Saturday, November 28, 2026 04:01 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

୫୦% ଅଧିକ ଆସନ, ୨୫ ବର୍ଷ ଲାଗୁ

ଡିଲିମିଟେସନ୍ ବିଲ୍ କୁ କ୍ୟାବିନେଟ୍ ମଞ୍ଜୁରୀ

by Samar Pradhan
27 Nov, 2026- 07:24 PM
in Latest News
1 min read
0
୫୦% ଅଧିକ ଆସନ, ୨୫ ବର୍ଷ ଲାଗୁ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଡିଲିମିଟେସନ୍(ସୀମା ପୁନଃନିର୍ଦ୍ଧାରଣ) ଏବଂ ମହିଳା ସଂରକ୍ଷଣ ସଂଶୋଧନ ବିଲ୍ ରେ ବାଜିଛି କ୍ୟାବିନେଟ୍ ମୋହର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଏଥିରେ ଲୋକସଭା ଓ ବିଧାନସଭା ଆସନ ସଂଖ୍ୟା ୫୦ ପ୍ରତିଶତ ବୃଦ୍ଧି ପାଇବାର ବ୍ୟବସ୍ଥା ରହିଛି । ଯାହା ୨୫ ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିବ । ୨୦୫୧ ମସିହା ପର୍ଯ୍ୟନ୍ତ ଏଥିରେ କୌଣସି ପରିବର୍ତ୍ତନ କରାଯିବ ନାହିଁ । ସେହିଭଳି ଲୋକସଭା ଓ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣର ବ୍ୟବସ୍ଥା ରହିଛି ।

କେନ୍ଦ୍ର କ୍ୟାବିନେଟ୍ ମୋହର ପାଇଥିବା ଏହି ସଂଶୋଧନ ବିଲ୍ ଆଇନରେ ପରିଣତ ହେବା ପାଇଁ ସଂସଦ ଉଭୟ ସଦନର ଦୁଇ ତୃତୀୟାଂଶ ସଦସ୍ୟଙ୍କର ଅନୁମୋଦନ ଦରକାର । ସେଥିପାଇଁ ଆସନ୍ତା ୩୦ରେ ଲୋକସଭା ଓ ଡିସେମ୍ବର ୨ରେ ରାଜ୍ୟସଭାର ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି । ପ୍ରଥମ ଥର ଫେଲ୍ ମାରିଥିବା କେନ୍ଦ୍ର ସରକାର ଏଥର ଏହାକୁ ପାରିତ କରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି । ସେଥିପାଇଁ ଜନସଂଖ୍ୟା ସମାନୁପାତିକ ବିଚାର ଛାଡ଼ି ସମାନ ନୀତିରେ ୫୦ ପ୍ରତିଶତ ଆସନ ବୃଦ୍ଧିର ଫର୍ମୁଲା ଆପଣାଇଛନ୍ତି ।

ବିଲ୍ ପାରିତ ହେଲେ ୨୦୨୯ ସାଧାରଣ ନିର୍ବାଚନରେ ଆଇନ କାର୍ଯ୍ୟକାରୀ ହେବ । ଲୋକସଭା ଆସନ ସଂଖ୍ୟା ୫୪୩ରୁ ସର୍ବାଧିକ ୮୫୦କୁ ବୃଦ୍ଧି ପାଇବ । ରାଜ୍ୟ ବିଧାନସଭାଗୁଡ଼ିକର ଆସନ ସଂଖ୍ୟା ମଧ୍ୟ ୫୦% ବୃଦ୍ଧି ପାଇବ । ଲୋକସଭା ଓ ବିଧାନସଭାରେ ୩୩% ଆସନ ମହିଳାମାନଙ୍କ ପାଇଁ ସଂରକ୍ଷିତର ବ୍ୟବସ୍ଥା ଥିବାରୁ ସେମାନଙ୍କର ଆସନ ସଂଖ୍ୟା ୨୮୦ ହେବ ।

ସୂଚନାଥାଉକି, ସୀମା ପୁନଃନିର୍ଦ୍ଧାରଣ ଏବଂ ମହିଳା ସଂରକ୍ଷଣକୁ ଯୋଡି ସମ୍ବିଧାନର ୧୩୧ ତମ ସଂଶୋଧନ ବିଲ୍ କୁ ସଂସଦରେ ପାରିତ କରିବାକୁ କେନ୍ଦ୍ର ସରକାର ପୂର୍ବରୁ ଉଦ୍ୟମ କରିଥିଲେ । ଗତ ଏପ୍ରିଲ୍ ମାସରେ ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକି ପ୍ରସ୍ତାବ ଆଗତ କରିଥିଲେ ମଧ୍ୟ ତାହା କାଟ୍ ଖାଇଯାଇଥିଲା । ଏଥିରେ ସ୍ପଷ୍ଟତା ନ ଥିବା ବିରୋଧୀ ଦଳମାନେ ଅଭିଯୋଗ ଆଣିଥିଲେ । ଜନସଂଖ୍ୟା ଆଧାରରେ ସମାନୁପାତିକ ଆସନ ବୃଦ୍ଧିରେ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକ ଅଧିକ କ୍ଷତିଗ୍ରସ୍ତ ହେବାର ଆଶଙ୍କା କରିଥିଲେ ।

ଓଡ଼ିଶା ମଧ୍ୟ କ୍ଷତିଗ୍ରସ୍ତ ହୋଇପାରେ ବୋଲି ଆଶଙ୍କା ଉପୁଜିଥିଲା । କାରଣ ଓଡ଼ିଶା ଜନସଂଖ୍ୟା ନିୟନ୍ତ୍ରଣରେ ଥିବାରୁ ସମାନୁପାତିକ ଆସନ ବଣ୍ଟନରେ କ୍ଷତି ହୋଇଥାନ୍ତା । ବିଜେଡି ଏହାକୁ ତୀବ୍ର ବିରୋଧ କରିଥିଲା । ଏହିଭଳି ଭାବରେ ମୋଦୀ ସରକାର ନିଜ ମିସନ୍ ରେ ପ୍ରଥମ ଥର ପାଇଁ ହାର୍ ମାନିଥିଲେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ ବିଲ୍ କୁ ସଂସଦରେ ପାରିତ କରିବାରେ ବିଫଳ ହୋଇଥିଲେ ।

ଏବେ ଉଭୟ ଲୋକସଭା ଓ ବିଧାନସଭାଗୁଡ଼ିକରେ ୫୦ ପ୍ରତିଶତ ଆସନ ବୃଦ୍ଧି ପାଇଁ କ୍ୟାବିନେଟ୍ ରେ ସଂଶୋଧନ ବିଲ୍ ମଞ୍ଜୁର ହୋଇଥିବାରୁ ସଂସଦରେ ଆଗତ ହେବାକୁ ଥିବା ଡ୍ରାଫ୍ଟ ବିଲ୍ ଉପରେ ସମସ୍ତଙ୍କର ନଜର ରହିଛି । ଇଣ୍ଡିଆ ମେଣ୍ଟ ଏହାକୁ ସମର୍ଥନ କରିବାର ପ୍ରଶ୍ନ ନ ଥିଲା ବେଳେ ପ୍ରସ୍ତାବକୁ ବିରୋଧୀ ରାଜନୈତିକ ଦଳଗୁଡ଼ିକ ଗ୍ରହଣ କରିବେ ବୋଲି କେନ୍ଦ୍ର ସରକାର ଆଶା ରଖିଛନ୍ତି ।

ସମର୍ଥନ ଯୋଗାଡ଼ ହେବ ତ?

ବର୍ତ୍ତମାନ ଲୋକସଭାରେ ୫୩୯ ଜଣ ସଭ୍ୟ ଅଛନ୍ତି । ସମ୍ବିଧାନ ସଂଶୋଧନ ବିଲ୍ ପାରିତ ହେବାକୁ ଦୁଇ ତୃତୀୟାଂଶ ଅର୍ଥାତ ୩୫୮ ସଭ୍ୟଙ୍କର ସମର୍ଥନ ଦରକାର । ବିଜେପି ନେତୃତ୍ୱାଧୀନ ଏନଡିଏର ଆସନ ସଂଖ୍ୟା ରହିଛି ୩୧୯ । ସେମାନଙ୍କ ମଧ୍ୟରେ ଅଛନ୍ତି ତୃଣମୂଳ କଂଗ୍ରେସରୁ ବାହାରି ଏନସିପିଆଇରେ ସାମିଲ ହୋଇଥିବା ୨୦ ସାଂସଦ ଏବଂ ନିକଟରେ ଏନଡିଏକୁ ଫେରିଥିବା ଶିରୋମଣୀ ଅକାଳୀ ଦଳର ୧ ସାଂସଦ । ଇତିମଧ୍ୟରେ ଶରଦ ପାୱାରଙ୍କ ନେତୃତ୍ୱାଧୀନ ଏନସିପିର ୮ ଜଣ ସାଂସଦ ବିଲ୍ କୁ ସମର୍ଥନ କରିବେ ବୋଲି ସୂଚନା ମିଳିଛି । ଡିଏମକେର ୨୨ ସାଂସଦ ଏହାକୁ ସମର୍ଥନ ଦେଇପାରନ୍ତି । ଏହା ହେଲେ ଏନଡିଏକୁ ମିଳିବ ୩୫୦ ସମର୍ଥନ । ମାତ୍ର ବିଲ୍ ପାରିତ ହେବା ପାଇଁ ଆହୁରି ୮ରୁ ୯ ଜଣ ସଭ୍ୟଙ୍କର ସମର୍ଥନ ଦରକାର ପଡ଼ିବ ।

ରାଜ୍ୟସଭା ଦେଖିଲେ, ବର୍ତ୍ତମାନ ଆସନ ସଂଖ୍ୟା ୨୪୪ । ବିଲ୍ ପାରିତ ହେବାକୁ ୧୬୩ ସଦସ୍ୟଙ୍କର ସମର୍ଥନ ଆବଶ୍ୟକ । ଏନଡିଏ ସଂଖ୍ୟା ୧୫୪ ଥିଲା ବେଳେ ଇଣ୍ଡିଆ ମେଣ୍ଟ ଓ ଅନ୍ୟାନ୍ୟ ଦଳର ସଂଖ୍ୟା ୮୧ । ଏନଡିଏ ଏବଂ ଇଣ୍ଡିଆଠାରୁ ସମଦୂରତାରେ ଥିବା ବିଜେଡିର ୫ ଜଣ ସାଂସଦ ଅଛନ୍ତି । ଗତଥର ବିଜେଡି ସମ୍ବିଧାନ ସଂଶୋଧନ ବିଲ୍ କୁ ବିରୋଧ କରିଥିଲା । ମାତ୍ର ପରିବର୍ତ୍ତିତ ପରିସ୍ଥିତିରେ ବିଜେଡିର ଆଭିମୁଖ୍ୟ ସ୍ପଷ୍ଟ ହୋଇନାହିଁ । ବିସ୍ତୃତ ତଥ୍ୟ ଓ ସୂଚନା ମିଳିବା ପରେ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ସଂସଦୀୟ ଦଳ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବ ବୋଲି ସଂସଦୀୟ ଦଳ ନେତା ମାନସ ମଙ୍ଗରାଜ କହିଛନ୍ତି ।

ବିଲ୍ ପାରିତ ହୋଇ ଆଇନ ହେଲେ ଓଡ଼ିଶାରେ ଲୋକସଭା ଆସନ ସଂଖ୍ୟା ୩୨ ଏବଂ ବିଧାନସଭା ଆସନ ସଂଖ୍ୟା ୨୨୪ ହେବ ।

Previous Post

କୋଟିଆ ବିବାଦ ସମାଧାନ
 ନହେବା ଦୁର୍ଭାଗ୍ୟଜନକ: ବିଜେଡି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA