Thursday, November 5, 2026 08:56 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଧାୟକଙ୍କ ଔଦ୍ଧତ୍ୟ, ଅଭଦ୍ରାମୀ

ଏତଲା ଦେଲେ ଯୁବ ଆଇପିଏସ୍

by Samar Pradhan
05 Nov, 2026- 07:36 PM
in Crime, Latest News, News
1 min read
0
ବିଧାୟକଙ୍କ ଔଦ୍ଧତ୍ୟ, ଅଭଦ୍ରାମୀ

ଭୁବନେଶ୍ୱର: ୨୦୨୨ ମେ’ ମାସର ଘଟଣା । ବର୍ତ୍ତମାନର ଆସିକା ବିଧାୟକ ସରୋଜ ପାଢ଼ୀ ସକାଳୁ ସକାଳୁ ତାଙ୍କର ଭୁବନେଶ୍ୱର ଘରୁ କୁଆଡ଼େ ଅନ୍ତର୍ଦ୍ଧାନ ହୋଇଗଲେ । ପାଖରେ ନା ଥିଲା ମୋବାଇଲ୍, ନା ପର୍ସ । ଖୋଜି ଖୋଜି ହାଲିଆ ହୋଇଯିବା ପରେ ତାଙ୍କ ପୁଅ କ୍ୟାପିଟାଲ୍ ଥାନାରେ ମିସିଂ ରିପୋର୍ଟ କରିଥିଲେ । ତାଙ୍କ ବାପାକୁ କିଏ ଅପହରଣ କରିଥାଇପାରନ୍ତି ବୋଲି ସନ୍ଦେହ କରିଥିଲେ । ତେବେ ପରଦିନ ଏକ ଅଜଣା ନମ୍ବରରୁ ଘରକୁ ଫୋନ୍ କରିଥିଲେ ସରୋଜ ପାଢ଼ୀ । ତାମିଲନାଡୁ ରାମେଶ୍ୱରମ୍ ପଳାଇ ଆସିଛନ୍ତି ବୋଲି ଜଣାଇଥିଲେ । ୫ ଦିନ ପରେ ସେଠାରୁ ଫେରିଥିଲେ । ତାଙ୍କର ମାନସିକ ଅବସ୍ଥା ଠିକ୍ ନ ଥିବା ସାଧାରଣରେ ଚର୍ଚ୍ଚା ହୋଇଥିଲା । ଏଥର ବିଜେପି ଟିକେଟରେ ଜିତିଥିବା ଏହି ବାବୁଜଣଙ୍କ ଟିଭି ବାଲାଙ୍କର ଡାର୍ଲିଂ । ତାଙ୍କ ବାଇଟ୍ ରେ କୁଆଡ଼େ ଟିଆରପି ଅଛି । କାହାରିକୁ ଯଦି ଗାଳି କରିବାର ଅଛି ସରୋଜ ପାଢ଼ୀଙ୍କୁ ଖୋଜା ପଡ଼େ । ଖାଲି ନାଁ ଧରେଇଦେଲେ ଆଗକୁ ମାଡ଼ିଯାନ୍ତି ବିଧାୟକ ମହାଶୟ ।

ଗଞ୍ଜାମର ବନ୍ୟା ପ୍ରପୀଡ଼ିତ ଅଞ୍ଚଳରେ କାର୍ଯ୍ୟରତ ଜଣେ ଯୁବ ଆଇଏଏସ୍ ଙ୍କ ପ୍ରତି ଆସିକା ବିଧାୟକଙ୍କ ଦୁର୍ବ୍ୟବହାର ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି । ବିଧାୟକଙ୍କ ନାଁରେ ଆଜି ଶେଷରେ ଆସିକା ଥାନାରେ ଏତଲା ଦେଇଛନ୍ତି ସଂପୃକ୍ତ ଅଧିକାରୀ ସମୀର ଜେନା । ଗଞ୍ଜାମ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ(ସିଡିଓ) ଭାବେ ଅବସ୍ଥାପିତ ଏହି ଯୁବ ଆଇଏଏସ୍, ବିଧାୟକଙ୍କ ଔଦ୍ଧତ୍ୟ ଓ ଅଭଦ୍ରାମୀକୁ ସହ୍ୟ କରିପାରିନାହାନ୍ତି । ବିଧାୟକଙ୍କ ଅପମାନ ଓ ହତ୍ୟା ଧମକରେ ଭୟଭୀତ ହୋଇ ଥାନାରେ ନ୍ୟାୟ ଭିକ୍ଷା କରିଛନ୍ତି ।

ସିଡିଓ ସମୀର ଜେନା ତାଙ୍କ ଏତଲାରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ।

ଗତ ୩ ତାରିଖ ସଂଧ୍ୟା ୭ଟା ବେଳେ ଆସିକା ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଅଫିସ ଚାମ୍ବରରେ ସେ(ସମୀର ଜେନା) ଅଧ୍ୟକ୍ଷଙ୍କ ସହ ଆଲୋଚନା କରୁଥିଲା ବେଳେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଧରି ଆସିକା ବିଧାୟକ ସରୋଜ ପାଢ଼ୀ ଚାମ୍ବରକୁ ପଶି ଆସିଥିଲେ । ସେଠାରୁ ଅନ୍ୟମାନେ ସେଠାରୁ ଚାଲିଯିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ତାଙ୍କ ଉପରେ ଚିଲାଇବା ଆରମ୍ଭ କରିଥିଲେ । କିଛି ଜାଗାରେ ରିଲିଫ୍ ବଣ୍ଟନକୁ ନେଇ ବିଧାୟକ ଖପ୍ପା ଥିଲେ । ତାଙ୍କୁ ବିରୋଧ କରୁଥିବା ଲୋକଙ୍କୁ ରିଲିଫ୍ ଦିଆଯାଉଥିବାରୁ ବିରୋଧ କରିଥିଲେ । ଖଣିମନ୍ତ୍ରୀ ବିଭୂତି ଜେନାଙ୍କ ଦ୍ୱାରା ରିଲିଫ୍ ସାମଗ୍ରୀ ଯୋଗାଡ଼ ହୋଇ ତାଙ୍କ ପରାମର୍ଶରେ ବଣ୍ଟନ କରାଯାଉଛି ବୋଲି ସିଡିଓ ନମ୍ରତାର କହିବା ସତ୍ତ୍ୱେ ବିଧାୟକ କିଛି ଶୁଣି ନ ଥିଲେ । ଭୀଷଣ ଉତକ୍ଷିପ୍ତ ହୋଇପଡ଼ିଥିଲେ ।

‘କ’ଣ ଏଠି ମିନିଷ୍ଟର ମିନିଷ୍ଟର ହଉଚୁ । ଆସିକାରେ ମୁଁ ହଉଛି ମିନିଷ୍ଟର ଆଉ ସବୁ କିଛି । ଏଠି ମୋ ଇଚ୍ଛା ବିନା କିଛି ହୁଏ ନାହିଁ’ ବୋଲି ବିଧାୟକ ତୁ.. ତା ବେ.. ବାରେ କଥା ହୋଇଥିଲେ । କିଛି ବୁଝିବା ଅବସ୍ଥାରେ ନ ଥିଲେ । ତାଙ୍କୁ(ସମୀର) କହିଥିଲେ, ମୁଁ ଗଲା ୪-୫ ଦିନ ହେଲାଣି ଦେଖୁଛି ତୁ କି ନାଟ ଲଗଉଛୁ । ତୁ ନିଜକୁ କ’ଣ ଭାବୁଛୁ? ମୋ ଆଗରେ ଅଫିସରଗିରି ଦେଖାଉଛୁ? ଅଫିସର ନ ହୋଇଥିଲେ ଗଳା ଧକ୍କା ଦେଇ ମୁଁ ତତେ ଏଠୁ ବାହାର କରିଦେଇଥାନ୍ତି । ମୋ ଉପରକୁ କଥା ଆସିଲେ, ମୁଁ ମୋ ନିଜ ବାପ କି ପୁଅକୁ ବି ଛାଡ଼ିବିନି । ଆଉ ତୋ ଅବସ୍ଥା କ’ଣ କରିବି, ତୁ ନିଜେ ବି ଭାବି ପାରିବୁନୁ । ଦରକାର ପଡ଼ିଲେ, ତୋତେ ମାରିକି ଏଠି ମାଟିରେ ମିଶେଇ ଦେବି । ତୋର ଏଠି ରହିବାର କିଛି ଆବଶ୍ୟକତା ନାହିଁ । ତୁ ଏଠୁ ଭଲରେ ଭଲରେ ପଳା ।’

ଏଥିସହ ସିଡିଓଙ୍କୁ ବିଧାୟକ ଖରାପ ଭାଷାରେ ଗାଳିମନ୍ଦ କରିଥିଲେ । ସେହି ସବୁ ଦୃଶ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଅଫିସ୍ ସିସିଟିଭିରେ କଏଦ ଅଛି । ବିଧାୟକଙ୍କ ଏଭଳି ଆଚରଣ ତାଙ୍କୁ ମାନସିକ ଭାବରେ ଭୀଷଣ ଆଘାତ ଦେଇଛି । ଆଇନ ଅନୁଯାୟୀ ପଦକ୍ଷେପ ନେବାକୁ ପୁଲିସକୁ ଅନୁରୋଧ କରିଛନ୍ତି । ନିଜ ପାଇଁ ନ୍ୟାୟଭିକ୍ଷା କରିବା ସହ ପୁଲିସଠାରୁ ସୁରକ୍ଷା ଲୋଡ଼ିଛନ୍ତି ଯୁବ ଆଇଏଏସ୍ ଅଧିକାରୀ ଶ୍ରୀ ଜେନା ।

ଛେପ ଢ଼ୋକିଲେ ବିଧାୟକ

ସିଡିଓଙ୍କ ସହ ସେମିତି କିଛି ହୋଇନାହିଁ କହି ଛେପ ଢ଼ୋକିଛନ୍ତି ବିଧାୟକ ସରୋଜ ପାଢ଼ୀ । ଭୁଲ୍ ବୁଝାମଣାରୁ ଯାହା ଘଟିଥିଲା ଆମ ଦୁହିଁଙ୍କ ଭିତରେ ଆପୋଷ ବୁଝାମଣାରେ ସମାଧାନ ହୋଇଯାଇଛି ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ସେ ଆସିଥିଲେ । ଗଞ୍ଜାମରେ ବନ୍ୟା ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ଜିଲ୍ଲାର ଅନ୍ୟ ବିଧାୟକମାନଙ୍କ ସହ ସିଏମଓରେ ଆଲୋଚନା ପାଇଁ ଆସିଥିବା ସଫେଇ ଦେଇଥିଲେ । ସିଡିଓଙ୍କ ଏତଲା ଉପରେ ପ୍ରତିକ୍ରିୟା ଲୋଡ଼ିବାରୁ ସେ ଥତମତ ହୋଇଥିଲେ । ନିଜର ଭୁଲ୍ ପାଇଁ ବିଧାୟକ ଅନୁତପ୍ତ ବୋଲି ତାଙ୍କ ଜିଲ୍ଲାର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି ।

କାର୍ଯ୍ୟାନୁଷ୍ଠାନ ହେଉ: ବିଜେଡି

ଗଞ୍ଜାମ ଜିଲ୍ଲାରେ ବନ୍ୟା ପ୍ରଭାବିତଙ୍କୁ ରିଲିଫ୍ ବଣ୍ଟନ ସମୟରେ ବାଧା ସୃଷ୍ଟି କରିବା ଓ କର୍ତ୍ତବ୍ୟରତ ଜଣେ ସରକାରୀ ଅଧିକାରୀଙ୍କୁ ଆସ୍କା ବିଧାୟକ ସରୋଜ ପାଢ଼ୀ ଦୁର୍ବ୍ୟବହାର କରି ହତ୍ୟା ଧମକ ଦେବା ଘଟଣାକୁ ନିନ୍ଦା କରିଛି ବିଜେଡି । ବନ୍ୟା ପ୍ରଭାବିତ ଅଞ୍ଚଳରେ ଦାୟିତ୍ୱ ନିର୍ବାହ କରୁଥିବା ଜଣେ ସରକାରୀ ଅଧିକାରୀଙ୍କୁ ଗାଳିଗୁଲଜ କରିବା ସହ ହତ୍ୟା ଧମକ ଦେବା ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ । ବନ୍ୟା ବିପନ୍ନ ପରିବାର ଏହି ଭୟାବହ ପରିସ୍ଥିତିରୁ ମୁକୁଳିବା ପାଇଁ ସଂଘର୍ଷ କରୁଛନ୍ତି । ସରକାରୀ ସହାୟତା ପାଇଁ ଆକୁଳ ଅପେକ୍ଷା କରିଥିବା ପରିବାର ଗୁଡ଼ିକୁ ରିଲିଫ୍ ଓ ଥଇଥାନ କାର୍ଯ୍ୟରେ ସହଯୋଗ କରିବା ପରିବର୍ତ୍ତେ ମନ୍ତ୍ରୀ ବିଭୂତି ଜେନାଙ୍କ ସହ ବ୍ୟକ୍ତିଗତ ମତଭେଦକୁ ନେଇ ଆସ୍କା ବିଧାୟକ ଗୁଣ୍ଡାଗର୍ଦ୍ଦି କରିବା ଅତ୍ୟନ୍ତ ନିନ୍ଦନୀୟ । ଏହି ଅଶୋଭନୀୟ ଆଚରଣ ପାଇଁ ବିଧାୟକଙ୍କ ନାଁରେ ଆସିକା ଥାନାରେ ସରକାରୀ ଅଧିକାରୀ ଶ୍ରୀ ଜେନା କରିଥିବା ଏତଲାର ନିରପେକ୍ଷ ତଦନ୍ତ କରାଯାଉ । ଯଦି ବିଧାୟକ ଦୋଷୀ ପ୍ରମାଣିତ ହୁଅନ୍ତି, ତେବେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି ।

Previous Post

‘ଅର୍ଣ୍ଣବ’ କ୍ଷତିଗ୍ରସ୍ତ ପରିବାରଙ୍କୁ ୧୦୭.୭୦ କୋଟି ମଞ୍ଜୁର

Next Post

ବିଷ୍ଣୁ ସେଠୀଙ୍କ କ୍ଷମତା ଚ୍ଛେଦନ

Next Post
ବିଷ୍ଣୁ ସେଠୀଙ୍କ କ୍ଷମତା ଚ୍ଛେଦନ

ବିଷ୍ଣୁ ସେଠୀଙ୍କ କ୍ଷମତା ଚ୍ଛେଦନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA