇଛି। ଏହାସହ ୧୬ ହଜାର ୮୦ଟି ପ୍ରଭାବିତ ଡିଷ୍ଟ୍ରିବ୍ୟୁସନ୍ ଟ୍ରାନ୍ସଫର୍ମର୍‌ ମଧ୍ୟରୁ ୧୪ ହଜାର ୯୯୪ଟି ପୁନରୁଦ୍ଧାର ହୋଇଛି। ଆସିକା, ଧରାକୋଟ, ଶେରଗଡ଼, ଭଞ୍ଜନଗର, ସୋରଡ଼ା, ବେଲଗୁଣ୍ଠା ଓ ପୁରୁଷୋତ୍ତମପୁର ଭଳି ଅଞ୍ଚଳରେ ବନ୍ୟା ଓ ଜଳବନ୍ଦୀ ଯୋଗୁଁ କ୍ଷେତ୍ରସ୍ତରରେ କାର୍ଯ୍ୟ ଆହ୍ୱାନପୂର୍ଣ୍ଣ ହୋଇଥିବାରୁ ଏଠାରେ ପୁନରୁଦ୍ଧାର ଟିମ୍‌ଗୁଡ଼ିକ ନିୟୋଜିତ ରହିଛନ୍ତି।

ଗଜପତି ଜିଲ୍ଲାରେ ୧ ଲକ୍ଷ ୫୪ ହଜାର ୩୩୭ ପ୍ରଭାବିତ ଉପଭୋକ୍ତାଙ୍କ ମଧ୍ୟରୁ ୧ ଲକ୍ଷ ୪୮ ହଜାର ୩୧୦ ଜଣଙ୍କୁ ବିଦ୍ୟୁତ ସେବା ଯୋଗାଇ ଦିଆଯାଇଛି। ଏଠାରେ ପୁନରୁଦ୍ଧାର ହାର ୯୬.୦୯ ପ୍ରତିଶତ। ସମସ୍ତ ୪ଟି ପ୍ରଭାବିତ ୩୩ କେଭି ଫିଡର୍‌, ୨୦ଟି ପ୍ରାଥମିକ ସବ୍‌ଷ୍ଟେସନ୍‌ ଏବଂ ୭୧ଟି ୧୧ କେଭି ଫିଡର୍‌ ପୁନଃ କାର୍ଯ୍ୟକ୍ଷମ ହୋଇଛି। ସେହିପରି ୪୦ଟି ପାୱାର ଟ୍ରାନ୍ସଫର୍ମର୍‌ ଏବଂ ୫ ହଜାର ୧୭ଟି ପ୍ରଭାବିତ ଡିଷ୍ଟ୍ରିବ୍ୟୁସନ୍ ଟ୍ରାନ୍ସଫର୍ମର୍‌ ମଧ୍ୟରୁ ୪ ହଜାର ୮୨୧ଟି ପୁନରୁଦ୍ଧାର ହୋଇଛି।

କନ୍ଧମାଳ ଜିଲ୍ଲାରେ ୧ ଲକ୍ଷ ୪୮ ହଜାର ୩୪୭ ପ୍ରଭାବିତ ଉପଭୋକ୍ତାଙ୍କ ମଧ୍ୟରୁ ୧ ଲକ୍ଷ ୪୭ ହଜାର ୪୯ ଜଣଙ୍କୁ ବିଦ୍ୟୁତ ସେବା ଯୋଗାଇ ଦିଆଯାଇଛି। ଏଠାରେ ପୁନରୁଦ୍ଧାର ହାର ୯୯.୧୩ ପ୍ରତିଶତ। ସମସ୍ତ ୮ଟି ପ୍ରଭାବିତ ୩୩ କେଭି ଫିଡର୍‌, ୧୫ଟି ପ୍ରାଥମିକ ସବ୍‌ଷ୍ଟେସନ୍‌ ଏବଂ ୭୮ଟି ୧୧ କେଭି ଫିଡର୍‌ ପୁନଃ କାର୍ଯ୍ୟକ୍ଷମ ହୋଇଛି। ୩୨ଟି ପ୍ରଭାବିତ ପାୱାର ଟ୍ରାନ୍ସଫର୍ମର୍‌ ମଧ୍ୟରୁ ୩୧ଟି ଏବଂ ୭ ହଜାର ୮୩୬ଟି ଡିଷ୍ଟ୍ରିବ୍ୟୁସନ୍ ଟ୍ରାନ୍ସଫର୍ମର୍‌ ମଧ୍ୟରୁ ୭ ହଜାର ୭୬୭ଟି ପୁନରୁଦ୍ଧାର କରାଯାଇଛି।

ଅନ୍ୟ ଜିଲ୍ଲାଗୁଡ଼ିକ ମଧ୍ୟରେ ମାଲକାନଗିରି, ବୌଦ୍ଧ ଓ ରାୟଗଡ଼ାରେ ଶତ ପ୍ରତିଶତ ବିଦ୍ୟୁତ ପୁନରୁଦ୍ଧାର ହୋଇଛି। ଏହି ତିନି ଜିଲ୍ଲାର ସମସ୍ତ ୫୩ ହଜାର ୧୭୯, ୮୬ ହଜାର ୩୮୩ ଏବଂ ୧ ଲକ୍ଷ ୧୫ ହଜାର ୫୦୩ ପ୍ରଭାବିତ ଉପଭୋକ୍ତାଙ୍କୁ ସ୍ୱାଭାବିକ ବିଦ୍ୟୁତ ସେବା ମିଳିଛି। ନବରଙ୍ଗପୁରରେ ୯୯.୬୫ ପ୍ରତିଶତ ଏବଂ କୋରାପୁଟରେ ୯୯.୨୦ ପ୍ରତିଶତ ବିଦ୍ୟୁତ ପୁନରୁଦ୍ଧାର ହୋଇଛି।

Previous Post

ବେକରେ ଗାମୁଛା ପକାଇ ଘୋଷାରିଲେ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA