Monday, May 25, 2026 07:31 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

‘ଇମ୍ଫା’ର ବେଖାତିର,୫ ବର୍ଷର ସିଏସଆର ରିପୋର୍ଟ ନାହିଁ

by Our Correspondent
30 Apr, 2018- 11:51 PM
in Latest News, News
1 min read
0
‘ଇମ୍ଫା’ର ବେଖାତିର,୫ ବର୍ଷର ସିଏସଆର ରିପୋର୍ଟ ନାହିଁ

– ଶେଷରେ ଆଲୋଚନାକୁ ଆସିଲା ‘ଇମ୍ଫା’ ହେଲେ ସମାଧାନ ହେଲାନି
– ଜିଲ୍ଲାପାଳଙ୍କ ତାଗିଦ୍: ଆନ୍ଦୋଳନକାରୀଙ୍କ ଦାବିର କମ୍ପ୍ଲାଏନ୍ସ ରିପୋର୍ଟ ଦିଅ
– ‘ସମାଧାନ ପାଇଁ କମ୍ପାନୀ ଆଗ୍ରହୀ ନୁହଁ’

ରାୟଗଡ଼ା/ଭୁବନେଶ୍ୱର: ରାୟଗଡ଼ା ଜିଲ୍ଲା ଥେରୁବାଲି ‘ଇମ୍ଫା’ ଠିକା କର୍ମଚାରୀଙ୍କ ଆନ୍ଦୋଳନ ୮ ଦିନ ବିତିଥିଲେ ମଧ୍ୟ ସମାଧାନର ରାସ୍ତା ବାହାରିପାରିନି । ଆଜି ସଂଧ୍ୟାରେ ଜିଲ୍ଲାପାଳଙ୍କ ଉଦ୍ୟମରେ ଇମ୍ଫା କର୍ତ୍ତୃପକ୍ଷ ଆଲୋଚନା ପାଇଁ ରାଜି ହୋଇଥିଲେ । ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ, ଶ୍ରମ ଅଫିସର ଓ ଅନ୍ୟାନ୍ୟ ପଦସ୍ଥ ଅଧିକାରୀଙ୍କ ଉପସ୍ଥିତିରେ ଇମ୍ଫା ପକ୍ଷରୁ କମ୍ପାନୀର ଉପସଭାପତି, ଶ୍ରମ ଅଫିସର ଓ ଜଣେ ପିଆରଓ ଏବଂ ଆନ୍ଦୋଳନକାରୀଙ୍କ ପକ୍ଷରୁ ଜିତୁ ଜାକାସିକା, ହରପ୍ରସାଦ ଆପ୍ରକା ଆଲୋଚନାରେ ବସିଥିଲେ । ଦୀର୍ଘ ଏକ ଘଣ୍ଟା କାଳ ଆଲୋଚନା ହୋଇଥିଲେ ମଧ୍ୟ ଇମ୍ଫା ପ୍ରତିନିଧି ଆନ୍ଦୋଳନକାରୀଙ୍କ ଦାବି ପୂରଣ ଦିଗରେ କୌଣସି ପ୍ରତିଶ୍ରୁତି ଦେଇ ନ ଥିଲେ । ଫଳରେ ସମାଧାନର ରାସ୍ତା ବାହାରି ପାରି ନ ଥିଲା । ଇମ୍ଫା କର୍ତ୍ତୃପକ୍ଷଙ୍କ ବେପରୁଆ ମନୋଭାବ ଆନ୍ଦୋଳନକାରୀଙ୍କୁ କ୍ଷୁବ୍ଧ କରିଛି । ଆନ୍ଦୋଳନ ଚାଲୁ ରହିବ ଏବଂ ଆଗାମୀ ଦିନରେ ଏହା ଆହୁରି ଜୋରଦାର ହେବ ବୋଲି ଆନ୍ଦୋଳନକାରୀ ନେତା ହରପ୍ରସାଦ ଆପ୍ରକା କହିଛନ୍ତି ।
ସେପଟେ ‘ଇମ୍ଫା’ କର୍ତ୍ତୃପକ୍ଷଙ୍କ ଆଭିମୁଖ୍ୟକୁ ଜିଲ୍ଲା ପ୍ରଶାସନ ନାପସନ୍ଦ କରିଛି । ରାୟଗଡ଼ା ଜିଲ୍ଲାପାଳ ‘ଇମ୍ଫା’ ପରିଚାଳନା ନିର୍ଦ୍ଦେଶକଙ୍କୁ ଲେଖିଥିବା ପତ୍ର ହିଁ କମ୍ପାନୀର ବେଆଇନ କାରସାଦି ପଦାକୁ ଆଣିଛି । ଗତକାଲି ରାୟଗଡ଼ା ଜିଲ୍ଲାପାଳ ଲେଖିଥିବା ଚିଠିରୁ ଇମ୍ଫାର ସିଏସଆର କାର୍ଯ୍ୟକ୍ରମ ସନ୍ଦେହଘେରକୁ ଆସିଛି । ଦୀର୍ଘ ୫ ବର୍ଷ ଧରି ଇମ୍ଫା ତାର ସିଏସଆର କାର୍ଯ୍ୟକ୍ରମର ରିପୋର୍ଟ ପ୍ରଶାସନକୁ ଦେଇନାହିଁ । ଜିଲ୍ଲାପାଳ ଏହାକୁ ନେଇ କ୍ଷୁବ୍ଧ ହେବା ସହ ରିପୋର୍ଟ ତୁରନ୍ତ ଦେବାକୁ ଇମ୍ଫା କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି । କମ୍ପାନୀର ବିଗତ ୫ ବର୍ଷର ସିଏସଆର କାର୍ଯ୍ୟକ୍ରମ ଏବଂ ସେଥିରେ ସ୍ଥାନୀୟ ଅଞ୍ଚଳ ଓ ଆଦିବାସୀଙ୍କ ପାଇଁ ଉନ୍ନତି ପାଇଁ କ’ଣ ସବୁ କାର୍ଯ୍ୟକ୍ରମ ହାତକୁ ନେଇଛ ତାହାର ବିସ୍ତୃତ ମାଗିଛନ୍ତି ଜିଲ୍ଲାପାଳ । ଖାଲି ସେତିକି ନୁହେଁ ଆନ୍ଦୋଳନକାରୀଙ୍କ ଦାବି ପୂରଣ ନେଇ ଇମ୍ଫାର ଆଭିମୁଖ୍ୟକୁ ବି ନାପସନ୍ଦ କରିଛନ୍ତି ଜିଲ୍ଲାପାଳ । ଏ ସମ୍ପର୍କରେ ଜିଲ୍ଲାପାଳ ଇମ୍ଫା କର୍ତ୍ତୃପକ୍ଷଙ୍କୁ ଏକ କମ୍ପ୍ଲାଏନ୍ସ ରିପୋର୍ଟ ମାଗିଥିଲେ । ମାତ୍ର ଏ ପର୍ଯ୍ୟନ୍ତ କମ୍ପାନୀ ତାହା ଦେଇନାହିଁ । ଇମ୍ଫା କମ୍ପାନୀ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦର ସମାଧାନ ପାଇଁ ଇମ୍ଫା କର୍ତ୍ତୃପକ୍ଷ ଆଗ୍ରହୀ ନ ଥିବା ଜଣାପଡୁଛି ବୋଲି ଜିଲ୍ଲାପାଳ ଲେଖିଛନ୍ତି । ଆନ୍ଦୋଳନକାରୀଙ୍କ ଦାବି ସମ୍ପର୍କିତ କମ୍ପ୍ଲାଏନସ୍ ରିପୋର୍ଟ ତୁରନ୍ତ ଦେବାକୁ ଜିଲ୍ଲାପାଳ ତାଙ୍କ ଚିଠିରେ ତାଗିଦ୍ କରିଛନ୍ତି ।
ସେହିଭଳି ଆନ୍ଦୋଳନରତ ଇମ୍ଫା କର୍ମଚାରୀଙ୍କ ସହ ଆଲୋଚନା କରି ସମାଧାନର ରାସ୍ତା ବାହାର କରିବା ବଦଳରେ ତାହାକୁ ରାଜନୈତିକ ରୂପ ଦେବାକୁ କମ୍ପାନୀର ହର୍ତ୍ତାକର୍ତ୍ତା କୁହାଯାଉଥିବା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମକୁ ଆନ୍ଦୋଳନକାରୀମାନେ ଭର୍ତ୍ସନା କରିଛନ୍ତି । ‘ପି’ ଙ୍କ ଇଙ୍ଗିତରେ ଇମ୍ଫାକୁ ବଦନାମ କରାଯାଉଛି ବୋଲି ତାଙ୍କ ଟିଭିରେ ପ୍ରଚାର କରୁଛନ୍ତି । ଟୁଇଟ ବି କରିଛନ୍ତି । ଓଡ଼ିଆ ଶିଳ୍ପପତିଙ୍କୁ ସରକାର ଛାଟ ମାରୁଛନ୍ତି କହି ନିଜ ସପକ୍ଷରେ ସମର୍ଥନ ଓ ସହାନୁଭୂତି ଯୋଗାଡ଼ କରୁଛନ୍ତି । ଆନ୍ଦୋଳନକୁ ସଂଗଠିତ କରିବା ପଛରେ ବିଜେଡ଼ିର ଜଣେ ନୂଆ ସାଂସଦଙ୍କ ଭୂମିକା ଅଛି ବୋଲି ଅଚ୍ୟୁତ ସାମନ୍ତଙ୍କୁ ଲକ୍ଷ୍ୟ କରି କହିଛନ୍ତି । ତେବେ ବୈଜୟନ୍ତଙ୍କ ସବୁ ଅଭିଯୋଗକୁ ମିଥ୍ୟା ଏବଂ ଉଦେ୍ଦଶ୍ୟ ପ୍ରଣୋଦିତ କହି ଖଣ୍ଡନ କରିଛନ୍ତି ଆନ୍ଦୋଳନକାରୀ ନେତା ଜିତୁ ଜାକାସିକା ଓ ହରପ୍ରସାଦ ଆପ୍ରକା । ଇମ୍ଫାର ଠିକା କର୍ମଚାରୀ ଓ ସ୍ଥାନୀୟ ଆଦିବାସୀମାନେ ନିଜର ହକ୍ ପାଇଁ ଲଢ଼େଇ କରୁଥିବା ସେମାନେ କହିଛନ୍ତି ।
ଏହି ପରିପ୍ରେକ୍ଷୀରେ ‘ଇମ୍ଫା’ ଓଡ଼ିଶାର ମୂଲ୍ୟାଙ୍କନ ବଢ଼େଇ ଚାଲିଛି ବୋଲି କର୍ତ୍ତୃପକ୍ଷଙ୍କ ସ୍ଲୋଗାନ୍ ଓ ବୈଜୟନ୍ତଙ୍କ ‘ପି’ ରାଜନୀତି ଉପରୁ ପରଦା ହଟିଲାଣି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଖାସ୍ କରି ଗତକାଲିର ଜିଲ୍ଲାପାଳଙ୍କ ଚିଠିଟି ଇମ୍ଫା କର୍ତ୍ତୃପକ୍ଷଙ୍କ ଅସଲ ଚେହେରା ପଦାକୁ ଆଣିଥିବା କୁହାଯାଉଛି । ବୈଜୟନ୍ତ ପଣ୍ଡା ଏହାକୁ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରି କମ୍ପାନୀ ପ୍ରତି ସହାନୁଭୂତି ଯୋଗାଡ଼ର ଅପଚେଷ୍ଟା କରୁଛନ୍ତି । ତେବେ କର୍ମଚାରୀଙ୍କୁ ଭକୁଆ ବନାଇ ଇମ୍ଫା କେତେଦିନ ଏମିତି ଠକି ଚାଲିଥିବ ବୋଲି ଅଧିକାଂଶ ପ୍ରଶ୍ନ କରିଛନ୍ତି ।
ଅତୀତରେ ଇମ୍ଫା କମ୍ପାନୀକୁ ୨୩୦୦ କୋଟି ବ୍ୟାଙ୍କ ଋଣ ଛାଡ଼ ଏହି ଗରିବଙ୍କ ଝାଳ ନିଗିଡ଼ା ପଇସା । ସରକାରଙ୍କଠାରୁ ସବୁ ସାହଯ୍ୟ ସହଯୋଗ ପାଇ ନିଜ ପରିବାରର ବ୍ୟବସାୟ ସାମ୍ରାଜ୍ୟକୁ ପରିପୃଷ୍ଟ କରିଥିବା ବୈଜୟନ୍ତ ଆଜି ଓଡ଼ିଆଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଗରିବଙ୍କ ରକ୍ତନିଗିଡ଼ା ପରିଶ୍ରମକୁ ଉପେକ୍ଷା କରି ସେମାନଙ୍କ ପେଟରେ ନାତ ମାରୁଥିବା ବୈଜୟନ୍ତଙ୍କ ଅସଲ ସ୍ୱରୂପ ଓଡ଼ିଶାବାସୀଙ୍କୁ ଚିହ୍ନିବା ବାକି ନାହିଁ ବୋଲି ବୁଦ୍ଧିଜୀବୀମହଲରେ ଆଲୋଚନା ହେଉଛି ।
Previous Post

ଆଖି ବୁଜିଲା ଦୁଷ୍କର୍ମ ପୀଡ଼ିତା ୬ ବର୍ଷର କୁନିଝିଅ

Next Post

୮୦ ବିଜେଡ଼ି ବିଧାୟକଙ୍କ ଆସନ ଟଳମଳ

Next Post
୮୦ ବିଜେଡ଼ି ବିଧାୟକଙ୍କ ଆସନ ଟଳମଳ

୮୦ ବିଜେଡ଼ି ବିଧାୟକଙ୍କ ଆସନ ଟଳମଳ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA