ଭୁବନେଶ୍ୱର: ୨୦୧୪ ଲୋକସଭା ନିର୍ବାଚନରେ ବିଜେପି ଏକାକୀ ୨୮୨ ସିଟ୍ ସହ ଏନଡିଏ ପାଇଥିଲା ୩୩୬ ସିଟ୍ । କଂଗ୍ରେସକୁ ମାତ୍ର ୪୪ଟି ଆସନ ସହ ୟୁପିଏକୁ ମିଳିଥିଲା ୬୦ ସିଟ୍ । ମାତ୍ର ବିଭିନ୍ନ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ଅନୁଷ୍ଠିତ ଏକଜିଟ୍ ପୋଲ୍ ଫଳାଫଳ କ’ଣ ଆସିଥିଲା ଦେଖନ୍ତୁ ।
ଇଣ୍ଡିଆ ଟୁଡେ-ସିକେରୋ: ଏନଡିଏ-୨୭୨, ୟୁପିଏ-୧୧୫
ଟାଇମସ୍ ନାଓ-ଓଆରଜି: ଏନଡିଏ-୨୪୯, ୟୁପିଏ-୧୪୮
ଏବିପି-ନେଲସନ୍: ଏନଡିଏ-୨୭୪, ୟୁପିଏ-୯୭
ଇଣ୍ଡିଆ ଟିଭି-ସି ଭୋଟର: ଏନଡିଏ-୨୮୯,ୟୁପିଏ-୧୦୧
ଏନଡିଟିଭି-ହାନସା ରିଚର୍ଚ୍ଚ: ଏନଡିଏ-୨୭୯,ୟୁପିଏ-୧୦୩
ସିଏନଏନ-ଆଇବିଏନ୍: ଏନଡିଏ-୨୮୦, ୟୁପିଏ-୯୭
ନିଉଜ୍ ୨୪-ଚାଣକ୍ୟ: ଏନଡିଏ-୩୨୬ରୁ ୩୫୪,ୟୁପିଏ-୬୧ରୁ ୭୯
କେବଳ ନିଉଜ ୨୪-ଚାଣକ୍ୟ ସର୍ଭେକୁ ଛାଡ଼ିଦେଲେ ଅନ୍ୟ ସଂସ୍ଥାଗୁଡ଼ିକର ଏକଜିଟ୍ ପୋଲ୍ ଏନଡିଏକୁ ୨୪୯ ରୁ ୨୮୯ ସିଟ୍ ମଧ୍ୟରେ ସୀମିତ ରଖିଥିଲା । ୟୁପିଏକୁ ୯୭ରୁ ଆରମ୍ଭ କରି ସର୍ବାଧିକ ୧୪୮ ଟି ଆସନ ଦେଇଥିଲା । ମାତ୍ର ବାସ୍ତବରେ ଏନଡିଏର ସଂଖ୍ୟା ଏହି ସବୁ ଅନୁମାନକୁ ବହୁ ପଛରେ(୪୭ରୁ ଆରମ୍ଭ କରି ୮୭ ସିଟ୍) ପକାଇଥିଲା । ସେହିପରି ୟୁପିଏ ସଂଖ୍ୟା ପୂର୍ବ ଅନୁମାନଠାରୁ ଯଥେଷ୍ଟ ପଛରେ ରହିଥିଲା ।
ଏବେ ୨୦୧୯ ଫଳାଫଳ ଆସିବା ପୂର୍ବରୁ ବିଭିନ୍ନ ସଂସ୍ଥାର ଏକଜିଟ୍ ପୋଲ୍ ଉପରେ ନଜର ପକାନ୍ତୁ ।
ସି-ଭୋଟର୍ସ-ରିପବ୍ଲିକ୍: ଏନଡିଏ-୨୮୭, ୟୁପିଏ-୧୨୮, ଅନ୍ୟାନ୍ୟ-୧୨୭
ଟାଇମସ୍ ନାଓ-ଭିଏମଆର: ଏନଡିଏ-୩୦୬,ୟୁପିଏ-୧୩୨, ଅନ୍ୟାନ୍ୟ-୧୦୪
ନ୍ୟୁଜ୍ ନେସନ୍: ଏନଡିଏ-୨୮୨ରୁ ୨୯୦, ୟୁପିଏ-୧୧୮ରୁ ୧୨୬, ଅନ୍ୟାନ୍ୟ-୧୩୦ ରୁ ୧୩୮
ଆଜତକ୍: ଏନଡିଏ-୩୩୯ରୁ ୩୬୫, ୟୁପିଏ-୭୭ରୁ ୧୦୮, ଅନ୍ୟାନ୍ୟ- ୬୯ରୁ ୯୫
ଚାଣକ୍ୟ: ଏନଡିଏ-୩୪୦, ୟୁପିଏ-୭୦, ଅନ୍ୟାନ୍ୟ- ୧୩୩
ଋିପବ୍ଲିକ୍- ଜନକୀ ବାତ୍: ଏନଡିଏ- ୩୦୫, ୟୁପିଏ-୧୨୪, ଅନ୍ୟାନ୍ୟ-୨୬
ନେତା-ନ୍ୟୁଜ୍ ଏକ୍ସ: ଏନଡିଏ-୨୪୨, ୟୁପିଏ-୧୬୪, ଅନ୍ୟାନ୍ୟ-୧୩୭
ସିଏନଏନ୍-ନ୍ୟୁଜ୍-୧୮: ଏନଡିଏ- ୩୩୬, ୟୁପିଏ-୮୨, ଅନ୍ୟାନ୍ୟ-୧୨୪
ଏବିପି-ନେଲସନ୍: ଏନଡିଏ- ୨୬୭, ୟୁପିଏ-୧୨୭, ଅନ୍ୟାନ୍ୟ-୧୪୮
ଓଡ଼ିଶାରେ ଲୋକସଭା ଆସନ ନେଇ ଜାତୀୟ ସଂସ୍ଥାଗୁଡ଼ିକର ଏକଜିଟ୍ ପୋଲ୍ ଦେଖିଲେ ଆଶ୍ଚର୍ଯ୍ୟ ହେବାକୁ ପଡୁଛି । କାରଣ ଇଣ୍ଡିଆ ଟିଭି ଏକଜିଟ୍ ପୋଲ୍ ରେ ବିଜେଡ଼ିକୁ ୧୫ ଲୋକସଭା ଆସନ ଦିଆଯାଇଥିବା ବେଳେ ଇଣ୍ଡିଆ ଟୁଡେ-ଆକ୍ସିସ୍ ସଂସ୍ଥା ଠିକ୍ ଓଲଟା ଫଳ ଦେଇଛି । ଏହି ସଂସ୍ଥା ବିଜେପିକୁ ୧୫ରୁ ୧୯ ଆସନ ଦେଇଛି । ନ୍ୟୁଜ୍ ୧୮ ସଂସ୍ଥା ବିଜେଡ଼ିକୁ ୧୨ ରୁ ୧୪ ଆସନର ଆକଳନ କରିଥିବା ବେଳେ ବିଜେପିକୁ ୬ରୁ ୮ ଆସନ ଦେଇଛି । ରିପବ୍ଲିକ୍ ଟିଭି-ସି ଭୋଟର,ଏବିପି ମଧ୍ୟ ବିଜେଡ଼ିକୁ ଯଥାକ୍ରମେ ୧୧ ଏବଂ ୧୨ଟି ଆସନ ଦେଇଛି । ଅପରପକ୍ଷେ ଟାଇମସ୍ ନାଓ ଏବଂ ଜନ କି ବାତ୍ ବିଜେପିକୁ ୧୨ଟି ଆସନ ଦେଇଛନ୍ତି ।