Sunday, May 31, 2026 10:27 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଟାମ୍ପରିଂ କରି ଧରାପଡ଼ିଲା ନ୍ୟୁଜ୍ 7 !

by Our Correspondent
09 Dec, 2019- 10:14 PM
in Latest News, News
1 min read
0
ଟାମ୍ପରିଂ କରି ଧରାପଡ଼ିଲା ନ୍ୟୁଜ୍ 7 !
Spread the love
ଭୁୁବନେଶ୍ୱର: ଟିଆରପି ଦୃଷ୍ଟିରୁ ବର୍ଷ ବର୍ଷ ଧରି ଓଡ଼ିଆ ଟିଭି ଚାନେଲ୍ ଜଗତରେ ଦୁଇ ନମ୍ବର ସ୍ଥାନ ପାଉଥିବା ନ୍ୟୁଜ୍ 7 ଚାନେଲ୍ କିଛି ମାସ ହେଲା ଚତୁର୍ଥ ସ୍ଥାନକୁ ଖସିଆସିଛି । ଚାନେଲ୍ ର ଏଭଳି ଅଧୋପତନକୁ ନେଇ ମିଡ଼ିଆ ଜଗତରେ ଚର୍ଚ୍ଚା ହେଉଥିବା ବେଳେ ରହସ୍ୟ ଉପରୁ ପର୍ଦ୍ଦା ହଟିଛି । ନ୍ୟୁଜ୍ 7 ର ଦର୍ଶକ ଯେତିକି ନୁହଁନ୍ତି, ଟାମ୍ପରିଂ ବା ହାତସଫେଇ କରି ଅଧିକ ଟିଆରପି ଯୋଗାଡ଼ କରୁଥିବାର ସଙ୍ଗୀନ ରିପୋର୍ଟ ପଦାକୁ ଆସିଛି । ଟିଭି ଦର୍ଶକ ମାପକାରୀ ସଂସ୍ଥା ବାର୍କର ଶୃଙ୍ଖଳାଗତ କମିଟି ହାତରେ ଚାନେଲ୍ ର ଏଭଳି ଅସାଧୁ କାରବାର ଧରାପଡ଼ିଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି ।
ପୂର୍ବରୁ ମଧ୍ୟ ଏହି ଚାନେଲ୍ ର ହାତସଫେଇ କାର୍ଯ୍ୟ ବାର୍କ ଦ୍ୱାରା ଧରାପଡ଼ିଥିବା ଜାତୀୟ ୱେବପୋର୍ଟାଲ୍ ଟେଲିଭିଜନ୍ ପୋଷ୍ଟ ରିପୋର୍ଟରେ କୁହାଯାଇଛି । ଏହି ଅସାଧୁ କାରବାର ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ବାର୍କ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି ।
ଟିଆରପି ଦୃଷ୍ଟିରୁ ଓଡ଼ିଶାର ପ୍ରମୁଖ ଟିଭି ଚାନେଲ୍ ଗୁଡ଼ିକ ମଧ୍ୟରେ ଓଟିଭି ଏକ ନମ୍ବର ସ୍ଥାନ ବଜାୟ ରଖୁଥିବା ବେଳେ କିଛି ବର୍ଷ ଧରି ନ୍ୟୁଜ୍ 7 ଚାନେଲ୍ ଦ୍ୱିତୀୟ ସ୍ଥାନରେ ରହୁଥିଲା । ଚାନେଲ୍ ର ଟିଆରପି ୫୦ରୁ ଅଧିକ ରହୁଥିଲା । ପଛରେ ରହୁଥିଲେ କନକ ଟିଭି, କଳିଙ୍ଗ ଟିଭି ଏବଂ ଅନ୍ୟମାନେ । କିଛି ମାସ ହେଲା ନ୍ୟୁଜ୍ 7 ର ଟିଆରପି ତଳକୁ ଖସି ଆସିଥିବା ବେଳେ ଦ୍ୱିତୀୟ ସ୍ଥାନ ପାଇଁ କଳିଙ୍ଗ ଓ କନକ ମଧ୍ୟରେ ବଳ କଷାକଷି ବରାବର ଚାଲିଛି । ତେବେ ଦ୍ୱିତୀୟ ସ୍ଥାନରୁ ନ୍ୟୁଜ୍ 7 ହଠାତ୍ ଅନ୍ତର୍ଦ୍ଧାନ ହେବା ପଛର ରହସ୍ୟ ଏବେ ଜଣାପଡୁଛି । ବିଭିନ୍ନ ଜାଗାରେ ବସିଥିବା ମିଟର ଜରିଆରେ ଦର୍ଶକ ସଂଖ୍ୟାକୁ ଏହି ଚାନେଲ୍ ଟାମ୍ପରିଂ କରି ଆସୁଥିଲା ବୋଲି ଧରାପଡ଼ିଛି ।
ବାର୍କ ହାତରେ ଏହି ଅସାଧୁ କାରବାର ଧରାପଡ଼ିବା ପରେ ଟିଆରପି ଦୌଡ଼ରେ ଚାନେଲ୍ ପଛରେ ପଡ଼ିଯାଇଥିବା କୁହାଯାଉଛି । କପି କରୁଥିବା ପିଲା କପି କରି ନ ପାରିଲେ ଫେଲ୍ ହେଲା ଭଳିଆ ନ୍ୟୁଜ୍ 7 ଚାନେଲ୍ ର ଅବସ୍ଥା ହୋଇଥିବା କେହି କେହି ଆକ୍ଷେପ କଲେଣି । ସୂଚନାଯୋଗ୍ୟ, ବାର୍କ ରେଟିଂ ପାଇବା ପାଇଁ ନ୍ୟୁଜ୍ 7 ଟାମ୍ପରିଂ କରୁଥିବା ପ୍ରତିଦ୍ୱନ୍ଦୀ ଚାନେଲ ପକ୍ଷରୁ ବହୁଦିନରୁ ଅଭିଯୋଗ ହେଉଥିଲା ।
ଦ୍ୱିତୀୟ ଥର ପାଇଁ ନ୍ୟୁଜ୍ 7ର ଏଭଳି ହାତସଫେଇ କାରବାର ଉପରେ ବାର୍କ କଠୋର ଆଭିମୁଖ୍ୟ ନେଉଥିବା ଜଣାପଡ଼ିଛି । ହାଇଦ୍ରାବାଦରେ ଏଭଳି ଦୁଇଟି ଚାନେଲ୍ ଧରାପଡ଼ିବା ପରେ ବାର୍କ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା । ସଂପୃକ୍ତ ଟିଭି ସଂସ୍ଥା ବିରୋଧରେ ଚାର୍ଜସିଟ୍ ମଧ୍ୟ ଦାଖଲ ହୋଇଗଲାଣି । ଆଇପିସର ଧାରା ୪୦୬, ୪୨୦ ଏବଂ ୩୪ ରେ ଏହି ମାମଲା ରୁଜୁ ହୋଇଛି । ପୂର୍ବରୁ କର୍ଣ୍ଣାଟକ, ମଧ୍ୟପ୍ରଦେଶ ଏବଂ ଆସାମରେ ମଧ୍ୟ ଟାମ୍ପରିଂ କରିଥିବା ଟିଭି ସଂସ୍ଥା ବିରୋଧରେ ବାର୍କ କଠୋର ଆଭିମୁଖ୍ୟ ନେଇଥିଲା ।
ତେବେ ଏହି ବାର୍କ ଟାମ୍ପରିଂ ବାବଦରେ ନ୍ୟୁଜ୍ 7 ର ପ୍ରତିକ୍ରିୟା ମିଳିପାରିନାହିଁ ।
Previous Post

ପୁଲିସ ଡିଜି ଦାୟିତ୍ୱ ନେଲେ ଅଭୟ

Next Post

କୁନି କୁନି ପ୍ରତିଭାଙ୍କୁ ଦେଖି ଭାବପ୍ରବଣ ହେଲେ ଆନ୍ଧ୍ର ରାଜ୍ୟପାଳ

Next Post
କୁନି କୁନି ପ୍ରତିଭାଙ୍କୁ ଦେଖି ଭାବପ୍ରବଣ ହେଲେ ଆନ୍ଧ୍ର ରାଜ୍ୟପାଳ

କୁନି କୁନି ପ୍ରତିଭାଙ୍କୁ ଦେଖି ଭାବପ୍ରବଣ ହେଲେ ଆନ୍ଧ୍ର ରାଜ୍ୟପାଳ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA