Thursday, May 21, 2026 11:10 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କରୋନା ମାଡ଼ରେ ଲେୟାର ଚାଷୀ, ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ

by Our Correspondent
15 Apr, 2020- 10:34 PM
in Latest News, News
1 min read
0
କରୋନା ମାଡ଼ରେ ଲେୟାର ଚାଷୀ, ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ
ଭୁବନେଶ୍ୱର: କରୋନା ମହାମାରୀ ପରିପ୍ରେକ୍ଷୀରେ ଓଡିଶାରେ ଅଣ୍ଡା ଉତ୍ପାଦନ କରୁଥିବା ଲେୟାର ଚାଷୀମାନଙ୍କ ମେରୁଦଣ୍ଡ ଦୋହଲି ଗଲାଣି । ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ରାଜ୍ୟରେ ୨୦ହଜାର ଲୋକଙ୍କୁ କର୍ମସଂସ୍ଥାନ ଯୋଗାଇଥିବା ଏହି ଶିଳ୍ପ ଏବେ ତିଷ୍ଠି ରହିବାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ଲୋଡିଛନ୍ତି । ଅଲ ଓଡିଶା ଲେୟାର ଫାମର୍ସ ଆସୋସିଏସନର ଅଧ୍ୟକ୍ଷ ମାନସ ମଙ୍ଗରାଜ ଆଜି ଏକ ଚିଠିରେ ଲେୟାର ଚାଷୀମାନଙ୍କ ସମସ୍ୟା ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିକୁ ଆଣିଛନ୍ତି ।
ଶ୍ରୀ ମଙ୍ଗରାଜ ଦର୍ଶାଇଛନ୍ତି, ବର୍ତ୍ତମାନର ପ୍ରତିକୂଳ ପରିସ୍ଥିତିରେ ତିଷ୍ଠି ରହିବାପାଇଁ ସଂଗ୍ରାମ କରୁଥିବା ରାଜ୍ୟର ଅଣ୍ଡା ଉତ୍ପାଦନକାରୀ ଚାଷୀମାନେ ସର୍ବଦା ରାଜ୍ୟ ସରକାରଙ୍କ ସହିତ ରହି ଆସିଛନ୍ତି । ଅଳ୍ପ ଦିନ ତଳେ ଓଡିଶାକୁ ଅଣ୍ଡା ଓ କୁକୁଡା ମାଂସ ଉତ୍ପାଦନରେ ଆତ୍ମନିର୍ଭରଶୀଳ କରିବାପାଇଁ ସରକାର ଆହ୍ୱାନ ଦେବା ପରେ ଉଦ୍ୟୋଗୀମାନେ ଆଗକୁ ଆସି କୁକୁଡା ଶିଳ୍ପରେ ପୁଞ୍ଜି ଖଟାଇଥିଲେ ।ଫଳରେ ମାତ୍ର ୪ବର୍ଷ ମଧ୍ୟରେ ରାଜ୍ୟରେ ଅଣ୍ଡା ଉତ୍ପାଦନ ଦୁଇଗୁଣା ହେବା ସହିତ ପଡୋଶୀ ରାଜ୍ୟରୁ ଅଣ୍ଡା ଆମଦାନୀ ଏକ ପ୍ରକାର ବନ୍ଦ ହୋଇଯାଇଥିଲା ।
୨୦୧୫ ମସିହାରେ ରାଜ୍ୟରୁ ଦୈନିକ ୪୫ଲକ୍ଷ ଅଣ୍ଡା ଉତ୍ପାଦନ ହେଉଥିବାବେଳେ ୨୦୨୦ ବେଳକୁ ତାହା ୬୫ଲକ୍ଷରେ ପହଞ୍ଚିଥିଲା । ଏହି କ୍ଷେତ୍ରରୁ ସରକାର ପ୍ରାୟ ୧୦୦୦ କୋଟି ଟଙ୍କାର ରାଜସ୍ୱ ପାଉଛନ୍ତି । ସେହଭଳି ଅଣ୍ଡା ଉତ୍ପାଦନରେ ରାଜ୍ୟର ପ୍ରାୟ ୨୦ହଜାର ଲୋକ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ କର୍ମସଂସ୍ଥାନ ପାଇଥିବାବେଳେ ଚନ୍ଦ୍ରଗିରି ସେମତ ଗଞ୍ଜାମ, ଉମରକୋଟ ଓ ନବରଙ୍ଗପୁର ଜିଲ୍ଲାର ଉତ୍ପାଦିତ ୯୦ ପ୍ରତିଶତ ମକା କୁକୁଡାଶିଳ୍ପ ଦାନା ଭାବେ ବ୍ୟବହାର ହେଉଛି । ଏଥିଯୋର୍ଗୁ ରାଜ୍ୟରେ ଗତ ୫ବର୍ଷ ଭିତରେ ମକା ଉତ୍ପାଦନ ୪୦ ପ୍ରତିଶତ ବଢିଛି ଯାହାକି ସେହିସବୁ ଅଞ୍ଚଳର ଚାଷୀଙ୍କ ଆୟ ବୃଦ୍ଧିରେ ସହାୟକ ହୋଇଛି ।
ବର୍ତ୍ତମାନ ରାଜ୍ୟରେ ଅଣ୍ଡା ବ୍ୟବହାର ଆଶାତୀତ ଭାବେ ହ୍ରାସ ପାଇଥିବାବେଳେ ଅଣ୍ଡା ଉତ୍ପାଦନ କରୁଥିବା ଉଦ୍ୟୋଗୀମାନେ ପ୍ରବଳ କ୍ଷତିର ସମ୍ମୁଖୀନ ହୋଇଛନ୍ତି । ବିଶେଷକରି ବିଭିନ୍ନ ଗଣମାଧ୍ୟମରେ କରୋନା ସଂକ୍ରମଣକୁ ନେଇ ମିଥ୍ୟା ଖବରମାନ ପ୍ରକାଶ ପାଇପାରୁ ଲୋକେ ଭୟରେ ଅଣ୍ଡା ଖାଉ ନାହାନ୍ତି । ସେହିଭଳି ବିଦ୍ୟାଳୟ ଗୁଡିକ ବନ୍ଦ ଯୋଗୁଁ ମଧ୍ୟାହ୍ନଭୋଜନ ଓ ସ୍ୱତନ୍ତ୍ର ପୁଷ୍ଟିକର ଯୋଜନା (ଏସ୍‍ଏନ୍‍ପି) ରେ ମଧ୍ୟ ଅଣ୍ଡା ଯୋଗାଣ ବାଧାପ୍ରାପ୍ତ ହୋଇଛି ।
ସମଗ୍ର ଦେଶରେ ଲକ୍‍ଡାଉନ୍‍ ଜାରି ହୋଇଥିବାରୁ ବଜାର ବନ୍ଦ ସହିତ ଅଣ୍ଡା ପରିବହନ ମଧ୍ୟ ବନ୍ଦ ରହିଛି । ଗତବର୍ଷ ରାଜ୍ୟରେ ଆସିଥିବା ବାତ୍ୟା ଫନି, ଏହା ପରେ ପରେ ବାର୍ଡ ଫ୍ଲ୍ୟୁ ଓ ଏବେ କରୋନା ଆସି କୁକୁଡାଚାଷୀମାନଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି । ଅବସ୍ଥା ଆସି ଏଭଳି ସ୍ଥିତିରେ ପହଞ୍ଚିଛି ଯେ ଏଥିରୁ ଟଙ୍କାଟିଏ ଫେରି ପାଇବା କଷ୍ଟକର ହୋଇପଡିଛି । ରାଜ୍ୟର ପାଖାପାଖି ୧୨ଟି ଅଣ୍ଡା ଉତ୍ପାଦନକାରୀ ଫାର୍ମ ଆର୍ଥିକ ସଙ୍କଟରୁ ବନ୍ଦହେବାକୁ ବସିଲାଣି । ଋଣ ବୋଝ ଯୋଗୁଁ ବହୁ ଲୋକଙ୍କୁ କର୍ମସଂସ୍ଥାନ ଯୋଗାଉଥିବା ଏହି ସଂସ୍ଥାରେ ତାଲା ଝୁଲିବା ପୂର୍ବରୁ ଏହାକୁ ଚଳାଇ ରଖିବାପାଇଁ ସଂଘ ପକ୍ଷରୁ ସରକାରଙ୍କୁ କେତେ ଗୁଡିଏ ପ୍ରସ୍ତାବ ଦିଆଯାଇଛି ।
ସରକାରଙ୍କୁ ଦିଆଯାଇଥିବା ପ୍ରସ୍ତାବ ମଧ୍ୟରେ କୁକୁଡା ଚାଷ ପାଇଁ ହୋଇଥିବା ସମସ୍ତ ପ୍ରକାର ଋଣ ଉପରେ ୫ ପ୍ରତିଶତ ସୁଧ ରିହାତି, ଋଣ ପରିଶୋଧକୁ ଏକ ବର୍ଷ ସ୍ଥଗିତ ରଖିବା, ମୂଳ ପୁଞ୍ଜି ପାଇଁ ହୋଇଥିବା ଋଣକୁ ଟର୍ମ ଲୋନ୍‍ରେ ପରିବର୍ତ୍ତନ ସହିତ ତାହାକୁ ୫ବର୍ଷ ମଧ୍ୟରେ ପରିଶୋଧ ଲାଗି ସୁଯୋଗ ଦିଆଯିବା, ଫାର୍ମ ଚଳାଇ ରଖିବାଲାଗି ଚାଷୀମାନଙ୍କୁ ଆବଶ୍ୟକ ମୂଳଧନ ପାଇଁ ଋଣ ପ୍ରଦାନ, ରାଜ୍ୟରେ ଥିବା ସମସ୍ତ ପ୍ରକାର କୁକୁଡା ଶିଳ୍ପ (ଲେୟାର ଏବଂ ବ୍ରଏଲର) କୁ ଆର୍ଥିକ ସହାୟତା ପ୍ୟାକେଜ ପ୍ରଦାନ ସହିତ କୁକୁଡା ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର କଞ୍ଚାମାଲ ଉପରୁ ଜିଏସ୍‍ ଛାଡ କରିବାପାଇଁ ସଂଘ ଅନୁରୋଧ କରିଛି ।
ସଂଘ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ କେତେକ ସୋସିଆଲ ଗଣମାଧ୍ୟମରେ ବ୍ୟାପକ ଅପପ୍ରଚାର ଯୋଗୁଁ ରାଜ୍ୟରେ ଅଣ୍ଡା ବ୍ୟବହାର ଆଶାତୀତ ଭାବେ ହ୍ରାସ ପାଇଛି । ତେଣୁ ଅଣ୍ଡା ବ୍ୟବହାର ବୃଦ୍ଧି ଲାଗି ମଧ୍ୟାହ୍ନଭୋଜନ ଓ ଏସ୍‍ଏନ୍‍ପି ଭଳି ଅନ୍ୟାନ୍ୟ ସରକାରୀ ଯୋଜନାରେ ଅଣ୍ଡା ଯୋଗାଣ ପାଇଁ ଅନୁମତି ଦେବା ସହିତ ସ୍କୁଲର ଛୁଟିରେ ପିଲାଙ୍କୁ ଅଣ୍ଡା ଯୋଗାଣ କରାଯାଉ । ଏହା ଦ୍ୱାରା ଗତ କିଛି ଦିନ ହେଲା କୁକୁଡାଚାଷୀମାନେ ଯେଭଳି କମ୍‍ ଦରରେ ଅଣ୍ଡା ବିକ୍ରି କରି ଅଧିକ ଦରରେ ଦାନା କିଣି ବ୍ୟାପକ କ୍ଷତି ସହୁଛନ୍ତି ସେମାନଙ୍କୁ କିଛିଟା ଆଶ୍ୱସ୍ତି ମିଳିପାରିବ । ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ ଲାଗି ରାଜ୍ୟ ସରକାରଙ୍କୁ ସଂଘ ପକ୍ଷରୁ ଶ୍ରୀ ମଙ୍ଗରାଜ ଅନୁରୋଧ କରିଛନ୍ତି ।
Previous Post

ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଲେ ଶାଳିନୀ ପଣ୍ଡିତ

Next Post

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୩.୪୦ ଲକ୍ଷ ଦେଲେ ଓଡ଼ିଶା ମ୍ୟୁଚୁଆଲ୍ ଫଣ୍ଡସ୍ ଇଣ୍ଡଷ୍ଟ୍ରିଜ୍

Next Post
ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୩.୪୦ ଲକ୍ଷ ଦେଲେ ଓଡ଼ିଶା ମ୍ୟୁଚୁଆଲ୍ ଫଣ୍ଡସ୍ ଇଣ୍ଡଷ୍ଟ୍ରିଜ୍

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୩.୪୦ ଲକ୍ଷ ଦେଲେ ଓଡ଼ିଶା ମ୍ୟୁଚୁଆଲ୍ ଫଣ୍ଡସ୍ ଇଣ୍ଡଷ୍ଟ୍ରିଜ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA