Thursday, December 11, 2025 08:42 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ମୋହନଙ୍କ ବିରୋଧରେ ବିଦ୍ରୋହ ଘୋଷଣା!

ଧର୍ମେନ୍ଦ୍ରଙ୍କୁ ସ୍ୱାଗତକୁ ନେଇ ଛକାପଂଝା

by Samar Pradhan
21 Nov, 2025- 04:49 PM
in Latest News, News, Politics
1 min read
0
ମୋହନଙ୍କ ବିରୋଧରେ ବିଦ୍ରୋହ ଘୋଷଣା!

ଭୁବନେଶ୍ୱର: ବିହାରରେ ଏନଡିଏର ବିପୁଳ ସଫଳତାର ଏକ ଶ୍ରେୟ ଯାଉଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ । ବିହାର ନିର୍ବାଚନ ପ୍ରଭାରୀ ଦାୟିତ୍ୱରେ ଥାଇ ସେ ରଣନୀତି ପ୍ରସ୍ତୁତିଠାରୁ ନିର୍ବାଚନା ପରିଚାଳନାର ସବୁ ଦାୟିତ୍ୱ ବୁଝିଥିଲେ । ମେଣ୍ଟ ସରକାର ଗଠନରେ ମଧ୍ୟ ତାଙ୍କର ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ଜଣେ ଓଡ଼ିଆ ପୁଅର ଏହି ସଫଳତା ସ୍ୱାଭାବିକ ଭାବେ ସବୁ ଓଡ଼ିଆଙ୍କ ପାଇଁ ଗର୍ବର ବିଷୟ । ବିହାର ନିର୍ବାଚନ ଫଳ ଆସିବା ପରେ ଆଜି ପ୍ରଥମ ଥର ପାଇଁ ସେ ଜନ୍ମମାଟି ଆସିଛନ୍ତି । ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେବା ପାଇଁ ଭୁବନେଶ୍ୱର ବିମାନ ବନ୍ଦରରେ ବିପୁଳ ଜନସମାଗମ ହୋଇଥିଲା । ମାତ୍ର ତାହା ଭିତରେ ଏକ ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି ।

କେନ୍ଦ୍ରମନ୍ତ୍ରୀଙ୍କ ଆଗମନ ପାଇଁ ବିମାନବନ୍ଦର ଅଞ୍ଚଳ ଲୋକାରଣ୍ୟ ହୋଇଥିଲେ ମଧ୍ୟ ତାଙ୍କୁ ସ୍ୱାଗତ କରିବା ପାଇଁ ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀଙ୍କୁ ଛାଡ଼ିଦେଲେ ଅନ୍ୟ କାହାରି ଦେଖା ନ ଥିଲା । ୪୦ରୁ ଅଧିକ ବିଧାୟକ ଧର୍ମେନ୍ଦ୍ରଙ୍କ ସ୍ୱାଗତ ପାଇଁ ଲୋକ ଯୋଗାଡ଼ କରି ଆଣିଥିଲେ ମଧ୍ୟ ଧର୍ମେନ୍ଦ୍ରଙ୍କ ପାଖ ମାଡ଼ି ନ ଥିଲେ । କ୍ୟାମେରା ଦେଖିଲେ ମୁହଁ ଲୁଚାଇ ଦେଉଥିଲେ । ପୂର୍ବତନ ସଭାପତି ସମୀର ମହାନ୍ତି, ଗୋଲକ ମହାପାତ୍ର, ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଭଳି ହାତଗଣତି ନେତାଙ୍କୁ ଧର୍ମେନ୍ଦ୍ରଙ୍କ ପାଖରେ ଦେଖିବାକୁ ମିଳିଥିଲା ।

ଆଜି ଘଟଣାର ବଡ଼ ରୋଚକ ଅଧ୍ୟାୟଟି ଥିଲା, ବିମାନବନ୍ଦରରେ ଧର୍ମେନ୍ଦ୍ରଙ୍କୁ ସ୍ୱାଗତ ପାଇଁ ଦୁଇଦିନ ତଳୁ ପ୍ରସ୍ତୁତି ଚାଲିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅଚାନକ କ୍ୟାବିନେଟ୍ ବୈଠକ ଡାକିବା । ଆଜି ଦିନ ୧୧ଟା ବେଳେ ଏହି ବୈଠକ ଧାର୍ଯ୍ୟ ହୋଇଥିଲା । ଅପରାହ୍ନ ୧.୫୧ ମିନିଟ୍ ରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ବୈଠକର ଫଟୋ ଛଡ଼ାଯାଇଥିଲା । ସୁତରାଂ ବିମାନବନ୍ଦରରେ ଧର୍ମେନ୍ଦ୍ରଙ୍କ ପାଦ ପଡ଼ିଲା ବେଳକୁ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଚାଲିଥିଲା କ୍ୟାବିନେଟ୍ ବୈଠକ ।

ଚର୍ଚ୍ଚା ହେଉଛି, ଧର୍ମେନ୍ଦ୍ରଙ୍କ କାର୍ଯ୍ୟକ୍ରମରୁ ମନ୍ତ୍ରୀମାନଙ୍କୁ ଦୂରେଇ ରଖିବା ପାଇଁ କ୍ୟାବିନେଟ୍ ବୈଠକର ଆୟୋଜନ କରାଯାଇଥିଲା । ଯଦି ଏହାକୁ ହୁଇପ୍ ବୋଲି ଧରାଯାଏ, ତେବେ ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ହୁଇପ୍ ମାନିନାହାନ୍ତି । ଧର୍ମେନ୍ଦ୍ରଙ୍କ ସ୍ୱାଗତ କାର୍ଯ୍ୟକ୍ରମର ନେତୃତ୍ୱ ନେଇ ସେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିଛନ୍ତି ବୋଲି ଧରିନିଆଯିବ ।

ଖାଲି ସେତିକି ନୁହେଁ, ନିଜ ସୋସିଆଲ୍ ମିଡିଆରେ ଧର୍ମେନ୍ଦ୍ରଙ୍କୁ ସ୍ୱାଗତ ସମ୍ବର୍ଦ୍ଧନାର ଫଟୋ ସହ ଇର୍ଷଣୀୟ ପ୍ରଶଂସା କରିଛନ୍ତି ସୂରଜ । ସେ ଲେଖିଛନ୍ତି ଯେ ବିହାର ନିର୍ବାଚନରେ ଯେଉଁ ଅବିଶ୍ୱନୀୟ ଜନମତ ଆମ ଦଳ ପାଇଁ ମିଳିଲା ତାହାର ସୂତ୍ରଧର ଆମ ଓଡ଼ିଆ ପୁଅ ଧର୍ମେନ୍ଦ୍ର ପ୍ରଧାନ । ଜାତୀୟ ରାଜନୀତିର ଅନ୍ୟତମ ସଫଳ ବ୍ୟକ୍ତିତ୍ୱ ଭାବେ ସେ ଯେଉଁ ଗୌରବ ଆମ ରାଜ୍ୟ ପାଇଁ ସାଉଁଟିଛନ୍ତି ତାହା ଏହି ବିଶାଳ ସ୍ୱାଗତ ଉତ୍ସବରୁ ପ୍ରମାଣିତ ।

କେବଳ ଭୁବନେଶ୍ୱରରେ ନୁହେଁ, ଧର୍ମେନ୍ଦ୍ରଙ୍କୁ ନିଜ ନିର୍ବାଚନମଣ୍ଡଳୀ ନେଇ ଶକ୍ତି ପ୍ରଦର୍ଶନ କରିବାକୁ ଯାଉଛନ୍ତି ସୂରଜ । ଆସନ୍ତାକାଲି ଗୋହିରାଟିକିରିରେ ଉକ୍ରଳ ପ୍ରଦେଶର ଶେଷ ସ୍ୱାଧୀନ ରାଜା ମୁକୁନ୍ଦଦେବଙ୍କ ପ୍ରତିମୂର୍ତ୍ତି ନିର୍ମାଣ ଓ ପର୍ଯ୍ୟଟନସ୍ଥଳୀ ବିକାଶ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ କରିବା ସହ ଲୌହପୁରୁଷ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ଆୟୋଜିତ ଏକତା ଯାତ୍ରାରେ ଧର୍ମେନ୍ଦ୍ର ଯୋଗଦେବେ । ଏହାକୁ ସଫଳ କରିବା ପାଇଁ ସୂରଜ ଲାଗିପଡ଼ିଛନ୍ତି ।

ମୋହନ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ଧର୍ମେନ୍ଦ୍ରଙ୍କ ପାଖ ମାଡ଼ିବାକୁ ଡରୁଥିଲା ବେଳେ ସୂରଜଙ୍କର ଏହି ଭିନ୍ନ ଅବତାର ସମସ୍ତଙ୍କ ନଜରକୁ ଆସିଛି ।

ସୂଚନାଥାଉକି, ନୂଆପଡ଼ା ଉପନିର୍ବାଚନରେ ଧର୍ମେନ୍ଦ୍ର ଷ୍ଟାର୍ ପ୍ରଚାରକ ଥିଲେ । ତାଙ୍କ ଉପରେ ବିହାର ବୋଝ ସତ୍ତ୍ୱେ ସେ ଥରୁଟିଏ ନୂଆପଡ଼ା ଆସିବାକୁ କୁଆଡ଼େ ଆଗ୍ରହୀ ଥିଲେ । ମାତ୍ର ତାଙ୍କୁ ସେଇ ସୁଯୋଗ ମିଳିଲା ନାହିଁ । ନୂଆପଡ଼ା ପ୍ରଚାର ମୈଦାନକୁ ତାଙ୍କର ଖାସ୍ ଅନୁଗତ ସୂରଜଙ୍କୁ ବି ଛଡ଼ା ଗଲାନାହିଁ । ଧର୍ମେନ୍ଦ୍ରଙ୍କର ଆଉ ଜଣେ ଅନୁଗତ ମନ୍ତ୍ରୀ ପୃଥ୍ୱରାଜ ହରିଚନ୍ଦନଙ୍କୁ ମଧ୍ୟ ନୂଆପଡ଼ା ଉପନିର୍ବାଚନରୁ ଦୂରେଇ ରଖାଯାଇଥିଲା ।

Previous Post

୨୨ରେ କିମସ ଜାତୀୟ ସମ୍ମିଳନୀ

Next Post

ଡା ଶିବାନନ୍ଦ ମହାନ୍ତିଙ୍କୁ ପ୍ରଥମ ‘ହିରୋ’ ପୁରସ୍କାର

Next Post
ଡା ଶିବାନନ୍ଦ ମହାନ୍ତିଙ୍କୁ ପ୍ରଥମ ‘ହିରୋ’ ପୁରସ୍କାର

ଡା ଶିବାନନ୍ଦ ମହାନ୍ତିଙ୍କୁ ପ୍ରଥମ ‘ହିରୋ’ ପୁରସ୍କାର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19125 shares
    Share 7650 Tweet 4781
  • ନବୀନ..ନବୀନ, ମୋହନ..ମୋହନ

    16589 shares
    Share 6636 Tweet 4147
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7295 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5806 shares
    Share 2322 Tweet 1452
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5478 shares
    Share 2191 Tweet 1370

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA