Wednesday, November 18, 2026 12:14 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନିଜ ବିଭାଗ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସମୟ ନାହିଁ!

ଭିତ୍ତିପ୍ରସ୍ତର, ଏମଓୟୁରେ ଫୁଲ୍ ଟାଇମ୍!!

by Samar Pradhan
17 Nov, 2026- 09:59 PM
in Latest News, News
1 min read
0
ନିଜ ବିଭାଗ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସମୟ ନାହିଁ!

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ହାତରେ ୬ଟି ଗୁରୁତ୍ୱପୂର୍ଣ୍ଣ ବିଭାଗ ରଖିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅର୍ଥ ଓ ଗୃହ ବିଭାଗ ସମେତ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ, ସୂଚନା ଓ ଲୋକସମ୍ପର୍କ, ଜଳସମ୍ପଦ ତଥା ଯୋଜନା ଓ ସଂଯୋଜନ ବିଭାଗର ଦାୟିତ୍ୱ ତାଙ୍କ ହାତରେ । ହେଲେ ନିଜ ପାଖରେ ରଖିଥିବା ଏହି ୬ଟି ବିଭାଗକୁ ଗୌଣ କରିଦେଇଛନ୍ତି ମୁଖ୍ୟମନ୍ତ୍ରୀ । ବିଭାଗଗୁଡ଼ିକର ନିୟମିତ ସମୀକ୍ଷା ହେଉନାହିଁ କି ବ୍ୟବସ୍ଥା ସଜାଡ଼ିବା ଚିନ୍ତା ହେଉନାହିଁ । ମୁଖ୍ୟମନ୍ତ୍ରୀଙ୍କର ସର୍ବାଧିକ ପ୍ରାଥମିକତା ହୋଇଛି ଶିଳ୍ପ । ଦେଶ ବିଦେଶ ବୁଲି ଇନଭେଷ୍ଟର୍ସ ମିଟ୍ ଓ ଏମଓୟୁ ସାଇନ୍ ରେ ବେଶୀ ସମୟ ଚାଲିଯାଉଛି । ଏଠି ଅଧିକାଂଶ ସମୟ କେବଳ ଉଦଘାଟନ, ଭିତ୍ତିପ୍ରସ୍ତର ଏବଂ ଯୋଜନା ଘୋଷଣାରେ ବିତୁଛି । ଦୈନନ୍ଦିନ ମିଟିଂ ଏବଂ ଲମ୍ବା ଭାଷଣରେ ଦିନ ସରୁଛି ।

୨୦୨୪ ଜୁନ୍ ରେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ ମୋହନ ମାଝୀ । ରାଜ୍ୟର ଆର୍ଥିକ ସ୍ଥିତି, ଶିଳ୍ପାୟନର ଗତି ଆଦି ବିଷୟ ଉପରେ ଆନୁସଙ୍ଗିକ ଜ୍ଞାନ ଆହରଣ ପୂର୍ବରୁ ତାଙ୍କ ମନ୍ତ୍ରୀ ଓ ଥୋକେ ଅଫିସରଙ୍କୁ ଧରି ଯାଇଥିଲେ ସିଙ୍ଗାପୁର । ନଭେମ୍ବର ୧୭ରୁ ୨୦ ପର୍ଯ୍ୟନ୍ତ ଏହି ଚାରିଦିନିଆ ଗସ୍ତ ପୂରା ରାଜକୀୟ ଓ ଆଡ଼ମ୍ବରପୂର୍ଣ୍ଣ ଥିଲା । ସେଥିପାଇଁ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଲା । ଓଡ଼ିଶାକୁ ଟେକ୍ସଟାଇଲସ୍, କେମିକାଲସ୍, ଗ୍ରାନ୍ ଏନର୍ଜି, ଲଜିଷ୍ଟିକ୍ସ, ସିପ୍ ବିଲଡିଙ୍ଗ, ଓ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ନିବେଶର ବନ୍ୟା ଛୁଟିବ ଏବଂ ଲକ୍ଷ ଲକ୍ଷ ଚାକିରି ସୃଷ୍ଟି ହେବ ବୋଲି କୁହାଗଲା । ଅଢ଼େଇ ବର୍ଷ ହେଲାଣି ଏହି ଧାରା ଆଗକୁ ବଢ଼ି ଚାଲିଛି । ଇତିମଧ୍ୟରେ ଦିଲ୍ଲୀ, ମୁମ୍ବାଇ, କୋଲକତା, ବେଙ୍ଗାଲୁରୁରେ କେତେ ଇନଭେଷ୍ଟର୍ସ ମିଟ୍, ଉତ୍କର୍ଷ ଓଡ଼ିଶା ସମ୍ମିଳନୀ, ରୋଡ୍ ସୋ ହେଲାଣି ତାହାର ହିସାବ ନାହିଁ । ପୁଣି ଗତ ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହରେ ୫ ଦିନିଆ ୟୁଏଇ ଗସ୍ତରେ ଯାଇଥିଲେ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ଟିମ୍ ।

ମୁଖ୍ୟମନ୍ତ୍ରୀ ସେଠାରୁ ଫେରିଲା ପରେ ଗଣମାଧ୍ୟମକୁ କହିଥିଲେ ଯେ ସିଙ୍ଗାପୁରରୁ ଆରମ୍ଭ କରି ଦୁବାଇ ପର୍ଯ୍ୟନ୍ତ ଗତ ଦୁଇବର୍ଷରେ ଓଡ଼ିଶାକୁ ୨୨.୫ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଲାଣି । ପୂର୍ବରୁ ୨୦ ଲକ୍ଷ କୋଟିରୁ ଅଧିକ ଟଙ୍କାର ନିବେଶ ପ୍ରସ୍ତାବ ଆସିଥିଲା । ୟୁଏଇରୁ ୨ ଲକ୍ଷ ୪୩ ହଜାର ୧୬୨ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଛି । ଏହାଦ୍ୱାରା ୯ ଲକ୍ଷ ନିଯୁକ୍ତି ସୃଷ୍ଟି ହେବ ।

ଓଡ଼ିଆରେ ଗୋଟେ ଢ଼ଗ ଅଛି- ଆକାଶ କଇଁଆ ଚିଲିକା ମାଛ । ମୁଖ୍ୟମନ୍ତ୍ରୀଙ୍କ କଥାର ସତ୍ୟତାକୁ ନେଇ ଆମେ ଶିଳ୍ପ ବିଭାଗର କିଛି ଅଧିକାରୀଙ୍କ ସହ କଥା ହୋଇଥିଲୁ । ମାତ୍ର ସେମାନେ ମୁହଁ ମୋଡ଼ି ଦେଇଥିଲେ । ଜଣେ ବରିଷ୍ଠ ଅଧିକାରୀ ଆମକୁ ତାଙ୍କର ବ୍ୟକ୍ତିଗତ ମତାମତ ଦେଇଥିଲେ । ତାଙ୍କର କହିବାନୁଯାୟୀ, ଏହାକୁ ପ୍ଲିଜର୍ ଟ୍ରିପ୍ ବୋଲି କହିପାରନ୍ତି । ଏଥିରୁ ରାଜ୍ୟକୁ କିଛି ଆସିବାର ନାହିଁ । ମାନେ, ବହୁ ଆଡ଼ମ୍ବରେ ଲଘୁକ୍ରିୟା!

ଏପଟେ, ମୁଖ୍ୟମନ୍ତ୍ରୀଙ୍କର ଗଣ୍ଡା ଗଣ୍ଡା କାର୍ଯ୍ୟକ୍ରମ ଆଖି ତରାଟିଲା ଭଳି ହେଉଛି । ପ୍ରତିଦିନ କେଉଁଠି ନା କେଉଁଠି ସଭା ସମିତି, ଶହ ଶହ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଉଛନ୍ତି ମୁଖ୍ୟମନ୍ତ୍ରୀ । କୌଣସି ସଭାରେ ମୁଖ୍ୟମନ୍ତ୍ରୀଙ୍କ ଭାଷଣ ଘଣ୍ଟାକରୁ କମ୍ ହେଉ ନାହିଁ । ସେ ପଢ଼ୁଥିବା ଲେଖା ଭାଷଣ ଏତେ ଲମ୍ବା ଓ ଜଟିଳ ଯେ ତାହା ସହଜରେ ବୁଝି ହେଉନାହିଁ ।

ମୁଖ୍ୟମନ୍ତ୍ରୀଙ୍କ ଭାଷଣର ପ୍ରେସ୍ ରିଲିଜି୍ କୁ ଏଡିଟ୍ କରି ଛାପିବା ସାମ୍ବାଦିକଙ୍କ ପାଇଁ କଷ୍ଟକର ହୋଇପଡ଼ିଛି । କୌଣସି ସଭାରେ ମୁଖ୍ୟମନ୍ତ୍ରୀଙ୍କ ଭାଷଣ ଆରମ୍ଭ ହେଲା ମାତ୍ରେ ଦଳୀୟ କର୍ମୀମାନେ ମଶା ଡାଉଁସ୍ ବାଢ଼େଇ ସମୟ କାଟି ଦେଉଛନ୍ତି । ମିଟିଂ, ଭାଷଣ ପଢ଼ିବାର ଏତେ ବ୍ୟସ୍ତତା ଭିତରେ ମୁଖ୍ୟମନ୍ତ୍ରୀ ରାଜ୍ୟ ପାଇଁ ନୂଆ କଥା ଚିନ୍ତା କରିବାର ସମୟ କେମିତି ପାଇବେ ବୋଲି ଅନେକ ତାତ୍ସଲ୍ୟ କରୁଛନ୍ତି ।

ଏହିଭଳି ବ୍ୟସ୍ତତା ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କୁ ଅର୍ଥ, ଗୃହ, ଜଳସମ୍ପଦ ଆଦି ବିଭାଗ ପାଇଁ ସମୟ ମିଳୁନି । ରାଜ୍ୟବାସୀଙ୍କ ମୌଳିକ ସମସ୍ୟା ଅଣଦେଖା ହୋଇଯାଇଛି ବୋଲି ସାଧାରଣରେ ମଧ୍ୟ ଚର୍ଚ୍ଚା ହେଲାଣି । ରାଜ୍ୟର ଆର୍ଥିକ ସ୍ଥିତି ସଙ୍କଟଜନକ ଅବସ୍ଥା ଦେଇ ଗତି କରୁଛି । ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ବଢ଼ି ଚାଲିଛି । ଓଡ଼ିଶା ଦେଶର ପଞ୍ଚମ ମହଙ୍ଗା ବଜାର ପାଲଟିଛି । ବେକାରୀ ସମସ୍ୟା କଥା ନ କହିବା ଭଲ ।

ଗୃହ ବିଭାଗ ଅଥର୍ବ ପାଲଟିଥିବା ଅଭିଯୋଗ ହେଉଛି । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ଭୁଷୁଡ଼ି ପଡ଼ିଛି । ହତ୍ୟା, ଧର୍ଷଣ, ରାହାଜାନୀ, ଡକାଏତି, ଗୁଣ୍ଡାଗର୍ଦ୍ଦି ସାଧାରଣ ହୋଇଯାଇଛି । ପୁଲିସକୁ ଅପରାଧୀଙ୍କର ଭୟ ନାହିଁ । ଖୋଦ୍ ରାଜଧାନୀ ଆଜି ସୁରକ୍ଷିତ ନୁହେଁ । ଗତ ସପ୍ତାହରେ ଏଠି ପାଞ୍ଚ ପାଞ୍ଚଟି ହତ୍ୟାକାଣ୍ଡ ଘଟିଛି । କଥା କହିଲେ ବି ବିପଦର ଭୟ ରହିଛି । ନିଜର ଦାୟିତ୍ୱ ସମ୍ଭାଳିବାରେ ମୁଖ୍ୟମନ୍ତ୍ରୀଙ୍କର ଏହା ବିଫଳତା ବୋଲି କୁହାଯାଉଛି ।

କୌଣସି ବଡ଼ ଘଟଣା ନ ଘଟିଲେ ବିଭାଗର ନିୟମିତ ସମୀକ୍ଷା ହେଉନାହିଁ । କାରଣ ମୁଖ୍ୟମନ୍ତ୍ରୀଙ୍କ ହାତରେ ସମୟ ନାହିଁ । ପୁଲିସ ଡିଜି ନିଯୁକ୍ତିରେ ସରକାରଙ୍କ ଅପାରଗତା ସୁପ୍ରିମକୋର୍ଟରେ ବିଚାରଧୀନ ଥିବାରୁ ଅଧିକ ନ କହିବା ଭଲ ।

ଜଳସମ୍ପଦ ବିଭାଗର ପରିଚାଳନାରେ ସରକାରଙ୍କ ବିଫଳତା ଗଞ୍ଜାମ ପ୍ରଳୟଙ୍କରୀ ବନ୍ୟାରେ ଦେଖିବାକୁ ମିଳିଲା । ପୂର୍ବତନ ମୁଖ୍ୟ ସଚିବ ସୁରେଶ ମହାପାତ୍ର ତାଙ୍କ ଭିଡିଓରେ ସତ ଜଣାଇ ଦେଇଛନ୍ତି । ସପ୍ତାହ ଆଗରୁ ଅର୍ଣ୍ଣବ ବାତ୍ୟା ଜନିତ ପ୍ରବଳ ବର୍ଷାର ସତର୍କ ଜାରି ପରେ ମଧ୍ୟ ବନ୍ୟା ପରିଚାଳନାରେ ସରକାରଙ୍କ ଅପାରଗତା ଲୁଚି ନାହିଁ । ସୁତରାଂ ଗଞ୍ଜାମ ବନ୍ୟା ଯେ ସମ୍ପୂର୍ଣ୍ଣ ମନୁଷ୍ୟକୃତ ତାହା ଜଳ ଜଳ ।

ସୂଚନା ଓ ଲୋକସମ୍ପର୍କ ବିଭାଗକୁ ମୁଖ୍ୟମନ୍ତ୍ରୀ ନିଜ ହାତରେ ନାମକୁ ମାତ୍ର ରଖିଛନ୍ତି । ଯାବତୀୟ ସମସ୍ୟା ଓ ବିଭ୍ରାଟରେ ବିଭାଗ ବୁଡ଼ି ରହିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ କେବେ ଧ୍ୟାନ ଦେଇନାହାନ୍ତି । କାରଣ ତାଙ୍କ ପାଖରେ ସମୟ ନାହିଁ ।

ମୁଖ୍ୟମନ୍ତ୍ରୀଙ୍କ ସାଧାରଣ ଅଭିଯୋଗ ଶୁଣାଣିକୁ ଧୂମ୍ ପ୍ରଚାର କରାଯାଉଛି । ୯୦ ପ୍ରତିଶତ ଅଭିଯୋଗର ସମାଧାନ ହୋଇଗଲା ବୋଲି ଡିଣ୍ଡିମ୍ ପିଟାଯାଉଛି । ମାତ୍ର ଏହାର ସତ୍ୟତା କାହାରିକୁ ଜଣା ନାହିଁ । ପ୍ରସିଦ୍ଧ ଗାୟକ ହ୍ୟୁମାନ ସାଗରଙ୍କ ଆଜି ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ତାଙ୍କ ମା’ଙ୍କର ନ୍ୟାୟ ଭିକ୍ଷା ଓ ଆକୁଳ କ୍ରନ୍ଦନରୁ ସାଧାରଣ ଜନତାଙ୍କ ଦୁଃଖ ଦୁର୍ଦ୍ଦଶା ବୁଝିବାରେ ମୋହନ ସରକାର କେତେ ସକ୍ଷମ ତାହା ବୁଝାପଡୁଛି ।

ଏମଏମଡିଆର ହେଉ କି କୋଟିଆ ପ୍ରସଙ୍ଗ ହେଉ ରାଜ୍ୟବାସୀଙ୍କ ଅସନ୍ତୋଷ କେନ୍ଦ୍ର ପାଖରେ ଉପସ୍ଥାପନ କରିବାର ସତ୍ ସାହାସ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କର ନାହିଁ । ଓଡ଼ିଆ ଅସ୍ମିତାର ଦ୍ୱାହି ଦେଇ ସରକାରକୁ ଆସିଥିବା ଡବଲ ଇଞ୍ଜିନର ଏହା ପ୍ରତାରଣା ବୋଲି ବିରୋଧୀ ଦଳ ଅଭିଯୋଗ କରି ଆସୁଛନ୍ତି । ମାତ୍ର ମୁଖ୍ୟମନ୍ତ୍ରୀ ଏଥିରେ ପ୍ରତିକ୍ରିୟାଶୂନ୍ୟ ରହିବା ଓଡ଼ିଶାବାସୀଙ୍କ ପାଇଁ ଦୁର୍ଭାଗ୍ୟଜନକ ବୋଲି କୁହାଯିବ ।

ବାକି ଅନ୍ୟ ସବୁ ସମସ୍ୟା କଥା ନ କହିବା ଭଲ । ଚାଷୀ, ଗରିବ, ବେକାରୀ, ଯୁବ, ଛାତ୍ର କେହି ସରକାରଙ୍କ ଉପରେ ଖୁସି ନାହାନ୍ତି । ମନ୍ତ୍ରୀମାନେ ଯେଝା ରାସ୍ତାରେ ଯିଏ । କାମ୍ ଯେତିକି ନୁହେଁ, ଭାଷଣ ଅଧିକ ହେଉଛି । ଭାଷଣ ଶୁଣି ଶୁଣି ସମସ୍ତେ ବିରକ୍ତ ହୋଇଗଲେଣି । ମନ୍ତ୍ରୀଙ୍କ ପାଖଲୋକ କିଛି ମୁଷ୍ଟିମେୟ କୁଜି ନେତାଙ୍କ ହାତରେ ଠିକା କାମର ଲଗାମ୍ । ସେମାନଙ୍କର ଏକଚାଟିଆ କାରବାରରେ ଅତିଷ୍ଠ ହୋଇଛନ୍ତି କର୍ମୀ । ଛୋଟକାଟିଆ କାମ ବି ଛୋଟିଆ କର୍ମୀଙ୍କ ଭାଗ୍ୟରେ ଜୁଟୁନି । ସେଥିଯୋଗୁଁ ଦଳୀୟ ମହଲରେ ନିରାଶ ଭରିଯାଇଛି ।

ମୋହନ ସରକାରଙ୍କ ପାଇଁ ଏକମାତ୍ର ସାହା ହୋଇଛି ପ୍ରଚାର । ସରକାରଙ୍କୁ ଏହା ବଦନାମରୁ କେତେ ରକ୍ଷା କରିପାରିବ ସମୟ କହିବ ।

Previous Post

ମାଳ ମାଳ ପ୍ରସଙ୍ଗ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA