Wednesday, April 22, 2026 06:40 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ମଲା ପରେ କି ନ୍ୟାୟ??

ଏକ ଦୁଃଖଦ କାହାଣୀର ଅନ୍ତ

by Samar Pradhan
15 Jul, 2025- 08:54 PM
in Latest News, News, Story Of The Week
1 min read
0
ମଲା ପରେ କି ନ୍ୟାୟ??

ଭୁବନେଶ୍ୱର: ମରଣ ସହ ୬୦ ଘଣ୍ଟାର ଲଢ଼େଇ ପରେ ହାରିଗଲେ ସୌମ୍ୟାଶ୍ରୀ ବିଶି । ତାଙ୍କ ଆତ୍ମାହୁତିକୁ ନେଇ ବହୁତ ହୋ ହଲ୍ଲା ଚାଲିଛି । ସମବେଦନାର ଛୁଅ ଛୁଟିଛି । ରାଜନୈତିକ ଦଳଗୁଡ଼ିକର ବିକ୍ଷୋଭ, ପ୍ରତିବାଦ ହେଉଛି । ମୃତ ଝିଅର ପରିବାରକୁ ୨୦ ଲକ୍ଷ ଅନୁକମ୍ପା ଟଙ୍କା ଏବଂ ଦୋଷୀକୁ କଠୋରରୁ କଠୋର ଦଣ୍ଡ ଦିଆଯିବ ବୋଲି ସରକାର ସଗର୍ବେ ଘୋଷଣା କରିଛନ୍ତି । ଟିଭି ଚାନେଲ୍ ବାଲା ଲାଇଭ୍ କଭରେଜ୍ ପାଇଁ ଝାଳନାଳ ହେଉଛନ୍ତି । ଝିଅର ମୃତ୍ୟୁ ପାଇଁ ସମସ୍ତେ ଲୁହ ଗଡ଼ାଉଛନ୍ତି । ତାକୁ କାହିଁକି ନ୍ୟାୟ ମିଳିଲାନି ବୋଲି ପଚାରୁଛନ୍ତି । ଆଉ ଏକ ବଡ଼ ଖବର ଆସିଲା ପର୍ଯ୍ୟନ୍ତ ଏମିତି ଚାଲିବ । ତାପରେ ସମସ୍ତେ ଭୁଲିଯିବେ । ପ୍ରଚଳିତ ଧାରାରେ ନିଜକୁ ହଜାଇଦେବେ । ବ୍ୟବସ୍ଥା ବଦଳିବନି କି ଜୀବନରେ ପରିବର୍ତ୍ତନ ଆସିବନି!!

ନିଜ ଜୀବନକୁ ସୁନ୍ଦର ଭାବେ ଗଢ଼ି ତୋଳିବାକୁ ସମସ୍ତେ ଚାହାଁନ୍ତି । ପ୍ରଚଣ୍ଡ ପ୍ରତିଭାସମ୍ପନ୍ନ ସୌମ୍ୟାଶ୍ରୀ ମଧ୍ୟ ନିଶ୍ଚିତ ଭାବେ ଏକ ସୁନ୍ଦର ଜୀବନ ଜୀଇଁବାକୁ ଚାହିଁଥିବେ । ପାଠପଢ଼ାଠାରୁ ଆରମ୍ଭ କରି ଅଭିନୟ, ନାଚ, ଖେଳକୁଦ ସବୁଥିରେ ସେ ଥିଲେ ପାରଙ୍ଗମ । ତେଣୁ ତାଙ୍କ ପାଇଁ ଜୀବନ ଆହୁରି ସହଜ ହେବ ବୋଲି ପରିବାର, ବନ୍ଧୁବର୍ଗ ଆଶା ରଖିଥିଲେ । ହେଲେ ତାହା ଆଶାରେ ରହିଗଲା । ମାତ୍ର ୨୦ ବର୍ଷର ଜୀବନ ଦୁଃଖ ଯନ୍ତ୍ରଣାରେ ଚାଲିଗଲା ।

ଯାହାଙ୍କ ହାତରେ ତାଙ୍କ କ୍ୟାରିୟର ଗଢ଼ିବାର ଦାୟିତ୍ୱ ଥିଲା, ତାଙ୍କଠାରୁ ମିଳିଲା ଯୌନ ନିର୍ଯ୍ୟାତନା । ତାଙ୍କ କଥାରେ ରାଜି ନ ହେଲେ କ୍ୟାରିୟର୍ ବରବାଦର ଧମକ ମିଳିଲା । ପରୀକ୍ଷାରେ ତାଙ୍କୁ ବସିବାକୁ ଦିଆଗଲାନି । ନ୍ୟାୟ ପାଇଁ ସମସ୍ତଙ୍କୁ ଗୁହାରି କଲେ । ମାତ୍ର ତାଙ୍କୁ କେହି ଶୁଣିଲେନି । ଓଲଟି ଧମକ, ଲାଂଛନା, ଅପମାନ ପାଇଲେ । ବ୍ୟବସ୍ଥା ଉପରୁ ଆଶା ତୁଟାଇ ନିଜକୁ ଧିକ୍ କରି ଶେଷରେ ନିଜକୁ ଜାଳିଦେଲେ ।

ସୌମ୍ୟାଶ୍ରୀଙ୍କ ଘଟଣାରୁ ଆମ ବ୍ୟବସ୍ଥା, ଆମ ଚାରିପଟେ ଥିବା ମଣିଷଗୁଡ଼ା କେତେ ନିଷ୍ଠୁର ତାହା ଜଳ ଜଳ । ମାନବିକତା ନାହିଁ, ମଣିଷପଣିଆ ନାହିଁ କି ସାମାନ୍ୟ ସମ୍ବେଦନଶୀଳତା ନାହିଁ । ବାଲେଶ୍ୱର ଫକୀର ମୋହନ ସ୍ୱୟଂଶାସିତ କଲେଜର ଦ୍ୱିତୀୟ ବର୍ଷ ଇଣ୍ଟିଗ୍ରେଟେଡ ବି.ଏଡ୍ ଛାତ୍ରୀ ସୌମ୍ୟାଶ୍ରୀ ମାସ ମାସ ଧରି ତାଙ୍କ ବିଭାଗର ଏଚଓଡି ସମୀର ସାହୁଙ୍କ ନିର୍ଯ୍ୟାତନାର ଶିକାର ହୋଇ ଆସୁଥିଲେ । ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରୁଥିଲେ । ନଚେତ୍ ପରୀକ୍ଷାରେ କମ୍ ମାର୍କ ଦେଇ ବ୍ୟାକ୍ ପେପର୍ ଲଗାଇ ଦେବାକୁ ଧମକ ଦେଉଥିଲେ ।

ପ୍ରଥମରୁ ଅଧ୍ୟକ୍ଷ ଦିଲୀପ ଘୋଷଙ୍କୁ ସୌମ୍ୟାଶ୍ରୀ ନିଜର ଗୁହାରି ଜଣାଇଥିଲେ । ହେଲେ ସେ ଶୁଣିଲେନି । ଜଣେ ଛାତ୍ରୀର ଏହି ଗମ୍ଭୀର ଅଭିଯୋଗକୁ ଏଡେଇ ଦେଲେ । ଅଧ୍ୟକ୍ଷଙ୍କର ନିଷ୍କ୍ରିୟତା ସୁଯୋଗରେ ସମୀର ସାହୁର ଉତ୍ପାତ ଆହୁରି ବଢ଼ିଗଲା । କିଛି ଛାତ୍ରଙ୍କୁ ପ୍ରଲୋଭନ ଦେଇ ସୌମ୍ୟାଶ୍ରୀଙ୍କ ବିରୋଧରେ ଓଲଟି ମତେଇଲେ । ଏଥିରେ ଅତିଷ୍ଠ ହୋଇ ସୌମ୍ୟାଶ୍ରୀ ପୂର୍ବରୁ ଥରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । କଲେଜରେ ଏହା ସମସ୍ତେ ଜାଣିଥିଲେ ।

ତେବେ ପରବର୍ତ୍ତୀ ସମୟରେ ସୌମ୍ୟାଶ୍ରୀ ନିଜକୁ ସୁଦୃଢ଼ କରିଥିଲେ । ନ୍ୟାୟ ଓ ଇଜ୍ଜତ ପାଇଁ ଲଢ଼େଇ କରିବେ ବୋଲି ମନସ୍ଥ କଲେ । ୧୦ ଦିନ ତଳେ ଗଣମାଧ୍ୟମକୁ ଡାକି ନିଜ କଥା କହିଲେ । ଅଧ୍ୟକ୍ଷଙ୍କୁ ଲିଖିତ ଅଭିଯୋଗ ଦେଲେ । ଅଧ୍ୟାପକ ସମୀର ସାହୁଙ୍କ ବିରୋଧରେ ଥାନାରେ ଏତଲା ଦେଲେ । କଲେଜ ଆଭ୍ୟନ୍ତରୀଣ ଅଭିଯୋଗ କମିଟିରେ ଲିଖିତ ଅଭିଯୋଗ କଲେ । ସ୍ଥାନୀୟ ବିଧାୟକ ମାନସ ଦତ୍ତ ଏବଂ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ବ୍ୟକ୍ତିଗତ ଭାବେ ଜଣାଇଲେ । ସୋସିଆଲ୍ ମିଡିଆ(ଏକ୍ସ) ଯୋଗେ ରାଜ୍ୟ ମୁଖ୍ୟମନ୍ତ୍ରୀ, ଉଚ୍ଚ ଶିକ୍ଷାମନ୍ତ୍ରୀ, ଉଚ୍ଚଶିକ୍ଷା ନିର୍ଦ୍ଦେଶକ, ବାଲେଶ୍ୱର ଜିଲ୍ଲାପାଳ, ଏସପି ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଗୁହାରି ଜଣାଇଲେ ।

ମାତ୍ର କେହି ଜଣେ ବି ତାଙ୍କ କଥା ଶୁଣିଲେନି । ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ସୌମ୍ୟା ଭେଟ ହୋଇ ତାଙ୍କର ହସ୍ତକ୍ଷେପ ଲୋଡ଼ିଥଲେ । ସାଂସଦ କହୁଛନ୍ତି ସେ ଅଧ୍ୟକ୍ଷଙ୍କ ସହ ଏ ବିଷୟରେ କଥା ହୋଇଥିଲେ । କିନ୍ତୁ ତା’ ପରେ ଭୁଲିଗଲେ । ସେଥିପାଇଁ ପ୍ରତାପ ଷଡ଼ଙ୍ଗୀଙ୍କ ମନରେ ଅନୁଶୋଚନା ବି ନାହିଁ ।

ବିଧାୟକ ଶ୍ରୀ ଦତ୍ତଙ୍କ ଆଚରଣ ଆହୁରି ଭୟଙ୍କର ଥିଲା । ସୌମ୍ୟା ଏବବିଭିପି ସଂଗଠନର ଜଣେ ସକ୍ରିୟ କାର୍ଯ୍ୟକର୍ତ୍ତା ହୋଇଥିଲେ ମଧ୍ୟ ତାଙ୍କ ପ୍ରତି ଅଧ୍ୟାପକଙ୍କର ଜଘନ୍ୟ ଆଚରଣକୁ କର୍ଣ୍ଣପାତ କଲେନି । ଅଧ୍ୟକ୍ଷଙ୍କୁ ପଦେ ପଚାରିଲେ ବି ନାହିଁ । ଓଲଟି ଅଧ୍ୟାପକ ସମୀର ଏବଂ ଅଧ୍ୟକ୍ଷ ଦିଲୀପଙ୍କ ପ୍ରରୋଚନାରେ ସୌମ୍ୟାଶ୍ରୀଙ୍କ ଅଭିଯୋଗକୁ ଗ୍ରହଣ ନ କରିବା ପାଇଁ ସ୍ଥାନୀୟ ପୁଲିସ ଉପରେ ଚାପ ପକାଇଥିବା କୁହାଯାଉଛି ।

ଥାନା ଆଇଆଇସିଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳ ଏବଂ ଏସପି ମଧ୍ୟ ଚୁପ୍ ବସିଗଲେ । ଚାହିଁଥିଲେ ଅଧ୍ୟକ୍ଷଙ୍କ ସହ କଥା ହୋଇ ମାମଲାର ସମାଧାନ କରିପାରିଥାନ୍ତେ । ସୌମ୍ୟାଙ୍କୁ ବଞ୍ଚାଇପାରିଥାନ୍ତେ!

ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ କଥା ନ କହିବା ଭଲ । ଏତେ ବ୍ୟସ୍ତ ଯେ ଟୁଇଟ୍ ଚେକ୍ କରିବାକୁ ସମୟ ନାହିଁ । କେବଳ ବିରୋଧୀଙ୍କୁ ଟ୍ରୋଲ୍ କରିବା ପାଇଁ ବୋଧେ ତାଙ୍କ ସୋସିଆଲ୍ ମିଡିଆ ବ୍ୟବହାର ହେଉଛି । ନହେଲେ ସୌମ୍ୟାଶ୍ରୀଙ୍କ ଗୁହାରି ତାଙ୍କ ନଜରକୁ ଆସିଥାନ୍ତା । ଆଉ ତାଙ୍କର ଗୋଟେ ଚୁଟକିରେ ଛାତ୍ରୀର ଜୀବନ ରକ୍ଷା ହୋଇଥାନ୍ତା!

ମୋହନ ମାଝୀ ରାଜ୍ୟର ମୁଖ୍ୟମନ୍ତ୍ରୀ । ତାଙ୍କ ଉପରେ ରାଜ୍ୟ ଯାକର ଦାୟିତ୍ୱ । ତେଣୁ ଛୋଟମୋଟ ଘଟଣା ତାଙ୍କ ନଜରକୁ ନ ଆସିବା ସ୍ୱାଭାବିକ । ମାତ୍ର ସେ ପରା ଲୋକଙ୍କ ମୁଖ୍ୟମନ୍ତ୍ରୀ? ପରା ସାଧାରଣ ଅଭିଯୋଗକୁ ବେଶୀ ଗୁରୁତ୍ୱ ଦେଉଛନ୍ତି? ହେଲେ ସୌମ୍ୟାଙ୍କ କ୍ଷେତ୍ରରେ ହେଲା କ’ଣ? ତାଙ୍କ କାର୍ଯ୍ୟାଳୟର ସୋସିଆଲ୍ ମିଡିଆ ଆକାଉଣ୍ଟକୁ ଆସିଥିବା ଏହି କଲେଜ ଛାତ୍ରୀଙ୍କ ଅଭିଯୋଗ ତାଙ୍କ ଅଧିକାରୀମାନେ ଜାଣିପାରିଲେ ନାହିଁ କେମିତି? କିଏ ତାଙ୍କର ଏହି ଦାୟିତ୍ୱ ବୁଝୁଛନ୍ତି? ଯଦି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏଭଳି ଆସୁଥିବା ଅଭିଯୋଗଗୁଡ଼ିକୁ ଦେଖୁନାହାନ୍ତି କି ଗୁରୁତ୍ୱ ଦେଉନାହାନ୍ତି ତେବେ ତାହା ଥାଇ ଲାଭ କ’ଣ? ମୁଖ୍ୟମନ୍ତ୍ରୀ ତାହେଲେ କାହା ଗୁହାରି ଶୁଣୁଛନ୍ତି? ସୌମ୍ୟାଙ୍କ ମୃତ୍ୟୁ ପାଇଁ ନିଜେ ମୁଖ୍ୟମନ୍ତ୍ରୀ କାହିଁକି ଦାୟୀ ହେବେନି?

ଅନୁରୂପ ଭାବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସୋସିଆଲ୍ ମିଡିଆର ଅବସ୍ଥା । ଗୋଟେ ଓଡ଼ିଆ ଝିଅର ଦୁଃଖ ଯଦି ତାଙ୍କ କାନରେ ବାଜିପାରୁନି ତେବେ ତାଙ୍କର କ୍ଷମତା ଏବଂ ସେହି ହାଣ୍ଡଲ୍ ଥାଇ ଲାଭ କ’ଣ? ସେ ଚାହିଁଥିଲେ, ସୌମ୍ୟାଶ୍ରୀଙ୍କ ଜୀବନ ରକ୍ଷା ହୋଇପାରିଥାନ୍ତା ନା ନାହିଁ?

ଆହୁରି ଲଜ୍ଜାର କଥା ହେଉଛି, ସୌମ୍ୟାଶ୍ରୀ ମରଣ ସହ ଏମସ୍ ରେ ସଂଘର୍ଷ କରୁଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ହୋଇଥିବା ଅଭ୍ୟର୍ଥନା । ଝିଅଟିର ସ୍ୱାସ୍ଥ୍ୟାବସ୍ଥା ବୁଝିବା ପାଇଁ ମୁଖ୍ୟମନ୍ତ୍ରୀ ଭିତରକୁ ଯାଇଥିବା ବେଳେ ତାଙ୍କୁ ଫୁଲତୋଡ଼ା ଏବଂ ଗାମୁଛା ପକାଇ ସମ୍ବର୍ଦ୍ଧନା ଦିଆଯାଉଛି । ମୁଖ୍ୟମନ୍ତ୍ରୀ ମଧ୍ୟ ଖୁସିରେ ତାହାକୁ ଗ୍ରହଣ କରୁଛନ୍ତି । ଏହାର ଭିଜୁଆଲ୍ ଭାଇରାଲ୍ ହେବା ପରେ ଗୋଟେ ରାଜ୍ୟର ଶାସନମୁଖ୍ୟଙ୍କ ଏଭଳି ଆଚରଣ ସମସ୍ତଙ୍କୁ ଅଧିକ ବ୍ୟଥିତ କରିଛି । ଏକ ସଦମ୍ବେଦନଶୀଳ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ସ୍ଥାନ, କାଳ, ପାତ୍ର ଭୁଲିଯିବା ଠିକ୍ ହୋଇନାହିଁ । ଫୁଲତୋଡ଼ା ଓ ଚାଦର ଗ୍ରହଣ କରିବାକୁ ମନା କରିଥିଲେ ତାଙ୍କର ସମ୍ମାନ ଓ ଆଦର ଆହୁରି ବଢ଼ିଥାନ୍ତା ।

ତେବେ ଯାହା ହେଉ, ସୌମ୍ୟାଶ୍ରୀଙ୍କ ଜୀବନ ଯିବା ପଛରେ କେବଳ ଅଧ୍ୟକ୍ଷ ଏବଂ ଏଚଓଡି ପ୍ରତ୍ୟକ୍ଷ ଭାବେ କି ଉଚ୍ଚଶିକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ଉଚ୍ଚ ଶିକ୍ଷା ବିଭାଗ, ସାଂସଦ, ବିଧାୟକ, ଜିଲ୍ଲାପାଳ, ଏସପି ପରୋକ୍ଷ ଦାୟୀ ନୁହଁନ୍ତି । ତାଙ୍କ ବିଭାଗର ସାଙ୍ଗସାଥୀମାନେ ମଧ୍ୟ ଦାୟୀ । ୧୦ ଦିନ ତଳେ ନିଜେ ସୌମ୍ୟାଶ୍ରୀ ଗଣମାଧ୍ୟମରେ ଏଚଓଡିଙ୍କ ପ୍ରରୋଚନାରେ ତାଙ୍କ ବିଭାଗର ଛାତ୍ରଛାତ୍ରୀମାନେ କିଭଳି ତାଙ୍କୁ ଆକ୍ଷେପ କରୁଛନ୍ତି ତାହା ସେହି କାହାଣୀ କହିଥିଲେ । ବିଭାଗର ସିନିୟର୍ ବନ୍ଧୁମାନେ ତାଙ୍କୁ ଖରାପ ଚରିତ୍ରର ଝିଅ ବୋଲି ପ୍ରଚାର କରିବାକୁ ମଧ୍ୟ ପଛାଉ ନାହାନ୍ତି ବୋଲି ସେ ହତାଶ କଣ୍ଠରେ କହିଥିଲେ । ସୁତରାଂ ସାଙ୍ଗମାନେ ତାଙ୍କ ପ୍ରତି ସମ୍ବେଦନଶୀଳ ହେବା ବଦଳରେ ଆହୁରି ନିଷ୍ଠୁର ହୋଇଥିଲେ ।

ଆଉ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପଛରେ ଯାହାର ଉତ୍ତରଦାୟିତ୍ୱ ଲୁଚି ଯାଇଛି ତାହା ହେଲା ଗଣମାଧ୍ୟମ । ୧୦ ଦିନ ତଳେ ଗଣମାଧ୍ୟମକୁ ଡାକି ନିଜର ଦୁଃଖ ଶୁଣାଇଥିଲେ ସୌମ୍ୟାଶ୍ରୀ । ତାଙ୍କର ଶେଷ ଭରସା ଥିଲା ଗଣମାଧ୍ୟମ । ଗଣମାଧ୍ୟମକୁ ଜଣାଇଲେ ସେ ନ୍ୟାୟ ପାଇବେ ବୋଲି ଆଶା ରଖିଥିଲେ । ମାତ୍ର ସୌମ୍ୟାଶ୍ରୀ ସେଥିରେ ମଧ୍ୟ ସଫଳ ହେଲେ ନାହିଁ । ସୌମ୍ୟାଶ୍ରୀଙ୍କଠାରୁ ସେଦିନ ସବୁ ଗଣମାଧ୍ୟମ ବାଇଟ୍ ନେଇଥିଲେ । ମାତ୍ର ପ୍ରମୁଖ ଚାନେଲ୍ ତାକୁ ଚାପିଦେଲେ । ଆଜି ସେ ମଲା ପରେ ନିର୍ଲ୍ଲଜ ହୋଇ ବାଇଟ୍ ବଜୋଉଛନ୍ତି ।

ପ୍ରମୁଖ ଗଣମାଧ୍ୟମର ଏହି ନିର୍ଦ୍ଦୟତା ଏବଂ ସମ୍ବେଦନହୀନତା ଯୋଗୁଁ ସୌମ୍ୟାଶ୍ରୀଙ୍କ ଦୁଃଖ କାହାଣୀ ସରକାର କି ଲୋକଲୋଚନକୁ ଆସିପାରିଲା ନାହିଁ । ଯୋଉମାନେ ଆଣିଲେ, ଥରକରେ କାମ ସାରିଦେଲେ । ଗୋଟେ ଝିଅକୁ ନ୍ୟାୟ ଦେବାର ଦାୟିତ୍ୱବୋଧତାକୁ ଭୁଲିଗଲେ । ହୁଏତ ଗଣମାଧ୍ୟମ ତାଙ୍କ ଦାୟିତ୍ୱ ନିଭାଇଥିଲେ ଆଜି ସୌମ୍ୟାଶ୍ରୀଙ୍କ ଜୀବନ ରହିଯାଇଥାନ୍ତା!!

ଆହୁରି ଲଜ୍ଜାକର କଥା ଯେ ସୌମ୍ୟଶ୍ରୀ ନ୍ୟାୟ ପାଇଁ ସଂଗ୍ରାମ କରୁଥିବା ବେଳେ ଅଥର୍ବ ହୋଇଯାଇଥିବା ପ୍ରମୁଖ ଗଣମାଧ୍ୟମ, ତାଙ୍କର ମରଣ କାଳର ଦୃଶ୍ୟକୁ ଲାଇଭ୍ କରି ଖୁସିରେ ମସଗୁଲ୍ ହୋଇଛନ୍ତି । ଟିଆରପି ଦୌଡ଼ରେ ରାତିସାରା ସଜାଗ ରହି ଲାଇଭ୍ କରିଥିବାରୁ ଗର୍ବରେ ଫାଟି ପଡ଼ିଛନ୍ତି । ଅଫିସ୍ ରେ ଖୁସିର ଫଟୋ ଉଠାଇ ସୋସିଆଲ୍ ମିଡିଆରେ ସେୟାର୍ କରୁଛନ୍ତି । ଏହାଠାରୁ ବଳି ଅଧିକ ସମ୍ବେଦନହୀନତା ଆଉ କିଛି ହୋଇ ନ ପାରେ ।

ଗଣମାଧ୍ୟମର ନିଷ୍କ୍ରିୟତା ଏବଂ ସମ୍ବେଦନହୀନତାକୁ ସୌମ୍ୟାଶ୍ରୀଙ୍କ ଗାଁ ଲୋକେ ତୀବ୍ର ସମାଲୋଚନା କରିଛନ୍ତି । ନ୍ୟାୟ ପାଇଁ ଲଢ଼େଇ କରି ଆଜି ସେ ମଲା ପରେ କାହିଁକି ଏତେ ନାଟକ ବୋଲି ସେମାନେ ପ୍ରଶ୍ନ କରିଛନ୍ତି ।

ଶେଷରେ ସୌମ୍ୟାଙ୍କ ମୃତ୍ୟୁ କାହାଣୀ ପଛର ଆଉ ଏକ କ୍ରୁର ଏବଂ ମାରାତ୍ମକ କଥା ସାମନାକୁ ଆସିଛି । ୧୨ ତାରିଖରେ ସେ ଅଧ୍ୟକ୍ଷ ଚାମ୍ବରକୁ ଯାଇଛନ୍ତି । ଆଜି କିଛି ଗୋଟେ ଫଇସଲା ହେବ ବୋଲି ଅଧ୍ୟକ୍ଷଙ୍କୁ ଭେଟିବା ପୂର୍ବରୁ ସାଙ୍ଗସାଥୀମାନଙ୍କୁ କହିଯାଇଥିଲେ । ତେବେ ଅଧ୍ୟକ୍ଷଙ୍କଠାରୁ ଅପମାନିତ ହୋଇ ୧୦ ମିନିଟ୍ ପରେ ସେଠାରୁ ବାହାରି ଆସିଥିଲେ । ଚାମ୍ବର ସାମନାରେ ନିଜ ଭ୍ୟାନିଟି ଭିତରୁୁ ଏକ ଜାରକିନ୍ ବାହାର କରି ନିଜ ଦେହରେ ପେଟ୍ରୋଲ୍ ଢ଼ାଳିଥିଲେ । ଦିଆସିଲି ଲଗାଇ ଚେଙ୍ଗିଥିଲେ । ଦେହରେ ନିଆଁ ଲାଗିଯିବା ପରେ ଚିକ୍ରାର କରି ଦୌଡ଼ିଥିଲେ । ସିସିଟିଭିରେ ଏହାର କିଛି ଦୃଶ୍ୟ କଏଦ ହୋଇଥିବା ବେଳେ କିଛି ପିଲା ଏହାର ଭିଡିଓ ସୁଟିଂ କରିଛନ୍ତି ।

କି ଅମଣିଷ ଏମାନେ? ଗୋଟେ ସାଙ୍ଗର ଜୀବନ ବଞ୍ଚାଇବା ବଦଳରେ ସେମାନେ ମୋବାଇଲ୍ ରେ ସୁଟିଂ କରିବାକୁ ପସନ୍ଦ କରିଛନ୍ତି । ଜଣେ ଭଉଣୀର ଜୀବନ ସେମାନଙ୍କ ପାଇଁ ମୂଲ୍ୟହୀନ ହୋଇଗଲା । ସୌମ୍ୟାଶ୍ରୀ ପେଟ୍ରୋଲ୍ ଆଣିବାଠାରୁ ନିଜ ଦେହରେ ଢ଼ାଳି ଜଳିବା ପର୍ଯ୍ୟନ୍ତ ଏହି ପ୍ରକ୍ରିୟାରେ ସେମାନେ ଯେ ସହଯୋଗ କରି ନ ଥିବେ କି ଉସକାଇ ନ ଥିବେ ତାହା କହିହେବ ନାହିଁ । ତଦନ୍ତ ହେଲେ ଯାଇ ତାହା ଜଣାପଡ଼ିବ ।

ଏହି ସମୁଦାୟ ପ୍ରକରଣରେ ଜଣେ ଦୃଢ଼ମନା, ପ୍ରତିଭାସମ୍ପନ୍ନ ଏବଂ ଅନ୍ୟକୁ ବଞ୍ଚିବାର ପ୍ରେରଣା ଦେଉଥିବା ଝିଅ ନିଜେ ନ୍ୟାୟ ପାଇଁ ଲଢ଼େଇ କରି ସମସ୍ତଙ୍କଠାରୁ ହତାଦର ହେବା ଏବଂ ମଣିଷ ଓ ବ୍ୟବସ୍ଥାର ନିଷ୍ଣୁରତାରରେ ଅସହ୍ୟ ହୋଇ ନିଜ ଜୀବନକୁ ଜାଳିଦେବାକୁ ନିଷ୍ପତ୍ତି ନେବା ଆମ ସମାଜ ଏବଂ ସରକାରୀ ବ୍ୟବସ୍ଥାର କ୍ରୁରତା ଏବଂ ଅସମ୍ବେଦନହୀନତାକୁ ପଦାକୁ ଆଣିଛି । ଆଜି ସୌମ୍ୟାଶ୍ରୀ ନିଜ କଥା ପୂର୍ବରୁ ପ୍ରକାଶ କରିଥିଲେ ବୋଲି ଘଟଣା ସାମନାକୁ ଆସିଲା । ନଚେତ୍ ତାଙ୍କ ଯନ୍ତ୍ରଣା ଓ ମରଣ ପଛର କାହାଣୀ କେହି ଜାଣି ନ ଥାନ୍ତେ ।

ଦୁର୍ଭାଗ୍ୟ ଯେ, ଆମର ସାମାଜିକ ଓ ସରକାରୀ ନ୍ୟାୟିକ ବ୍ୟବସ୍ଥା ଏଭଳି ହୀନ ଅବସ୍ଥାକୁ ଚାଲି ଆସିଛି । ଏହି ବ୍ୟବସ୍ଥାରେ ସୌମ୍ୟାଶ୍ରୀଙ୍କ ଭଳି ତିଳ ତିଳ ଜଳି ଏମିତି କେତେ ଯେ ଝିଅ ନିଜର ଜୀବନକୁ ଜାଳିଥିବେ ଏବଂ ତାହାର ହିସାବ ମିଳିବନି । ଏଠି ନିଜର ହକ୍, ନ୍ୟାୟ ଖୋଜି ପାଇବା ଦୁର୍ଲ୍ଲଭ ହୋଇଯାଇଛି । ମଣିଷ ମଣିଷର ଦୁଃଖ ବୁଝିବା ଅବସ୍ଥାରେ ନାହାନ୍ତି । ଓଲଟି ଅନ୍ୟର ଦୁଃଖକଷ୍ଟ ଦେଖିଲେ ମଣିଷ ଆନନ୍ଦ ପାଉଛନ୍ତି । ଜୋର୍ ଯାର ମୂଲକ ତାର ।

ଆହୁରି ଦୁର୍ଭାଗ୍ୟ ଯେ ଲୋକଙ୍କ ସମସ୍ୟା ବୁଝିବାର ଦାୟିତ୍ୱ ପାଇଥିବା ଅଧିକାଂଶ ନେତା, ଅଫିସରଙ୍କ ପାଖରେ ସମ୍ବେଦନଶୀଳତାର ଘୋର ଅଭାବ । ସାଧାରଣ ଜନତାଙ୍କ ପାଇଁ ସେମାନେ ଅପହଞ୍ଚ । କ୍ଷମତା ପାଇଲା ପରେ ନା ସେମାନଙ୍କର ବିବେକ ରହୁଛି, ନା ମଣିଷପଣିଆ । ସୌମ୍ୟାଶ୍ରୀ ସେମାନଙ୍କ ଝିଅ ହୋଇଥିଲେ କ’ଣ ଏଭଳି ଘଟିଥାନ୍ତା?

ଗୋଟେ ଝିଅ ନ୍ୟାୟ ପାଇଁ ମାସ ମାସ ଧରି ଲଢ଼େଇ କଲା । କେହି ତା’ କଥା ଶୁଣିଲେନି । ଆଜି ସେ ମଲା ପରେ ବ୍ୟବସ୍ଥାର ଅଂଶବିଶେଷ ସେ ହୃଦୟବିହୀନ ମଣିଷମାନେ ବେଶୀ କାନ୍ଦୁଛନ୍ତି । ସେମାନଙ୍କୁ ଲଜ୍ଜା ଲାଗିବା କଥା । ନିଜକୁ ଧିକ୍କାର କରିବା କଥା । ଏସବୁ ମିଛ ଅଭିନୟ । ମଲା ପରେ ଆଉ କି ନ୍ୟାୟ? ସୌମ୍ୟାଶ୍ରୀଙ୍କୁ ଆଉ କେହି ସଂସାରକୁ ଫେରାଇ ଆଣିପାରିବେ ନାହିଁ ।

Previous Post

ଆଖି ବୁଜିଲେ ଏଫଏମ୍ ଛାତ୍ରୀ ସୌମ୍ୟାଶ୍ରୀ

Next Post

୧୭ ରେ ଓଡ଼ିଶା ବନ୍ଦ ଡାକରା

Next Post
୧୭ ରେ ଓଡ଼ିଶା ବନ୍ଦ ଡାକରା

୧୭ ରେ ଓଡ଼ିଶା ବନ୍ଦ ଡାକରା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA