Tuesday, November 3, 2026 11:08 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବଜାର ଦର ନିଆଁ ଧୂଆଁ – ହାଣ୍ଡିଶାଳରେ ହା..ହା..କାର!

ପ୍ରତିଶ୍ରୁତି ଓ ପ୍ରତିସ୍ପର୍ଦ୍ଧାର ମହାବାତ୍ୟାରେ ଜନତା ବେହାଲ

by Gopal Sahu
03 Nov, 2026- 06:57 PM
in Latest News, News
1 min read
0
ବଜାର ଦର ନିଆଁ ଧୂଆଁ – ହାଣ୍ଡିଶାଳରେ ହା..ହା..କାର!

ଭୁବନେଶ୍ୱର: ଭାତ ଥାଳିରୁ ପାରିବାରିକ ପୁଜା ପାର୍ବଣ ସଉଦା ପତ୍ର ପର୍ଯ୍ୟନ୍ତ ସବୁଆଡ଼େ ମହଙ୍ଗାଇର ଭୀଷଣ ମାଡ଼। ସାଧାରଣ ପରିବାରରେ ଅଭାବ ଅନାଟନର କରୁଣ ଚିତ୍ର। ଅତ୍ୟାବଶ୍ୟକୀୟ ଖାଦ୍ୟ ଦ୍ରବ୍ୟ ମୁଲ୍ୟ ଆକାଶ ଛୁଆଁ। ବଜାର ଦର କାହା ନିୟନ୍ତ୍ରଣରେ ଜାଣି ହେଉନି? ଧାନ ଗହମ ଡାଲି ଜାତୀୟ ଖାଦ୍ୟ ଶସ୍ୟ, ପନିପରିବା ଓ ଫଳମୂଳ ଉତ୍ପାଦନରେ ରେକର୍ଡ ଉପରେ ରେକର୍ଡ ବୋଲି ନିତି ଶୁଣିବାକୁ ମିଳୁଛି। ଚାଷୀ ତା’ର ଫସଲର ଉପଯୁକ୍ତ ମୂଲ୍ୟ ପାଉନି ବୋଲି ରାଜରାସ୍ତାରେ କହୁଛି। କିନ୍ତୁ ଦରଦାମ୍ ମାଡ଼ରେ ସାଧାରଣ ଖାଉଟି ଅଣ୍ଟା ଭାଙ୍ଗି ଗଲାଣି। ତାହେଲେ ମୁନାଫା ଯାଉଛି କୁଆଡ଼େ?

ତଥ୍ୟ ଅନୁଯାୟୀ, ନଭେମ୍ବର ୩ ତାରିଖରେ ଖୁଚୁରା ଦରରେ ହରଡ଼ ଡାଲି କିଲୋ ପିଛା ପ୍ରାୟ ୧୬୫ ଟଙ୍କା, ମୁଗ ଡାଲି ୧୩୦ ଟଙ୍କା, ମସୁର ଡାଲି ୯୫ ଟଙ୍କା, ସୋରିଷ ତେଲ ଲିଟର ପିଛା ୨୬୦ ଟଙ୍କା, ସୂର୍ୟ୍ୟମୁଖୀ ତେଲ ୨୨୦ ଟଙ୍କା, ଆଳୁ କିଲୋ ୨୦ଟଙ୍କା, ପିଆଜ କିଲୋ ପିଛା ୬୫ ଟଙ୍କା, ଅଦା କିଲୋ ୧୨୦ଟଙ୍କା, ରସୁଣ କିଲୋ ୨୪୦ଟଙ୍କା ରହିଛି। ଅବଶ୍ୟ ଅଞ୍ଚଳ, ଗୁଣବତ୍ତା ଓ ବଜାର ଅନୁସାରେ ଦରରେ ସାମାଏ ଫରକ ରହିଥାଇପାରେ, କିନ୍ତୁ ଏସବୁ ଅତ୍ୟାବଶ୍ୟକୀୟ ଦ୍ରବ୍ୟ ଏବେ ସାଧାରଣ ଲୋକଙ୍କ ପାଇଁ ଦୁର୍ଲଭ ହେଇ ଯାଉଛି।

ଏଭଳି ପରିସ୍ଥିତିରେ ମଧ୍ୟବିତ୍ତ ଓ ଗରିବ ପରିବାରର ମାସିକ ଆୟ ଯେଉଁଠି ସେଇଠି ଅଟକି ରହିଛି, ସେଠି ଖର୍ଚ୍ଚର ଘୋଡ଼ା କିନ୍ତୁ ଦୌଡ଼ି ଚାଲିଛି। ପ୍ରଶ୍ନ ହେଉଛି, ଜନତା ଏବେ ପେଟ, ପିଠି ଓ ଜୀବନର ଅପରାହ୍ନ ପାଇଁ ରୋଜଗାର କରିବେ ନା ରୋଜଗାରର ସିଂହଭାଗ କେବଳ ଆଜି ପେଟକୁ ମୁଠାଏ ଖାଇବା ପାଇଁ ରୋଷେଇ ବାସ ଖର୍ଚ୍ଚରେ ସବୁ ଉଡ଼ାଇ ଦେବେ? ନିର୍ବାଚନ ସମୟରେ ପ୍ରତିଶ୍ରୁତିର ପାହାଡ଼ ଛିଡ଼ା କରୁଥିବା ବ୍ୟବସ୍ଥା ପାଇଁ ମହଙ୍ଗାଇ ନିୟନ୍ତ୍ରଣ କରିବା କ’ଣ ଏତେ କଷ୍ଟକର? ନା ଜନତାଙ୍କୁ କେବଳ ଆଶ୍ୱାସନାର ମିଠା କଥା ଖୁଆଇ ଭୋକରେ ମାରିବାର ଯୋଜନା ଚାଲିଛି?

ପରିସ୍ଥିତି ଏମିତି ହେଲାଣି, ନିଆଁ ଧୁଆଁ ବଜାର ଦର ଯୋଗୁଁ ରୋଷେଇ ଘରେ ଆଉ ହାଣ୍ଡି ଶାଳରେ ହା ହା କାର ପଡ଼ି ଗଲାଣି, ମହଙ୍ଗାଇର ମହାତାଣ୍ଡବ ଚାଲିଛି, ଆଉ ମଞ୍ଚ ଉପରେ ପ୍ରତିଶୃତି ଓ ପ୍ରତିଷ୍ପର୍ଦ୍ଧାର ମହାବାତ୍ୟା, ଜନତା ଜନାର୍ଦ୍ଦନଙ୍କ ଅବସ୍ଥା ବେମାଲ!

ଦେଶର ଅର୍ଥନୀତି ଅଭିବୃଦ୍ଧିର ନୂଆ ଶିଖର ଛୁଉଁଥିବା ସବୁଦିନ ଦାବି କରାଯାଉଛି। ଓଡ଼ିଶାର ଅର୍ଥନୀତି ମଧ୍ୟ ଦୃତ ଅଭିବୃଦ୍ଧି ପଥରେ ଥିବା ସରକାରୀ ରିପୋର୍ଟରେ ଉଲ୍ଲେଖ ରହିଛି। କିନ୍ତୁ ଏହି ଅଭିବୃଦ୍ଧିର ପ୍ରକୃତ ଲାଭ ସାଧାରଣ ପରିବାରର ରୋଷେଇ ଘର, ହାଣ୍ଡିଶାଳ ଓ ଜୀବନ ଜୀବିକାର ଅତ୍ୟାବଶ୍ୟକୀୟ ମାସିକ ଖର୍ଚ୍ଚରେ କେତେ ପ୍ରତିଫଳିତ ହେଉଛି? ଏହା ହିଁ ଆଜି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ।

କେନ୍ଦ୍ର ସରକାରଙ୍କ ସାଂଖ୍ୟିକୀ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟର ୧୨ ଅକ୍ଟୋବର ୨୦୨୬ରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ସେପ୍ଟେମ୍ବର ୨୦୨୬ରେ ଦେଶର ଖାଉଟି ମୁଦ୍ରାସ୍ଫୀତି ୫.୫୪ ପ୍ରତିଶତ ଥିବାବେଳେ ଖାଦ୍ୟ ମୁଦ୍ରାସ୍ଫୀତି ୭.୭୪ ପ୍ରତିଶତରେ ପହଞ୍ଚିଛି। ଗ୍ରାମାଞ୍ଚଳରେ ଖାଦ୍ୟ ମୁଦ୍ରାସ୍ଫୀତି ୮.୦୬ ପ୍ରତିଶତ ଥିବାବେଳେ ସହରାଞ୍ଚଳରେ ଏହା ୭.୧୮ ପ୍ରତିଶତ। ଅର୍ଥାତ୍ ସାଧାରଣ ଲୋକଙ୍କ ଦୈନନ୍ଦିନ ଖାଦ୍ୟ ଖର୍ଚ୍ଚ ଉପରେ ମହଙ୍ଗା ମାଡ଼ର ପ୍ରଭାବ ସ୍ପଷ୍ଟ। ଏହା କେବଳ ଆମର ଅନୁଭବର କଥା ନୁହେଁ, ଖୋଦ୍ ସରକାରଙ୍କ ଦ୍ବାରା ପ୍ରସ୍ତୁତ ପରିସଂଖ୍ୟାନରେ ମଧ୍ୟ ଏହାର ପ୍ରତିଫଳନ ହେଇଛି।

ସେହି ସରକାରୀ ତଥ୍ୟ ଅନୁଯାୟୀ, ୨୦୨୬ ମସିହା ସେପ୍ଟେମ୍ବର ମାସରେ ଗତବର୍ଷର ଠିକ୍ ଏହି ସେପ୍ଟେମ୍ବର ମାସ ତୁଳନାରେ ପିଆଜ ଦରରେ ୧୦୮.୦୯ ପ୍ରତିଶତ, ଅଦାରେ ୬୨.୮୫ ପ୍ରତିଶତ ଏବଂ ରସୁଣରେ ୫୪.୬୨ ପ୍ରତିଶତ ମୁଦ୍ରାସ୍ଫୀତି ରେକର୍ଡ ହୋଇଛି। ଏହି ତଥ୍ୟ ଦର୍ଶାଉଛି ଯେ ସମସ୍ତ ସାମଗ୍ରୀର ଦର ଏକାଭଳି ବଢ଼ୁନଥିଲେ ମଧ୍ୟ କେତେକ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ଦରବୃଦ୍ଧି ପରିବାରର ବଜେଟ୍ ଉପରେ ଗଭୀର ପ୍ରଭାବ ପକାଉଛି।

ଓଡ଼ିଶାର ଦରଦାମ୍ ପରିସ୍ଥିତି ଅତ୍ୟନ୍ତ ଚିନ୍ତାଜନକ। ସେହି ସେପ୍ଟେମ୍ବର ମାସରେ ଓଡ଼ିଶାର ସାମଗ୍ରିକ ଖାଉଟି ମୁଦ୍ରାସ୍ଫୀତି ୬.୭୦ ପ୍ରତିଶତ ଥିବାବେଳେ ଜାତୀୟ ହାର ୫.୫୪ ପ୍ରତିଶତ ଥିଲା। ଓଡ଼ିଶାର ଗ୍ରାମାଞ୍ଚଳରେ ଏହା ୭.୨୪ ପ୍ରତିଶତ ଏବଂ ସହରାଞ୍ଚଳରେ ୫.୨୩ ପ୍ରତିଶତ। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଓଡ଼ିଶାର ସହର ଉପଭୋକ୍ତାଙ୍କ ତୁଳନାରେ ଗ୍ରାମୀଣ ଉପଭୋକ୍ତାଙ୍କ ଉପରେ ଅଧିକ ମୁଦ୍ରାସ୍ଫୀତି ଚାପ।

ଅନ୍ୟପକ୍ଷରେ, କେନ୍ଦ୍ର ସରକାରଙ୍କ ୨୦୨୩-୨୪ ଘରୋଇ ଉପଭୋଗ ବ୍ୟୟ ସର୍ବେକ୍ଷଣ ଅନୁଯାୟୀ, ଓଡ଼ିଶାର ମାସିକ ମୁଣ୍ଡପିଛା ହାରାହାରି ଉପଭୋଗ ବ୍ୟୟ ଗ୍ରାମାଞ୍ଚଳରେ ୩,୩୫୭ ଟଙ୍କା ଓ ସହରାଞ୍ଚଳରେ ୫,୮୨୫ ଟଙ୍କା। ଏହାର ତୁଳନାରେ ଜାତୀୟ ହାର ଯଥାକ୍ରମେ ୪,୧୨୨ ଟଙ୍କା ଓ ୬,୯୯୬ ଟଙ୍କା। ଅର୍ଥାତ୍ ଓଡ଼ିଶାର ହାରାହାରି ଉପଭୋଗ ବ୍ୟୟ ଜାତୀୟ ହାରଠାରୁ ଯଥେଷ୍ଟ କମ୍। ଏହି ପରିସଂଖ୍ୟାନ ଆୟର ସିଧାସଳଖ ମାପ ନୁହେଁ, କିନ୍ତୁ ଲୋକଙ୍କ ଉପଭୋଗ ଓ ଖର୍ଚ୍ଚ କ୍ଷମତାର ଏକ ଗୁରୁତ୍ୱପୂର୍ଣ୍ଣ ସୂଚକ। ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି ଅତ୍ୟାବଶ୍ୟକୀୟ ନିତ୍ୟବ୍ୟବହାର୍ୟ୍ୟ ଓ ଖାଦ୍ୟ ସାମଗ୍ରୀର ଅହେତୁକ ଦରବୃଦ୍ଧି।

ବାସ୍ତବ ସମସ୍ୟା ହେଉଛି, ଆୟ ବୃଦ୍ଧିର ଗତି ଓ ଜୀବନଯାପନ ଖର୍ଚ୍ଚ ବୃଦ୍ଧି ମଧ୍ୟରେ ସମନ୍ୱୟର ଅଭାବ। ମଧ୍ୟବିତ୍ତ ପରିବାରଙ୍କ ପାଇଁ ଘରଭଡ଼ା, ବିଦ୍ୟୁତ୍ ବିଲ୍, ପିଲାଙ୍କ ଶିକ୍ଷା, ଚିକିତ୍ସା, ଯାତାୟାତ ଓ ଖାଦ୍ୟ ସାମଗ୍ରୀ ଖର୍ଚ୍ଚ ମେଣ୍ଟାଇବା ଦିନକୁଦିନ କଷ୍ଟକର ହୋଇପଡ଼ିଛି। ଦିନମଜୁରିଆ, କ୍ଷୁଦ୍ର ବ୍ୟବସାୟୀ, ସ୍ବଳ୍ପ ଆୟକାରୀ କର୍ମଚାରୀ ଓ ଅସଂଗଠିତ କ୍ଷେତ୍ରର ଶ୍ରମିକଙ୍କ ସ୍ଥିତି ଆହୁରି ସଙ୍ଗୀନ। ମାସ ଶେଷରେ ସଞ୍ଚୟ ତ ଦୂରର କଥା, ଦୈନନ୍ଦିନ ଖର୍ଚ୍ଚ ପାଇଁ ମଧ୍ୟ ଅନେକଙ୍କୁ ଧାରକରଜ କରିବାକୁ ପଡ଼ୁଛି।

ସରକାରଙ୍କ ଦାୟିତ୍ୱ କେବଳ ମୁଦ୍ରାସ୍ଫୀତିର ପରିସଂଖ୍ୟାନ ପ୍ରକାଶ କରିବା ନୁହେଁ, ବରଂ ବଜାରରେ ଯୋଗାଣ ବ୍ୟବସ୍ଥା ସୁଦୃଢ଼ କରିବା, କଳାବଜାରୀ ଓ ଅସାଧୁ ମହଜୁଦକାରୀଙ୍କ ଉପରେ ନିୟନ୍ତ୍ରଣ, ଚାଷୀଙ୍କୁ ଉଚିତ୍ ମୂଲ୍ୟ ଏବଂ ଖାଉଟିଙ୍କୁ ଯୁକ୍ତିସଙ୍ଗତ ଦରରେ ସାମଗ୍ରୀ ଯୋଗାଇବା। ଏଥିସହିତ ରୋଜଗାର ସୃଷ୍ଟି, ମଜୁରି ବୃଦ୍ଧି ଓ ନିମ୍ନ ଆୟକାରୀ ପରିବାରଙ୍କ କ୍ରୟଶକ୍ତି ବଢ଼ାଇବା ଉପରେ ମଧ୍ୟ ଗୁରୁତ୍ୱ ଦେବା ଆବଶ୍ୟକ।

କାରଣ, ଅର୍ଥନୈତିକ ଅଭିବୃଦ୍ଧିର ପ୍ରକୃତ ସଫଳତା କେବଳ ଜିଡିପି, ଜିଏସଡିପି କିମ୍ବା ମୁଣ୍ଡପିଛା ଆୟର ପରିସଂଖ୍ୟାନରେ ସୀମିତ ନୁହେଁ। ଜଣେ ସାଧାରଣ ନାଗରିକ ନିଜ ରୋଜଗାରରେ ନିଜ ପରିବାରର ମୌଳିକ ଆବଶ୍ୟକତା ପୂରଣ କରିପାରୁଛି କି ନାହିଁ, ତାହା ହିଁ ପ୍ରକୃତ ବିକାଶର ବାସ୍ତବ ମାପଦଣ୍ଡ।

ସ୍ବାଭାବିକ ଭାବେ ସାଧାରଣ ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି – ଅର୍ଥନୀତି ଯଦି ଆଗକୁ ବଢ଼ୁଛି, ତେବେ ସାଧାରଣ ଲୋକଙ୍କ ରୋଷେଇ ଘର କାହିଁକି ଦୁର୍ବଳ ହେଉଛି? ଆୟ ବଢ଼ିବା ପୂର୍ବରୁ ଯଦି ଖର୍ଚ୍ଚ ଆକାଶଛୁଆଁ ହୁଏ, ତେବେ ବିକାଶର ଏହି ଚିତ୍ରରେ ସାଧାରଣ ଲୋକଙ୍କ ସ୍ଥାନ କେଉଁଠି?

ଗୋପାଳ ଚନ୍ଦ୍ର ସାହୁ – ଫୋନ୍: ୯୩୩୭୨୨୫୫୭୭

Previous Post

ସ୍ୱଚ୍ଛ ଶକ୍ତିରେ ୧.୧୭ ଲକ୍ଷ କୋଟି ପୁଞ୍ଜିପ୍ରସ୍ତାବ

Next Post

ପଦ୍ମଶ୍ରୀ ଡା. ଅଶୋକ ମହାପାତ୍ରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି

Next Post
ପଦ୍ମଶ୍ରୀ ଡା. ଅଶୋକ ମହାପାତ୍ରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି

ପଦ୍ମଶ୍ରୀ ଡା. ଅଶୋକ ମହାପାତ୍ରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA