Tuesday, June 30, 2026 04:31 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଆୟକର ନଜରରେ ବୈଜୟନ୍ତ, ଜାଗି; ୧୭ କୋଟିର ବିଦେଶୀ କଳାଧଳା କାରବାର !

by Our Correspondent
08 Feb, 2019- 05:10 PM
in Latest News, News, Story Of The Week
1 min read
0
ଆୟକର ନଜରରେ ବୈଜୟନ୍ତ, ଜାଗି; ୧୭ କୋଟିର ବିଦେଶୀ କଳାଧଳା କାରବାର !
ନୂଆଦିଲ୍ଲୀ: ଆୟକର ରାଡର୍ ରେ ପଣ୍ଡା ଦମ୍ପତ୍ତି । ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଓ ତାଙ୍କ ପତ୍ନୀ ଜାଗିମଙ୍ଗତ ପଣ୍ଡାଙ୍କ ବିରୋଧରେ ଆର୍ଥିକ ଅନିୟମିତତା ଓ ଟିକସ ଫାଙ୍କି ଭଳି ସଙ୍ଗୀନ ଅଭିଯୋଗ ଆସିଛି । ନିସ୍ତେଜ କମ୍ପାନୀ ବାଟେ ବିଦେଶୀ ଅଜ୍ଞାତ ସୂତ୍ରରୁ ସେମାନଙ୍କ ପାଖକୁ ଆସିଛି ୧୭.୭୨ କୋଟି ଟଙ୍କା । ଏହି ଟଙ୍କାରେ ସେୟାର ବଦଳାଇ ତାହାକୁ ଅତ୍ୟନ୍ତ କମ ମୂଲ୍ୟରେ ନିଜ ବ୍ୟବସାୟ ସଂସ୍ଥାରେ ଖଟାଇଛନ୍ତି । ବୈଜୟନ୍ତ ଓ ଜାଗିଙ୍କ ଏହି କାରବାରରେ ସେମାନଙ୍କ ଅନ୍ତରଙ୍ଗ ବ୍ୟବସାୟ ସହଯୋଗୀ ଶ୍ରୀମତୀ ମଞ୍ଜୁଳା ଦେବୀ ଶ୍ରଫ୍ ସାମିଲ ଅଛନ୍ତି । ଆୟକର ବିଭାଗ ପାଖରେ ଏହି ଅଭିଯୋଗ ପହଞ୍ଚିବା ପରେ ଖୋଳତାଡ଼ ଆରମ୍ଭ ହୋଇଛି । ପ୍ରିଭେନସନ୍ ଅଫ ମନି ଲଣ୍ଡରିଂ ଆକ୍ଟ, ବ୍ଲାକ୍ ମନି ଆକ୍ଟ ଏବଂ ଇନକମ୍ ଟାକ୍ସ ଆକ୍ଟରେ ସେମାନଙ୍କ ବିରୋଧରେ ମାମଲା ରୁଜୁ ହୋଇପାରେ ।

ସିଧା ସିଧା ଅଭିଯୋଗଟି ଏହିଭଳି । ଟାକ୍ସ ହେଭେନ୍ ଭାବେ ପରିଚିତ ବାହାମସ୍ ରେ ବୈଜୟନ୍ତ ଓ ଜାଗି ଫିନଲେ, ମେସିନା ଏବଂ ପିକିକା ନାମରେ କେବଳ କାଗଜ କଲମରେ ତିନୋଟି କମ୍ପାନୀ ଚଳାଉଥିଲେ । ସେହି ବାଟରେ ସେମାନେ ନିଜର କଳାଟଙ୍କାକୁ ଧଳା କରୁଥିଲେ । ମାତ୍ର ଦୁଇ ଡଲାରର ପେଡ଼ ଅପ୍ କ୍ୟାପିଟାଲ୍ ଥିବା ଏହି କମ୍ପାନୀ ବୈଜୟନ୍ତ ଓ ଜାଗିଙ୍କ ଓରଟେଲ୍ ଓ ଓଟିଭିରେ ୧୭ କୋଟିରୁ ଅଧିକ ଟଙ୍କା ବିନିଯୋଗ କରିଛନ୍ତି । ଏହି ତିନୋଟି ବାହାମସ୍ କମ୍ପାନୀ କେବଳ ପଣ୍ଡା ବ୍ୟବସାୟରେ ଟଙ୍କା ଖଟାଇଥିବା ବେଳେ ଅନ୍ୟ କୌଣସି ଭାରତୀୟ ବ୍ୟବସାୟରେ ଟଙ୍କା ଖଟାଇ ନାହାନ୍ତି ।

ତଥ୍ୟ ପ୍ରମାଣ ସହ ଅଭିଯୋଗକାରୀ ଆୟକର ବିଭାଗରେ ଅଭିଯୋଗ ଦାଖଲ କରିଛନ୍ତି । ଯାହା ଏମିତି.. ।
ବାହାମସ୍ ରେଜିଷ୍ଟ୍ରାର ଅଫ କମ୍ପାନୀଜ୍ ରେକର୍ଡ ଅନୁଯାୟୀ, ଫିନଲେ କର୍ପୋରେସନ୍ ଲିମିଟେଡ଼, ମେସିନା କର୍ପୋରେସନ୍ ଏବଂ ପିକିକା ଲିମିଟେଡ଼ ନାମରେ ତିନୋଟି ସଂସ୍ଥା ସମାନ ଠିକଣାରେ ନାସାଉ, ବାହାମସ୍ ରେ ଯଥାକ୍ରମେ ୧୯୯୩,୧୯୯୫ ଏବଂ ୨୦୦୩ ମସିହାରେ ସହବନ୍ଧିତ ହୋଇଥିଲେ । ଯାହାର ଏଜେଣ୍ଟ ହେଉଛନ୍ତି କର୍ପୋରେଟ୍ ସର୍ଭିସେସ୍ ଇଣ୍ଟରନ୍ୟାସନାଲ୍ ଲିମିଟେଡ଼ । ରେକର୍ଡ ଦର୍ଶୋଉଛି, ଦିଲ୍ଲୀ ଠିକଣାରେ ପରିଚିତ ଶ୍ରୀମତୀ ମଞ୍ଜୁଳା ଦେବୀ ଶ୍ରଫ୍ ୧୯୯୪ ଜୁଲାଇରୁ ଫିନଲେ କର୍ପୋରେସନ୍ ଏବଂ ୧୯୯୫ ଜାନୁଆରୀରୁ ମେସିନା କର୍ପୋରେସନ୍ ର ପାୱାର୍ ଅଫ ଆଟର୍ଣ୍ଣି ରଖିଛନ୍ତି ।
ଶ୍ରୀମତୀ ଶ୍ରଫ୍ ହେଉଛନ୍ତି ପଣ୍ଡା ପରିବାରର ଘନିଷ୍ଠ ବ୍ୟବସାୟିକ ସହଯୋଗୀ । ଜାଗି ମଙ୍ଗତ ପଣ୍ଡାଙ୍କ ପରିଚାଳନାରେ ଥିବା ଓଟିଭିର ସେ ଜଣେ ନିର୍ଦ୍ଦେଶିକା । ଦେବାଳିଆ ଅବସ୍ଥାକୁ ଆସିଥିବା ପଣ୍ଡାଙ୍କ ଓରଟେଲ କମ୍ୟୁନିକେସନ୍ ସଂସ୍ଥାରେ ବୈଜୟନ୍ତ, ଜାଗିଙ୍କ ସହ ୧୯୯୮ରୁ ୨୦୧୩ ପର୍ଯ୍ୟନ୍ତ ସେ ମଧ୍ୟ ଥିଲେ ନିର୍ଦ୍ଦେଶିକା ।
୧୯୯୫ ରୁ ୨୦୦୭ ମସିହା ମଧ୍ୟରେ ତିନି ବାହାମସ୍ କମ୍ପାନୀ- ଫିନଲେ କର୍ପୋରେସନ୍ ଲିମିଟେଡ଼, ମେସିନା କର୍ପୋରେସନ୍ ଏବଂ ପିକିକା ଲିମିଟେଡ଼ ସିଧାସଳଖ ନିଜେ ଏବଂ ସେମାନଙ୍କ ଭାରତୀୟ ସହଯୋଗୀ ଏମଏସ୍ ଟେଲିକମ୍ ଲିମିଟେଡ଼ ଏବଂ କାଲୋରେକ୍ସ ହୋଲ୍ଡିଂସ ପ୍ରାଇଭେଟ ଲିମିଟେଡ଼ ଜରିଆରେ ଓରଟେଲ୍ ସଂସ୍ଥାରେ ସମୁଦାୟ ୧୭.୭୨ କୋଟି ଟଙ୍କା ପୁଞ୍ଜି ଖଟାଇଥିଲେ । ଇକ୍ୱିଟି, ପ୍ରିଫରେନ୍ସ ସେୟାର୍ ଏବଂ ଋଣ ପ୍ରଦାନ ଆକାରରେ ଏହି ପୁଞ୍ଜି ବିନିଯୋଗ ହୋଇଥିଲା । ଉଭୟ ଏମଏସ୍ ଟେଲିକମ୍ ଏବଂ କାଲୋରେକ୍ସ ହୋଲ୍ଡିଂସର ଜଣେ ନିର୍ଦ୍ଦେଶିକା ଥିଲେ ଶ୍ରୀମତୀ ମଞ୍ଜୁଳା ଦେବୀ ଶ୍ରଫ୍ ।
ବାହାମସ୍ କମ୍ପାନୀ ଏବଂ ସହଯୋଗୀଙ୍କ ଦ୍ୱାରା ଓରଟେଲ୍ ରେ ବିନିଯୋଗ ହୋଇଥିବା ୯.୪୬ କୋଟିର ସେୟାରକୁ ପଣ୍ଡା ପରିବାର ସେମାନଙ୍କ ମାଲିକାନାରେ ଥିବା ବ୍ୟବସାୟିକ ସଂସ୍ଥା ପଣ୍ଡା ଇନଭେଷ୍ଟମେଣ୍ଟ ପ୍ରାଇଭେଟ୍ ଲିମିଟେଡ଼ ଏବଂ ମେଟ୍ରୋ ସ୍କାଏନେଟ୍ ଲିମିଟେଡ଼ ଜରିଆରେ ମାତ୍ର୧.୬୮ କୋଟି ଟଙ୍କାରେ କିଣି ନେଇଥିଲେ ।
ସେହିପରି ଫିନଲେ ସଂସ୍ଥାର ସବୁତକ ପ୍ରିଫରେନ୍ସ ସେୟାରକୁ ୨୦୧୦ ଡିସେମ୍ବରରେ ଓଟିଭି ସଂସ୍ଥା ରେ ଲଗାଯାଇଥିଲା ।
ଇତିମଧ୍ୟରେ ୨୦୧୧ ଜୁଲାଇରେ ପିକିକା ଏବଂ ୨୦୧୩ ଫେବୃଆରୀରେ ମେସିନା ସଂସ୍ଥା ଭାଙ୍ଗି ଯାଇଥିଲା । ୨୦୧୮ ମାର୍ଚ୍ଚରେ ଫିନଲେ ସଂସ୍ଥା ଭାଙ୍ଗିଗଲା ।
ଅଭିଯୋଗକୁ ବୈଜୟନ୍ତ ପଣ୍ଡା ଖଣ୍ଡନ କରିଛନ୍ତି । ତାଙ୍କ ବିରୋଧରେ ଏହା ଏକ ଷଡ଼ଯନ୍ତ୍ର ଏବଂ ଅଭିଯୋଗର କୌଣସି ସତ୍ୟତା ନାହିଁ ବୋଲି କହିଛନ୍ତି । ଶ୍ରୀମତୀ ମଞ୍ଜୁଳା ଶ୍ରଫ୍ ବି ଅଭିଯୋଗକୁ ଖଣ୍ଡନ କରିଛନ୍ତି । କୁହାଯାଉଥିବା କମ୍ପାନୀର ସେ ପାୱାର ଅଫ ଆଟର୍ଣ୍ଣି ଥିବାରୁ ପରିଚାଳନା ଉପରେ ତାଙ୍କର କୌଣସି ଭୂମିକା ନାହିଁ । କୌଣସି କାରବାରରେ ସେ ସଂପୃକ୍ତ ନ ଥିବା ପ୍ରତିକ୍ରିୟା ଦେଇଛନ୍ତି । ତେବେ ଖବରଟି ଜାତୀୟ ଗଣମାଧ୍ୟମରେ ଆଜି ଆସିବା ପରେ ହଟଚମଟ ସୃଷ୍ଟି ହୋଇଛି ।
Previous Post

ବେଆଇନର ଖୁଲାସା: ଜଣଙ୍କୁ ମେଞ୍ଚେ, ଅନ୍ୟଙ୍କୁ କେଞ୍ଚେ

Next Post

ସରିଲା ବିଧାନସଭା, ବିଦାୟ ବେଳାରେ ଭାବବିହ୍ୱଳ ପରିବେଶ

Next Post
ସରିଲା ବିଧାନସଭା, ବିଦାୟ ବେଳାରେ ଭାବବିହ୍ୱଳ ପରିବେଶ

ସରିଲା ବିଧାନସଭା, ବିଦାୟ ବେଳାରେ ଭାବବିହ୍ୱଳ ପରିବେଶ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA