Thursday, June 18, 2026 01:35 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କଂଗ୍ରେସ ବେମାର ଗଲାନି; ‘ଟିମ୍ ନିରଞ୍ଜନ’ରେ ଫାଟ !

by Our Correspondent
28 Apr, 2018- 01:50 PM
in Latest News, Politics
1 min read
0
କଂଗ୍ରେସ ବେମାର ଗଲାନି; ‘ଟିମ୍ ନିରଞ୍ଜନ’ରେ ଫାଟ !
ଭୁବନେଶ୍ୱର: ମୂଳରୁ ମାଇପ ନାହିଁ ପୁଅ ନାଁ ଗୋପାଳିଆ । ନବନିଯୁକ୍ତ ପିସିସି ଇସ୍ତାହାର କମିଟି ଅଧ୍ୟକ୍ଷ ଶ୍ରୀକାନ୍ତ ଜେନାଙ୍କ ଚିଠି ଏହି ଉକ୍ତିଟିକୁ ମନେ ପକାଇଦେଉଛି । ଓଡ଼ିଶାରେ କଂଗ୍ରେସ ନିଜ ଖାତା ଖତିଆନ ହଜାଇ ଦେଇଥିବା ବେଳେ କଂଗ୍ରେସ ଶାସନ କ୍ଷମତାକୁ ଆସିଲେ ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ଦେଖିଲେଣି ଶ୍ରୀକାନ୍ତ । ଡୁବି ଯାଇଥିବା ଦଳକୁ ଉଦ୍ଧାର କରିବାକୁ କାର୍ଯ୍ୟ ନ କରି ପ୍ରତିଦ୍ୱନ୍ଦୀ ନିରଞ୍ଜନ ପଟ୍ଟନାୟକଙ୍କ ଗୋଛି କାଟିବାକୁ ଲାଗିପଡ଼ିଲେଣି । ପିସିସିର ନବକଳେବର ହୋଇ ‘ଟିମ୍ ନିରଞ୍ଜନ’ ଦାୟିତ୍ୱ ନେବାର ୧୦ ଦିନ ପୂରିନି । ହେଲେ ସେହି ଟିମ୍ ର ଅନ୍ୟତମ ମୁଖିଆ ଶ୍ରୀକାନ୍ତ ଦଳକୁ ସଜାଡ଼ିବେ କ’ଣ ଓଲଟି କଂଗ୍ରେସର ପୁରୁଣା ରୋଗରେ ନିଜକୁ ଆକ୍ରାନ୍ତ କରିଛନ୍ତି । ଶ୍ରୀକାନ୍ତଙ୍କ ଗୋଟିଚାଳନା କଂଗ୍ରେସକୁ ପୁଣି ଲୋକହସା କରିଛି । ଶ୍ରୀକାନ୍ତଙ୍କ ଚକ୍ରାନ୍ତ ଯୋଗୁଁ ସମସ୍ତଙ୍କୁ ସାଙ୍ଗରେ ଧରି ଏକାଠି ଲଢ଼ିବାର ନିରଞ୍ଜନଙ୍କ ଜୋସ୍ ଫୁସକି ଯିବାକୁ ବସିଲାଣି ।
ଓଡ଼ିଶାର କଂଗ୍ରେସ ନେତାଙ୍କ ସହ ବ୍ୟାପକ ଆଲୋଚନା ପର୍ଯ୍ୟାଲୋଚନା କଲା ପରେ ଗତ ୧୯ ତାରିଖରେ ରାହୁଲ ଗାନ୍ଧୀ ଓଡ଼ିଶାର ନୂଆ କଂଗ୍ରେସ ଟିମ୍ ଘୋଷଣା କରିଥିଲେ । ନିରଞ୍ଜନ ପଟ୍ଟନାୟକ ସଭାପତି ହୋଇଥିବା ବେଳେ ନବ ଦାସ, ଚିରଞ୍ଜିବୀ ବିଶ୍ୱାଳ ଓ ପ୍ରଦୀପ ମାଝୀ କାର୍ଯ୍ୟକାରୀ ସଭାପତି ହେଲେ । ଭକ୍ତ ଦାସ ପ୍ରଚାର କମିଟି ଅଧ୍ୟକ୍ଷ ହୋଇଥିବା ବେଳେ ଜିିତେନ୍ଦ୍ର ସିଂହ କୋଅର୍ଡିନେସନ୍ କମିଟି ଅଧ୍ୟକ୍ଷ ଓ ଜଗନ୍ନାଥ ପଟ୍ଟନାୟକ ଆବାହକ । ଶ୍ରୀକାନ୍ତ ଜେନା ଇସ୍ତାହାର କମିଟି ଅଧ୍ୟକ୍ଷ ଓ ଶରତ ରାଉତ ଆବାହକ, ଜୟଦେବ ଜେନା କୋର୍ କମିଟି ଅଧ୍ୟକ୍ଷ ହୋଇଥିଲା ବେଳେ ଶରତ ପଟ୍ଟନାୟକ ଆବାହକ ଆଉ ହେମାନନ୍ଦ ବିଶ୍ୱାଳ ଶୃଙ୍ଖଳା କମିଟି ଅଧ୍ୟକ୍ଷ ନିଯୁକ୍ତ ହେଲେ ।
୨୧ ତାରିଖରେ ଟିମ୍ ନିରଞ୍ଜନ ଦିଲ୍ଲୀରୁ ଭୁବନେଶ୍ୱର ଆସିଲେ । ହେଲେ ଦିଲ୍ଲୀରେ ରହିଗଲେ ଶ୍ରୀକାନ୍ତ ଜେନା । ଅନ୍ୟ କାର୍ଯ୍ୟ ଥିବାରୁ ସେ ଆସିଲେ ନାହିଁ ବୋଲି କୁହାଗଲା । କଂଗ୍ରେସ ଭବନରେ ସମ୍ବର୍ଦ୍ଧନା ପର୍ବ ଜୋରଦାର ହେଲା । ଜୟଦେବ ଜେନା ପଛଆଡକୁ ଟିକିଏ ବସିଥିଲେ ହେଲେ ମୁହଁ ଶୁଖିଯାଇଥିଲା । ସେଦିନ ବିଳମ୍ବିତ ରାତି ଯାଏଁ ସମ୍ବର୍ଦ୍ଧନା ପର୍ବ ଚାଲିଥିଲେ ମଧ୍ୟ ଜୟଦେବ ଅଧାରୁ ଉଠି ପଳାଇ ଆସିଥିଲେ । ପରଦିନ ସକାଳୁ ସକାଳୁ ଦିଲ୍ଲୀ ଫ୍ଲାଇଟ୍ ଧରିଲେ । ଦିଲ୍ଲୀ ହଠାତ କାହିଁକି ଗଲେ କେହି ବୁଝିପାରିଲେନି । ଦିଲ୍ଲୀରେ ସେ ଶ୍ରୀକାନ୍ତଙ୍କ ସହ କଥା ହୋଇ ହାଇକମାଣ୍ଡଙ୍କୁ ନିଜର ଅସନ୍ତୋଷ ଜଣାଇଥିବା ଚର୍ଚ୍ଚା ହୋଇଥିଲା । ତେବେ ସେହି ଅସନ୍ତୋଷଟି କ’ଣ ତାହା କେହି ବୁଝିପାରିନାହାନ୍ତି । ନିରଞ୍ଜନଙ୍କ ବିରୋଧୀ ତଥା ଇସ୍ତାହାର କମିଟି ଆବାହକ ଶରତ ରାଉତଙ୍କୁ ମଧ୍ୟ ସ୍ୱାଗତ ପର୍ବରେ ଦେଖିବାକୁ ମିଳିଲାନି । କୁହାଯାଉଛି ନିରଞ୍ଜନଙ୍କୁ ନେଇ ସେ ବି ଭୀଷଣ ଅସନ୍ତୁଷ୍ଟ ।
ଶ୍ରୀକାନ୍ତ,ଜୟଦେବ ଓ ଶରତଙ୍କ ରହସ୍ୟମୟ ନିରବତା ଓ ଅସନ୍ତୋଷ ଖବର କଂଗ୍ରେସ ମହଲରେ ଟୁପୁରୁ ଟାପୁରୁ ଚାଲିଥିବା ବେଳେ ଶ୍ରୀକାନ୍ତ ଜେନାଙ୍କ ଚିଠି ରହସ୍ୟରୁ ପରଦା ହଟେଇଛି । ୨୦୧୯ ନିର୍ବାଚନ ପାଇଁ କଂଗ୍ରେସ ଇସ୍ତାହାରର ମୁଖବନ୍ଧ ଶୀର୍ଷକରେ ଶ୍ରୀକାନ୍ତ ଏହି ଚିଠିଟି ପ୍ରଦେଶ କଂଗ୍ରେସ କମିଟିର ସଦସ୍ୟ ଓ ଏଆଇସିସି ସଦସ୍ୟଙ୍କୁ ଲେଖିଛନ୍ତି ।
ସେଥିରେ ତାଙ୍କର ପ୍ରଥମ ପ୍ରସ୍ତାବଟି ରଖିଛନ୍ତି ଯେ କଂଗ୍ରେସ କ୍ଷମତାକୁ ଆସିଲେ ଓବିସି କିମ୍ବା ଏସଇବିସି ବର୍ଗରୁ ଜଣେ ମୁଖ୍ୟମନ୍ତ୍ରୀ ହେବେ । ସେହିଭଳି ଏସସି ଏବଂ ଏସଟି ବର୍ଗରୁ ଦୁଇଜଣ ଉପମୁଖ୍ୟମନ୍ତ୍ରୀ ହେବେ । କଂଗ୍ରେସ ରାଜନୀତିର ଧାର ଧରିଥିବା ଯେ କୌଣସି ବ୍ୟକ୍ତି ଶ୍ରୀକାନ୍ତଙ୍କ ଏହି ଚିଠିର ମର୍ମ ବୁଝିବାରେ ଅସୁବିଧା ନାହିଁ । ନିରଞ୍ଜନ ପଟ୍ଟନାୟକଙ୍କୁ ଶ୍ରୀକାନ୍ତ ହାତରେ ନ ମାରି ରେ ଭାତରେ ମାରିବା ଯୋଜନା କରୁଥିବା ଏହି ଚିଠି ସ୍ପଷ୍ଟ କରିଛି । କଂଗ୍ରେସ କ୍ଷମତାକୁ ଆସିଲେ ନିରଞ୍ଜନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରାଇ ନ ଦେବା ପାଇଁ ଶ୍ରୀକାନ୍ତଙ୍କର ଏହା ଚାଲ୍ ବୋଲି କୁହାଯାଉଛି । ଓଲଟି ନିଜେ ମୁଖ୍ୟମନ୍ତ୍ରୀ ହେବା ପାଇଁ ଚିଠିରେ ବାଟ ବାହାର କରିଛନ୍ତି ।
ସେହିଭଳି ନବ ଦାସ ଓ ଚିରଞ୍ଜିବୀ ବିଶ୍ୱାଳ କାଳେ ପାୱାରଫୁଲ୍ ହେବେ ତାଙ୍କର ବାଟ ଓଗାଳିବାକୁ ଶ୍ରୀକାନ୍ତ ବି ଜାଲ୍ ବିଛାଇବାକୁ ଚାହିଁଛନ୍ତି । ଏସସି/ଏସଟି ବର୍ଗରୁ ଉପମୁଖ୍ୟମନ୍ତ୍ରୀ ପାଇଁ ପ୍ରସ୍ତାବ ଦେଇ ସେମାନଙ୍କ ମୁହଁ ବାନ୍ଧିବାକୁ ଚେଷ୍ଟା କରିଛନ୍ତି ।
ଶ୍ରୀକାନ୍ତ ତାଙ୍କ ଦ୍ୱିତୀୟ ପସ୍ତାବରେ କୁଆଡ଼େ ନିରଞ୍ଜନଙ୍କୁ ଲକ୍ଷ୍ୟ କରି ତୀର ମାରିଛନ୍ତି । କଂଗ୍ରେସ କ୍ଷମତାକୁ ଆସିଲେ ସମସ୍ତ ବେଆଇନ ଖଣି ମାଲିକଙ୍କ ଖଣି ବାତିଲ କରି ସେମାନଙ୍କର ସମ୍ପତ୍ତି ବ୍ୟାଜ୍ୟାପ୍ତି ହେବ ଏବଂ ସେଥିରେ ଲୋକଙ୍କ କଲ୍ୟାଣ ପାଇଁ ଏକ ପାଣ୍ଠି କରାଯିବ ବୋଲି ଶ୍ରୀକାନ୍ତ ପ୍ରସ୍ତାବ ଦେଇଛନ୍ତି । ଏଠାରେ ଉଲ୍ଲେଖ କରାଯାଇପାରେ କି ନିରଞ୍ଜନ ପଟ୍ଟନାୟକଙ୍କ ପରିବାରର ବେଆଇନ ଖଣି ଖାଦାନ ନେଇ ଅତୀତରେ ଶ୍ରୀକାନ୍ତ ଜେନା ବହୁବାର ଟାର୍ଗେଟ୍ କରିଛନ୍ତି । ସୁତରାଂ ଇସ୍ତାହାର କମିଟିର ଅଧ୍ୟକ୍ଷ ଭାବେ ତାଙ୍କର ଏହି ପ୍ରସ୍ତାବ ଯେ ନିରଞ୍ଜନଙ୍କ ପାଇଁ ଉଦ୍ଦିଷ୍ଟ ତାହା କାହାରିକୁ ବୁଝିବା ବାକି ନାହିଁ ।
ଶ୍ରୀକାନ୍ତଙ୍କ ଭଳି ଜୟଦେବ ଜେନା ମଧ୍ୟ ନିରଞ୍ଜନଙ୍କର ପ୍ରବଳ ବିରୋଧୀ । କେନ୍ଦୁଝର ଜିଲ୍ଲା ରାଜନୀତିରେ ଜୟଦେବ ନିଜର ନିର୍ବାଚନ ପରାଜୟ ପାଇଁ ସବୁବେଳେ ନିରଞ୍ଜନଙ୍କୁ ଦାୟୀ କରିଥାଆନ୍ତି । ସେ ନିଜେ ଦୁଇ ଦୁଇ ଥର ପିସିସି ସଭାପତି ଥିଲେ । ପିସିସି ସଭାପତି ଭାବେ ସେ ନିରଞ୍ଜନଙ୍କ ସିନିୟର୍ ହୋଇଥିବାରୁ ମନରେ ଗର୍ବ ବି ଅଛି । ମୋଟାମୋଟି ଭାବେ ନିରଞ୍ଜନଙ୍କ ନେତୃତ୍ୱରେ କାମ କରିବାକୁ ତାଙ୍କର ମନ କହୁନି । କୋର୍ କମିଟି ଅଧ୍ୟକ୍ଷ ତାଙ୍କୁ ତୁଚ୍ଛ ଲାଗୁଛି । ଏଆଇସିସିରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନେବାକୁ ତାଙ୍କର ଇଚ୍ଛା ଥିଲେ ବି ରାହୁଲ ତାଙ୍କୁ ନିରଞ୍ଜନଙ୍କ ଟିମ୍ ରେ କୋର୍ କମିଟି ଅଧ୍ୟକ୍ଷ ପଦ ଦେଇ ସନ୍ତୁଷ୍ଟ କରିବାକୁ ଚାହିଁଥିବାରୁ ତାଙ୍କ ମନ କଷ୍ଟ ହୋଇଛି । ଶ୍ରୀକାନ୍ତ ଜେନାଙ୍କୁ ସାଥୀ ପାଇ ନିଜର ଅସନ୍ତୋଷକୁ ଦିଲ୍ଲୀରେ ଜଣାଇଛନ୍ତି ବୋଲି କୁହାଯାଉଛି ।
ସେମିତି ପ୍ରଚାର କମିଟି ଅଧ୍ୟକ୍ଷ ହୋଇଥିବା ଭକ୍ତ ଦାସଙ୍କ ମନ ବି ଖପ୍ପା । ରାହୁଲ ଗାନ୍ଧୀ ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଥିଲେ ମଧ୍ୟ ଭୁବନେଶ୍ୱରରରେ ସ୍ୱାଗତ ପର୍ବର ପୋଷ୍ଟରରେ ତାଙ୍କ ଫଟୋ ନ ଥିବାରୁ ସେ ଭୀଷଣ କ୍ଷୁବ୍ଧ । ଏହା ପଛରେ ନିରଞ୍ଜନଙ୍କ ଇସାରା ଅଛି ବୋଲି ସେ ଭାବିଦେଇଥିବା କୁହାଯାଉଛି । ତେଣୁ ତାଙ୍କ ମନ ମଧ୍ୟ ଛିଡ଼ିଯାଇଛି ।
ଏଭଳିସ୍ଥିତିରେ କଂଗ୍ରେସକୁ କେମିତି ଆଗକୁ ବଢ଼େଇବେ ନିରଞନ ଚିନ୍ତାରେ ପଡ଼ିଯାଇଥିବା ତାଙ୍କ ମହଲରୁ ଜଣାପଡ଼ିଛି । କଂଗ୍ରେସ ଭବନରେ ସ୍ୱାଗତ ଭାଷଣରେ ବିଶୃଙ୍ଖଳାକୁ ପ୍ରଶୟ ଦିଆଯିବ ନାହିଁ ବୋଲି ନିରଞ୍ଜନ ଲମ୍ବା ଭାଷଣବାଜି କରିଥିଲେ । ହେଲେ କାହାକୁ ନେଇ ଲଢ଼େଇ ଲଢ଼ିବେ ଏବେ ସେହି ଚିନ୍ତାରେ । ରାହୁଲ ଗାନ୍ଧୀଙ୍କ ସହ ଆଲୋଚନା କରି ସମାଧାନର ରାସ୍ତା ଫିଟାଇବାକୁ ସେ ମଧ୍ୟ ଦିଲ୍ଲୀରେ ଡେରା ପକାଇଛନ୍ତି । ନବକଳେବର କଂଗ୍ରେସର ଏଭଳି ହାଲତ୍ ଦେଖି ଉତ୍ସାହିତ କଂଗ୍ରେସ କର୍ମୀଙ୍କ ମନ ଫିକା ପଡ଼ିଯାଇଛି । ‘ଦିଲ୍ଲୀରେ ଆମର ରିହଲସଲ୍ ଭଲ ହୋଇଥିଲା ହେଲେ ଓଡ଼ିଶାରେ ପେଣ୍ଡାଲ୍ ଉପରକୁ ଚଢ଼ିଲା ପରେ ନାଟକ ଫୁସକିଗଲାଣି’ ବୋଲି ଅନେକ ଥଟ୍ଟା କରିଛନ୍ତି ।
Previous Post

ଦେବୁ ଖୋଲିଲେ ଗୁମର: ଅପରାଧୀ ସଲିମ୍ ବୈଜୟନ୍ତଙ୍କ ଗୁଣ୍ଡା, ଅଡ଼ିଓ ଟେପ୍ ମିଛ

Next Post

ଆଶାରାମଙ୍କ ସେବାରେ ‘ପଣ୍ଡା’ ହେଲିକପ୍ଟର, ଚର୍ଚ୍ଚାରେ ଫାଇଲ୍ ଫଟୋ

Next Post
ଆଶାରାମଙ୍କ ସେବାରେ ‘ପଣ୍ଡା’ ହେଲିକପ୍ଟର, ଚର୍ଚ୍ଚାରେ ଫାଇଲ୍ ଫଟୋ

ଆଶାରାମଙ୍କ ସେବାରେ ‘ପଣ୍ଡା’ ହେଲିକପ୍ଟର, ଚର୍ଚ୍ଚାରେ ଫାଇଲ୍ ଫଟୋ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA