Friday, May 8, 2026 08:08 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବାଡ଼ ଡ଼େଇଁଲେ ୧୧ ବିଧାୟକ

କ୍ରସ୍ ଭୋଟିଂରେ ଜିତିଲେ ଦିଲ୍ଲୀପ ରାୟ

by Samar Pradhan
16 Mar, 2026- 09:24 PM
in Latest News, News, Politics
1 min read
0
ବାଡ଼ ଡ଼େଇଁଲେ ୧୧ ବିଧାୟକ

ଭୁବନେଶ୍ୱର: ଅନୁମାନ ସତ ହେଲା । ଦଳେ ପ୍ରତିଶୋଧ ନେଲେ, ଆଉ ଦଳେ ଘୋଡ଼ା ହେଲେ । ଦୁଇଦିନ ତଳେ ସୁବାସିନୀ ଜେନା ଗଣମାଧ୍ୟମ ଆଗରେ ନବୀନଙ୍କୁ ନିଜର ନେତା କହି ତାଙ୍କର ନିଷ୍ପତ୍ତିକୁ ସଲାମ କରିଥିଲେ । ତାଙ୍କ ନିର୍ଦ୍ଦେଶକୁ ଅକ୍ଷରେ ଅକ୍ଷରେ ପାଳିବେ ବୋଲି ହଲପ କରିଥିଲେ । ନବୀନ ନିବାସରେ ବ୍ରେକଫାଷ୍ଟ, ଲଞ୍ଚ କରିଥିଲେ । ଦେବୀ ତ୍ରିପାଠୀ ବି ନବୀନଙ୍କ ନିଜର ହୋଇଯାଇଥିଲେ । ରମାକାନ୍ତ ଭୋଇ ନବୀନ ନିବାସରେ ଲୁଙ୍ଗି ପିନ୍ଧି ରାତି କଟାଇଥିଲେ । ହେଲେ ଆଜି ଏମାନଙ୍କୁ ଭିନ୍ନ ରୂପରେ ଦେଖିବାକୁ ମିଳିଲା । ନବୀନ ପଟ୍ଟନାୟକଙ୍କୁ ଗୋଇଠା ମାରି ବିରୋଧୀଙ୍କ ପଟକୁ ପଳେଇଲେ । ବିବେକର ଡାକ କହି ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ସେମାନେ ଭୋଟ ଦେଲେ । ବିଜେଡିର ଦୁଇ ନିଲମ୍ବିତଙ୍କ ସମେତ ୮ ବିଧାୟକ ଏବଂ କଂଗ୍ରେସର ୩ ବିଧାୟକ କ୍ରସ୍ ଭୋଟିଂ କରିଛନ୍ତି । ସଂଖ୍ୟା ଖେଳରେ ୮ ଭୋଟ ପଛରେ ଥିଲେ ମଧ୍ୟ ବିରୋଧୀ ପକ୍ଷର ଭୋଟ ଭାଙ୍ଗି ଚତୁର୍ଥ ଆସନରେ ବିଜୟ ଲାଭ କରିଛନ୍ତି ଦିଲ୍ଲୀପ ରାୟ ।

ପ୍ରଥମ ଦୁଇଟି ଆସନରେ ବିଜେପି ପ୍ରାର୍ଥୀ ମନମୋହନ ସାମଲ ଏବଂ ସୁଜିତ୍ କୁମାର ପ୍ରଥମ ପସନ୍ଦରେ ୩୫ ଲେଖାଏଁ ଭୋଟ ପାଇ ବିଜୟୀ ହୋଇଛନ୍ତି । ସେମାନଙ୍କ ବିଜୟ ପାଇଁ ୩୦ ଲେଖାଏଁ ଭୋଟର ଆବଶ୍ୟକତା ଥିଲା ବେଳେ ଆଉ ୫ ଲେଖାଏଁ ଅଧିକ ଭୋଟ ପାଇଛନ୍ତି । ତୃତୀୟ ଆସନରେ ବିଜେଡି ପ୍ରାର୍ଥୀ ଡ. ସଂତୃପ୍ତ ମିଶ୍ର ପ୍ରଥମ ପସନ୍ଦରେ ୩୧ ଭୋଟ ପାଇ ବିଜୟୀ ହୋଇଛନ୍ତି ।

ସୂଚନାଥାଉକି, ରାଜ୍ୟସଭା ସଂଖ୍ୟା ଗଣିତରେ ଚତୁର୍ଥ ଆସନ ପାଇଁ ବିଜେପି ପାଖରେ ୨୨ ବଳକା ଭୋଟ ଥିଲା ଏବଂ ବିଜେଡି ପାଖରେ ୧୮ ବଳକା ଭୋଟ ଥିଲା । କଂଗ୍ରେସର ୧୪ ଭୋଟ ସାଙ୍ଗରେ ସିପିଆଇ(ଏମ୍) ର ଗୋଟେ ଭୋଟ ମିଶିଥିଲା । ଚତୁର୍ଥ ଆସନରେ କମନ୍ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ବିଜେଡି, କଂଗ୍ରେସ ଓ ସିପିଏମ୍ ର ସମର୍ଥନ ଥିଲା । ଏହି ତିନି ଦଳର ଭୋଟ ସଂଖ୍ୟା ୩୩ ହେଉଥିବାରୁ ତାଙ୍କର ବିଜୟ ସହଜ ଥିଲା । ମାତ୍ର ବିଜେପି ସମର୍ଥିତ ପ୍ରାର୍ଥୀ ଦିଲ୍ଲୀପ ରାୟ ବିଜେପିର ୨୨ ବଳକା ଭୋଟ ଧରି ଦ୍ୱିତୀୟ ପସନ୍ଦ ଭୋଟରେ ନିର୍ବାଚନ ଜିତିଛନ୍ତି ।

କ୍ରସ୍ ଭୋଟିଂ କରିଥିବା ବିଧାୟକମାନେ ହେଲେ ବିଜେଡିରୁ ନିଲମ୍ବିତ ସନାତନ ମହାକୁଡ଼(ଚମ୍ପୁଆ) ଓ ଅରବିନ୍ଦ ମହାପାତ୍ର(ପାଟକୁରା), ବିଜେଡି ବିଧାୟକ ସର୍ବଶ୍ରୀ ଚକ୍ରମଣି କହଁର(ବାଲିଗୁଡ଼ା), ସୌଭିକ ବିଶ୍ୱାଳ(କଟକ ଚୌଦ୍ୱାର), ଦେବୀରଞ୍ଜନ ତ୍ରିପାଠୀ(ବାଙ୍କୀ), ସୁବାସିନୀ ଜେନା(ବସ୍ତା), ରମାକାନ୍ତ ଭୋଇ(ତିର୍ତ୍ତୋଲ) ଏବଂ ନବ ମଲ୍ଲିକ(ଜୟଦେବ) । କଂଗ୍ରେସ ବିଧାୟକମାନେ ହେଲେ ରମେଶ ଜେନା(ସାନଖେମୁଣ୍ଡି), ଦାଶରଥୀ ଗମାଙ୍ଗ(ମୋହନା) ଓ ସୋଫିଆ ଫିରଦୋସ୍(କଟକ ବାରବାଟୀ) । ଏହି ୧୧ ବିଧାୟକଙ୍କ ମଧ୍ୟରୁ ୬ ଜଣଙ୍କ ମୁଣ୍ଡରେ ଅପରାଧିକ ବୋଝ ଥିବା ବେଳେ ୫ ଜଣଙ୍କ ଉପରେ ଘୋଡ଼ାବେପାର କଳଙ୍କ ଲାଗିଛି ।

ବିଜେପି ଘୋଡ଼ାବେପାର କରିଛି: ନବୀନ

ବିଜେପି ଘୋଡ଼ା ବେପାର କରି ନିର୍ବାଚନ ଜିତିଛି ବୋଲି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ ବିଜେପି ଯେଉଁମାନଙ୍କୁ ନେଇ ଘୋଡ଼ା ବେପାର କରିଛି ସେଥିରୁ କେତେଜଣଙ୍କର ଅପରାଧିକ ଇତିହାସ ଅଛି । ସେମାନଙ୍କ ବାପା ପୂର୍ବରୁ ଜେଲ୍ ଯାଇଛନ୍ତି ।

ନବୀନ ବାବୁ ଭୁଲିଯାଉଛନ୍ତି: ମୁଖ୍ୟମନ୍ତ୍ରୀ

ନବୀନ ବାବୁ ବୋଧହୁଏ ଭୁଲିଯାଉଛନ୍ତି ଯେ, ଯେଉଁମାନଙ୍କୁ ସେ ଆଜି ଅପରାଧୀ କହୁଛନ୍ତି, ସେମାନେ କିଛି ଦିନ ପୂର୍ବରୁ ତାଙ୍କ ଦଳର ସମ୍ପତ୍ତି ଥିଲେ ଏବଂ ସେମାନଙ୍କ ପାଇଁ ସେ ନିଜେ ପ୍ରଚାର ମଧ୍ୟ କରିଥିଲେ। ସେତେବେଳେ ସେମାନଙ୍କ ପରିବାର ପୃଷ୍ଠଭୂମି ତାଙ୍କୁ ସ୍ୱଚ୍ଛ ଦେଖାଯାଉଥିଲା କି ?

ଇମୋସନ୍ ଭୋଟ୍: ଦିଲ୍ଲୀପ

ରାଜ୍ୟସଭା ନିର୍ବାଚନରେ ଘୋଡ଼ାବେପାର ଅଭିଯୋଗକୁ ଖଣ୍ଡନ କରିଛନ୍ତି ଦିଲ୍ଲୀପ ରାୟ । କହିଛନ୍ତି, ଏହା ତାଙ୍କ ପ୍ରତି ରହିଥିବା ଇମୋସନ୍ ର ଭୋଟ । ବିଜୁ ଲିଗାସିକୁ ଯେଉଁମାନେ ଭଲ ପାଆନ୍ତି ସେମାନେ ନିଜର ବିବେକ ଅନୁଯାୟୀ ଭୋଟ ଦେଇଛନ୍ତି । ଭୋଟ ସରିଲା ମାତ୍ରେ ଦିଲ୍ଲୀପ ପ୍ରଥମେ ବିଜୟ ମହାପାତ୍ରଙ୍କ ପାଖକୁ ଯାଇ ତାଙ୍କ ସହ କଥା ହୋଇଥିଲେ ।

ତିନି ମାସ ଆଗରୁ ଯୋଜନା ହୋଇଥିଲା: ବିଜୟ

ଦିଲ୍ଲୀପ ରାୟଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିବାକୁ ତିନି ମାସ ପୂର୍ବରୁ ଯୋଜନା ପ୍ରସ୍ତୁତ ହୋଇଥିଲା । ବିଜେଡିରେ ଅସନ୍ତୋଷର ନିଆଁ ଜଳୁଛି । ନେତୃତ୍ୱ ଉପରେ ଜମାରୁ ବିଶ୍ୱାସ ନାହିଁ । ଆଗକୁ ବଡ଼ ରାଜନୈତିକ ପରିବର୍ତ୍ତନ ହେବ ବୋଲି ପ୍ରତିକ୍ରିୟା ଦେଇଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର ।

Previous Post

ନୈତିକ ଦାୟିତ୍ୱ କିଏ ମୁଣ୍ଡାଇବେ?

Next Post

ସୋଆରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

Next Post
ସୋଆରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

ସୋଆରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA