Friday, June 5, 2026 07:50 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପାଣ୍ଡିଆନ୍ ସତ, ଆଉ ସବୁ ମିଛ!!

ପାଣ୍ଡିଆନଙ୍କ ହାତ ଧରି ନବୀନ ବାହାରିଲେ, ବୁଝିବା ଲୋକ ବୁଝିଗଲେ

by Samar Pradhan
21 Aug, 2025- 01:05 PM
in Latest News, News
1 min read
0
ପାଣ୍ଡିଆନ୍ ସତ, ଆଉ ସବୁ ମିଛ!!
Spread the love

ଭୁୁବନେଶ୍ୱର: ନବୀନ ପଟ୍ଟନାୟକ ସୁସ୍ଥ ହୋଇ ହସ୍ପିଟାଲରୁ ଫେରିଲେ । ତାଙ୍କ ପାଇଁ ସମସ୍ତେ ଖୁସି । ସେ ଶତାୟୁ ହୁଅନ୍ତୁ, ଏହା ସମସ୍ତଙ୍କର କାମ୍ୟ । ଗତକାଲି ରାତିରେ ସମ୍ମମ୍ ଅଲ୍ଟିମେଟ୍ ରୁ ଡିସଚାର୍ଜ ହେବା ଏବଂ ନବୀନ ନିବାସ ଆସିବା ବେଳର ଭିଡିଓ ବର୍ତ୍ତମାନ ସୋସିଆଲ୍ ମିଡିଆରେ ଛାଇ ଗଲାଣି । ରୋଚକ କଥା ହେଉଛି, ଏହି ଭିଡିଓରେ ନବୀନ ବାବୁଙ୍କ ଉପରେ ଲୋକଙ୍କର ଆଖି ଲାଖି ରହୁନି । ଆଖି ଲାଖୁଛି, ପାଣ୍ଡିଆନଙ୍କ ଉପରେ । ପାଣ୍ଡିଆନଙ୍କ ହାତ ଧରି ନବୀନ ବାବୁ ହସ୍ପିଟାଲରୁ ବାହାରୁଛନ୍ତି । ଖୁସି ମନରେ ତାଙ୍କ ସହ ଗପି ଗପି ଆସୁଛନ୍ତି । ଟିକେ ବାହାରକୁ ଆସିଲା ପରେ ସ୍ୱାଗତ ପାଇଁ ଅପେକ୍ଷାରତ ନେତାଙ୍କ ମଧ୍ୟରେ କେବଳ ବବି ଦାସଙ୍କୁ ମୁହୂର୍ତ୍ତକ ପାଇଁ ଯାହା ଦେଖିବାକୁ ମିଳୁଛି ।

ନବୀନ ନିବାସ/ବିଜେଡି ଆଇଟି ସେଲ୍ ରୁ ଜାରି ଏହି ଭିଡିଓରେ କି ବାର୍ତ୍ତା ଦିଆଯାଇଛି ତାହା ବୁଝାଇ କହିବାର ଆବଶ୍ୟକତା ନାହିଁ । ସରଳ ଭାଷାରେ ଏହି ବାର୍ତ୍ତାର ଅର୍ଥ ହେଉଛି, ନବୀନଙ୍କର ଏକମାତ୍ର ଭରସା ପାଣ୍ଡିଆନ୍ । ଯେତେ ବିପଦ ଆସୁ ନା କାହିଁକି ପାଣ୍ଡିଆନଙ୍କ ହାତ ଛାଡ଼ିବାର ନାହିଁ । ତେଣିକି ଯାହା ବି ହୋଇଯାଉ!!

ଖାସ୍ କରି ଭିଡିଓଟି ବିଜେଡିରେ ପାଣ୍ଡିଆନ୍ ବିରୋଧୀ ନେତାଙ୍କ ପାଇଁ ଉଦ୍ଦିଷ୍ଟ ବୋଲି କୁହାଯାଉଛି । ଏହି ଭିଡିଓ ଜରିଆରେ ନବୀନ ନିବାସରୁ ଏକ ପ୍ରକାର ଚେତାବନୀ ଦିଆଯାଇଛି ବୋଲି କୁହାଯାଇପାରିବ । ସେହି ଚେତାବନୀ ହେଉଛି- ବିଜେଡିରେ ନବୀନ ପଟ୍ଟନାୟକ ଯେମିତି ସତ୍ୟ, ଭି.କେ ପାଣ୍ଡିଆନ୍ ମଧ୍ୟ ସେମିତି ସତ୍ୟ । ଏହି ସତ୍ୟକୁ ସମସ୍ତେ ଗ୍ରହଣ କରିବାକୁ ବାଧ୍ୟ । ଯିଏ ଗ୍ରହଣ କରୁନାହାନ୍ତି, ଦଳ ଛାଡ଼ି ପଳାଅ ।

ଚର୍ଚ୍ଚା ଅନୁଯାୟୀ, ନବୀନ ପଟ୍ଟନାୟକ ଅସୁସ୍ଥ ହୋଇ ଏଠା ହସ୍ପିଟାଲରେ ଭର୍ତ୍ତି ହେବାରେ ସବୁଠାରୁ ବେଶୀ ଫାଇଦା ହୋଇଛି ପାଣ୍ଡିଆନଙ୍କର । କାରଣ ଦୀର୍ଘ ମାସ ହେଲା ସେ ନବୀନ ନିବାସରେ ଆତ୍ମଗୋପନ ଅବସ୍ଥାରେ ଥିଲେ । ବିଜେଡିର ପରାଜୟ ଯୋଗୁଁ ନେତା ଓ କର୍ମୀଙ୍କ ଆକ୍ରୋଶର ସାମନା କରିବାକୁ ତାଙ୍କର ସାହାସ ନ ଥିଲା । ଦଳ ସହିତ ପାଣ୍ଡିଆନଙ୍କର ଆଉ କୌଣସି ସମ୍ପର୍କ ନାହିଁ କହି ନିଜେ ନବୀନ ବାବୁ ତାଙ୍କୁ ଘଣ୍ଟ ଘୋଡ଼ାଇ ରଖିଥିଲେ । ଯଦିଓ ବିଜେଡିର ସବୁ କାର୍ଯ୍ୟ ଉପରେ ତାଙ୍କ ନିୟନ୍ତ୍ରଣ ଜାରି ରହିଛି ।

ପାଣ୍ଡିଆନଙ୍କର ଫାଇଦା ଏୟା ଯେ ନବୀନ ନିବାସରୁ ସେ ପଦାକୁ ବାହାରିଛନ୍ତି । ନବୀନଙ୍କ ପାଖେ ପାଖେ ରହି ଏବଂ ନବୀନଙ୍କ ସହ ହାତ ଧରାଧରିର ଭିଡିଓ ଜରିଆରେ ପୁଣି ଥରେ ନିଜର ଔକାତ୍ ଦେଖାଇଛନ୍ତି । ନବୀନଙ୍କ ଇଚ୍ଛାରେ ବିଜେଡିର ସେ ହିଁ ସର୍ବମୟ କର୍ତ୍ତା ବୋଲି ଦୃଢ଼ ବାର୍ତ୍ତା ଦେଇଛନ୍ତି । ଏହା ପରେ ବିଜେଡି ଅସନ୍ତୁଷ୍ଟ ଶିବିରରୁ ଏ ପର୍ଯ୍ୟନ୍ତ କାହାର ପ୍ରତିକ୍ରିୟା ଆସିନାହିଁ । ଗଣମାଧ୍ୟମକୁ ଆସି ପାଣ୍ଡିଆନଙ୍କ ବିରୋଧରେ କହିବାକୁ କାହାରି ସାହାସ ନାହିଁ ।

୧୭ ତାରିଖ ସଂଧ୍ୟାରେ ସମ୍ମମ୍ ହସ୍ପିଟାଲରେ ନବୀନ ବାବୁ ଭର୍ତ୍ତି ହେବା ପରେ ବିଜେଡିର ଆଗଧାଡ଼ିର ନେତାମାନେ ତାଙ୍କୁ ଦେଖିବାକୁ ଲାଇନ୍ ଲଗାଇଥିଲେ । ମାତ୍ର ସେ ଚିକିତ୍ସିତ ହେଉଥିବା ତୃତୀୟ ମହଲା ଆଇସିୟୁକୁ କାହାରିକୁ ଛଡ଼ା ଯାଇ ନ ଥିଲା । କେବଳ ନବୀନଙ୍କ ପାଖରେ ରହି ତାଙ୍କର ସବୁକଥା ବୁଝୁଥିଲେ ପାଣ୍ଡିଆନ୍ ଏବଂ ପତ୍ନୀ ସୁଜାତା ।

ସେଦିନ ରାତିରେ ବିଜେଡିର ବରିଷ୍ଠ ନେତା ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏବଂ ପାଣ୍ଡିଆନଙ୍କ ମଧ୍ୟରେ ଉଚ୍ଚବାଚ ହୋଇଥିବା ଏକ ଖବରକାଗଜରେ ବାହାରିଥିଲା । ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବାକୁ ଯାଇଥିବା ନେତାମାନଙ୍କୁ ପାଣ୍ଡିଆନ୍ ଅଟକାଉଥିଲେ ବୋଲି ଏଥିରେ ପ୍ରକାଶ ପାଇଥିଲା । ଏପରିକି ସ୍ୱାସ୍ଥ୍ୟମନ୍ତ୍ରୀ, ଆଇନମନ୍ତ୍ରୀ ଏବଂ ଏକାମ୍ର ବିଧାୟକ ବାବୁ ସିଂଙ୍କ ବାଟ ଜଗିଥିଲେ ବୋଲି ପ୍ରଚାର ହେଲା । ପିସିସି ସଭାପତି ଭକ୍ତ ଚରଣ ଦାସଙ୍କୁ ପାଣ୍ଡିଆନ୍ ଦୁର୍ବ୍ୟବହାର କଲେ ବୋଲି କୁହାଗଲା ।

ମାତ୍ର ଏହି ଖବରକୁ ପିସିସି ସଭାପତି ଏବଂ ଏକାମ୍ର ବିଧାୟକ ଖଣ୍ଡନ କରିଥିଲେ । ପାଣ୍ଡିଆନ୍ ସେମାନଙ୍କୁ ଅଟକାଇ ନ ଥିଲେ କି ଦୁର୍ବ୍ୟବହାର କରି ନ ଥିଲେ ବୋଲି ସେମାନେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ । ମାତ୍ର ଖବରରେ ଯାହାର ଅସନ୍ତୋଷ ଏବଂ ରାଗକୁ ବ୍ୟକ୍ତ କରାଯାଇଥିଲା, ସେହି ରଣେନ୍ଦ୍ର ପ୍ରତାପ ଓରଫ୍ ରାଜା ସ୍ୱାଇଁ କିନ୍ତୁ ଏ ପର୍ଯ୍ୟନ୍ତ ପାଟି ଖୋଲିନାହାନ୍ତି । ଖବରକୁ ନେଇ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।

ସାରା ରାଜ୍ୟରେ ଏହି ଖବରଟି ଚର୍ଚ୍ଚାର ବିଷୟ ହୋଇଥିଲା ବେଳେ ରାଜା ସ୍ୱାଇଁଙ୍କ ନିରବତା ବିଜେଡିର ଭବିଷ୍ୟତକୁ ନେଇ କରାଯାଉଥିବା ଆକଳନ ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି । ରାଜନୈତିକ ପର୍ଯ୍ୟବେକ୍ଷକ ମହଲର ମତ ଅନୁଯାୟୀ, ବିଜେଡିରେ ଅନେକ ଦକ୍ଷ ନେତା ଥିଲେ ମଧ୍ୟ ନବୀନଙ୍କ ଇଚ୍ଛା ବିରୋଧରେ ଯାଇ ଅର୍ଥାତ୍ ପାଣ୍ଡିଆନଙ୍କ ବିରୋଧରେ ଖୋଲାଖୋଲି ବିଦ୍ରୋହ କରିବାର ତାକତ୍ ନାହିଁ । ପ୍ରଭାତ ତ୍ରିପାଠୀ, ଅମର ଶତପଥୀଙ୍କ ଭଳି ହାତଗଣତି ନେତା ପାଟି ଖୋଲିଥିଲେ ମଧ୍ୟ ଉଦେ୍ଦଶ୍ୟରେ ସଫଳ ହୋଇନାହାନ୍ତି ।

ବର୍ତ୍ତମାନର ପରିପ୍ରେକ୍ଷୀରେ ବିଜେଡି ଭାଙ୍ଗିଯିବାର ଆକଳନ କରିବା ନିରର୍ଥକ ବୋଲି ରାଜନୈତିକ ବିଶେଷଜ୍ଞମାନେ କହିଛନ୍ତି । କାରଣ ଯେଉଁମାନେ ବିଦ୍ରୋହ କରିବେ ସେମାନେ ଯିବେ କୁଆଡ଼େ? ରାଜ୍ୟ ବିଜେପିର ଯେଉଁ ଅବସ୍ଥା ସେଠାକୁ ଗଲେ ମହରଗରୁ ଯାଇ କାନ୍ତାରରେ ପଡ଼ିବା ଅବସ୍ଥା ହେବ । ଗୁରୁତପୂର୍ଣ୍ଣ ଶୁଣାକଥାଟି ହେଉଛି, ବିଜେଡିରୁ କୌଣସି ନେତାଙ୍କୁ ବିଜେପି ଗ୍ରହଣ କରିବ ନାହିଁ । ଏହାକୁ ନେଇ କୁଆଡ଼େ ଗୋପନରେ ସହମତି ହୋଇଛି । ଏହା ସତ ହୋଇଥିଲେ ବିଜେଡି ନେତାଙ୍କ ପାଇଁ ବିଜେପି ଦ୍ୱାର ବନ୍ଦ ।

ବାକି ରହିଲା, କଂଗ୍ରେସ । ରାଜ୍ୟ କଂଗ୍ରେସ ଏବେ ଚଳଚଞ୍ଚଳ ହୋଇଛି ଏବଂ ଲୋକଙ୍କ ମନକୁ ଛୁୂଇଁବା ଆରମ୍ଭ କରିଛି । ତେବେ ସାଂଗଠନିକ ଦୃଷ୍ଟିରୁ ଦଳ ସଶକ୍ତ ହେବାକୁ ଆହୁରି ସମୟ ଲାଗିବ । ଅଣ କଂଗ୍ରେସରେ ବିଶ୍ୱାସ ରଖି ଆସିଥିବା ନେତାଙ୍କୁ କଂଗ୍ରେସରେ ସୁଯୋଗ ମିଳିବା କିନ୍ତୁ କଷ୍ଟକର । ସୁତରାଂ କଂଗ୍ରେସରେ ନାମକରା ବିଜେଡି ନେତାଙ୍କୁ ସ୍ଥାନ ମିଳିବା ସମ୍ଭବ ନ ହୋଇପାରେ ।

ସବୁଠାରୁ ବଡ଼କଥା ହେଉଛି, ପାଣ୍ଠି । ବିଜେଡିର ପାଣ୍ଠି କାହା ପାଖରେ ଅଛି ସମସ୍ତେ ଜାଣନ୍ତି । ଯାହାଙ୍କ ହାତରେ ପାଣ୍ଠି ଚାବିକାଠି ସେ ହିଁ ଦଳକୁ ନିୟନ୍ତ୍ରଣ କରିବେ । ଦକ୍ଷତା ଥାଇ ପାଣ୍ଠି ନ ଥିଲେ କିଛି କରିହେବ ନାହିଁ । ତେଣୁ ବିଜେଡିରୁ କିଛି ନେତା ବାହାରି ବିକଳ୍ପ ମଞ୍ଚ କରିବାକୁ ହେଲେ ପାଣ୍ଠି ସମସ୍ୟା ରହିବ ।

ଅନ୍ୟପକ୍ଷରେ, ବିଜୟ ମହାପାତ୍ର/ଦିଲ୍ଲୀପ ରାୟଙ୍କ ନେତୃତ୍ୱରେ ଏକ ନୂତନ ଆଞ୍ଚଳିକ ଦଳ ଗଠନ କଥା ବେଳେ ବେଳେ ଚର୍ଚ୍ଚା ହେଉଛି । ମାତ୍ର ବିଜେଡିର ଏକ ଗୋଷ୍ଠୀ ଯେ ସେମାନଙ୍କ ସହ ସାମିଲ ହେବେ ତାହା ସମ୍ଭବ ଲାଗୁନି । କାରଣ ପ୍ରସ୍ତାବିତ ନୂତନ ଆଞ୍ଚଳିକ ଦଳରେ ନେତୃତ୍ୱ, ବିଶ୍ୱନୀୟତା, ଗ୍ରହଣୀୟତା ଏବଂ ସ୍ଥାୟିତ୍ୱକୁ ନେଇ ଅନେକ ପ୍ରଶ୍ନ ରହିଛି ।

ସୁତରାଂ ନବୀନ ପଟ୍ଟନାୟକଙ୍କ ଇଚ୍ଛା, ଆଶୀର୍ବାଦ ଏବଂ ପାଣ୍ଠି ଥିବା ଯାଏଁ ପାଣ୍ଡିଆନ୍ ବିଜେଡିର ସର୍ବେସର୍ବା ହୋଇ ରହିବେ! ଓଡ଼ିଶାବାସୀ ତାଙ୍କୁ ଗ୍ରହଣ କରନ୍ତୁ ନ କରନ୍ତୁ ସେଥି ନେଇ ନବୀନ ବାବୁ ବି ବିଚଳିତ ନୁହଁନ୍ତି । ନବୀନ ବାବୁ ପାଣ୍ଡିଆନଙ୍କୁ ଛାଡ଼ିପାରିବେ ନାହିଁ କି ପାଣ୍ଡିଆନ୍ ସୁଯୋଗକୁ ହାତଛଡ଼ା କରିବା ଅବସ୍ଥାରେ ନାହାନ୍ତି । କ୍ଷମତା ପାଇବା ପାଇଁ ସବୁ ନିନ୍ଦା, ଅପବାଦକୁ ସମ୍ଭାଳିବାକୁ ସମ୍ଭବତଃ ପ୍ରସ୍ତୁତ ହୋଇସାରିଛନ୍ତି ।

ରାଜନୀତିରେ ଆଜି କଥା କାଲିକି ରହି ନ ପାରେ । ନୂଆ ନୂଆ ସମୀକରଣ ଆସେ । ବର୍ତ୍ତମାନ ବିଜେଡି-ବିଜେପି ଭିତିରି ସମ୍ପର୍କର କିଏ ସୂତ୍ରଧର ତାହା ରାଜନୀତିରେ ରୁଚି ରଖୁଥିବା ପ୍ରାୟ ସମସ୍ତଙ୍କୁ ଜଣା । ଆଗାମୀ ଦିନରେ ବିଜେପି-ବିଜେଡି ଏକାଠି ଲଢ଼ିଲେ ଆଶ୍ଚର୍ଯ୍ୟ ହେବାର ନାହିଁ କି ପାଣ୍ଡିଆନ ବଳୀୟାନ୍ ରହିଲେ ଆଶ୍ଚର୍ଯ୍ୟ ହେବାର ନାହିଁ ।

Previous Post

ସୁସ୍ଥ ହୋଇ ଫେରିଲେ ନବୀନ

Next Post

କେନ୍ଦୁଝର ଜିଲ୍ଲାରେ ହେବ ରାଜ୍ୟର ଦ୍ୱିତୀୟ ବୃହତ ଇସ୍ପାତ କାରଖାନା

Next Post
କେନ୍ଦୁଝର ଜିଲ୍ଲାରେ ହେବ ରାଜ୍ୟର ଦ୍ୱିତୀୟ  ବୃହତ ଇସ୍ପାତ କାରଖାନା

କେନ୍ଦୁଝର ଜିଲ୍ଲାରେ ହେବ ରାଜ୍ୟର ଦ୍ୱିତୀୟ ବୃହତ ଇସ୍ପାତ କାରଖାନା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA