Thursday, November 26, 2026 09:55 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କୋଟିଆ ବିବାଦ ସମାଧାନ
 ନହେବା ଦୁର୍ଭାଗ୍ୟଜନକ: ବିଜେଡି

ଡିସେମ୍ବରରେ କୋଟିଆରେ ଆନ୍ଧ୍ର ନିର୍ବାଚନ କରିବା ପ୍ରସଙ୍ଗ

by Our Correspondent
26 Nov, 2026- 09:07 PM
in Latest News, News
1 min read
0
କୋଟିଆ ବିବାଦ ସମାଧାନ
 ନହେବା ଦୁର୍ଭାଗ୍ୟଜନକ: ବିଜେଡି

ଭୁବନେଶ୍ୱର: ଟ୍ରିପଲ୍ ଇଞ୍ଜିନ ସରକାର ଥାଇ କୋଟିଆ ସମସ୍ୟାର ସମାଧାନ ନ ହେବା ଓଡ଼ିଶା ପାଇଁ ବଡ଼ ଅପମାନ । କୋଟିଆରେ ୨ ଡିସେମ୍ବର ୨୦୨୬ରେ ଆନ୍ଧ୍ର ସରକାର ପଞ୍ଚାୟତ ନିର୍ବାଚନ କରିବାକୁ ଯାଉଥିବା ବେଳେ ରାଜ୍ୟ ସରକାର ଚୁପ୍ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଓଡ଼ିଶା ସରକାର ଆନ୍ଧ୍ର ଆଗରେ ଆତ୍ମସମର୍ପଣ କରିଛନ୍ତି । ଓଡ଼ିଶାର ସୀମାକୁ ସୁରକ୍ଷା ଦେବାରେ ଡବଲ ଇଞ୍ଜିନ ସରକାର ସମ୍ପୂର୍ଣ୍ଣ ବିଫଳ । କୋଟିଆ ପ୍ରସଙ୍ଗରେ ଡବଲ ଇଞ୍ଜିନ ସରକାରଙ୍କ ଅସହାୟତାକୁ ନେଇ କଡ଼ା ଭାଷାରେ ନିନ୍ଦା କରିଛି ବିଜୁ ଜନତା ଦଳ ।

ଆଜି ଏକ ପ୍ରେସ ବିବୃତି ମାଧ୍ୟମରେ ଦଳର ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି ଯେ କୋଟିଆରେ ଆନ୍ଧ୍ର ନିର୍ବାଚନ କରିବା ଏହା କେବଳ ପ୍ରଶାସନିକ ବିଫଳତା ନୁହେଁ; ଏହା ଓଡ଼ିଶାବାସୀଙ୍କ ସ୍ୱାଭିମାନ ଓ ଓଡ଼ିଆ ଅସ୍ମିତା ପ୍ରତି ଅପମାନ । କୋଟିଆ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଦୁଇ ଥର ଚିଠି ଲେଖି ସତର୍କ କରିଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ୧୯ ଅକ୍ଟୋବର ୨୦୨୬ର ପ୍ରଥମ ଚିଠିରେ କୋଟିଆର ବିବାଦିତ ଗ୍ରାମଗୁଡ଼ିକରେ ଆନ୍ଧ୍ର ନିର୍ବାଚନ ଘୋଷଣା କରିବା ଗଭୀର ଚିନ୍ତାର ବିଷୟ ବୋଲି କହିଥିଲେ । ୪ ନଭେମ୍ୱର ୨୦୨୬ର ଦ୍ୱିତୀୟ ଚିଠିରେ ଶ୍ରୀଯୁକ୍ତ ପଟ୍ଟନାୟକ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ପୋଲିସ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଓ ଆନ୍ଧ୍ରପ୍ରଦେଶ କୋଟିଆରେ ନିର୍ବାଚନ ଆଗକୁ ବଢ଼ାଇ ଚାଲୁଥିବାରୁ ଏହି ବିଷୟକୁ କେନ୍ଦ୍ର ସରକାର ଏବଂ ଆନ୍ଧ୍ରପ୍ରଦେଶ ସରକାରଙ୍କ ସହିତ ସର୍ବୋଚ୍ଚ ସ୍ତରରେ ଉଠାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ । ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ଓଡ଼ିଶାର ସୀମା ଅଖଣ୍ଡତା ରକ୍ଷା ପାଇଁ ସଂଘର୍ଷ କରିଥିଲା ବିଜେଡି ସରକାର । କୋଟିଆ ଉନ୍ନତି ପାଇଁ ପ୍ରତିବଦ୍ଧ ଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ । ବିରୋଧୀ ଦଳରେ ଥିବାବେଳେ କୋଟିଆ ପ୍ରସଙ୍ଗରେ ଅନେକ ବୟାନ ବାଜି କରୁଥିବା ବିଜେପି, ସରକାରକୁ ଆସିବା ପରେ ଚୁପ କାହିଁକି ? ବିଜେପି କ୍ଷମତାକୁ ଆସିବାର ଅଢେଇ ବର୍ଷ ମଧ୍ୟରେ କୋଟିଆ ପ୍ରସଙ୍ଗର ସମାଧାନ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଥିଲା, କିନ୍ତୁ ତାହା ବିଜେପି ସରକାର କରିଲେ ନାହିଁ । ଓଡିଆ ଅସ୍ମିତାର ଦ୍ୱାହି ଦେଉଥିବା ବିଜେପି କୋଟିଆ ପ୍ରସଙ୍ଗରେ ତିଳେ ମାତ୍ର ଆନ୍ତରିକତା ଦେଖାଉ ନାହିଁ ।

ଡ଼ ମହାନ୍ତି ଆହୁରି କିହଥିଲେ ଯେ ୨୦୨୪ ନିର୍ବାଚନ ପୂର୍ବରୁ ନିର୍ବାଚନ ଇସ୍ତାହାରରେ ଡବଲ ଇଞ୍ଜିନ ସରକାର କୋଟିଆ ସମସ୍ୟା ସମାଧାନ ପାଇଁ ଦେଇଥିବା ପ୍ରତିଶ୍ରୁତି ଆଜି ପ୍ରତାରଣାରେ ପରିଣତ ହୋଇଛି । ଆନ୍ଧ୍ରରେ ଶାସନ କରୁଥିବା ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ୱାଧୀନ ତେଲୁଗୁ ଦେଶମ୍ ପାର୍ଟି ବିଜେପି ନେତୃତ୍ୱାଧୀନ ଏନଡିଏର ଏକ ସହଯୋଗୀ ଦଳ । କେନ୍ଦ୍ରରେ ବିଜେପି ସରକାର ଗଠନରେ ତେଲୁଗୁ ଦେଶମ ପାର୍ଟି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି । ଏହି ରାଜନୈତିକ ନିର୍ଭରଶୀଳତା କାରଣରୁ ଡବଲ ଇଞ୍ଜିନ ସରକାର ଯେଉଁ ଅସହାୟତା ପ୍ରକାଶ କରୁଛି, ତାହା ସମଗ୍ର ଓଡ଼ିଆ ଜାତି ପ୍ରତି ଅପମାନ । ବିଜେପି ସରକାର ଓଡ଼ିଶାର ସୀମାକୁ ସୁରକ୍ଷା ଦେବାରେ ସମ୍ପୂର୍ଣ୍ଣ ଅସମର୍ଥ । ଡବଲ ଇଞ୍ଜିନ ସରକାର ତୁରନ୍ତ କୋଟିଆରେ ଆନ୍ଧ୍ରର ସମସ୍ତ ନିର୍ବାଚନୀ କାର୍ଯ୍ୟକଳାପ ବନ୍ଦ କରାନ୍ତୁ । ସୁପ୍ରିମକୋର୍ଟରେ ଦୃଢ଼ ଆଇନଗତ ପଦକ୍ଷେପ ନିଅନ୍ତୁ । କୋଟିଆ ସମସ୍ୟାକୁ ନେଇ କୌଣସି ସାଲିସ୍ କରନ୍ତୁ ନାହିଁ ସରକାର । ସୀମା ସୁରକ୍ଷା ଓ ଓଡ଼ିଆ ଅସ୍ମିତା ରକ୍ଷା କରିବା ସରକାରର ପ୍ରାଥମିକ ଦାୟିତ୍ୱ । ବିଜେପି ଯଦି ଏହା କରିବାରେ ବିଫଳ ହୁଏ, ତେବେ ଓଡ଼ିଶାବାସୀ ଆଗାମୀ ଦିନରେ ଏହାର ଉଚିତ ଜବାବ ଦେବେ ।

Previous Post

ଡବଲ ଇଞ୍ଜିନର ପତନ ଅନିବାର୍ଯ୍ୟ: ଭକ୍ତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA