Tuesday, January 20, 2026 09:14 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

କଂଗ୍ରେସ କଳିରେ ବିଜେପି ମୁଣ୍ଡ !

by Our Correspondent
13 Aug, 2017- 12:06 PM
in Latest News, Politics
1 min read
0
କଂଗ୍ରେସ କଳିରେ ବିଜେପି ମୁଣ୍ଡ !
ଭୁବନେଶ୍ୱର: ରାଜ୍ୟ କଂଗ୍ରେସ ନେତୃତ୍ୱ ପ୍ରସାଦ ହରିଚନ୍ଦନଙ୍କ ପାଖରେ ଥାଉ । ନିର୍ବାଚନ ପର୍ଯ୍ୟନ୍ତ ସମୟ ଗଡ଼ିଯାଉ । ଏହି ଏଜେଣ୍ଡାକୁ ଧରି କଂଗ୍ରେସ ଘର କଥାରେ ବିଜେପି ମୁଣ୍ଡ ଖେଳାଇଛି । କଂଗ୍ରେସ ନେତୃତ୍ୱକୁ ମନାଇବା ପାଇଁ ଦିଲ୍ଲୀରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଜାଲ ବିଛାଇଛି । ଦିଲ୍ଲୀରେ ଯେଝା ବାଟରେ କଂଗ୍ରେସର କେନ୍ଦ୍ରୀୟ ନେତୃବୃନ୍ଦଙ୍କୁ ମନାଇବା ଉଦ୍ୟମ କରୁଥିଲା ବେଳେ ଏଠି ଭୁବନେଶ୍ୱରରେ ଚାପ ଓ ପ୍ରଲୋଭନକୁ ଅସ୍ତ୍ର କରିଛି । ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ପ୍ରସାଦଙ୍କ ହାତରେ ନେତୃତ୍ୱ ରହିଲେ ବିଜେଡ଼ିକୁ ସହଜରେ ଧରାଶାୟୀ କରିହେବ ବୋଲି ବିଜେପି ନେତାମାନେ ଆକଳନ କରିଛନ୍ତି । ଖୋଦ୍ ଅମିତ୍ ଶାହା ଏଥିରେ ମୁଣ୍ଡ ଖେଳାଇଥିବା ଦଳର ଭିତିରି ମହଲରୁ ସୂଚନା ମିଳିଛି ।
ରାଜ୍ୟରେ ପ୍ରସାଦଙ୍କ ନେତୃତ୍ୱରେ କଂଗ୍ରେସ ସଂଗଠନ ଦୁର୍ବଳ ହୋଇଯାଇଛି । ସମସ୍ତଙ୍କୁ ଏକାଠି ଧରି ଦଳକୁ ସଂଗଠିତ କରିବାରେ ସେ ବିଫଳ ହୋଇଛନ୍ତି । କଂଗ୍ରେସର ଏହି ସ୍ଥିତିରୁ ବିଜେପି ଫାଇଦା ଉଠାଉଛି । ଗତ ପଞ୍ଚାୟତ ନିର୍ବାଚନରେ ଦଳକୁ ପ୍ରସାଦଙ୍କ ଆର୍ଶିବାଦ ମିଳିଯାଇଛି । ଆଗକୁ ଏମିତି ଚାଲିଲେ ବିଜେଡ଼ିକୁ ଟକ୍କର ଦେବାରେ ବିଜେପିକୁ ସହଜ ହୋଇଯିବ । ନିଜର ତୃଣମୂଳ ସଂଗଠନକୁ ସୁଦୃଢ଼ କରିବାରେ ଫେଲ୍ ମାରିଥିବା ବିଜେପି ପାଇଁ ଏହା ବେଷ୍ଟ୍ ବିକଳ୍ପ ହୋଇଛି । ନିଜ ବଳରେ ନୁହେଁ ବରଂ ପ୍ରସାଦଙ୍କ ନେତୃତ୍ୱ ଓ ବିଜେଡ଼ିରେ ସମ୍ଭାବ୍ୟ ବିଭାଜନକୁ ପୁଞ୍ଜି କରି ବିଜେପି କ୍ଷମତା ହାସଲର ସ୍ୱପ୍ନ ଦେଖିଛି ।
ନିରଞ୍ଜନ ପଟ୍ଟନାୟକଙ୍କୁ ପିସିସି ସଭାପତି କରିବା ପାଇଁ ଦଳର ବିଧାୟକ ଗୋଷ୍ଠୀ ଜିଦ୍ ଧରିଥିବାରୁ ବିଜେପି ଛାନିଆଁ ହୋଇଯାଇଛି । ପ୍ରଚଣ୍ଡ ଅର୍ଥବଳୀ ନିରଞ୍ଜନଙ୍କ ହାତକୁ ନେତୃତ୍ୱ ଆସିଗଲେ କଂଗ୍ରେସ ନୂଆ ଜୀବନ ପାଇବ ଏବଂ ଦଳ କ୍ରିୟାଶୀଳ ହେବ ବୋଲି ବିଜେପି କ୍ୟାମ୍ପ ଆକଳନ କରିଛି । ଏହାଦ୍ୱାରା ଏବେ ଭଳି କଂଗ୍ରେସ ଭୋଟ ବିଜେପି ଆଡକୁ ଢ଼ଳିବାରେ କଷ୍ଟ ହୋଇଯିବ । ସୁତରାଂ ବିଜେଡ଼ି, ବିଜେପି ଓ କଂଗ୍ରେସର ତ୍ରିମୁଖୀ ଲଢ଼େଇରୁ ବିଜେଡ଼ି ହିଁ ଶତପ୍ରତିଶତ ଫାଇଦାରେ ରହିବ । ବିଜେଡ଼ି ବିରୋଧୀ ଭୋଟରୁ କଂଗ୍ରେସ ସିଂହ ଭାଗ ନେଇଯିବ ବୋଲି ସେମାନେ ଆଶଙ୍କା କରୁଛନ୍ତି । ତେଣୁ ଯେନତେଣ ପ୍ରକାରେ ଏଥିରେ ଚେକ୍ ଦେବାକୁ ବିଜେପି ପ୍ରାଣମୂର୍ଚ୍ଛା ଉଦ୍ୟମ ଆରମ୍ଭ କରିଛି । ପ୍ରସାଦଙ୍କ ହାତରେ ନେତୃତ୍ୱ ଅଟକ ରଖିବା ପାଇଁ ଚାଲ୍ ଖେଳାଇଛି । ପ୍ରସାଦଙ୍କ ବିରୋଧରେ ମେଳି କରିଥିବା ବିଧାୟକଙ୍କ ମଧ୍ୟରେ ଫାଟ ସୃଷ୍ଟି କରିବାକୁ ଷଡ଼ଯନ୍ତ୍ର ରଚାଯାଇଛି । କଂଗ୍ରେସ ନେତୃତ୍ୱ କନ୍ଦଳର ସମାଧାନ ପାଇଁ ଆସିଥିବା ଏଆଇସିସି ପର୍ଯ୍ୟବେକ୍ଷକଙ୍କ ପ୍ରଥମ ଦିନର ଆଲୋଚନାରୁ ଏହାର ସୁରାକ୍ ମିଳିଛି । ବିଧାୟକ କୃଷ୍ଣ ସାଗରିଆ ଗୋଠ ଭାଙ୍ଗିଛନ୍ତି । ଆଜି ଅପରାହ୍ନରେ କଂଗ୍ରେସ ବିଧାୟକ ଦଳ ପର୍ଯ୍ୟବେକ୍ଷକଙ୍କୁ ଭେଟିବାକୁ ଥିବାରୁ ସେଥିରେ କେଁ ପୂରାଇବାକୁ ମଧ୍ୟ ବିଜେପି ଜୋରଦାର ଉଦ୍ୟମ ଚଳାଇଛି ।
ସେପଟେ ନିରଞ୍ଜନ ପଟ୍ଟନାୟକଙ୍କୁ ପିସିସି ସଭାପତି ଚଉକିରେ ଦେଖିବାକୁ ବିନା ଖାତା ଖତିଆନରେ ବିଜେଡ଼ି ବ୍ୟାକୁଳ ରହିଛି । ଯୋଜନା ବନାଇ ଚାଲବାଜି କରିବାରେ କାର୍ପଟଦାର ନେତା ଅସମର୍ଥ ଥିବାରୁ ଖେଳ କିନ୍ତୁ ଖେଳିପାରିନାହାନ୍ତି । ନିଜ ନିଜ ଭିତରେ ଗୋଛି କଟାକଟିରେ ସେମାନଙ୍କ ବେଳ ଯାଉଥିବାରୁ ଦଳର ସାମୁହିକ ସ୍ୱାର୍ଥ ପାଇଁ ବେଳ ପାଉନାହାନ୍ତି । ସବଳ ନିରଞ୍ଜନଙ୍କ ହାତକୁ ଚଉକି ଆସିଲେ ବିଜେପିକୁ ମାତ୍ ମାରିବାରେ ସହଜ ହେବ, ଏହି ଅଙ୍କ ଜାଣି ବି ସେମାନେ ବଳ ଖଟାଇବାକୁ ଅକ୍ଷମ ହୋଇଛନ୍ତି । କଂଗ୍ରେସ ନେତୃତ୍ୱ ରଣକୌଶଳରେ ବିଜେପିଠାରୁ ସେମାନେ ପଛରେ ପଡ଼ିଯାଇଛନ୍ତି ।
Previous Post

ନବୀନଙ୍କ ସ୍କାନରରେ ୯ ବିଧାୟକ

Next Post

ବେନାମୀ ଚିଠିରେ ହେଡଲାଇନ୍ ଷ୍ଟୋରି

Next Post
ବେନାମୀ ଚିଠିରେ ହେଡଲାଇନ୍ ଷ୍ଟୋରି

ବେନାମୀ ଚିଠିରେ ହେଡଲାଇନ୍ ଷ୍ଟୋରି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19150 shares
    Share 7660 Tweet 4788
  • ନବୀନ..ନବୀନ, ମୋହନ..ମୋହନ

    16594 shares
    Share 6638 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7295 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5811 shares
    Share 2324 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5481 shares
    Share 2192 Tweet 1370

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA