Tuesday, May 26, 2026 04:35 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କେହି କାହାକୁ କମ୍ ନୁହଁନ୍ତି

ଲଢ଼େଇ ଜୋରଦାର, ଅସ୍ପଷ୍ଟ ସ୍ଥିତି

by Samar Pradhan
06 Nov, 2025- 08:24 PM
in Latest News, News, Politics
1 min read
0
କେହି କାହାକୁ କମ୍ ନୁହଁନ୍ତି

ଭୁବନେଶ୍ୱର: ଦଳୀୟ କର୍ମୀଙ୍କୁ ଧରି ନେତାମାନେ ପ୍ରଚାରରେ ମାତିଥିଲେ ମଧ୍ୟ ଏ ଯାଏଁ ଭୋଟରଙ୍କ ମତିଗତି ଆକଳନ କରିହେଉନି । ନିଜେ ନିଜର ହାୱା ସୃଷ୍ଟି କରିବାରେ ତିନି ଦଳ ଲାଗିପଡ଼ିଛନ୍ତି । ଖରିଆର୍ ରୋଡ୍ ଏନଏସିରେ ବିଜେପି, ନୂଆପଡ଼ା ଏନଏସିରେ ବିଜେଡି, ନୂଆପଡ଼ା ବ୍ଲକ୍ ରେ ବିଜେପି, କୋମନା ବ୍ଲକ୍ ରେ ବିଜେଡିର ସ୍ଥିତି ଭଲ ବୋଲି ପ୍ରଚାର ଚାଲିଛି । ମାତ୍ର ବାସ୍ତବ ଚିତ୍ର ଏବେ ବି ଅସ୍ପଷ୍ଟ । ବିଜେପି ବାଲା କହୁଛନ୍ତି ଆମେ ଜିତିକି ଅଛୁ, ଖାଲି ବ୍ୟବଧାନ ବଢ଼ାଇବା କଥା । ବିଜେଡି ବାଲା କହୁଛନ୍ତି ଆମର ବିଜୟ ଅଲବତ୍, ଆମଠାରୁ ଏହି ଆସନ କେହି ନେଇପାରିବେନି । କଂଗ୍ରେସ ବାଲା କହୁଛନ୍ତି ଘାସିରାମ ମାଝୀ ନୂଆପଡ଼ାର ଅପ୍ରତିଦ୍ୱନ୍ଦୀ ନେତା, ବିଜେପି ବିଜେଡି ଯେତେ ହାୱା କଲେ ମଧ୍ୟ ତାଙ୍କୁ ପାରିବେ ନାହିଁ ।

ନୂଆପଡ଼ା ନିର୍ବାଚନମଣ୍ଡଳୀ ସାରା ଏବେ ମାଳ ମାଳ ନେତା ଓ କର୍ମୀ । ବିଭିନ୍ନ ୱାର୍ଡ ଏବଂ ପଡ଼ାରେ ଚାଲିଛି ପଦଯାତ୍ରା, ପଥପ୍ରାନ୍ତ ସଭା । ଦଳୀୟ ନେତାମାନଙ୍କ ଗହଣରେ ପ୍ରାର୍ଥୀ ଘର ଘର ବୁଲୁଛନ୍ତି । ତେବେ ଭୋଟରଙ୍କୁ ଆକୃଷ୍ଟ କଲା ଭଳି କେଉଁ ଦଳର ସେଭଳି ନିର୍ଦ୍ଦିଷ୍ଟ ପ୍ରସଙ୍ଗ ନାହିଁ । ବିଜେପି ଏବଂ ବିଜେଡି ପାଇଁ ମୁଖ୍ୟତଃ ପତିଆରାର ଲଢ଼େଇ ଚାଲିଥିବା ବେଳେ କଂଗ୍ରେସ ପାଇଁ ଭାଗ୍ୟ ଖୋଲିବାର ସୁଯୋଗ ହୋଇଛି ।
ଓଡ଼ିଶାରେ କ୍ଷମତାକୁ ଆସିବା ପରେ ପ୍ରଥମ ଉପନିର୍ବାଚନର ସାମନା କରୁଛି ବିଜେପି । ହାତରେ ଶାସନକଳ ଥିବାରୁ ଉପନିର୍ବାଚନ ଜିତିବା ନେଇ ନେତୃତ୍ୱ ସମ୍ପୂର୍ଣ୍ଣ ଆଶାବାଦୀ ଅଛନ୍ତି । ସୌଭାଗ୍ୟ କି ଦୁର୍ଭାଗ୍ୟ ଜଣାନାହିଁ, ଅଧିକାଂଶ ନେତାଙ୍କ ପାଇଁ ଏହି ଆଶା ଗଭୀର ଆତ୍ମବିଶ୍ୱାସ ପାଲଟିଯାଇଛି । ଯାହାର ଫଳ ହୋଇଛି ଢ଼ିଲାପଣ । ସେଥିପାଇଁ ତଳସ୍ତରରେ ଯେତିକି ବଳ ଲାଗିବା କଥା ତାହା ହୁଏତ ପ୍ରଥମରୁ ହୋଇପାରିନି ବୋଲି କର୍ମୀମାନଙ୍କ ମତ ।

ରୋଚକ କଥା, ନିର୍ବାଚନ ରଣନୀତି ସଂକ୍ରାନ୍ତରେ ରାଜ୍ୟର ବିଜେପି ନେତାମାନେ ଏବେ ବି ଅଜ୍ଞ । ସଭାପତି ମନମୋହନ ସାମଲଙ୍କ ପାଖ ମାଡ଼ିବା କଷ୍ଟ ହୋଇଯାଇଛି । ନୂଆପଡ଼ାରେ ନେତାମାନେ କ୍ୟାମ୍ପ୍ ପକାଇଥିଲେ ମଧ୍ୟ ରଣନୀତି ଏବଂ ପ୍ରଚାର କାର୍ଯ୍ୟରେ ସେମାନଙ୍କର ବିଶେଷ ସଂପୃକ୍ତି ପରିଲକ୍ଷିତ ହେଉନାହିଁ । ଏହାକୁ ନେଇ ଅନେକଙ୍କ ମନରେ ସ୍ୱାଭାବିକ ଭାବେ ଅସନ୍ତୋଷ ରହିଛି ।

ବୋଧହୁଏ ବିହାର ନିର୍ବାଚନ ଦାୟିତ୍ୱରେ ଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଠାରେ ଅନୁପସ୍ଥିତ ଅଛନ୍ତି । ଚାହିଁଥିଲେ, ଥରୁଟିଏ ନୂଆପଡ଼ା ଆସିପାରିଥାନ୍ତେ ବୋଲି ଦଳୀୟ ମହଲରେ ଆଲୋଚନା ହେଉଛି । ମାତ୍ର କୌଣସି କାରଣରୁ ଆସିନାହାନ୍ତି । ଯାହା ବିଜେପି ପାଇଁ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି କରିଛି । ବୋଧହୁଏ ସେହି ଶୂନ୍ୟସ୍ଥାନ ପୂରଣ ପାଇଁ ଓଡ଼ିଶାର ବିଜେପି ନେତୃତ୍ୱ, ସଂଘ ପରିବାର ଏବଂ ଛତିଶଗଡ଼ ବିଜେପି ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ହୋଇଛନ୍ତି ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବିଜେଡି କ୍ଷମତାରେ ଥିଲା ବେଳେ ଯେମିତି ଉପନିର୍ବାଚନ ପରିଚାଳନା କରୁଥିଲା ନୂଆପଡ଼ାରେ ବିଜେପି ତାହାକୁ ଅନୁକରଣ କରୁଛି । ମହିଳା ଭୋଟରଙ୍କ ଉପରେ ବେଶୀ ଆଖି ପକେଇଛି । ରାଜ୍ୟର ୮ ଜଣ ମନ୍ତ୍ରୀଙ୍କ ସମେତ ଛତିଶଗଡ଼ି ନେତାମାନେ ବିଭିନ୍ନ ପଞ୍ଚାୟତକୁ ଜଗିଛନ୍ତି ।

ପ୍ରାର୍ଥୀ ଜୟ ଢ଼ୋଲକିଆଙ୍କୁ ଅନୁକମ୍ପା ଭୋଟ ମିଳିବ ବୋଲି ବିଜେପି ଯେଉଁ ଆଶା ରଖିଥିଲା ତାହାର ପ୍ରାସଙ୍ଗିକତା ଦେଖିବାକୁ ମିଳୁନି । ସ୍ୱର୍ଗତ ରାଜୁ ଢ଼ୋଲକିଆଙ୍କ ନିଜସ୍ୱ ଭୋଟ ନିଜ ପାଖରେ ରଖିବାକୁ ଜୟଙ୍କ ଉପରେ କେବଳ ଦାୟିତ୍ୱ ଛଡ଼ା ଯାଇଛି । ଅନ୍ୟ କଥା ବୁଝୁଛନ୍ତି ରାଜ୍ୟ ନେତୃତ୍ୱ ।

ସେ ଯାହା ହେଉ, ଆଜି ଗୋଟିଏ ଦିନରେ ଓଡ଼ିଶା ଏବଂ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କର ରୋଡ ସୋ ଏବଂ ସାଧାରଣ ସଭା ନୂଆପଡ଼ାରେ ବିଜେପି କର୍ମୀଙ୍କ ମଧ୍ୟରେ ଉନ୍ମାଦନା ସୃଷ୍ଟି କରିଛି । କୋମନାରେ ମୋହନ ମାଝୀ ସଭା କରିଥିବା ବେଳେ ନୂଆପଡ଼ାରେ ପ୍ରଚାର ସଭାରେ ଯୋଗଦେଇଥିଲେ ବିଷ୍ଣୁଦେଓ ସାଏ । କୋମନା ସଭାରେ ନବୀନ ପଟ୍ଟନାୟକଙ୍କ ବେଇମାନୀ ଆକ୍ଷେପର ଜବାବ ଦେଇଛନ୍ତି ମୋହନ ।

ସେପଟେ ବିଜେଡିରେ ସ୍ଥିତି ଭିନ୍ନ । କ୍ଷମତା ବାହାରେ ରହି ଦଳ ପ୍ରଥମ ଥର ପାଇଁ ଉପନିର୍ବାଚନର ସାମନା କରୁଛି । ଗତ ନିର୍ବାଚନ ପରାଜୟ ପରଠୁ ଦଳ ଦିଶାହୀନ ହୋଇଯିବା ସହ ଯାବତୀୟ କନ୍ଦଳରେ ବୁଡ଼ିଥିଲେ ମଧ୍ୟ ନୂଆପଡ଼ା ନିର୍ବାଚନ ସମସ୍ତଙ୍କୁ ଚାଙ୍ଗା କରିଦେଇଛି । ଦଳର ତୁଙ୍ଗନେତାମାନେ ବବି ଦାସଙ୍କ ପୁରୁଣା ଭୂମିକାକୁ ଗ୍ରହଣ କରିନେଇଛନ୍ତି । ୨୦୨୪ ଭଳି ଦଳର ଶୀର୍ଷ ନେତୃତ୍ୱ ବବି ଦାସଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ବୋଲି ଜଣାପଡୁଛି । ୧୦୦ରୁ ଅଧିକ ନେତା ବିଭିନ୍ନ ଅଞ୍ଚଳର ଦାୟିତ୍ୱରେ ଅଛନ୍ତି । କର୍ମୀଙ୍କୁ ଧରି ଏହି ନେତାମାନେ ସକାଳୁ ରାତି ଯାଏଁ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି ।

ଗତ ୩ ତାରିଖରେ ନବୀନ ପଟ୍ଟନାୟକଙ୍କ କୋମନା ଗସ୍ତ ପରେ ଦଳୀୟ ମହଲରେ ପ୍ରବଳ ଉତ୍ସାହ ସୃଷ୍ଟି ହୋଇଛି । ଆସନ୍ତାକାଲି ୭ ତାରିଖରେ ନବୀନ ବାବୁ ଦ୍ୱିତୀୟ ଥର ପାଇଁ ନୂଆପଡ଼ା ଆସୁଛନ୍ତି । ଖରିଆର ରୋଡ୍ ଏବଂ ନୂଆପଡ଼ା ଏନଏସିରେ ରୋଡ୍ ସୋ ଏବଂ ନୂଆପଡ଼ା ବ୍ଲକ୍ ରେ ଏକ ସାଧାରଣ ସଭାରେ ଯୋଗଦେବେ । ଏହାକୁ ସଫଳ କରିବା ପାଇଁ ସମସ୍ତେ ମିଳିମିଶି ଲାଗିପଡ଼ିଛନ୍ତି ।

ବିଜେଡି ପାଇଁ ଆଶ୍ୱାସନାର କଥା ହେଲା, ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ବାହାର ପ୍ରାର୍ଥୀ କହି ବିଜେପି ଯେଉଁ ନ୍ୟାରେଟିଭ୍ ତିଆରି କରୁଥିଲା ତାହା ପ୍ରଭାବହୀନ ହୋଇଛି । ନୂଆପଡ଼ା ଉପନିର୍ବାଚନରେ ତାହାର ପ୍ରାସଙ୍ଗିକତା ନାହିଁ କହିଲେ ଚଳେ ।

ବିଜେପି-ବିଜେଡି ଭଳି କଂଗ୍ରେସର ଉପନିର୍ବାଚନା ପରିଚାଳନା ଶକ୍ତିଶାଳୀ ହୋଇ ନ ଥିଲେ ମଧ୍ୟ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ଧରି ପିସିସି ସଭାପତି ଭକ୍ତ ଦାସ ଏବଂ ତାଙ୍କ ଟିମ୍ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି । ଉପନିର୍ବାଚନ ତାରିଖ ଘୋଷଣା ମାତ୍ରେ ସେ ନୂଆପଡ଼ାରେ ଡ଼େରା ପକାଇଛନ୍ତି । ନିଜେ ପ୍ରବଳ ଖଟୁଥିଲେ ମଧ୍ୟ ଦଳର ବରିଷ୍ଠ ନେତାମାନଙ୍କୁ ପ୍ରଥମରୁ ସାଙ୍ଗରେ ରଖି ନ ପାରିବା ତାଙ୍କର ଦୁର୍ବଳତା । ବିଜେପି ପରି ଭକ୍ତ ଦାସ ମଧ୍ୟ ଛତିଶଗଡ଼ୀ ନେତାଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ହୋଇଛନ୍ତି । ଛତିଶଗଡ଼ର କଂଗ୍ରେସ ନେତା ଓ କର୍ମୀମାନେ ନୂଆପଡ଼ାରେ ଜୋରଦାର ପ୍ରଚାର କରୁଛନ୍ତି ।

କଂଗ୍ରେସ ପାଇଁ ସୁବିଧା ହେଉଛି ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ନେଇ କୌଣସି ବିବାଦ ନାହିଁ । ଗତ ନିର୍ବାଚନରେ ସେ ୫୦ ହଜାର ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ଥିଲେ । ଏଥିରୁ ନୂଆପଡ଼ାରେ ତାଙ୍କର ପୂର୍ବ ଲୋକପ୍ରିୟତା ବାରି ହେଉଛି । ତେବେ ଏହି ଉପନିର୍ବାଚନରେ ପୂର୍ବସ୍ଥିତି କିନ୍ତୁ ନାହିଁ । ଆଦିବାସୀ ଭୋଟ ଭାଗ ଭାଗ ହେବା ଆଶଙ୍କା କରାଯାଉଥିବାରୁ କଂଗ୍ରେସ ଏହାକୁ ରୋକିବାରେ ସକ୍ଷମ ହେବ ନା ନାହିଁ ତାହାକୁ ଅପେକ୍ଷା କରାଯାଇଛି ।

ଶେଷ କଥା ହେଉଛି- ଦଳୀୟ ରଣନୀତି, ପ୍ରଚାର ଓ ଆକଳନ ଗୋଟିଏ ପଟେ । ଭୋଟରଙ୍କ ନିର୍ଣ୍ଣୟ ଗୋଟେ ପଟେ । ନୂଆପଡ଼ା ଭୋଟର ଏ ପର୍ଯ୍ୟନ୍ତ ନିରବ ଅଛନ୍ତି । କାହା ସପକ୍ଷରେ ଜନମତ ଜାଣି ହେଉନାହିଁ । ଖରିଆର୍ ରୋଡ୍ ଏନଏସି ହେଉ କି ନୂଆପଡ଼ା ବ୍ଲକ୍ ହେଉ, ଲୋକେ ବିଜେପିକୁ ଯେମିତି ଗାଳି କରୁଛନ୍ତି କୋମନା ବ୍ଲକ୍ କି ନୂଆପଡ଼ା ଏନଏସି ବୁଲିଲେ ଲୋକେ ବିଜେଡିକୁ ସେମିତି ଗାଳି କରୁଛନ୍ତି । ନୂଆପଡ଼ା ଜିଲ୍ଲା ଭକ୍ତ ଦାସଙ୍କ ପାଇଁ ଅଶୁଭ ବୋଲି ମଧ୍ୟ ଆକ୍ଷେପ କରାଯାଉଛି ।

କୋମନା ବ୍ଲକ୍ ରେ ଭୋଟରଙ୍କ ସଂଖ୍ୟା ଅଧିକ ଏବଂ ତାହା ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ ବୋଲି ସମସ୍ତେ କହୁଛନ୍ତି । କିନ୍ତୁ ଏହା ନିରାଟ ସତ ଯେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣର ଅସଲ ଚାବିକାଠି ରହିଛି ଦଳର ନିର୍ବାଚନ ପରିଚାଳନାରେ । ବୁଥ୍ ମ୍ୟାନେଜମେଣ୍ଟରେ ଯେଉଁ ଦଳ ଯେତେ ସଫଳ ହେବେ ସିଏ ସେତିକି ଅଧିକ ଭୋଟ ପାଇବେ । ନୂଆପଡ଼ା ପାଇଁ ଏହା ହିଁ ଅପ୍ରିୟ ସତ ବୋଲି କୋମନା ବଜାର ଚା’ ଖଟିରେ ଆଲୋଚନା କରୁଥିଲେ ଦଳେ ସ୍ଥାନୀୟ ଯୁବକ ।

Previous Post

କ୍ୟୁଏସ ଏସିଆ ୟୁନିଭର୍‍ସିଟି ରାଙ୍କିଙ୍ଗ ୨୦୨୬: ଓଡ଼ିଶାରେ ଶୀର୍ଷରେ କିଟ୍

Next Post

ନୂଆପଡ଼ା ଓ ଖରିଆର ରୋଡ୍ ରେ ରୋଡ୍ ସୋ କରିବେ ନବୀନ

Next Post
ନୂଆପଡ଼ା ଓ ଖରିଆର ରୋଡ୍ ରେ ରୋଡ୍ ସୋ କରିବେ ନବୀନ

ନୂଆପଡ଼ା ଓ ଖରିଆର ରୋଡ୍ ରେ ରୋଡ୍ ସୋ କରିବେ ନବୀନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA