Thursday, April 16, 2026 08:35 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଚିଠିରେ ଖେଳ କଲେ ନବୀନ

ସୀମା ପୁନଃନିର୍ଦ୍ଧାରଣ ବିଲ୍

by Samar Pradhan
16 Apr, 2026- 08:11 PM
in Latest News, News
1 min read
0
ଚିଠିରେ ଖେଳ କଲେ ନବୀନ

ଭୁବନେଶ୍ୱର: ସୀମା ପୁନଃ ନିର୍ଦ୍ଧାରଣ ବିଲ୍ କୁ ନେଇ ଜାତୀୟ ରାଜନୀତି ହଟଚମଟ ଥିବା ବେଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଭୂମିକା ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛି । ଏଥିରେ ଓଡ଼ିଶା କ୍ଷତିଗ୍ରସ୍ତ ହେଉଥିବାରୁ ରାଜ୍ୟର ସ୍ୱାର୍ଥ ରକ୍ଷା ପାଇଁ ଗୋଟିଏ ପରେ ଗୋଟିଏ ଚିଠି ଲେଖି ଚାଲିଛନ୍ତି । ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ବିଧାନସଭାରେ ସଂକଳ୍ପ ପାରିତ କରିବାକୁ ପରାମର୍ଶ ଦେଇଥିବା ବେଳେ ଆଜି ଏହି ପ୍ରସଙ୍ଗରେ ରାଜ୍ୟର ସବୁ ସାଂସଦମାନଙ୍କୁ ଚିଠି ଲେଖିଛନ୍ତି । କେନ୍ଦ୍ରରେ ଓଡ଼ିଶାର ଅଧିକାର ପାଇଁ ସଂସଦ ଭିତରେ ଓ ବାହାରେ ସ୍ୱର ଉଠାଇବାକୁ ଅନୁରୋଧ କରିଛନ୍ତି ।

ଉଭୟ ରାଜ୍ୟ ଓ ଦେଶର ସ୍ୱାର୍ଥ ସମ୍ବଳିତ ଏତେ ବଡ଼ ପ୍ରସଙ୍ଗରେ ମୋଦୀ ସରକାରଙ୍କ ପଦକ୍ଷେପକୁ ବିରୋଧ କରିବା ନବୀନ ପଟ୍ଟନାୟକଙ୍କ ପାଇଁ ପ୍ରଥମ ବୋଲି କୁହାଯାଉଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ନବୀନ ପଟ୍ଟନାୟକଙ୍କର ସରକାର ନାହିଁ । ଲୋକସଭାରେ ବିଜେଡିର ଜଣେ ବି ସାଂସଦ ନାହାନ୍ତି । ଅଥଚ ଓଡ଼ିଶାର ସ୍ୱରକୁ ନବୀନ ବାବୁ ତାଙ୍କ ଚିଠି ମାଧ୍ୟମରେ ସାରା ଭାରତବର୍ଷରେ ପହଞ୍ଚାଇବାରେ ସଫଳ ହୋଇଛନ୍ତି । ଏହା ତାଙ୍କର ବ୍ୟକ୍ତିତ୍ୱ ଓ ନେତୃତ୍ୱର ଆକର୍ଷଣ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲରେ ଆଲୋଚନା ହେଉଛି ।

ନବୀନ ତାଙ୍କ ଚିଠିରେ ମହିଳା ସଂରକ୍ଷଣକୁ ସୀମା ନିର୍ଦ୍ଧାରଣଠାରୁ ଅଲଗା କରିବାକୁ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ମହିଳାଙ୍କୁ ସମ୍ମାନ ଓ ମହିଳାଙ୍କ ପାଇଁ ଆସନ ସଂରକ୍ଷଣରେ ବିଜେଡିର ଦୃଷ୍ଟିଭଙ୍ଗୀକୁ ସେ ପୁଣି ସ୍ପଷ୍ଟ କରିଛନ୍ତି । ବିଜେଡି ସବୁବେଳେ ଏହାକୁ ସମର୍ଥନ କରି ଆସିଛି । ମାତ୍ର ୧୩୧ ତମ ସଂଶୋଧନ ବିଲ୍ କୁ ନେଇ ସେ ଆପତ୍ତି ଉଠାଇଛନ୍ତି । ଏହାହେଲେ ଓଡ଼ିଶାର ରାଜନୈତିକ ପ୍ରତିନିଧିତ୍ୱ ଓ ଅର୍ଥନୈତିକ ସ୍ୱାର୍ଥ ଦୁର୍ବଳ ହୋଇଯିବ ବୋଲି ସେ ଯୁକ୍ତି ଦର୍ଶାଇଛନ୍ତି ।

ଲୋକସଭାରେ ବର୍ତ୍ତମାନ ୫୪୩ ଆସନରୁ ଓଡ଼ିଶାର ୨୧ଟି ଆସନ ଥିବାରୁ ପ୍ରତିନିଧିତ୍ୱ ହାର ରହିଛି ୩.୯% । ପ୍ରସ୍ତାବିତ ସମ୍ବିଧାନ ସଂଶୋଧନରେ ଓଡ଼ିଶାର ଆସନ ୨୯କୁ ବଢ଼ୁଥିବାରୁ ପ୍ରତିନିଧିତ୍ୱ ହାର ୩.୪% କୁ କମିବ । କ୍ଷତି ସହିବାକୁ ଥିବା ୬ ରାଜ୍ୟ ଭିତରେ ଓଡ଼ିଶା ରହିବ । ଏଥିରେ ଆମ ରାଜ୍ୟକୁ ପଏଣ୍ଟ ୫ କ୍ଷତି ସହିବାକୁ ହେବ । ନୂଆ ନିୟମରେ ଅଧିକ ଜନସଂଖ୍ୟା ଥିବା ରାଜ୍ୟ ଫାଇଦାରେ ରହିବେ । ଜନସଂଖ୍ୟା ନିୟନ୍ତ୍ରଣରେ ଉଦାହରଣ ସୃଷ୍ଟି କରିଥିବା ଓଡ଼ିଶା କେନ୍ଦ୍ରୀୟ ଅନୁଦାନ ଓ ପାଣ୍ଠି ପାଇବାରେ ଅବହେଳିତ ହେବ ।

ଓଡ଼ିଶା ଲୋକେ ଆପଣଙ୍କୁ ସଂସଦକୁ ପଠାଇଛନ୍ତି । ସୁତରାଂ ଓଡ଼ିଶାର ସ୍ୱାର୍ଥ ବିରୋଧୀ ଏହି କାର୍ଯ୍ୟ କରିବାକୁ ଆପଣମାନେ ଦିଅନ୍ତୁ ନାହିଁ ବୋଲି ସାଂସଦମାନଙ୍କୁ ପରାମର୍ଶ ଦେଇଛନ୍ତି ନବୀନ । ସେଥିରେ ଲେଖିଛନ୍ତି, ଜନସଂଖ୍ୟା ନିୟନ୍ତ୍ରଣ ଓ ମାନବ ସମ୍ବଳର ବିକାଶ ସତ୍ତ୍ୱେ ଓଡ଼ିଶା ଦଣ୍ଡିତ ନ ହେଉ । ରାଜ୍ୟର ଅର୍ଥନୈତିକ ଓ ରାଜନୈତିକ ସ୍ୱାର୍ଥକୁ ଆପଣମାନେ ସୁରକ୍ଷା ଦିଅନ୍ତୁ । କେନ୍ଦ୍ରରେ ଓଡ଼ିଶା ଅଧିକାର ପାଇଁ ସଂସଦ ଭିତରେ ଓ ବାହାରେ ସ୍ୱର ଉଠାନ୍ତୁ । ଏହା ନ ହେଲେ ସାଢ଼େ ୪ କୋଟି ଓଡ଼ିଆଙ୍କ ଆଶା, ଭବିଷ୍ୟତ ପିଢ଼ି ପ୍ରତି ବଡ଼ ଅନ୍ୟାୟ ହେବ ବୋଲି ନବୀନ ସତର୍କ କରାଇଛନ୍ତି ।

ନବୀନଙ୍କର ଚିଠିକୁ ନେଇ ବିଜେପି ପ୍ରତିକ୍ରିୟାଶୀଳ ହୋଇଛି । ଆଇନମନ୍ତ୍ରୀ ପୃଥ୍ୱାରାଜ ହରିଚନ୍ଦନ ଏବଂ ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ ପୃଥକ୍ ଭାବେ ଅତି କଠୋର ଭାଷାରେ ବିଜେଡି ସଭାପତିଙ୍କୁ ଟାର୍ଗେଟ୍ କରିଛନ୍ତି । ପାଞ୍ଚ ଥରର ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କୁ ୧୩୧ ତମ ସଂଶୋଧନ ବିଲ୍ ଉପରେ ପାଠ ପଢ଼ାଇବାକୁ ଚେଷ୍ଟା କରିଛନ୍ତି ନବାଗତ ଶ୍ରୀ ହରିଚନ୍ଦନ । ସେହିଭଳି ଶ୍ରୀ ପୂଜାରୀ କହିଛନ୍ତି, ରାହୁଲ ଗାନ୍ଧୀଙ୍କ କଥାରେ ପଡି ନବୀନ ବାବୁ ବିଲ୍ କୁ ବିରୋଧ କରୁଛନ୍ତି । ପ୍ରସ୍ତାବ ଆସିବ ବୋଲି ଜାଣିବା ପୂର୍ବରୁ କଂଗ୍ରେସ କଥାରେ ସାମିଲ ହୋଇଛନ୍ତି । ଚୋରା ପୀରତି ଛାଡ଼ି ଯାହା କହିବା କଥା ଖୋଲାଖୋଲି କୁହନ୍ତୁ ବୋଲି ସେ ତାତ୍ସଲ୍ୟ କରିଛନ୍ତି ।

Continue Reading
Previous Post

ଦଶମ ପରୀକ୍ଷାରେ ଡିଏଭି ପୋଖରୀପୁଟର ଶତପ୍ରତିଶତ ସଫଳତା

Next Post

କାର୍ଯକାରୀ ହେବ ମେରାଇନ୍ ସ୍ପାସିଆଲ୍ ପ୍ଲାନ୍

Next Post
କାର୍ଯକାରୀ ହେବ ମେରାଇନ୍ ସ୍ପାସିଆଲ୍ ପ୍ଲାନ୍

କାର୍ଯକାରୀ ହେବ ମେରାଇନ୍ ସ୍ପାସିଆଲ୍ ପ୍ଲାନ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5484 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA