ଭୁବନେଶ୍ୱର: ମଇଦାନକୁ ଓହ୍ଲାଇଛନ୍ତି ସୁଜାତା ରାଉତ କାର୍ତ୍ତିକେୟନ୍ । ପଶ୍ଚିମ ଓଡ଼ିଶାରୁ ଆରମ୍ଭ କରିଥିବା ତାଙ୍କର ଯାତ୍ରା ଉତ୍ତର ଓଡ଼ିଶାରେ ପହଞ୍ଚିଛି । ଗତମାସରେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲିରେ ଆୟୋଜିତ ବିଜେଡିର ଜନସମ୍ପର୍କ ପଦଯାତ୍ରାରେ ତାଙ୍କର ସୁପର୍ ସୋ’ ଦେଖିବାକୁ ମିଳିଥିଲା । ସେଠାରେ ଅଦ୍ଭୂତପୂର୍ବ ଜନସମାଗମ ହୋଇଥିଲା । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତା ବିରୋଧରେ ତାଙ୍କର ଅଗ୍ନିବର୍ଷୀ ଭାଷଣ କର୍ମୀମହଲରେ ଉତ୍ସାହ ସୃଷ୍ଟି କରିଥିଲା । ଆଜି ବାଲେଶ୍ୱର ଜିଲ୍ଲା ଭୋଗରାଇରେ ସେହି ସମାନ ଦୃଶ୍ୟ ଦେଖିବାକୁ ମିଳିଛି । ତାଙ୍କ ସଭାରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଛି । ବିଜେପି ସରକାରଙ୍କ ବିଫଳତାର ଗୋଟି ଗୋଟି କରି ଫର୍ଦ୍ଦ ଖୋଲି ରଣହୁଙ୍କାର ଦେଇଛନ୍ତି ବିଜେଡିର ହେଭିୱେଟ୍ ସୁଜାତା ।







