Tuesday, May 13, 2025 01:24 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Politics

ଜମିନ୍‌ ନ ଥାଇ ଜମିଦାର

by Our Correspondent
18 Jun, 2016- 07:47 PM
in Politics
1 min read
0
ଜମିନ୍‌ ନ ଥାଇ ଜମିଦାର

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ରାଜ୍ୟ ବିଜେପିର ଅବସ୍ଥା ଆଗଠାରୁ ଆହୁରି ଶୋଚନୀୟ । ଏବେ ଯଦି ନିର୍ବାଚନ ହୁଏ ତେବେ ଅଧିକ ସିଟ୍‌ କଥା ଛାଡ, ୧୦ଟି ଯାକ ବିଧାନସଭା ସିଟ୍‌ ବଞ୍ଚାଇବା ବି ସମ୍ଭବ ନୁହେଁ । ବିଜେପିର ଜଣେ ନାମକରା ବରିଷ୍ଠ ନେତାଙ୍କ ଏହା ହେଉଛି କ୍ଷୋଭଭରା ବୟାନ । ତାଙ୍କର କହିବା କଥା, ଧର୍ମେନ୍ଦ୍ର ପ୍ରଧାନ ଦଳକୁ ଧ୍ୱଂସମୁଖୀ କରିଛନ୍ତି । ସଂଗଠନକୁ ନ ସଜାଡି ଖାଲି ନିଜ ପ୍ରଚାରରେ ଲାଗିଛନ୍ତି । କ୍ଷମତା ଓ ଅର୍ଥ ଅହଂକାରରେ ସିନିୟର୍‌ଙ୍କ ପ୍ରତି ସମ୍ମାନ ନାହିଁ କି ଜୁନିୟର୍‌ଙ୍କ ପ୍ରତି ସ୍ନେହ ଶ୍ରଦ୍ଧା ନାହିଁ । ପ୍ରବଳ ପ୍ରତାପୀ ଧର୍ମେନ୍ଦ୍ରଙ୍କ ହୁକୁମାତି ଦଳର ନେତା ଓ କର୍ମୀଙ୍କ ମନ ବଳ ଭାଙ୍ଗିଦେଇଛି । ଦୃଢ଼ ମନୋବଳ ବଦଳରେ ସମସ୍ତଙ୍କ ମନରେ ଭରିଛି ଭୟ ଓ ଆତଙ୍କ । ଏଭଳି ପରିସ୍ଥିତିରେ ଦଳ ଆଗକୁ ତ ବଢ଼ିବନି ବରଂ ନିର୍ବାଚନ ପରେ ପୁଣି ସାଇନ୍‌ ବୋର୍ଡ ପାର୍ଟି ହୋଇଯିବ ବୋଲି ରାଜ୍ୟ ବିଜେପିର ସେହି ଆଗଧାଡ଼ି ନେତା ନିଜ ମନଖୋଲି କହିଛନ୍ତି ।

ବ୍ୟାପକ ପ୍ରଚାର ଓ ପ୍ରସାରରେ ମାତିଥିବା ରାଜ୍ୟ ବିଜେପିର ଆସନ୍ନ ଦୁର୍ଗତି ପାଇଁ ଧର୍ମେନ୍ଦ୍ର ଓରଫ୍‌ ମୁକୁ ପ୍ରଧାନଙ୍କୁ ଖାଲି ସଂପୃକ୍ତ ସିନିୟର୍‌ ନେତା ନୁହଁନ୍ତି, ଦଳର ୯୦ ପ୍ରତିଶତ ନେତା ଓ କର୍ମୀ ଦାୟୀ କରୁଛନ୍ତି । ରାଜ୍ୟରେ ଦୁର୍ବଳ ବିଜେପି ସଂଗଠନକୁ ତୃଣମୂଳ ସ୍ତରରୁ ସୁଦୃଢ଼ କରିବା ଚେଷ୍ଟା ଛାଡ଼ି ମୁକୁ ନିଜ ପ୍ରଚାର ଓ ପ୍ରସାରରେ ମାତିଛନ୍ତି । ଦିଲ୍ଲୀର ଟାଣ ଚେର ଧରି ନିଜକୁ ନିଜେ ମୁଖ୍ୟମନ୍ତ୍ରୀ ସ୍ୱପ୍ନରେ ବିଭୋର ହୋଇଛନ୍ତି । ଅଜସ୍ର ପଇସା ଖର୍ଚ୍ଚ କରି ନିଜର ପ୍ରଚାର ଓ ପ୍ରସାର କଲେ ଲୋକେ ଭୋଟ ଦେଇ ତାଙ୍କୁ ମୁଖ୍ୟମନ୍ତ୍ରୀ କରିଦେବେ ବୋଲି ମୁକୁ ଭାବୁଛନ୍ତି । ଏହା ଦ୍ୱାରା ମୁକୁ ମରିଚିକା ପଛରେ ଗୋଡାଇ ନୟାନ୍ତ ହେବେ ସିନା ପାଣି ଟୋପେ ପାଇବେନି ବୋଲି ଦଳର ଅଧିକାଂଶ ନେତାଙ୍କ ମତ ।

ବସନ୍ତ ପଣ୍ଡାଙ୍କୁ ମୋହରା ବନାଇ ରାଜ୍ୟ ବିଜେପିରେ ମୁକୁ ଏକଚାଟିଆ ରାଜ୍‌ ଚଳାଇଛନ୍ତି । ବିଜୟ ମହାପାତ୍ର, କନକ ବର୍ଦ୍ଧନ ସିଂହଦେଓ, ଦିଲ୍ଲୀପ ରାୟ ଓ ପ୍ରତାପ ଷଡ଼ଙ୍ଗୀଙ୍କ ଭଳି ନେତାଙ୍କୁ ବାସିରେ ପଚାରୁନାହାନ୍ତି । ନିକଟରେ ପ୍ରଧାନମନ୍ତ୍ରୀଙ୍କ ବାଲେଶ୍ୱର ବିକାଶ ସମାବେଶକୁ କବଜା କରିଥିଲେ ମୁକୁ । ସେଠାରେ ବିଜୟ, କନକ, ଦିଲ୍ଲୀପଙ୍କୁ ଭାଷଣ ଦେବାର ସୁଯୋଗ ବି ଦେଇ ନ ଥିଲେ । ପରିସ୍ଥିତି ଏଭଳି ହୋଇଛି ଯେ ସୁନ୍ଦରଗଡ଼ରେ ଦଳର ଦୁଇଦିନିଆ କାର୍ଯ୍ୟକାରିଣୀ ବୈଠକକୁ ବିଜୟ ମହାପାତ୍ର, ଦିଲ୍ଲୀପ ରାୟ, କନକ ବର୍ଦ୍ଧନ ସିଂହଦେଓ ଏବଂ ଜୟନାରାୟଣ ମିଶ୍ରଙ୍କ ଭଳି ନେତା ଆସିନାହାନ୍ତି । ଏହି ନେତାମାନଙ୍କ ଅସନ୍ତୋଷ ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି । ଜୁଏଲ୍‌ ଓରାମ୍‌ଙ୍କୁ ବି ପାସଙ୍ଗରେ ନେଉନାହାନ୍ତି ମୁକୁ । ଦ୍ୱିତୀୟ ଧାଡ଼ିର ହାତଗଣତି କିଛି ନେତାଙ୍କୁ ଧରି ସେ ନାଚୁଥିଲେ ମଧ୍ୟ ସେମାନଙ୍କ ହୃଦୟରେ ନାହାନ୍ତି । ବାଧ୍ୟବାଧକତା, ଭୟ ଭିତରେ ଏହି ନେତାମାନେ ମୁକୁଙ୍କ ଶରଣରେ ପଡ଼ିଛନ୍ତି । ନିଜର ପରିଚୟ ଓ ସ୍ଥିତି ରକ୍ଷା ପାଇଁ ପୃଥ୍ୱୀରାଜ ହରିଚନ୍ଦନ, ଭ୍ରୁଗୁ ବକ୍ସିପାତ୍ର, ସମୀର ମହାନ୍ତି, ଗୋଲକ ମହାପାତ୍ର, ସଜ୍ଜନ ଶର୍ମାଙ୍କ ଭଳି ନେତା ୟେସ୍‌ ବସ୍‌ ଭୂମିକା ନେଇଛନ୍ତି । ଅନ୍ତରରେ ମୁକୁଙ୍କୁ ସେମାନେ ନେତାମାନେ ଗ୍ରହଣ କରୁ ନାହାନ୍ତି । ହେଲେ ପରିସ୍ଥିତିର ତାଡ଼ନାରେ ମୁକୁ ସେମାନଙ୍କ ପାଇଁ ହୋଇଛନ୍ତି ଭଗବାନ ।

ପ୍ରଚଣ୍ଡ କ୍ଷମତା ସାଙ୍ଗକୁ ଅଜସ୍ର ଟଙ୍କା ବଳ ପାଇଥିବା ମୁକୁ ଦଳର ଅନାମଧ୍ୟେୟ ବ୍ୟକ୍ତିଙ୍କୁ ସାଙ୍ଗରେ ନେଇ ବାଟ ଚାଲୁଛନ୍ତି । ସଂଗଠନକୁ ଗୁରୁତ୍ୱ ନ ଦେଇ ନିଜର ଗୁରୁତ୍ୱ ବଢ଼େଇବା ଉଦ୍ଦେଶ୍ୟରେ ମୁକୁ ଏହି କୁଜି ନେତାଙ୍କୁ ଉଠବସ୍‌ କରାଉଛନ୍ତି । ଏମାନଙ୍କୁ ଧରି ନବୀନ ପଟ୍ଟନାୟକଙ୍କ ସାଙ୍ଗେ ଲଢ଼ିବାକୁ ମୁକୁଙ୍କ ଯୋଜନାକୁ ନେଇ ଦୁଃଖ ଓ ପରିହାସ କରିଛନ୍ତି ଦଳର ଅନେକ ଟାଣୁଆ ନେତା । ବିହାରରୁ ରାଜ୍ୟସଭା ଯାଇଥିବା ମୁକୁଙ୍କର ରାଜ୍ୟରେ ନିଜସ୍ୱ ନିର୍ବାଚନମଣ୍ଡଳୀ ନାହିଁ । ନିଜର ସଂଗଠନ ବଳ ନାହିଁ । ଜମିନ୍‌ ନ ଥାଇ ଜମିଦାର ସାଜିଥିବା ମୁକୁଙ୍କର ଏଭଳି କୁତ୍ସିତ ଓ ସ୍ୱାର୍ଥନ୍ୱେଷୀ ରାଜନୀତିକୁ ଦିଲ୍ଲୀ ହାଇକମାଣ୍ଡ ବି ଆଖି ବୁଜିଦେଇଛନ୍ତି । କେନ୍ଦ୍ର ବିଜେପି ରାଜନୀତିରେ ଦ୍ୱିତୀୟ ପ୍ରମୋଦ ମହାଜନ ଭୂଷଣ ଧରି ବେଶ୍‌ ପ୍ରତିପତ୍ତି ରଖିଥିବା ମୁକୁଙ୍କୁ ଆକଟ କରିବାର କ୍ଷମତା କାହାର ନାହିଁ । କେନ୍ଦ୍ରୀୟ ନେତୃତ୍ୱକୁ ନିଜ ହାତମୁଠାରେ ରଖିଥିବାରୁ ମୁକୁଙ୍କ କାର୍ଯ୍ୟକଳାପ ସାଦରେ ଗ୍ରହଣ ହୋଇଯାଇଛି । ରାଜ୍ୟର ଦଳର ବାସ୍ତବ ସ୍ଥିତି ବୁଝିବାର ଶକ୍ତି ନରେନ୍ଦ୍ର ମୋଦି କିମ୍ବା ଅମିତ୍‌ ସାହାଙ୍କ ପାଖରେ ନାହିଁ । ଥିଲେ, ଆଜି ଦଳର ସ୍ଥିତି ବିଗିଡ଼ି ନ ଥାଆନ୍ତା କି ବରିଷ୍ଠମାନେ ଦଳୀୟ ସଂଗଠନ କାର୍ଯ୍ୟକଳାପରୁ କୋଣଠେସା ହୋଇ ନ ଥାଆନ୍ତେ ।

ମୁକୁ ଯେତେ ଟଙ୍କା ଖର୍ଚ୍ଚ କରି ଦଳ ଓ ନିଜର ପ୍ରଚାର କଲେ ମଧ୍ୟ ତାହା ଗ୍ରହଣୀୟ ହୋଇନାହିଁ କି ସାଧାରଣ ଜନତାଙ୍କୁ ଆକୃଷ୍ଟ କରିନାହିଁ । ନିକଟରେ ଶେଷ ହୋଇଥିବା ଉପନିର୍ବାଚନ ଫଳାଫଳରୁ ତାହା ପ୍ରମାଣିତ ହୋଇଛି । ତିନିଟି ଯାକ ଆସନରେ ବିଜେପି ତୃତୀୟ ସ୍ଥାନରେ ରହି କଂଗ୍ରେସଠାରୁ ପଛରେ ପଡ଼ିଛି । ଆଗକୁ ପଞ୍ଚାୟତ ନିର୍ବାଚନ ଓ ତାହାର ଦୁଇବର୍ଷ ପରେ ସାଧାରଣ ନିର୍ବାଚନ । ଅସଜଡ଼ା ଓ ଦୁର୍ବଳ ସାଂଗଠନିକ ମେଜିଆ ଉପରେ ମୁକୁ ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ରଖିବା ଲୋକହସା ଛଡ଼ା କିଛି ନୁହେଁ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି ।

ମୁକୁଙ୍କ ଆଧିପତ୍ୟରେ ଦଳଠାରୁ ଦୂରେଇ ରହୁଥିବା ଅସହ୍ୟ ବରିଷ୍ଠ ନେତାମାନେ ନିଜର ଭବିଷ୍ୟତ ନେଇ ଦୋଛକିରେ ପଡ଼ିଛନ୍ତି । ଦଳର ଅନ୍ଧାର ଭବିଷ୍ୟତ ଦେଖି ସେମାନେ ନିଜର ଭବିଷ୍ୟତ ଯୋଜନାରେ ଲାଗିପଡ଼ିଛନ୍ତି । ତେବେ ଧର୍ମେନ୍ଦ୍ରଙ୍କ ପ୍ରତିପତ୍ତି ଆଗରେ ନ୍ୟୁନ ମନେ କରାଯାଉଥିବା ଜୁଏଲ୍‌ ଓରାମ୍‌ କିନ୍ତୁ ହାରିଯାଇନାହାନ୍ତି । ଧର୍ମେନ୍ଦ୍ରଙ୍କ ଫାର୍ସ ଦେଖି ନିଜର ସ୍ୱଭାବ ସୁଲଭ ଢ଼ଙ୍ଗରେ ମୁଚୁକୁନ୍ଦା ହସ ପକାଉଛନ୍ତି ଜୁଏଲ୍‌ । କିଛି ଅଲୌକିକ ଶକ୍ତି ବଳରେ ବିଜେପି ହାତକୁ କ୍ଷମତା ଆସିଲେ ସେ ହିଁ ହେବେ ମୁଖ୍ୟମନ୍ତ୍ରୀ । ଲବି କି ହାଇକମାଣ୍ଡଙ୍କୁ ପ୍ରଭାବିତ କରି ନୁହେଁ । ବରଂ ନିଜର ଆଦିବାସୀ କାର୍ଡ ଧରି ମୁଖ୍ୟମନ୍ତ୍ରୀ ଚଉକିରେ ସେ ହିଁ ବସିବେ । ତେଣୁ ଏବେଠୁଁ ବାଡେଇଛାଟି ସେ କାହିଁକି ହେବେ ? ଏହି ଗହନକୁ ମୁକୁଙ୍କ ଭଳି ପୋଖତ ରାଜନେତା ଯଦି ବୁଝିପାରିନାହାନ୍ତି ତେବେ ତାହା ତାଙ୍କର ଦୁର୍ଭାଗ୍ୟ ବୋଲି ଜୁଏଲ୍‌ ଇସାରା ଦେଇଛନ୍ତି ।

Previous Post

ମାଡ଼ି ଆସୁଛି ମୋତିଲାଲ କୀଳା

Next Post

ବୋହିଲା ମୋତିଲାଲ ଝଡ଼

Next Post
ବୋହିଲା ମୋତିଲାଲ ଝଡ଼

ବୋହିଲା ମୋତିଲାଲ ଝଡ଼

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19040 shares
    Share 7616 Tweet 4760
  • ନବୀନ..ନବୀନ, ମୋହନ..ମୋହନ

    16580 shares
    Share 6632 Tweet 4145
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7287 shares
    Share 2915 Tweet 1822
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5766 shares
    Share 2306 Tweet 1442
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5460 shares
    Share 2184 Tweet 1365

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA