Monday, May 25, 2026 06:14 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

୧୦୦ କୋଟିର ଡୁଏଟ୍‌

by Our Correspondent
07 Feb, 2016- 02:22 PM
in Politics
1 min read
0
୧୦୦ କୋଟିର ଡୁଏଟ୍‌

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ବହୁ ପ୍ରତୀକ୍ଷିତ ପାରାଦ୍ୱୀପ ରିଫାଇନାରିକୁ ଜାତି ଉଦ୍ଦେଶ୍ୟରେ ଲୋକାର୍ପଣ କରି ଓଡ଼ିଶାରୁ ଫେରିଗଲେ ନରେନ୍ଦ୍ର ମୋଦି । ପାଖାପାଖି ମାତ୍ର ଦୁଇଘଣ୍ଟାର କାର୍ଯ୍ୟକ୍ରମ । ତେବେ ଏତିକି ସମୟ ପାଇଁ ଢ଼ୋ ହୋଇଗଲା ୧୦୦ କୋଟିରୁ ଅଧିକ ଟଙ୍କା । ରାସ୍ତାଘାଟର ପୋଷ୍ଟର, ବ୍ୟାନର, ହୋଡିଂର ଏବେ ବିସର୍ଜନର ବେଳ । ସେଥିପାଇଁ ବି ଲୋକ ଓ ଟଙ୍କା ବଳ ଖଟାଇବ ପ୍ରଶାସନ । କାଲିଠାରୁ ନେତାମାନେ ଏହି ଅଧ୍ୟାୟ ଭୁଲି ସ୍ୱାଭାବିକ କାର୍ଯ୍ୟକ୍ରମକୁ ଫେରିବେ । ଆଉ ଦିନେ ଦୁଇଦିନର ଚର୍ଚ୍ଚା ପରେ ସାଧାରଣ ଲୋକେ ବି ଏହି ଅବସରକୁ ଭୁଲିଯିବେ ।

ସେତେବେଳେ ଗାଁ ଡ୍ରାମା କି ଅପେରାରେ ଦର୍ଶକଙ୍କ ମନୋରଞ୍ଜନ ପାଇଁ ବିଷୟବସ୍ତୁ ମଝିରେ ମଝିରେ ଡୁଏଟ୍‌ ରହୁଥିଲା । ଗମ୍ଭୀର ବିଷୟବସ୍ତୁରୁ କିଛି ସମୟ ପାଇଁ ଦର୍ଶକଙ୍କ ମନ ହାଲକା ପାଇଁ ଡୁଏଟ୍‌ ଥିଲା ମନୋରଞ୍ଜନ କାର୍ଯ୍ୟକ୍ରମ । ଅବଶ୍ୟ ଏବେ ଡୁଏଟ୍‌ ବଦଳରେ ମେଲୋଡି ନ ହେଲେ ରେକର୍ଡ ଡ୍ୟାନସ୍‌ ହେଉଛି । ପାରାଦ୍ୱୀପ ରିଫାଇନାରି ପ୍ରକଳ୍ପ ଲୋକାର୍ପଣ ପାଇଁ ଯେଉଁ ରାଜନୈତିକ ଖେଳ ହେଲା ତାହାକୁ ଏହି ଡୁଏଟ୍‌ ସହ ତୁଳନା କରାଯାଇପାରେ । ପ୍ରକଳ୍ପରୁ କିଏ ବାହାବା ନେବ ସେଥିପାଇଁ ଚାଲିଲା ପ୍ରତିଯୋଗିତା । ଆଇସିଏଲ୍‌ କୁ ଢ଼ାଲ କରି ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାରର ମୂଳଦୁଆ ପକାଇଲେ । ସରକାରୀ ପ୍ରଚାର ନ କରି ସମ୍ପୂର୍ଣ୍ଣ ଦଳୀୟ ପ୍ରଚାର ଆରମ୍ଭ କରିଦେଲେ ସେ । ବଡ଼ ବଡ଼ ହୋଡିଂରେ ପ୍ରଧାନମନ୍ତ୍ରୀଙ୍କ ସହ ନିଜ ଫଟୋ ମାରିଲେ । ଉର୍ଜ୍ଜା ଉତ୍ସବକୁ ଆମନ୍ତ୍ରଣ ନାଁରେ ୩୦ ଟି ଗାଡ଼ି ସାରା ରାଜ୍ୟରେ ବୁଲାଇଲେ । ମୋଦି ସରକାରଙ୍କ ସଫଳତାର ଭିଡ଼ିଓ ରେକର୍ଡ ବଜାଇ ବୁଲେଇଲେ ।

ଧର୍ମେନ୍ଦ୍ରଙ୍କ ବାହାବା ଚକ୍କର ଦେଖି ବିଜେଡ଼ି ଆଉ ଶୋଇପାରିଲାନି । ପାରାଦ୍ୱୀପର ବିକାଶ ଆମର ସଂକଳ୍ପ ବୋଲି ନବୀନଙ୍କ ମୁହଁରେ କୁହାଇ ହୋଡିଂ ମାରି ଚାଲିଲା । ବିଜୁ ଓ ନବୀନଙ୍କ ଫଟୋର ହୋଡିଂ ଧାଡି କରିଦେଲା ଭୁବନେଶ୍ୱରଠାରୁ ପାରାଦ୍ୱୀପ ଯାଏଁ । ବିଜେପି ଏହାକୁ ସହ୍ୟ କରିପାରିଲାନି । ନିଜକୁ ଫାଷ୍ଟ କରିବାକୁ ଆରମ୍ଭ କଲା ରାପିଡ୍‌ ହୋଡିଂ ମରା ରାଉଣ୍ଡ । ରାସ୍ତାଘାଟରେ ଯେଉଁଠି ଗୋଟିଏ ବିଜେଡ଼ି ହୋଡିଂ ଦେଖିଲା ସେଠି ତିନି ତିନିଟା ମୋଦିଙ୍କ ହୋଡିଂ ମାରି ନବୀନଙ୍କୁ ଛାଇ କରିଦେଲା । ପୋଷ୍ଟର ୱାର୍‌ରେ କିଏ କାହାର ହୋଡିଂ ଭାଙ୍ଗିଲା ତ ଆଉ କିଏ ପୋଡ଼ିଲା । ପୂରା ଯୁଦ୍ଧକ୍ଷେତ୍ର ପାଲଟିଲା ।

ବିଜେପି ଓ ବିଜେଡ଼ି ପାରାଦ୍ୱୀପ ରିଫାରିନାରିର ଶ୍ରେୟ ପାଇଁ ଏମିତି ଲଢ଼େଇ କଲେ ଯେ ତାହା ସଉତୁଣୀ କଳି ଭଳି ହେଲା । ଉଭୟ ପାର୍ଟି ପ୍ରେସ୍‌ ମିଟ୍‌ ଜରିଆରେ ନିଜ ନିଜର ଅବଦାନ ଲୋକଙ୍କୁ ଜବରଦସ୍ତ ସ୍ମରଣ କରାଇଲେ । କୁଆଡୁ କ’ଣ ତଥ୍ୟ ଆଣି ପାରାଦ୍ୱୀପ ଓ ଓଡ଼ିଶା ଲୋକଙ୍କ ପାଇଁ ସେମାନଙ୍କ ଆଖିର ଲୁହ ଟିଭି ସାମନାରେ ପୋଛିଲେ । ଦୁହିଁଙ୍କ କଳି ଜୋରଦାର ବେଳେ କଂଗ୍ରେସ ଶୋଇଥିଲା । ଶେଷ ମୁହୁର୍ତ୍ତରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଅତର୍ଚ୍ଛିଆ ପ୍ରେସ୍‌ ମିଟ୍‌ କଲେ । ବେଙ୍କେ ତଥ୍ୟ ରଖିଲେ ପାରାଦ୍ୱୀପ ରିଫାଇନାରି ପ୍ରକଳ୍ପର । ସେଥିରେ ବିଜେପିକୁ ପ୍ରକଳ୍ପର କିଲର୍‌ ବୋଲି ଦର୍ଶାଇବା ବେଳେ ବିଜେଡ଼ିକୁ ଇଣ୍ଟରପ୍ଟର୍‌ ବା ବାଟ ଓଗଳା ଚରିତ୍ର ଭାବେ ଥୋଇଲେ । ପ୍ରକଳ୍ପର ସବୁତକ ଶ୍ରେୟ କଂଗ୍ରେସର ବୋଲି ତଥ୍ୟଭିତ୍ତିକ ଦାବି କଲେ ।

ତେବେ କଥା ଏତିକିରେ ସରିଲାନି । ରିଫାଇନାରି ପ୍ରକଳ୍ପ ଉଦଘାଟନ ସମାରୋହକୁ ଆସୁଥିବା ବିଜେଡ଼ି ଓ ବିଜେପି କର୍ମୀଙ୍କ ମଧ୍ୟରେ ଜୋରଦାର ଛକାପଂଝା ଲାଗିିଲା । କିଛି ଜାଗାରେ ଉଭୟ ଦଳର କର୍ମୀଙ୍କ ମଧ୍ୟରେ ହୋଇଥିଲା ହାତାହାତି । ଅଧିକାଂଶ ଜାଗାରେ ସଂଖ୍ୟାବଳୀ ବିଜେଡ଼ି କର୍ମୀମାନେ ବିଜେପିବାଲାଙ୍କ ଗାଡ଼ି ଅଟକାଇ ମାରଧର କରିଥିଲା ବେଳେ ବିଜେପି କର୍ମୀମାନେ ବି ଛାଡ଼ି ନ ଥିଲେ । ନିଆଳିର ବିଜେଡ଼ି ବିଧାୟକ ପ୍ରମୋଦ ମଲ୍ଲିକଙ୍କ ଗାଡ଼ି ଭାଙ୍ଗିବା ସହ ତାଙ୍କୁ ବିଜେପିକର୍ମୀମାନେ ନିର୍ଧୂମ୍‌ ପିଟିଥିଲେ । ସେଭଳି ସଭାସ୍ଥଳକୁ ଧସେଇ ପଶିବା ବେଳେ ଉଭୟ ଦଳର କର୍ମୀ ହାତାହାତି ହୋଇଥିଲେ ।

ବାସ୍ତବରେ ପାରାଦ୍ୱୀପ ରିଫାଇନାରି କି ରାଜ୍ୟର ବିକାଶ ପାଇଁ ବିଜେଡ଼ି-ବିଜେପି କାନ୍ଦୁ ନ ଥିଲେ । କେବଳ ନିଜର ପତିଆରା ଦେଖାଇଥିଲେ । ଶ୍ରେୟ ଓ ପତିଆରା ପାଇଁ ଉଡ଼ାଇଥିଲେ ଟଙ୍କା । ବିଜେପି ଓରଫ୍‌ ଧର୍ମେନ୍ଦ୍ର ପ୍ରଧାନ ଆଇଓସିଏଲ୍‌ ପଇସାରେ ଖେଳିଥିବା ବେଳେ ବିଜେଡ଼ି ବି ଟଙ୍କା ଓଜାଡ଼ି ଦେଇଥିଲା ପତିଆରା ପାଇଁ । ଉଭୟ ଦଳ କେତେ ଟଙ୍କା ଖର୍ଚ୍ଚ କରିଛନ୍ତି ତାହାର ସଠିକ୍‌ ହିସାବ ମିଳି ନ ଥିଲେ ମଧ୍ୟ ୧୦୦ କୋଟିରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ସେଥିରୁ ସିଂହଭାଗ ଖର୍ଚ୍ଚ କରିଛି ବିଜେପି । ଯାହା ୭୦ ରୁ ୮୦ କୋଟି ହୋଇପାରେ ବୋଲି ଅନୁମାନ ହେଉଛି ।
ତେବେ ଏତେ ଗୁଡ଼ାଏ ଟଙ୍କା ଖର୍ଚ୍ଚ ହୋଇ କାହାର ସ୍ୱାର୍ଥକୁ କିଏ ଜଗିଛି? ଭୋଟ ବେଳେ ଏହି ରାଜନୈତିକ ପତିଆରା ଦେଖାଇଥିଲେ କିଛି ଫଳ ମିଳିଥାଆନ୍ତା । ମାତ୍ର ଏବେ ଅଫ୍‌ ସିଜିନ୍‌ ରେ ଏତେ ପତିଆରା ପ୍ରଦର୍ଶନର କିଛି ମୂଲ୍ୟ ହିଁ ନାହିଁ । ଏହି ପତିଆରା ଯେ ଆଗକୁ କାମରେ ଲାଗିବ ତାହା ବି ଜମାରୁ ବିଶ୍ୱାସ ହେଉନି । ସୁତରାଂ ରିଫାଇନାରି ଲୋକାର୍ପଣ ଉତ୍ସବରେ ଏଭଳି ମାତପୁରି. ଡ୍ରାମାରେ ଡୁଏଟ୍‌ କହିଲେ ଭୁଲ୍‌ ହେବନି । ଦର୍ଶକଙ୍କ କ୍ଷଣିକ ମନୋରଞ୍ଜନ ଛଡ଼ା ବହିର ବିଷୟବସ୍ତୁ ଉପରେ ଏହାର କିଛି ଦେଣନେଣ ନାହିଁ । ଅର୍ଥାତ୍‌ ଜନସାଧାରଣଙ୍କ କଷ୍ଟ ଅର୍ଜିତ ୧୦୦ କୋଟି ଟଙ୍କାକୁ ବିଜେପି ଓ ବିଜେଡ଼ି ପତିଆରାରେ ଖଟାଇବା ଗରିବ ରାଜ୍ୟବାସୀଙ୍କ ପାଇଁ ଉପହାସ ଓ ବିଦ୍ରୁପ ଛଡ଼ା ଅନ୍ୟ କିଛି ନୁହେଁ ।

Previous Post

ଧଳସାମନ୍ତ ବ୍ରଦର୍ସ ଓଗେର୍‌

Next Post

ଭୁବନେଶ୍ୱରରେ ଘର କଲେ ଏଣିକି ମଲ ଜାଣ

Next Post
ଭୁବନେଶ୍ୱରରେ ଘର କଲେ ଏଣିକି ମଲ ଜାଣ

ଭୁବନେଶ୍ୱରରେ ଘର କଲେ ଏଣିକି ମଲ ଜାଣ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA