Tuesday, November 17, 2026 05:31 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପଶ୍ଚିମ ପରେ ଉତ୍ତର.. ସୁଜାତାଙ୍କ ସୁପର୍ ସୋ’

ଭୋଗରାଇରେ ବିଜେଡିର ଜନସମ୍ପର୍କ ପଦଯାତ୍ରା

by Samar Pradhan
16 Nov, 2026- 11:23 PM
in Latest News, News, Politics
1 min read
0
ପଶ୍ଚିମ ପରେ ଉତ୍ତର.. ସୁଜାତାଙ୍କ ସୁପର୍ ସୋ’

ଭୁବନେଶ୍ୱର: ମଇଦାନକୁ ଓହ୍ଲାଇଛନ୍ତି ସୁଜାତା ରାଉତ କାର୍ତ୍ତିକେୟନ୍ । ପଶ୍ଚିମ ଓଡ଼ିଶାରୁ ଆରମ୍ଭ କରିଥିବା ତାଙ୍କର ଯାତ୍ରା ଉତ୍ତର ଓଡ଼ିଶାରେ ପହଞ୍ଚିଛି । ଗତମାସରେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲିରେ ଆୟୋଜିତ ବିଜେଡିର ଜନସମ୍ପର୍କ ପଦଯାତ୍ରାରେ ତାଙ୍କର ସୁପର୍ ସୋ’ ଦେଖିବାକୁ ମିଳିଥିଲା । ସେଠାରେ ଅଦ୍ଭୂତପୂର୍ବ ଜନସମାଗମ ହୋଇଥିଲା । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତା ବିରୋଧରେ ତାଙ୍କର ଅଗ୍ନିବର୍ଷୀ ଭାଷଣ କର୍ମୀମହଲରେ ଉତ୍ସାହ ସୃଷ୍ଟି କରିଥିଲା । ଆଜି ବାଲେଶ୍ୱର ଜିଲ୍ଲା ଭୋଗରାଇରେ ସେହି ସମାନ ଦୃଶ୍ୟ ଦେଖିବାକୁ ମିଳିଛି । ତାଙ୍କ ସଭାରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଛି । ବିଜେପି ସରକାରଙ୍କ ବିଫଳତାର ଗୋଟି ଗୋଟି କରି ଫର୍ଦ୍ଦ ଖୋଲି ରଣହୁଙ୍କାର ଦେଇଛନ୍ତି ବିଜେଡିର ହେଭିୱେଟ୍ ସୁଜାତା ।

ଭୋଗରାଇରେ ଆୟୋଜିତ ବିଜେଡିର ଜନସମ୍ପର୍କ ପଦଯାତ୍ରାରେ ଯୋଗଦେଇ ଆଜି ବିଜେପି ସରକାରଙ୍କ ଉପରେ ଶାଣିତ ଆକ୍ରମଣ କରିଥିଲେ ସୁଜାତା । ୨୦୨୪ରେ ଓଡ଼ିଶାରେ ପରିବର୍ତ୍ତନର ନାରା ଦେଇ ବିଜେପି କ୍ଷମତାକୁ ଆସିଥିଲା । ମାତ୍ର ପରିବର୍ତ୍ତନର କ’ଣ ପ୍ରତିଫଳନ ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି ।

ସୁଜାତା କହିଛନ୍ତି, ୨୪ ବର୍ଷ ଧରି ନବୀନ ବାବୁ ଓଡ଼ିଶାର ସୁରକ୍ଷା କବଚ ହୋଇ ଛିଡ଼ା ହୋଇଥିଲେ । କେତେ ବଡ଼ ବଡ଼ ବାତ୍ୟା ଆସିଲା । ଲୋକେ ସୁରକ୍ଷିତ ରହିଲେ । ଲୋକଙ୍କୁ ବିଶ୍ୱାସ ଥିଲା ନବୀନ ବାବୁଙ୍କ ସରକାର ତାଙ୍କ ପାଇଁ ରାତି ଦିନ କାମ କରୁଛି । ଲୋକଙ୍କୁ ସୁରକ୍ଷା ଦେଉଛି । ଆଜି ଗଞ୍ଜାମରେ ବିଜେପି ତାର ଅପାରଗତା ଓ ଅପ୍ରସ୍ତୁତି ଭଲ ଭାବରେ ଦେଖାଇଲା । ପାଣିପାଗ ବିଭାଗର ପୂର୍ବ ସତର୍କ ସୂଚନା ଆସିଥିଲେ ମଧ୍ୟ ପ୍ରସ୍ତୁତି ହୋଇପାରିଲେନି । କିଛି ମାସ ପୂର୍ବରୁ କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଓ ବାଲେଶ୍ୱରର ଲୋକମାନେ ବି ସେହି କଷ୍ଟକୁ ଭୋଗିଛନ୍ତି । ୨୪ ବର୍ଷ ଧରି ନବୀନ ବାବୁ ଗଢ଼ିଥିବା ଏକ ବିଶ୍ୱପ୍ରସିଦ୍ଧ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ବିଜେପି ସରକାର ୨୪ ମାସରେ ଧ୍ୱଂସ କରିଦେଲେ ।

ନବୀନ ବାବୁ ସରପଞ୍ଚମାନଙ୍କୁ କ୍ଷମତା ଦେଇଥିଲେ । ମିଶନ ଶକ୍ତି ମା’ ମାନଙ୍କୁ କ୍ଷମତା ଦେଇଥିଲେ । ଆଜି ସରପଞ୍ଚମାନେ କ୍ଷମତାହୀନ । ମିଶନ ଶକ୍ତିକୁ ବନ୍ଦ କରି ଦିଆଯାଇଛି । ୭୦ ଲକ୍ଷ ମା’ ମାନଙ୍କର ପରିଶ୍ରମ ଓ ତ୍ୟାଗରେ ବଢ଼ିଥିବା ବିଶ୍ୱପ୍ରସିଦ୍ଧ ସଶକ୍ତ ମଡେଲକୁ ବନ୍ଦ କରିଦିଆଗଲା । ନବୀନ ବାବୁ ମାସର ୧୫ ତାରିଖରେ ବାର୍ଦ୍ଧକ୍ୟ ଭତ୍ତାର ବ୍ୟବସ୍ଥା କରିଥିଲେ । ଏପଟ ସେପଟ ହେଉ ନ ଥିଲା । ଏବେ ଅଦ୍ଭୂତ ଭାବେ ଦୁଇ ଭାଗରେ ଭତ୍ତା ଦେବାକୁ ଘୋଷଣା କରାଯାଇଛି । ଗୋଟେ ଦିଲ୍ଲୀରୁ ଏବଂ ଗୋଟେ ଭୁବନେଶ୍ୱରରୁ । ଏହା ହେଉଛି ପରିବର୍ତ୍ତନର ପ୍ରତିଫଳନ । ଦିଲ୍ଲୀରୁ ଚାଲୁଛି ଓଡ଼ିଶା ସରକାର । ଓଡ଼ିଶା ସରକାରଙ୍କ ରିମୋଟ କଣ୍ଟ୍ରୋଲ୍ ଦିଲ୍ଲୀରେ ଅଛି ।

ଓଡ଼ିଶାର ୨୦ ଜଣ ଯାକ ସାଂସଦ ବନ୍ଦେ ଉତ୍କଳ ଜନନୀ କହି ଶପଥ ନେଲେ । ମାତ୍ର ସେମାନେ ଓଡ଼ିଆଙ୍କ ପ୍ରତି ବିଶ୍ୱାସଘାତ କଲେ । ଖଣି ସଂଶୋଧନ ଆଇନକୁ ସମର୍ଥନ କରି ଓଡ଼ିଶାର ସ୍ୱାର୍ଥକୁ ବଳି ପକାଇଲେ । ଏହି ବିଶ୍ୱାସଘାତକତା ଓଡ଼ିଶାର ଯୁବପୀଢ଼ି, ଓଡ଼ିଶାର ପ୍ରଗତି ଓ ଓଡ଼ିଶାର ଭବିଷ୍ୟତ ସାଙ୍ଗରେ । ଆଜି ଓଡ଼ିଶାର ଖଣି ସୁରକ୍ଷିତ ନାହିଁ । ପାଣି ସୁରକ୍ଷିତ ନାହିଁ । ମହାନଦୀ ଜଳ ବିବାଦ ସାଙ୍ଗରେ ଛତିଶଗଡ଼ ସାଙ୍ଗରେ ଆଲୋଚନା କ’ଣ ଚାଲିଛି ଜଣା ନାହିଁ । ଏଇ ସରକାର ଓଡ଼ିଶାର ପାଣି ବି ବିକି ଦେବେ । ଆନ୍ଧ୍ରକୁ କୋଟିଆରେ ଜମି ବି ଦେଇଦେଲେ । ଓଡ଼ିଶାର ମାଟି, ଖଣି, ପାଣି ସୁରକ୍ଷିତ ନାହିଁ ।

ଓଡ଼ିଶାର ଝିଅମାନେ ସୁରକ୍ଷିତ ନାହାନ୍ତି । ବେଟି ବଞ୍ଚାଓ ଆନ୍ଦୋଳନ କରୁଛନ୍ତି । କିନ୍ତୁ ଓଡ଼ିଶାରେ ଝିଅମାନେ ସୁରକ୍ଷିତ ନାହାନ୍ତି । ଛାତ୍ର ସମାଜକୁ ଆଜି ସୁରକ୍ଷା ନାହିଁ । ଗତ କଲେଜ ନିର୍ବାଚନରେ ବିଜେପିର ଗୁଣ୍ଡାରାଜ ଦେଖିବାକୁ ମିଳିଲା । ମାତ୍ର ଓଡ଼ିଶାର ଯୁବ ଓ ଛାତ୍ର ସମାଜ ଦେଖାଇଲେ ସେମାନେ ଆଜି ବି ନବୀନ ବାବୁଙ୍କ ସାଙ୍ଗରେ ଅଛନ୍ତି । ଆଜି ଯୁବକଙ୍କୁ ଚାକିରି ନାହିଁ । ଚାକିରି ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନପତ୍ର ଲିକ୍ ର ସମସ୍ୟା ଭୋଗିବାକୁ ପଡୁଛି । ସ୍କୁଲ ପିଲାଙ୍କ ବହିରେ ସାଂଘାତିକ ଭୁଲ୍ ହୋଇଯାଉଛି । ଦରଦାମ ବୃଦ୍ଧି ଅଣାୟତ୍ତ ହୋଇଯାଇଛି । ଡବଲ ଇଞ୍ଜିନ ରାଜ୍ୟକୁ ଆର୍ଥିକ ଦୁର୍ଗତିକୁ ଟାଣି ନେଇଛନ୍ତି ।

ନବୀନ ବାବୁଙ୍କ ମନ୍ତ୍ର ସେବାର ରାଜନୀତି । ଲୋକଙ୍କ ସୁଖଦୁଃଖରେ ଛିଡ଼ା ହେବା । ଆମକୁ ଶାସନ ନୁହେଁ, ଲୋକଙ୍କକ ସେବା ଆମର ମୂଳ ଲକ୍ଷ୍ୟ । ଦୋ ମୁହାଁ ଡବଲ ଇଞ୍ଜିନକୁ ଚିହ୍ନିକି ରଖନ୍ତୁ । ଏଫସିଆଇ ଓଡ଼ିଶାରୁ ଚାଉଳ ଉଠୁନି । ପାଣିପାଗ ବିଭାଗର ଚେତାବନୀ ଓଡ଼ିଶା ସରକାର ଶୁଣୁନାହାନ୍ତି । କେନ୍ଦ୍ର-ରାଜ୍ୟ ମଧ୍ୟରେ ସମନ୍ୱୟ ହୋଇପାରୁନି । କୋଟିଆର ସମାଧାନ କରିପାରିଲେ ନାହିଁ । ବିଜେପି ସରକାରର ପ୍ରତିଶ୍ରୁତିର କିଛି କାମ ନାହିଁ । ସତ୍ୟ ଓ ନ୍ୟାୟ ପାଇଁ ଛିଡ଼ା ହେବାକୁ ସେ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ ।

ଏହି ସାଧାରଣ ସଭାରେ ଜିଲ୍ଲାର ବରିଷ୍ଠ ବିଜେଡି ନେତା ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ସଭାପତିତ୍ୱ କରିଥିଲେ । ଅଶ୍ୱିନୀ ପାତ୍ର, ରଘୁନାଥ ମହାନ୍ତି, ଗୌତମବୁଦ୍ଧ ଦାସ, ମାଧବ ଧଡ଼ା, ଲେଖାଶ୍ରୀ ସାମନ୍ତସିଂହାର, ସୁକାନ୍ତ କୁମାର ନାୟକ, ସ୍ୱରୂପ ଦାସ, ଜୀବନ ପ୍ରଦୀପ ଦାଶ, ସୁଧାଂଶୁ ଶେଖର ପରିଡ଼ା, ଚିନ୍ମୟ ସାହୁ, ଇପ୍ସିତା ସାହୁ, ବିଦ୍ୟାସ୍ମିତା ମହାଲିକ, ମହାଦେବ ଦାସ, ପ୍ରବୀର ଗିରି, ନାରାୟଣ ପ୍ରଧାନ ଓ ମିନାରାଣୀ ସାସମଲଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ ।

Previous Post

ଆବାସ ହିସାବ ଦେଲେ ଦେବୀ ମିଶ୍ର

Next Post

ତାଲିମ କାର୍ଯ୍ୟକ୍ରମକୁ ବିରୋଧୀଙ୍କ ବର୍ଜନ

Next Post
ତାଲିମ କାର୍ଯ୍ୟକ୍ରମକୁ ବିରୋଧୀଙ୍କ ବର୍ଜନ

ତାଲିମ କାର୍ଯ୍ୟକ୍ରମକୁ ବିରୋଧୀଙ୍କ ବର୍ଜନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA