Monday, May 25, 2026 07:36 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

୮୦ ବିଜେଡ଼ି ବିଧାୟକଙ୍କ ଆସନ ଟଳମଳ

by Our Correspondent
01 May, 2018- 10:25 AM
in Latest News, Politics
1 min read
5
୮୦ ବିଜେଡ଼ି ବିଧାୟକଙ୍କ ଆସନ ଟଳମଳ
ଭୁବନେଶ୍ୱର: ବିରୋଧୀ ଶକ୍ତିଙ୍କୁ ନ୍ୟୁନ ମନେକରିକାର ମାନସିକତା ଶାସକଦଳକୁ ମହଙ୍ଗା ପଡ଼ିପାରେ । ବିଧାନସଭାରେ ୧୧୮ ବଳ ଧରି ଫୁଟାଣି ମାରୁଥିବା ବିଜେଡ଼ିକୁ ନିଜ ଦଳର ବିଧାୟକ ହିଁ କଣ୍ଟା ହେବେ । କିଛି ମନ୍ତ୍ରୀଙ୍କ ସମେତ ପ୍ରାୟ ୮୦ ବିଧାୟକଙ୍କର ନିଜସ୍ୱ ଭୋଟ ବୋଲେ କିଛି ନାହିଁ । ନିଜ ନିଜ ଅଞ୍ଚଳରେ ସେମାନେ ଲୋକଙ୍କ ଆସ୍ଥା ହରାଇଛନ୍ତି । ଶଙ୍ଖ ଚିହ୍ନ ଓ ନବୀନ ପଟ୍ଟନାୟକ ହିଁ ସେମାନଙ୍କ ଏକମାତ୍ର ସମ୍ବଳ । ରାଜ୍ୟ ଗୁଇନ୍ଦା ବିଭାଗ ପକ୍ଷରୁ ଏଭଳି ଏକ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ ହସ୍ତଗତ ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ସେମାନଙ୍କୁ ବଦଳାଇ ନୂଆ ପ୍ରାର୍ଥୀ ନ ଦେଲେ ଦଳକୁ ମହଙ୍ଗା ପଡ଼ିବ ବୋଲି ସେଥିରେ କୁହାଯାଇଥିବା ଏହି ସୂତ୍ରରୁ ଜଣାପଡ଼ିଛି ।
ରିପୋର୍ଟ ମୁତାବକ, ନିଜ ନିର୍ବାଚନମଣ୍ଡଳୀରେ ଏହି ବିଧାୟକଙ୍କର ସେଭଳି କୌଣସି କରିସ୍ମା ନାହିଁ । ଗତ ନିର୍ବାଚନରେ ବିଜେଡ଼ି ହାୱା ଓ ନବୀନ ପଟ୍ଟନାୟକଙ୍କ ନାଁରେ ସେମାନେ ଭୋଟ ପାଇଥିଲେ ମଧ୍ୟ ୪ ବର୍ଷ ଭିତରେ ନିଜସ୍ୱ ସ୍ଥିତି ଜାହିର କରିବାରେ ସକ୍ଷମ ହୋଇନାହାନ୍ତି । ସେମାନଙ୍କ ମଧ୍ୟରୁ ଅନେକ ବିଭିନ୍ନ ଦୁର୍ନୀତିରେ ବୁଡ଼ିଛନ୍ତି । ପିସି କାରବାରରେ ନିଜକୁ ବେଶ୍ ହୃଷ୍ଟପୃଷ୍ଠ କରିଛନ୍ତି । ଲୋକଙ୍କ ଆସ୍ଥା ହରାଇଥିବା ବିଧାୟକଙ୍କ ତାଲିକାରେ ପ୍ରଥମ ଥର ପାଇଁ ବିଧାନସଭାକୁ ଆସିଥିବା ଅନେକ ନୂଆ ମୁହଁ ଅଛନ୍ତି । ଉପକୂଳ ଅଞ୍ଚଳରେ ଏମାନଙ୍କ ସଂଖ୍ୟା ସର୍ବାଧିକ । ଲୋକଙ୍କ ସହ ସୁସମ୍ପର୍କ ନ ରଖି ହାତଗଣତି ଠିକାଦାର ଓ ଟାଉଟର୍ ଙ୍କୁ ସେମାନେ ପକେଟ୍ ରେ ରଖିଛନ୍ତି । ନିର୍ବାଚନମଣ୍ଡଳୀ ସହ କମ୍ ସମ୍ପର୍କ ରଖି ମସ୍ତି କରିବା ଓ ପଇସା କମାଇବାରେ ଲାଗିଛନ୍ତି ।
ଖୋଦ୍ ରାଜଧାନୀର ତିନୋଟି ନିର୍ବାଚନମଣ୍ଡଳୀରେ ବିଧାୟକମାନଙ୍କ ଅପାରଗତା ଯୋଗୁଁ ବିଜେଡ଼ିର ହାଲତ୍ ଖରାପ ହୋଇଯାଇଛି । ଏକାମ୍ର ନିର୍ବାଚନମଣ୍ଡଳୀର ପ୍ରତିନିଧିତ୍ୱ କରୁଥିବା ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ନାଁରେ ଗଦା ଗଦା ଦୁର୍ନୀତି ଅଭିଯୋଗ । ତାଙ୍କ କାର୍ଯ୍ୟକଳାପ ଅଧିକାଂଶ କର୍ପୋରେଟର ଓ ସମର୍ଥକଙ୍କୁ ଅତିଷ୍ଠ କରିଛି । ନିଜର ହାତଗଣତି ସମର୍ଥକଙ୍କ ଜରିଆରେ ଠିକାଦାରି ଓ ଟ୍ରାନସଫର୍ ରେ ସେ ବିଶେଷ ଧ୍ୟାନ ଦେଉଥିବା ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ ରହିଛି । ସେହିଭଳି ଉତ୍ତର ଭୁବନେଶ୍ୱର ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ ନାଁରେ ବି ଅନୁରୂପ ଅଭିଯୋଗ । ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଥିଲେ ବି ସେ ଭୀଷଣ ବଦନାମ ହୋଇଛନ୍ତି । ମଧ୍ୟ ଭୁବନେଶ୍ୱର ବିଧାୟକ ବିଜୟ(ବାଦଲ) ମହାନ୍ତିଙ୍କ ନାଁରେ ଦୁର୍ନୀତି ଅଭିଯୋଗ ନାହିଁ ସତ ହେଲେ ସାଂଗଠନିକ କାର୍ଯ୍ୟକ୍ରମ ପ୍ରତି ତାଙ୍କର ଆଗ୍ରହ କମିଯାଇଛି । କର୍ପୋରେଟରମାନେ ତାଙ୍କୁ ‘କଣ୍ଢେଇ’ ବିଧାୟକର ଆଖ୍ୟା ଦେଇଛନ୍ତି । ଜୟଦେବ ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା ମନ୍ତ୍ରୀ ଶଶୀଭୂଷଣ ବେହେରା ବି ଲୋକଙ୍କ ମଧ୍ୟରେ ନିଜସ୍ୱ ପରିଚୟ ସୃଷ୍ଟି କରିବାରେ ସମର୍ଥ ହୋଇନାହାନ୍ତି ।
କଟକରେ ମଧ୍ୟ ଦଳର ଅନୁରୂପ ଅବସ୍ଥା । ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ଲୋକପ୍ରିୟତା ଖସିଯାଇଛି । ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳ ଚିଟଫଣ୍ଡ ମାମଲାରେ ଜେଲ୍ ଯିବା ପରେ ତାଙ୍କର ଭାବମୂର୍ତ୍ତିରେ କଳଙ୍କ ଲାଗିଯାଇଛି । ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା ମନ୍ତ୍ରୀ ପଦ ପାଇଥିଲେ ମଧ୍ୟ ଲୋକଙ୍କ ସହ ସୁସମ୍ପର୍କ ରଖିବାରେ ଫେଲ୍ ମାରିଛନ୍ତି । ଜିଲ୍ଲାର ନରସିଂହପୁର-ବଡ଼ମ୍ବା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ରଙ୍କ ସ୍ଥିତି ପୂରା ଟଳମଳ ରହିଛି । ନିଆଳିରେ ପ୍ରମୋଦ ମଲ୍ଲିକଙ୍କ ସ୍ଥିତି ଆହୁରି ଖରାପ ହୋଇଯାଇଛି । ମାହାଙ୍ଗାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ପାଇଁ ଚାଲେଂଜ ହୋଇଛନ୍ତି ବିଜେପିରେ ମିଶିଥିବା ଯୁବନେତା ଶାରଦା(ବୁଲୁ) ପ୍ରଧାନ । କଟକ ସହର ସମେତ ସମଗ୍ର ଜିଲ୍ଲାରେ ବିଜେଡ଼ିକୁ କଡ଼ା ଟକ୍କର ଦେବାକୁ ବିଜେପି ଉଭା ହୋଇଛି । କଂଗ୍ରେସରେ ନିରଞ୍ଜନ ପଟ୍ଟନାୟକ ସଭାପତି ଦାୟିତ୍ୱ ନେଲା ପରେ ବିପଦ ଦୁଇଗୁଣା ହୋଇଛି ।
ଭୁବନେଶ୍ୱର, କଟକ ଜିଲ୍ଲାକୁ ଛାଡ଼ିଦେଲେ ଉପକୂଳ ଅଞ୍ଚଳରେ ଖୋର୍ଦ୍ଧା ବିଧାୟକ ରାଜେନ୍ଦ୍ର ସାହୁ, ଜଟଣୀ ବିଧାୟକ ଭାଗିରଥୀ ବଡ଼ଜେନା, ବେଗୁନିଆ ବିଧାୟକ ପ୍ରଶାନ୍ତ ଜଗଦେବ, ଖଣ୍ଡପଡ଼ା ବିଧାୟକ ଅନୁଭବ ପଟ୍ଟନାୟକ, ରଣପୁର ବିଧାୟକ ରବିନାରାୟଣ ମହାପାତ୍ର, ଦଶପଲ୍ଲା ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ଲୋକପ୍ରିୟତା ଆଦୌ ନାହିଁ କହିଲେ ଚଳେ । ଭୁବନେଶ୍ୱରରେ ବାହାବା ମାରୁଥିବା ଏହି ବିଧାୟକମାନଙ୍କ ପଛରେ ନିର୍ବାଚନମଣ୍ଡଳୀ ଜନସମର୍ଥନ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମର ପୋଲସରା, ଖଲିକୋଟ, ଛତ୍ରପୁର, ଆସ୍କା, ସୋରଡ଼ା ଓ ସାନଖେମୁଣ୍ଡି ବିଧାୟକ ନିଜସ୍ୱ ଭୋଟ ସୃଷ୍ଟି କରିବାରେ ବିଫଳ ହୋଇଛନ୍ତି । ଅବିଭକ୍ତ ବାଲେଶ୍ୱର ଜିଲ୍ଲାରେ ବି ଅଧିକାଂଶ ବିଜେଡ଼ି ବିଧାୟକଙ୍କ ଲୋକପ୍ରିୟତା ନାହିଁ । ଜଳେଶ୍ୱର, ବସ୍ତା, ବାଲେଶ୍ୱର, ନୀଳଗିରି, ସୋରୋ,  ସିମୁଳିଆ, ଭଦ୍ରକ, ଭଣ୍ଡାରିପୋଖରୀ(ମନ୍ତ୍ରୀ ପ୍ରଫୁଲ୍ଲ ସାମଲ) ଓ ଚାନ୍ଦବାଲିରେ ବିଧାୟକଙ୍କ ପାଇଁ ତାଙ୍କ ଦଳ ବିଜେଡ଼ି ଓ ନବୀନ ହିଁ ଭରସା ହୋଇଛନ୍ତି ।
ଯାଜପୁର ଜିଲ୍ଲାରେ ବିଜେଡ଼ିର ସ୍ଥିତି ଅପେକ୍ଷାକୃତ ଭଲ ଥିଲେ ମଧ୍ୟ ଦଳ ପାଇଁ କାଳ ହୋଇଛି ଆଭ୍ୟନ୍ତରୀଣ କନ୍ଦଳ । ବରୀ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକଙ୍କ ପାଇଁ ଦଳୀୟ ଅର୍ନ୍ତଦ୍ୱନ୍ଦ ଚାଲେଂଜ ସୃଷ୍ଟି କରିଛି । ବଡ଼ଚଣାରେ ଅମର ଶତପଥୀଙ୍କ ଲୋକପ୍ରିୟତା ଥିଲେ ମଧ୍ୟ ବିଜେପିରେ ମିଶିଥିବା ଅମର ନାୟକ ତାଙ୍କ ପାଇଁ କଣ୍ଟା ହୋଇଛନ୍ତି । ଅବିଭକ୍ତ ଢ଼େଙ୍କାନାଳ ଜିଲ୍ଲାରେ ଢ଼େଙ୍କାନାଳ ବିଧାୟକ ସରୋଜ ସାମଲ, ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ, ତାଳଚେର ବିଧାୟକ ବ୍ରଜ ପ୍ରଧାନଙ୍କ ଅବସ୍ଥା ବି ଭଲ ନାହିଁ । କେନ୍ଦ୍ରାପଡ଼ା ଜିଲ୍ଲାରେ କେନ୍ଦ୍ରାପଡ଼ା ବିଧାୟକ କିଶୋର ତରାଇଙ୍କ ଲୋକପ୍ରିୟତା ଜିରୋ କହିଲେ ଚଳେ । ପାଟକୁରାରେ ବେଦପ୍ରକାଶ ଅଗ୍ରୱାଲ୍ ଙ୍କୁ ଆଉ ଭୋଟର ଚାହୁଁନାହାନ୍ତି । ଜଗତସିଂହପୁରରେ ବାଲିକୁଦା ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ସ୍ଥିତି ଭଲ ନାହିଁ । ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ବି ଅଧିକାଂଶ ବିଜେଡ଼ି ବିଧାୟକ ନିଜ ନାଁର ଟେକ ରଖିବାରେ ବିଫଳ ହୋଇଛନ୍ତି । ଗତଥର ଭଳି ଏଥର ବି ନବୀନ ପଟ୍ଟନାୟକ ଓ ଶଙ୍ଖ ନାଁରେ ପାର୍ ହୋଇଯିବା ପାଇଁ ମନେ ମନେ ଖଜା ଖାଇ ବସିଛନ୍ତି ।
ରାଜନୈତିକ ବିଶେଷଜ୍ଞମାନଙ୍କ ମତରେ ଆଜିକା ଦିନରେ ସମଗ୍ର ରାଜ୍ୟରେ ବିଜେଡ଼ିର ସ୍ଥିତି ବିଜେପି ଓ କଂଗ୍ରେସ ତୁଳନାରେ ଯଥେଷ୍ଟ ଆଗରେ ଥିଲେ ମଧ୍ୟ ଅଧିକାଂଶ ନିର୍ବାଚମଣ୍ଡଳୀରେ ବିଜେଡ଼ି ବିଧାୟକମାନଙ୍କର ନିଜସ୍ୱ ଦମ୍ ନାହିଁ । ସେମାନେ ନିଜେ ବଦନାମ ହେବା ସହ ଦଳକୁ ବି ବଦନାମ କରିଛନ୍ତି । ସେମାନଙ୍କ ଜାଗାରେ ନୂଆ ମୁହଁ ନ ଦେଲେ ବିଜେଡ଼ି ନିଜ ସିଟ୍ ବଞ୍ଚାଇ ରଖିବା କଷ୍ଟକର ହୋଇପଡ଼ିବ ।
Previous Post

‘ଇମ୍ଫା’ର ବେଖାତିର,୫ ବର୍ଷର ସିଏସଆର ରିପୋର୍ଟ ନାହିଁ

Next Post

ସୌମ୍ୟଙ୍କୁ ନେଇ ବିଜେଡ଼ି ପସ୍ତାଇଲାଣି

Next Post
ସୌମ୍ୟଙ୍କୁ ନେଇ ବିଜେଡ଼ି ପସ୍ତାଇଲାଣି

ସୌମ୍ୟଙ୍କୁ ନେଇ ବିଜେଡ଼ି ପସ୍ତାଇଲାଣି

Comments 5

  1. H.k mishra says:
    8 years ago

    Chance to young

    Reply
  2. Neetindra Patra says:
    8 years ago

    Angul re bi abastha pura kharap Sir… Ama MLA Rajanikant Babu nkara 3 barsa hela dekha nahi… tanku bi listre jodantu… Ame naveen pattnaik nku cm hisab re chahunchu and request karuchu ki se candidate change karantu…

    Reply
  3. Chandan Kumar Mallick says:
    8 years ago

    Balikuda Erasama bidhayak Prasanta Muduli 2 ta block pani Kama karithanti

    Reply
  4. Sanjaya Kumar Pal says:
    8 years ago

    Hindol re Nua candidate dele BJP Ku Sundar faida miliba.karana MLA Seema Nayak kahatharu tanka tiye khai nahanti ki sadharana lolankara pachare acchanti.Tanku Hindol basi 2nd time chahanti.Jadi seat hareiba pain iccha thaye tahele Nua candidate diantu. Se aai NAC election re tankara loka samparka ra result dekhei chhanti.

    Reply
  5. Ranjeetrout says:
    8 years ago

    We need change at Rourkela

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA