Saturday, July 18, 2026 02:34 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଓଡ଼ିଆଙ୍କୁ ଛିଗୁଲେଇଲେ ରଘୁବରଙ୍କ ପୁଅ!

ଫେସବୁକରେ ଛାଡ଼ିଲେ ଓଡ଼ିଆ ଅସ୍ମିତା ଫଟୋ

by Samar Pradhan
17 Jul, 2026- 08:26 PM
in Latest News, News
1 min read
0
ଓଡ଼ିଆଙ୍କୁ ଛିଗୁଲେଇଲେ ରଘୁବରଙ୍କ ପୁଅ!

ଭୁୁବନେଶ୍ୱର: ଓଡ଼ିଶାର ପୂର୍ବତନ ରାଜ୍ୟପାଳ ରଘୁବର ଦାସ ଏବଂ ତାଙ୍କ ପରିବାର ସଦସ୍ୟଙ୍କର ପୁରୀ ବଡ଼ଦାଣ୍ଡରେ ତିନି ରଥ ସାମନାରେ ଉଠାଇଥିବା କିଛି ଫଟୋ ସୋସିଆଲ୍ ମିଡିଆରେ ଦେଖିବାକୁ ମିଳିଛି । ଗତକାଲି ପବିତ୍ର ରଥଯାତ୍ରା ଅବସରରେ ଏହି ଫଟୋ ନିଜ ଫେସବୁକ୍ ଆକାଉଣ୍ଟରେ ଛାଡ଼ିଛନ୍ତି ରଘୁବର ଦାସଙ୍କ ପୁଅ ଲଳିତ ଦାସ । ଗୋଟେ ଫଟୋରେ ଲଳିତ ନାଲି ଜ୍ୟାକେଟ୍ ପିନ୍ଧି ରଥ ସାମନାରେ ଛିଡ଼ା ହୋଇଛନ୍ତି । ନିଜ ଫେସ୍ ବୁକ୍ ରେ ଏହି ଫଟୋ ଛାଡ଼ି ସେ ଓଡ଼ିଶାବାସୀଙ୍କୁ ତାଙ୍କ ନିଜ କଥା ମନେ ପକାଇଦେଇଛନ୍ତି ।

ଠିକ୍ ଦୁଇବର୍ଷ ତଳେ ଏହି ବାବୁଙ୍କର କାରନାମା ଦାଣ୍ଡରେ ପଡ଼ି ହାଟରେ ଗଡ଼ିଥିଲା । ସେ ଥିଲା ୨୦୨୪ ଜୁଲାଇ ରଥଯାତ୍ରା ସମୟର କଥା । ଆମର ରାଜ୍ୟପାଳ ଥିଲେ ତାଙ୍କ ବାପା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ । ପୁରୀ ରଥଯାତ୍ରା ଦେଖିବାକୁ ଆସିଥିବା ଲଳିତଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆସିଥିଲା । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ପାଇଁ ପୁରୀ ରାଜଭବନ ଇନଚାର୍ଜ ଡ୍ୟୁଟି କରୁଥିବା ଆସିଷ୍ଟାଣ୍ଟ ସେକ୍ସନ ଅଫିସର(ଏଏସଓ) ବୈକୁଣ୍ଠ ପ୍ରଧାନଙ୍କୁ ସେ ତାଙ୍କର ବନ୍ଧୁମାନଙ୍କ ସହ ପିଟି ଲହୁଲୁହାଣ କରିଥିଲେ ।

ବୈକୁଣ୍ଠଙ୍କର ଭୁଲ୍ ଥିଲା ଯେ ରାଜ୍ୟପାଳଙ୍କ ପୁଅ ଲଳିତ, ତାଙ୍କର ଦୁଇବନ୍ଧୁ, ଦୁଇ ପିଏସଓ ଏବଂ ରାଜ୍ୟପାଳଙ୍କ ରୋଷେୟାଙ୍କୁ ଷ୍ଟେସନରୁ ସେଠାକୁ ଆଣିବା ପାଇଁ ଗୋଟେ ଧଇଁଆ ଗାଡ଼ିର ବ୍ୟବସ୍ଥା କରିଥିଲେ । ଦାମୀ ଗାଡ଼ି ପଠାଇ ନ ଥିବାରୁ ରାଜ୍ୟପାଳଙ୍କ ପୁଅ ଭୀଷଣ ରାଗିଗଲେ । ପିଟିଲେ ତ ପିଟିଲେ, ଜୋତାରେ ଛେପ ପକାଇ ବୈକୁଣ୍ଠଙ୍କୁ ଚଟେଇଥିଲେ ।

୨୦୨୪ ଜୁଲାଇ ୭ରେ ଘଟଣା ଘଟିଥିଲା । ରାଜ୍ୟପାଳ ପୁଅଙ୍କ ମାଡ଼ମରା ଘଟଣା ସମ୍ପର୍କରେ ପରଦିନ ଅର୍ଥାତ ୮ ତାରିଖରେ ବୈକୁଣ୍ଠ ରାଜ୍ୟପାଳଙ୍କ ପ୍ରମୁଖ ସଚିବଙ୍କୁ ଜଣାଇ ନ୍ୟାୟ ଭିକ୍ଷା କରିଥିଲେ । ପରେ ଏ ନେଇ ତାଙ୍କ ପତ୍ନୀ ସାୟୋଜି ପ୍ରଧାନ ପୁରୀ ସମୁଦ୍ରକୂଳ ଥାନାରେ ଏତଲା ଦେଇଥିଲେ । ମାତ୍ର ପୁଲିସ ଏହାକୁ ଗ୍ରହଣ କଲାନାହିଁ । ଏଏସଓ ସଂଘର ଅଭିଯୋଗକ୍ରମେ ରାଜ୍ୟ ସଚିବାଳୟ ସେବା ସଂଘ ଘଟଣାରେ ହସ୍ତକ୍ଷେପ କରିବା ପରେ ସମୁଦ୍ରକୂଳ ଥାନା ମାମଲାକୁ ପଞ୍ଜୀକରଣ କରିଥିଲା । ମାତ୍ର ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲାନାହିଁ । ଓଡ଼ିଆ ଅଫିସରଙ୍କୁ ମାଡ଼ ମାରି ଜୋତାରେ ଛେପ ଚଟାଇଥିବା ଅଣଓଡ଼ିଆ ବ୍ୟକ୍ତିଙ୍କୁ ସୁରକ୍ଷା ଦିଆଗଲା ।

ଓଡ଼ିଆ ଅସ୍ମିତାର ନାରା ଦେଇ ସରକାରକୁ ଆସିଥିବା ବିଜେପିର ଏହା କି ପ୍ରକାର ଓଡ଼ିଆ ଅସ୍ମିତା ବୋଲି ପ୍ରବଳ ସମାଲୋଚନା ହେଲା । ବିରୋଧୀ ଦଳ ଏହି ପ୍ରସଙ୍ଗକୁ ନେଇ ବିଧାନସଭା ହୁଲସ୍ତୁଲ କରିଥିଲେ । ଘଟଣାର ତଦନ୍ତ ପାଇଁ ପୁରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ୧୫ ଦିନ ଭିତରେ ଜିଲ୍ଲାପାଳ ରିପୋର୍ଟ ଦେଲା ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସଫେଇ ଦେଇଥିଲେ ।

ମାତ୍ର ଦୁଇବର୍ଷ ବିତିଗଲା ପଛେ କିଛି ହେଲା ନାହିଁ । ରଘୁବର ଦାସଙ୍କ ପୁଅ ଦେହରେ ହାତ ମାରିବାକୁ ମୋହନ ସରକାର ସାହାସ କଲେ ନାହିଁ । ସରକାରକୁ ଆସୁ ଆସୁ ଓଡ଼ିଆ ଅସ୍ମିତାକୁ ଚୂଲିକି ଠେଲିଦେଲେ । ଓଡ଼ିଶାର ପବିତ୍ର ମାଟି ପୁଣି ବଡ଼ଦାଣ୍ଡରେ ବଡ଼ଠାକୁରଙ୍କ ରଥ ସାମନାରେ ଛିଡ଼ା ହୋଇ ଲଳିତ ଫେସବୁକ ରେ ଛାଡ଼ିଥିବା ଫଟୋ ଓଡ଼ିଆଙ୍କୁ ଛିଗୁଲାଇଲା ଭଳି ହୋଇଛି ।

Previous Post

ବ୍ୟବସ୍ଥା ଫେଲ୍; ଚାଲିଗଲା ୨ ଜୀବନ, ଶତାଧିକ ଆହତ

Next Post

ମହାପ୍ରଭୁଙ୍କ ଘୋଷଯାତ୍ରାରେ ମହାବିଭ୍ରାଟ

Next Post
ମହାପ୍ରଭୁଙ୍କ ଘୋଷଯାତ୍ରାରେ ମହାବିଭ୍ରାଟ

ମହାପ୍ରଭୁଙ୍କ ଘୋଷଯାତ୍ରାରେ ମହାବିଭ୍ରାଟ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA