Friday, May 8, 2026 07:10 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଭୋଟ ପିଛା କ’ଣ ୧୦ କୋଟି?

ଚର୍ଚ୍ଚାରେ ତଥାଗତଙ୍କ ଟୁଇଟ୍

by Samar Pradhan
05 Mar, 2026- 04:18 PM
in Latest News, News, Politics
1 min read
0
ଭୋଟ ପିଛା କ’ଣ ୧୦ କୋଟି?

ଭୁବନେଶ୍ୱର: ଭୋଟ ପିଛା ୭ ରୁ ୧୦ କୋଟି । କିନ୍ତୁ କୋଉ ଭୋଟ? ଏତେ ଟଙ୍କା ଦେବେ କିଏ ଆଉ ନେବେ କିଏ? ଓଡ଼ିଶାରେ ଏବେ ରାଜ୍ୟସଭା ନିର୍ବାଚନ ମାହୋଲ ଥିବାରୁ ସେୟାଡ଼ର କଥା ନୁହେଁ ତ?

ରାଜ୍ୟର ଏକ ପ୍ରମୁଖ ଖବରକାଗଜର ସମ୍ପାଦକ ତଥା ପୂର୍ବତନ ସାଂସଦ ତଥାଗତ ଶତପଥୀ ଏକ ଟୁଇଟ୍(ଏକ୍ସ)ରେ ଏଭଳି ଏକ ବିସ୍ଫୋରଣ କରିଛନ୍ତି । ବିଷୟବସ୍ତୁ ଲେଖି ନ ଥିଲେ ମଧ୍ୟ ଏହା ରାଜ୍ୟସଭା ଭୋଟ ପ୍ରସଙ୍ଗ ବୋଲି ବୁଝାପଡୁଛି । ତାଙ୍କ ପୋଷା କୁକୁର ଗୁଲୁକୁ ଦେଖାଇ ତଥାଗତ କରିଥିବା ଏହି ଟୁଇଟ୍ ର ଯଥେଷ୍ଟ ଗୁରୁତ୍ୱ ଓ ପ୍ରାସଙ୍ଗିକତା ଥିଲେ ମଧ୍ୟ ପ୍ରମୁଖ ଗଣମାଧ୍ୟମରେ ଚର୍ଚ୍ଚା ହେଉନାହିଁ । ଏକ ନମ୍ବର ଖବର ସଂସ୍ଥା ସେଇ ଶ୍ରୀମୟୀ ମିଶ୍ରଙ୍କ ଟୁଇଟ୍ ରେ ଅଟକି ରହିଛି । ଆଜି ବିଜୁ ବାବୁଙ୍କ ଜନ୍ମତିଥି ଏବଂ ରାଜ୍ୟସଭା ନାମାଙ୍କନପତ୍ର ଦାଖଲ ଦିନରେ ‘ନବୀନଙ୍କୁ ଶ୍ରୀମୟୀଙ୍କ ପ୍ରଶ୍ନ’ ବିଗ୍ ବ୍ରେକିଂ ଖବର କରୁଛି । ଆହୁରି ଲଜ୍ଜା ଯେ ଶ୍ରୀମୟୀ ତତ୍ତ୍ୱକୁ ସରଳ ଭାଷାରେ ବ୍ୟାଖ୍ୟା କରି ଲୋକଙ୍କ ପାଖରେ ପହଞ୍ଚାଇବାକୁ ଉଦ୍ୟମ କରିଛନ୍ତି ବରିଷ୍ଠ ସାମ୍ବାଦିକ ।

ତଥାଗତ ଶତପଥୀଙ୍କ ଟୁଇଟ୍ ପୋଷ୍ଟମର୍ଟମରୁ ଏୟା ବାହାରୁଛି ଯେ ଚତୁର୍ଥ ରାଜ୍ୟସଭା ଆସନ ଅକ୍ତିଆର ପାଇଁ ଭୋଟ ପିଛା ୭ ରୁ ୧୦ କୋଟି ଟଙ୍କା ପଡ଼ିଯିିବ । ତେବେ ଏହି ଟଙ୍କା କିଏ କାହାକୁ ଦେବେ ତାହା ବୁଝି ହେଉନାହିଁ । ଟିଭିରେ ବାହାରୁଥିବା ବଡ଼ ବଡ଼ ସାମ୍ବାଦିକ ବୁଝାଇପାରିବେ, କିନ୍ତୁ ଏ ପର୍ଯ୍ୟନ୍ତ ଟିଭିରେ ବାହାରିନାହାନ୍ତି ।

ତେବେ, ଆଜି ରାଜ୍ୟସଭା ପ୍ରାର୍ଥୀପତ୍ର ଦାଖଲ ଶେଷ ହୋଇଛି । ବିଜେପିର ପ୍ରଥମ ଦୁଇଟି ଆସନ ପାଇଁ ମନମୋହନ ସାମଲ ଏବଂ ସୁଜିତ୍ କୁମାର ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ତୃତୀୟ ଆସନ ପାଇଁ ବିଜେଡିର ଡ. ସଂତୃପ୍ତ ମିଶ୍ର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଚତୁର୍ଥ ଆସନ ପାଇଁ ବିଜେପି ସମର୍ଥନରେ ଦିଲ୍ଲୀପ ରାୟ ସ୍ୱାଧୀନ ପ୍ରାର୍ଥୀ ଏବଂ ବିଜେଡି ଏବଂ କଂଗ୍ରେସ ସମର୍ଥନରେ କମନ୍ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ଡାକ୍ତର ଦତ୍ତେଶ୍ୱର ହୋତା ।

ଏଥର ରାଜ୍ୟସଭା ଗଣିତ ଏମିତି ।

ବିଜେପିର ସଂଖ୍ୟା ୭୯ । ତିନି ଜଣ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ଥିବାରୁ ବିଜେପିର ଭୋଟ ସଂଖ୍ୟା ହେଉଛି ୮୨ । ଗୋଟିଏ ଆସନ ଜିତିବା ପାଇଁ ଦରକାର ୩୦ ଭୋଟ । ଦୁଇଟି ଆସନରେ ପଳେଇବ ୬୦ ଭୋଟ । ବଳକା ରହିବ ୨୨ ଭୋଟ । ତେଣୁ ଚତୁର୍ଥ ଆସନରେ ଜିତିବା ପାଇଁ ବିଜେପିକୁ ଦରକାର ଆଉ ୮ ଭୋଟ୍ । ବିଜେଡିରୁ ନିଲମ୍ବିତ ସନା ମହାକୁଡ ଏବଂ ଅରବିନ୍ଦ ମହାପାତ୍ରଙ୍କ ଭୋଟ ଆସିଲେ ଆଉ ଦରକାର ୬ ଭୋଟ୍ । ଅତଏବ, ଚତୁର୍ଥ ଆସନ ଜିତିବା ପାଇଁ ବିଜେପି ପାଖରେ ଆବଶ୍ୟକ ସଂଖ୍ୟକ ଭୋଟ ନାହିଁ ।

ଅନ୍ୟପକ୍ଷରେ, ଦୁଇ ନିଲମ୍ବିତଙ୍କୁ ଛାଡ଼ିଲେ ବିଜେଡିର ସଂଖ୍ୟା ୪୮ । ୩୦ ଭୋଟ ସହ ତୃତୀୟ ଆସନ ଗଲା ପରେ ବଳକା ରହିବ ୧୮ ଭୋଟ । ଚତୁର୍ଥ ଆସନ ଜିତିବା ପାଇଁ ଆଉ ଦରକାର ୧୨ ଭୋଟ ।

ସେହିଭଳି କଂଗ୍ରେସର ସଂଖ୍ୟା ୧୪ । ଗୋଟି ବି ଆସନ ଜିତିବାର ଶକ୍ତି ନ ଥିଲେ ମଧ୍ୟ ଚତୁର୍ଥ ଆସନ ପାଇଁ ନିର୍ଣ୍ଣାୟକ ହେବ । ସିପିଆଇ(ଏମ୍) ବିଧାୟକ ଲକ୍ଷ୍ମଣ ମୁଣ୍ଡା କଂଗ୍ରେସ ସମର୍ଥନରେ ଅଛନ୍ତି ।

ଏବେକାର ସ୍ଥିତି ହେଉଛି- ପ୍ରଥମ ତିନିଟି ଯାକ ଆସନ ପାଇଁ କୌଣସି ଦ୍ୱନ୍ଦ ନାହିଁ । ଦୁଇଟି ବିଜେପି ଏବଂ ଗୋଟିଏ ବିଜେଡିର । ମାତ୍ର ଚତୁର୍ଥ ଆସନ କିଏ ଜିତିବେ ତାକୁ ନେଇ ଚାଲିଛି ଆଲୋଚନା, ପର୍ଯ୍ୟାଲୋଚନା । ୨୦୦୨ ମସିହାରେ ଦିଲ୍ଲୀପ ରାୟ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ି ବିଜେଡି ଏବଂ କଂଗ୍ରେସର ଭୋଟ ଭାଙ୍ଗି ଜିତିଥିଲେ । ଏଥର ସେୟା ହେବ ବୋଲି ଚର୍ଚ୍ଚା ହେଉଛି । ଦିଲ୍ଲୀପ ରାୟ କହିଛନ୍ତି ଯେ ଜିତିବା ପାଇଁ ନିଶ୍ଚିତ ହେବା ପରେ ଯାଇ ସେ ସ୍ୱାଧୀନ ପ୍ରାର୍ଥୀ ହୋଇଛନ୍ତି । ଅର୍ଥାତ୍ ବିଜେଡି ଏବଂ କଂଗ୍ରେସରୁ ତାଙ୍କୁ ଆବଶ୍ୟକ ଭୋଟ ମିଳିବ ବୋଲି ବିଶ୍ୱାସ ଓ ପ୍ରତିଶ୍ରୁତି ପାଇଛନ୍ତି । ରାଜ୍ୟ ବିଜେପିର ଶୀର୍ଷ ନେତୃତ୍ୱ ମଧ୍ୟ ଚତୁର୍ଥ ଆସନ ତାଙ୍କର ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

ସଂଖ୍ୟା ନ ଥାଇ ଜଣେ ଜିତିବେ ବୋଲି ଦାବି କରିବା ଅର୍ଥ ନିଶ୍ଚିତ ହାତ ସଫେଇର କଥା ଆସିବ । ବିଜେଡି ଏବଂ କଂଗ୍ରେସରୁ ଭୋଟ ଭାଙ୍ଗିବାକୁ ପଡ଼ିବ । ଦଳର ନିଷ୍ପତ୍ତି ବିରୋଧରେ କେହି ଖାଲିଟାରେ ଅନ୍ୟକୁ ଭଲ ପାଇ ଯିବେନି । ଘୋଡ଼ା ବେପାର ବା କିଣାବିକା ହେବ । ଏମିତି ବି ହୋଇପାରେ ଯେ କିଛି ବିଧାୟକ ରାଗ ସୁଜାଇବାକୁ ଦଳର ନିଷ୍ପତ୍ତି ବିରୋଧରେ ଭୋଟ ଦେବେ । ସେଭଳି କ୍ଷେତ୍ରରେ ଖର୍ଚ୍ଚ କମିପାରେ ମାତ୍ର ପଡ଼ିବ ନା! ଦିଲ୍ଲୀପ ରାୟ ଜିତିବାକୁ ହେଲେ ସେଇ ବାଟ ଧରିବାକୁ ପଡ଼ିବ । ବିଜେପି ତାଙ୍କର ବିଜୟ ସୁନିଶ୍ଚିତ କରୁଥିବାରୁ ସେହି କାମ ବଢ଼ିସାରିଛି ବୋଲି କୁହାଯିବ ।

ତାହାହେଲେ, ବିଜେଡି ଏବଂ କଂଗ୍ରେସରୁ କେଉଁମାନେ ବିକ୍ରି ହେବେ? ଗୋଟେ ଭୋଟ କେତେରେ ବିକ୍ରି ହେବ?

ତଥାଗତ ଶତପଥୀ ଏହାକୁ ଲକ୍ଷ୍ୟ କରି ଟୁଇଟ୍ କରିନାହାନ୍ତି ତ?

ସୂଚନାଯୋଗ୍ୟ, କ୍ରସଭୋଟିଂ ବା ଘୋଡ଼ା ବେପାର ନହେଲେ ବିଜେଡି ଏବଂ କଂଗ୍ରେସର ସାଧାରଣ ପ୍ରାର୍ଥୀ ପ୍ରଫେସର ଦତ୍ତେଶ୍ୱର ହୋତାଙ୍କର ବିଜୟ ସୁନିଶ୍ଚିତ । ତାଙ୍କ ସପକ୍ଷରେ ଅଛି ୧୮+୧୪+୧ ଭୋଟ । ଫଳାଫଳ ନେଇ ଉଭୟ ନବୀନ ପଟ୍ଟନାୟକ ଏବଂ ଭକ୍ତ ଚରଣ ଦାସ ବି ଆଶାବାଦୀ । ସମୟ ହିଁ ଭବିଷ୍ୟତ କହିବ ବୋଲି ବିଜେଡି ମୁଖିଆ ନବୀନ ପଟ୍ଟନାୟକ କହିଛନ୍ତି ।

Previous Post

ଦିଲ୍ଲୀପ ରାୟଙ୍କୁ ବିଜେପିର ସମର୍ଥନ

Next Post

ସର୍ବାଧିକ ସଫଳ ଯକୃତ ପ୍ରତିରୋପଣ କରି କିମ୍‍ସର ରେକର୍ଡ

Next Post
ସର୍ବାଧିକ ସଫଳ ଯକୃତ ପ୍ରତିରୋପଣ କରି କିମ୍‍ସର ରେକର୍ଡ

ସର୍ବାଧିକ ସଫଳ ଯକୃତ ପ୍ରତିରୋପଣ କରି କିମ୍‍ସର ରେକର୍ଡ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA