Monday, November 23, 2026 02:25 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଏକମାତ୍ର ସାହା ନବୀନ-ପାଣ୍ଡିଆନ!

ମୋହନଙ୍କ ମହାମୃତ୍ୟୁଞ୍ଜୟ ମନ୍ତ୍ର!!

by Samar Pradhan
22 Nov, 2026- 09:15 PM
in Latest News, News
1 min read
0
ଏକମାତ୍ର ସାହା ନବୀନ-ପାଣ୍ଡିଆନ!

ଭୁବନେଶ୍ୱର: ସରକାରୀ ଅର୍ଥର ଦୁରୂପଯୋଗରେ ମାତ୍ର ଅଢ଼େଇ ବର୍ଷର ମୋହନ ମାଝୀ ସରକାର ରେକର୍ଡ କରିସାରିଲେଣି । ରାଜକୀୟ ପଟୁଆର ସହ ମୁଖ୍ୟମନ୍ତ୍ରୀ ଦୁଇ ଦୁଇ ଥର ବିଦେଶ ଟୁର୍ କରିଥିବା ବେଳେ ଦିଲ୍ଲୀ, ମୁମ୍ବାଇ, କୋଲକତା, ବେଙ୍ଗାଲୁରୁକୁ ଅନେକ ଥର ଟୁର୍ କଲେଣି । ସିଙ୍ଗାପୁର ଗସ୍ତବେଳେ ମୁଖ୍ୟମନ୍ତ୍ରୀ ଓ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ ୮ ଲକ୍ଷ ଟଙ୍କାର ସୁଇଟ୍ ରେ ରହିଥିଲେ । ଦିଲ୍ଲୀରେ ନିଜର ଏକ ବିଳାସପୂର୍ଣ୍ଣ ସରକାରୀ ବଙ୍ଗଳା ଥାଇ ମଧ୍ୟ ସେଠାକୁ ଗଲେ ମୁଖ୍ୟମନ୍ତ୍ରୀ ଅଶୋକ ହୋଟେଲ୍ ର ଏକଜ୍ୟୁଟିଭ୍ ସୁଇଟ୍ ରେ ରହୁଛନ୍ତି । ଭୁବନେଶ୍ୱରରୁ କଟକ ବି ବିମାନରେ ଯାଉଛନ୍ତି । ତାଙ୍କ ମନ୍ତ୍ରୀମାନଙ୍କର ବି ପ୍ରବଳ ଭ୍ରମଣ ସଉକ । ସରକାରୀ ଖର୍ଚ୍ଚରେ ଚାଲିଛି ସପରିବାର ଭ୍ରମଣ । ସରକାରୀ ସଭା ସମିତି, ଉତ୍ସବ ପାଳନର ଖର୍ଚ୍ଚ କଥା ନ କହିବା ଭଲ । କେବଳ ପଖାଳ ଦିବସରେ ଖର୍ଚ୍ଚ କଲେ ଦେଢ଼କୋଟି ଟଙ୍କା । ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀମାନଙ୍କର ଠାଣିମାଣି ସହ ୨୪ ବର୍ଷର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାସଙ୍ଗରେ ପଡ଼ିବେନି । ବାପା ପଇସାରେ ଦିନେ ଗୋଟେ ଚୁଟକିରେ ବିଦେଶ ଯାଉଥିବା ନବୀନ ତାଙ୍କ ମୁଖ୍ୟମନ୍ତ୍ରୀ କାଳରେ ସର୍ବମୋଟ ୩ ଥର ବିଦେଶ ଗସ୍ତ କରିଛନ୍ତି । ସେଥିମଧ୍ୟରୁ ତାଙ୍କର ଦୁଇ ସରକାରୀ ବିଦେଶ ଗସ୍ତର ତଦନ୍ତ କରିବାକୁ ଯାଉଛନ୍ତି ମୋହନ ସରକାର ।

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟମନ୍ତ୍ରୀଙ୍କ ତତ୍କାଳୀନ ବ୍ୟକ୍ତିଗତ ସଚିବ ତଥା ଅବସରପ୍ରାପ୍ତ ଆଇଏଏସ୍ ଭି କେ ପାଣ୍ଡିଆନ ଏବଂ ବରିଷ୍ଠ ଆଇପିଏସ୍ ଅଧିକାରୀ ରବିକାନ୍ତଙ୍କ ବିଦେଶ ଗସ୍ତ ସମ୍ପର୍କରେ ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତକାଲି ନିର୍ଦ୍ଦେଶ ଦେଇଛନ୍ତି । ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବ ସୁରେଶ କୁମାର ବଶିଷ୍ଠ ଏହାର ତଦନ୍ତ କରିବେ ।

୨୦୨୨ ଜୁନ୍ ୨୦ରୁ ୨୬ ତାରିଖ ପର୍ଯ୍ୟନ୍ତ ନବୀନ ପଟ୍ଟନାୟକ ଏବଂ ତାଙ୍କର ବ୍ୟକ୍ତିଗତ ସଚିବ କିଛି ଅଧିକାରୀଙ୍କ ସହ ୬ ଦିନିଆ ଇଟାଲୀ ଗସ୍ତରେ ଯାଇଥିଲେ । ଏହି ଗସ୍ତରେ ନବୀନ ଭାଟକାନ୍ ସିଟିରେ ପୋପ୍ ଫ୍ରାନସିସ୍ ଙ୍କୁ ଭେଟିବା ସହ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ମୁଖ୍ୟାଳୟରେ ଓଡ଼ିଶାର ଖାଦ୍ୟ ସୁରକ୍ଷା ପଦକ୍ଷେପ, ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ।

୨୦୨୩ ଏପ୍ରିଲ୍ ୪ରୁ ୧୧ ପର୍ଯ୍ୟନ୍ତ ଓଡ଼ିଶାର ଏକ ପ୍ରତିନିଧି ଦଳ ସହ ସେମାନେ ୮ ଦିନିଆ ଜାପାନର ଟୋକିଓ ଗସ୍ତରେ ଯାଇଥିଲେ । ବିଦେଶୀ ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରିବାକୁ ସେଠାରେ ଅନେକ କାର୍ଯ୍ୟକ୍ରମ ହୋଇଥିଲା ।

ନବୀନ ପଟ୍ଟନାୟକ ଓ ଭିକେ ପାଣ୍ଡିଆନଙ୍କର କିଛି ଅଭ୍ୟାସଗତ କୁତ୍ସାରଟନାକାରୀ ନିଜକୁ ସାମାଜିକ କର୍ମୀ ପରିଚୟରେ ଏହି ବିଦେଶ ଗସ୍ତ ପଛରେ ସେବେଠାରୁ ଟିଙ୍କ ପରି ଲାଗିଛନ୍ତି । ସରକାରୀ ଅର୍ଥର ଅପବ୍ୟବହାର ହୋଇଛି କହି ଚିଲାଉଛନ୍ତି । ଗତ ସାଧାରଣ ନିର୍ବାଚନରେ ବିଜେପି ତାହାକୁ ପ୍ରଚାରର ଅସ୍ତ୍ର କରିଥିଲା ।

ରତ୍ନଭଣ୍ଡାର ଚୋରି ସହ ଓଡ଼ିଆ ଅସ୍ମିତାକୁ ଯୋଡି ବହୁଳ ପ୍ରଚାରରେ ନବୀନ- ପାଣ୍ଡିଆନଙ୍କର ବିଦେଶ ଗସ୍ତ ଏବଂ ପାଣ୍ଡିଆନଙ୍କର ହେଲିକପ୍ଟର ଉଡ଼ାଣ ସ୍ଥାନ ପାଇଲା । ପାଣ୍ଡିଆନ୍ ହେଲିକପ୍ଟରରେ ବୁଲି ସରକାରୀ ତହବିଲରୁ ୫୦୦ କୋଟି ଖର୍ଚ୍ଚ କରିଛନ୍ତି ବୋଲି କୁହାଗଲା । ପାଣ୍ଡିଆନଙ୍କୁ ଏମିତି ନିଶାନା କରାଗଲା ସତେ ଯେମିତି ବିଜେପି କ୍ଷମତାକୁ ଆସିଲା ମାତ୍ରେ ଗିରଫ କରି ତାଙ୍କୁ ଜେଲ୍ ପଠାଇଦେବେ ।

ମୋହନ ସରକାରଙ୍କୁ ଇତିମଧ୍ୟରେ ଅଢ଼େଇ ବର୍ଷ ହୋଇଗଲା । ମାତ୍ର ନବୀନ ପଟ୍ଟନାୟକ ଏବଂ ଭିକେ ପାଣ୍ଡିଆନଙ୍କ ବିରୋଧରେ କିଛି ଅନିୟମିତତା ସରକାର ଜାଣିପାରିଲେନି । ତେଣୁ କାର୍ଯ୍ୟାନୁଷ୍ଠାନ ହେଲା ନାହିଁ ବୋଲି କୁହାଯାଇପାରିବ । କେବଳ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ମାମଲାରେ ନାଇଡୁ କମିସନଙ୍କ ତଦନ୍ତ ରିପୋର୍ଟ ହଜିବା ମାମଲାରେ ପାଣ୍ଡିଆନଙ୍କୁ ଏକ ନୋଟିସ୍ ପଠାଯାଇଥିଲା । ଏହି ତଦନ୍ତର ଗତି ସମ୍ପର୍କରେ ସରକାରଙ୍କ ପକ୍ଷରୁ କିଛି ସୂଚନା ନାହିଁ ।

ରତ୍ନଭଣ୍ଡାର ଚୋରି ଅଭିଯୋଗ ବିଜେପିର ସବୁଠାରୁ ବଡ଼ ମିଛ ଥିଲା ବୋଲି ନିଜେ ସରକାର ପ୍ରମାଣିତ କରିସାରିଛନ୍ତି । ରତ୍ନଭଣ୍ଡାର ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଥମରୁ ସ୍ପଷ୍ଟ କରିସାରିଛନ୍ତି । ନବୀନ-ପାଣ୍ଡିଆନଙ୍କ ହେଲିକପ୍ଟର ବୁଲାରେ ରାଜ୍ୟ ରାଜକୋଷରୁ ବିପୁଳ ଖର୍ଚ୍ଚ ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ପ୍ରମାଣିତ ହୋଇସାରିଛି । ଏହି ଅଭିଯୋଗକୁ ଖୋର୍ଦ୍ଧା ଜିଲ୍ଲା ଦୌରା ଜଜ୍ ଖାରଜ କରିଦେଇଛନ୍ତି ।

ଏବେ ନବୀନ-ପାଣ୍ଡିଆନଙ୍କର ବିଦେଶ ଗସ୍ତର ତଦନ୍ତ ନିର୍ଦ୍ଦେଶ ଦେବା ପଛରେ କୌଣସି ପ୍ରାସଙ୍ଗିକତା ନ ଥିଲେ ମଧ୍ୟ ସାମାଜିକ କର୍ମୀଙ୍କ ଅଭିଯୋଗ କଥା କହି ମୁଖ୍ୟମନ୍ତ୍ରୀ ଖୋଜି ଖୋଜି ତାଙ୍କର ଗୋହି ଖୋଳିବା ପଛରେ ରାଜନୈତିକ ଉଦ୍ଦେଶ୍ୟ ଜଳ ଜଳ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ମତ ଦେଇଛନ୍ତି । ବିଜେପି ସରକାରଙ୍କ ବିରୋଧରେ ଜନ ଅସନ୍ତୋଷ ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ଲୋକଙ୍କ ନଜର ହଟାଇବା ପାଇଁ ଏହା ରାଜନୈତିକ କୌଶଳ ବୋଲି ସେମାନଙ୍କର ମତ । ପାଣ୍ଡିଆନଙ୍କ ନାଁରେ ଆଗାମୀ ପଞ୍ଚାୟତ ନିର୍ବାଚନ ପାର୍ ହେବା ପାଇଁ ଏହା ବିଜେପିର ପୁଣି ଏକ ଚାଲ୍ ବୋଲି ସବୁଆଡ଼େ ଚର୍ଚ୍ଚା ।

ବିଜେଡିର ସ୍ୱାଗତ

ନବୀନ ପଟ୍ଟନାୟକ ଏବଂ ଭିକେ ପାଣ୍ଡିଆନଙ୍କ ବିଦେଶ ଗସ୍ତ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶକୁ ବିଜେଡି ସ୍ୱାଗତ କରିଥିବା ବେଳେ ବିଜେପି ସରକାରଙ୍କ ବିଫଳତା ଲୁଚାଇବାର ଏହା ବାହାନା ବୋଲି କଟାକ୍ଷ କରିଛି । ଆଜି ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଗୌତମବୁଦ୍ଧ ଦାସ ଏବଂ ଗଣମାଧ୍ୟମ ସଂଯୋଜକ ଲେନିନ୍ ମହାନ୍ତି ମୋହନ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ।

ଶ୍ରୀ ଦାସ କହିଛନ୍ତି, ଡବଲ ଇଞ୍ଜିନ ସରକାର ବନ୍ୟା ଓ ବାତ୍ୟା ଭଳି ବିପର୍ଯ୍ୟୟ ପରିଚାଳନାରେ ବିଫଳ ହୋଇଛନ୍ତି । ଆଇନଶୃଙ୍ଖଳା, ଭତ୍ତା ବଣ୍ଟନ, ବନ୍ୟା ପରିଚାଳନା ଆଦି ଅନେକ କ୍ଷେତ୍ରରେ ଡବଲ ଇଞ୍ଜିନ ସରକାର ବିଫଳ । ରାଜ୍ୟ ସରକାରଙ୍କ ବିଫଳତା ପ୍ରସଙ୍ଗରୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ତଦନ୍ତ ପରି ଏକ ଅପ୍ରସଙ୍ଗର ଉପସ୍ଥାପନା କରିଛନ୍ତି । ରାଜ୍ୟବାସୀଙ୍କ ଅର୍ଥରେ ବିଦେଶ ବୁଲିବାର ସଉକ ନବୀନ ପଟ୍ଟନାୟକଙ୍କର ନାହିଁ । ୨୦୨୨ରେ ଇଟାଲୀ ଗସ୍ତ ସମୟରେ ସେ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଦାରିଦ୍ର୍ୟ ହ୍ରାସ, ଖାଦ୍ୟ ସୁରକ୍ଷା ଓ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶାର ଅଭୂତପୂର୍ବ ସଫଳତାକୁ ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରି ରାଜ୍ୟ ପାଇଁ ଗୌରବ ଆଣିଥିଲେ ।

ଦୁବାଇରେ ବିଦେଶୀ ପୁଞ୍ଜିପତିଙ୍କୁ ଓଡ଼ିଶାକୁ ଆକୃଷ୍ଟ କରିବା ପାଇଁ ଶିଳ୍ପପତି ମିଟ୍ ଅନୁଷ୍ଠିତ ହୋଇଥିଲା । ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ ଆଲୋଚନା ହୋଇଥିଲା । ଯେଉଁଥିରେ କି ବହୁ ବଡ଼ ଅନ୍ତର୍ଜାତୀୟ ଶିଳ୍ପ ପ୍ରତିଷ୍ଠାନର ଓଡ଼ିଶାରେ ନିବେଶ ପାଇଁ ପ୍ରାୟ ୨୧, ୦୦୦କୋଟି ଟଙ୍କାର ନିବେଶ ପ୍ରସ୍ତାବ ପାଇଥିଲେ । ଏପ୍ରିଲ ୨୦୨୩ରେ ଦ୍ୱିତୀୟ ଥର ପାଇଁ ଐତିହାସିକ ବିଦେଶ ଗସ୍ତରେ ଯାଇଥିଲେ । ଜାପାନ ଗସ୍ତରେ ଯାଇ ବିଶ୍ୱର ଶ୍ରେଷ୍ଠ ଷ୍ଟିଲ କମ୍ପାନୀ ନିପ୍ପନ ଷ୍ଟିଲଙ୍କୁ ଭେଟିଥିଲେ । ତାଙ୍କ ମୁଖ୍ୟଙ୍କୁ ଭେଟି ଓଡ଼ିଶାରେ ଆର୍ସେଲର ମିତ୍ତଲ ଓ ନିପ୍ପନ ଷ୍ଟିଲଙ୍କୁ ମିଳିତ ଭାବେ ପୁଞ୍ଜି ନିବେଶ ପ୍ରସ୍ତାବ ଦେଇଥିଲେ । ବଡ଼ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପ୍ରକଳ୍ପ ଓଡ଼ିଶାକୁ ଆସିବାର ପଥ ପ୍ରଶସ୍ତ ହୋଇଥିଲା ।

ମହାନ୍ତି କହିଛନ୍ତି ଯେ ପୂର୍ବ ଯୋଜନା ମୁତାବକ ବିଜେପି ସରକାର ମିଛ କହି ଲୋକଙ୍କୁ ଭ୍ରମିତ କରିବା ଜାରି ରଖିଛନ୍ତି । ପୁଣି ମିଛ କହି ତଦନ୍ତ ବାହାନା ଆରମ୍ଭ କରିଛନ୍ତି । ତେବେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇ ଥର ବିଦେଶ ଗସ୍ତ ଏବଂ ଉପ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଗଣ, ବରିଷ୍ଠ ସରକାରୀ ଅଧିକାରୀ ମାନଙ୍କ ବିଦେଶ ଗସ୍ତର ମଧ୍ୟ ତଦନ୍ତ ହେବା ଆବଶ୍ୟକ । ବିଦେଶକୁ ନିଜ ପରିବାର ସହ ଉପ ମୁଖ୍ୟମନ୍ତ୍ରୀ ଗସ୍ତରେ ଯାଇଥିବା ବେଳେ କେଉଁ କାରଣରୁ ଯାଇଥିଲେ ତାହାର ମଧ୍ୟ ତଦନ୍ତ ହେବାର ଆବଶ୍ୟକତା ରହିଛି । ଏନେଇ ରାଜ୍ୟ ସରକାର ସ୍ପଷ୍ଟୀକରଣ ପ୍ରଦାନ କରନ୍ତୁ ।

ଅନ୍ୟପକ୍ଷରେ ବିଜେପି ପକ୍ଷରୁ ଏକ ପ୍ରେସ୍ ମିଟରେ ସାଧାରଣ ସମ୍ପାଦକ ବିରଞ୍ଚି ତ୍ରିପାଠୀ ଏହାର ଜବାବ ଦେଇଛନ୍ତି । ନବୀନ ଓ ପାଣ୍ଡିଆନଙ୍କ ବିଦେଶ ଗସ୍ତ ସମ୍ପର୍କରେ ତଦନ୍ତକୁ ଏତେ ଡର କାହିଁକି ବୋଲି ସେ ତାତ୍ସଲ୍ୟ କରିଛନ୍ତି । ତଦନ୍ତରେ ସେଭଳି କିଛି ବାହାରିଲେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି ।

ସେପଟେ ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶକୁ ତାମସା ବୋଲି କହିଛନ୍ତି ପିସିସି ସଭାପତି ଭକ୍ତ ଦାସ । ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କର ବିଦେଶ ଗସ୍ତର ବିବରଣୀ କେନ୍ଦ୍ର ସରକାରଙ୍କ ପାଖରେ ରହିଥାଏ । ରାଜ୍ୟ ସରକାର ଚାହିଁଲେ ଗୋଟେ ଦିନରେ ସେହି ତଥ୍ୟ ପାଇପାରିବେ । ମାତ୍ର ତାହା ନ କରି ଏହି ଫାର୍ସ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି ।

Previous Post

ବିଜେପିକୁ ପଞ୍ଚାୟତ ନିର୍ବାଚନ ଛନକା!

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA