Sunday, June 15, 2025 02:12 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଦେବୁ ଖୋଲିଲେ ଗୁମର: ଅପରାଧୀ ସଲିମ୍ ବୈଜୟନ୍ତଙ୍କ ଗୁଣ୍ଡା, ଅଡ଼ିଓ ଟେପ୍ ମିଛ

by Our Correspondent
27 Apr, 2018- 08:32 PM
in Latest News, News
1 min read
0
ଦେବୁ ଖୋଲିଲେ ଗୁମର: ଅପରାଧୀ ସଲିମ୍ ବୈଜୟନ୍ତଙ୍କ ଗୁଣ୍ଡା, ଅଡ଼ିଓ ଟେପ୍ ମିଛ
ଭୁବନେଶ୍ୱର: ସାଂସଦ ବୈଜୟନ୍ତ ପଣ୍ଡା ଯେଉଁ ସଲିମ୍ ଖାନ୍ ଙ୍କୁ ମୁଣ୍ଡରେ ବସାଇଛନ୍ତି ସେ କେନ୍ଦ୍ରାପଡ଼ାର ଜଣେ କୁଖ୍ୟାତ ଅପରାଧୀ । ତାଙ୍କ ବିରୋଧରେ ୪ଟି ସଙ୍ଗୀନ ଅପରାଧିକ ମାମଲା ରହିଛି । ସେଥିରୁ ୩ ଟି ମାମଲାରେ ପୁଲିସ ଚାର୍ଜସିଟ୍ ଦାଖଲ କରିସାରିଛି । ଲୋକଙ୍କୁ ଡରାଇବା, ଧମକାଇବା ସହ ଏସସି/ଏସଟି ମାମଲା ରହିଛି । ଏଭଳି ଜଣେ ଜଣାଶୁଣା ଅପରାଧୀଠାରୁ ଦୂରେଇ ରହିବାକୁ ସାଂସଦଙ୍କୁ ବହୁବାର ଅନୁରୋଧ କରିଥିଲି । ମାତ୍ର ସାଂସଦ ଶୁଣି ନ ଥିଲେ । ବରଂ ତାଙ୍କୁ ରାଜନୈତିକ ଗୁଣ୍ଡା ଭାବେ ବ୍ୟବହାର କରିଆସୁଛନ୍ତି । ସାଂସଦଙ୍କ ଅଫିସ୍ ରେ ବସି ସଲିମ୍ ଯେଉଁ ଅଡ଼ିଓ ଟେପ୍ ଶୁଣାଇଛି ତାହା ସମ୍ପୂର୍ଣ୍ଣ ନକଲି । ତାହାର ଯାଞ୍ଚ ହେଲେ ସତ୍ୟାସତ୍ୟ ପଦାକୁ ଆସିବ । ମୁଁ ଏହାର ଯାଞ୍ଚ ପାଇଁ ଆହ୍ୱାନ କରୁଛି ।..
ବୈଜୟନ୍ତ ପଣ୍ଡାଙ୍କର ଏକଦା ଅତ୍ୟନ୍ତ ବିଶ୍ୱସ୍ତ ସହଯୋଗୀ ତଥା ରାଜନୈତିକ ସଂଯୋଜକ ଦେବାଶିଷ(ଦେବୁ) ମଲ୍ଲିକ ଆଜି ଏକ ପ୍ରେସ୍ ବିବୃତ୍ତି ଜରିଆରେ ଏଭଳି ବିସ୍ଫୋରକ ତଥ୍ୟ ଦେଇଛନ୍ତି । ସେ କହିଛନ୍ତି, ସଲିମ୍ ଭଳି ଜଣେ ଜଣାଶୁଣା ଅପରାଧୀଙ୍କୁ ସାଙ୍ଗରେ ରଖିଲେ ନିଜ ସୁନାମରେ ଆଞ୍ଚ ଆସିବ ବୋଲି ସାଂସଦଙ୍କୁ ବହୁବାର କହିଥିଲି । ତାଙ୍କୁ ନ ଦୂରେଇଲେ ଲୋକଙ୍କ ବିଶ୍ୱାସଭାଜନ ହୋଇପାରିବା ନାହିଁ ବୋଲି ବୁଝାଇଥିଲି । ହେଲେ ସାଂସଦ କର୍ଣ୍ଣପାତ କରିନଥିଲେ । ଓଲଟି ତାଙ୍କ ଉପରେ ଅଧିକରୁ ଅଧିକ ନିର୍ଭରଶୀଳ ହୋଇପଡ଼ିଥିଲେ । ଆଜି ଏହାର ପ୍ରମାଣ ଦାଣ୍ଡରେ ଗଡ଼ୁଛି ବୋଲି ସେ କହିଛନ୍ତି ।
ଦେବାଶିଷ କହିଛନ୍ତି, ସଲିମ୍ ଏବଂ ତାଙ୍କ ଭିତରେ ବାର୍ତ୍ତାଳାପର ଯେଉଁ ଅଡ଼ିଓ ସିଡ଼ି ଦେଖାଯାଇଛି ତାହା ସମ୍ପୂର୍ଣ୍ଣ ମିଥ୍ୟା । ଏହାର ଭଏସ୍ ରେକର୍ଡ ଯାଞ୍ଚ କଲେ ସବୁ ସତକଥା ସାମ୍ନାକୁ ଆସିପାରିବ । ସାଂସଦ ନିଜେ ନିଜ ଟିଭିରେ କାର୍ଯ୍ୟରତ କିଛି ଲୋକଙ୍କ ଦ୍ୱାରା ତାଙ୍କ ସ୍ୱରରର ନକଲ ତିଆରି କରି ଏହି ଷଡ଼ଯନ୍ତ୍ର ରଚିଛନ୍ତି । ଏହାର ନିହାତି ତଦନ୍ତ କରାଯିବା ଦରକାର । ସାଂସଦଙ୍କ ନିକଟରେ ବହୁବର୍ଷ କାର୍ଯ୍ୟ କରିଥିବାରୁ ସେ ବହୁ ଗୁମର ଜାଣିଛନ୍ତି । କାଳେ ସାଂସଦଙ୍କ ପ୍ରକୃତ ସ୍ୱରୂପ ପଦାରେ ପକାଇଦେବେ ସେଥିପାଇଁ ବିଳଚିତ ହୋଇପଡ଼ିଛନ୍ତି । ସଲିମ୍ ଜରିଆରେ ତାଙ୍କ ମୁହଁ ଚୁପ୍ କରିବାକୁ ବୈଜୟନ୍ତ ଉଦ୍ୟମ ଆରମ୍ଭ କରିଛନ୍ତି ବୋଲି ଦେବାଶିଷ କହିଛନ୍ତି । ତେବେ ବିଜେଡ଼ିରୁ ନିଲମ୍ବିତ ସାଂସଦଙ୍କ ଏଭଳି ହୀନ ଚକ୍ରାନ୍ତ କେବେ ବି ସଫଳ ହେବ ନାହିଁ ବୋଲି ଦେବାଶିଷ ଚାଲେଂଜ ଦେଇଛନ୍ତି ।
ସଲିମ୍ ସୁରକ୍ଷା ମାଗିବା ପ୍ରସଙ୍ଗରେ ଦେବାଶିଷ କହିଛନ୍ତି, ସଲିମ୍ ଭଳି ଜଣେ କୁଖ୍ୟାତ ଅପରାଧୀକୁ କ’ଣ ସୁରକ୍ଷା ଦିଆଯିବ ? ବରଂ ଏଭଳି ଅପରାଧୀଠାରୁ ସାଧାରଣ ଜନତାଙ୍କୁୁ ସରକାର ସୁରକ୍ଷା ଦିଅନ୍ତୁ । ଏଭଳି ଜଣେ ଅପରାଧୀଙ୍କୁ ସୁରକ୍ଷା ଦେବା ପାଇଁ ନିଲମ୍ବିତ ସାଂସଦ ଅପିଲ୍ କରିବା ଆହୁରି ହାସ୍ୟାସ୍ପଦ ବୋଲି ଦେବାଶିଷ କହିଛନ୍ତି ।
ସଲିମ୍ ଙ୍କ ବିରୋଧରେ ଥିବା ମାମଲା ଗୁଡ଼ିକର ତଥ୍ୟ ରଖିଛନ୍ତି ଦେବାଶିଷ ।
(୧) କେନ୍ଦ୍ରାପଡ଼ା ଟାଉନ୍ ପି.ଏସ୍. କେସ୍ ନଂ.୩୧,ତାରିଖ ୬.୩.୨୦୧୧ ୟୁ/ଏସ୍ ୧୪୭/୨୯୪/୫୦୬/୧୫୩(ଏ)/୧୪୯ ଆଇପିସି( ମାମଲାଟି ବିଚାରାଧୀନ)
(୨) କେନ୍ଦ୍ରାପଡ଼ା ସଦର ପି.ଏସ୍. କେସ୍ ନଂ ୮୯, ତାରିଖ ୨୫.୩.୨୦୧୩ ୟୁ/ଏସ୍ ୩୨୩/୨୯୪/୫୦୬ ଆଇପିସି/୩(୧)(ଗ) ଏସସି,ଏସଟି(ପିଏ) ଆକ୍ଟ । ମାମଲାଟି ଥିଲା, ଏକ ସାଧାରଣ ସଭାରେ ସଲିମ୍ ଖାନ୍ ଚାନ୍ଦିନୀ ସେଠୀ ନାମକ ଜଣେ ମହିଳାଙ୍କୁ ଧମକାଇବା ସହ ଆକ୍ରମଣ କରିଥିଲେ । ତାଙ୍କର ଜାତିକୁ ନେଇ କୁତ୍ସାରଟନା କରିଥିଲେ । ଏହି ମାମଲାରେ ପୁଲିସ ୩୦.୦୯.୨୦୧୩ରେ ୟୁ/ଏସ ୩୪୧/୩୨୩/୨୯୪/୫୦୬ ଆଇପିସି/୩(୧) ଏବଂ ଏସସି/ଏସଟି(ପିଏ) ଆକ୍ଟରେ ଚାର୍ଜସିଟ୍ ଦାଖଲ କରିଛି ।
(୩) କେନ୍ଦ୍ରାପଡ଼ା ଟାଉନ୍ ପି.ଏସ୍.କେସ୍ ନଂ ୩୧, ତାରିଖ ୨୧.୦୨.୨୦୧୫, ୟୁ/ଏସ୍ ୨୯୪/୫୦୬ ଆଇପିସି । ଏହି ମାମଲାରେ ସଲିମ୍ ଖାନ୍ ଫକିରାବାଦ୍ ର ଜଣେ ସାମ୍ବାଦିକ ମହମ୍ମଦ ଇଲିଆସ୍ ଙ୍କ ଧମକାଇ ହଲାପଟା କରିଥିଲେ । ଏହି ମାମଲାରେ ପୁଲିସ ୟୁ/ଏସ୍ ୨୯୪/୫୦୬ ଆଇପିସିରେ ୩୧.୧୨.୨୦୧୫ରେ ଚାର୍ଜସିଟ୍ ଦାଖଲ କରିଥିଲା ।
(୪) କେନ୍ଦ୍ରାପଡ଼ା ଟାଉନ୍ ପି.ଏସ୍. କେସ୍ ନଂ ୧୪୨, ତାରିଖ ୧୭.୮.୨୦୧୫ ୟୁ/ଏସ୍ ୨୯୪/୩୨୩/୩୪୧/୩୦୭/୩୪ ଆଇପିସି/୨୫ ଆର୍ମସ୍ ଆକ୍ଟ । ଏହି ମାମଲାରେ ସଲିମ୍ ଜଣେ ବ୍ୟକ୍ତିଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହ ପିସ୍ତଲ୍ ଦେଖାଇ ହତ୍ୟା ଧମକ ଦେଇଥିଲେ । ପୁଲିସ ଏହାର ତଦନ୍ତ କରି ୟୁ/ଏସ୍ ୩୪୧.୨୯୪/୩୨୩/୩୦୭/୩୪ ଆଇପିସିରେ ଗତ ୨୬.୧୧.୨୦୧୫ରେ ଚାର୍ଜସିଟ୍ ଦାଖଲ କରିଛି ।
ସୂଚନାଯୋଗ୍ୟ, ଗତକାଲି ବୈଜୟନ୍ତଙ୍କ ଟିଭିର ଲୋକପ୍ରିୟ କାର୍ଯ୍ୟକ୍ରମ ଖୋଲାକଥାର ଅତିଥି ଥିଲେ ସଲିମ୍ ଖାନ୍ । ଏହାକୁ ନେଇ ଚା ଖଟିଠାରୁ ସୋସିଆଲ୍ ମିଡ଼ିଆ ପର୍ଯ୍ୟନ୍ତ ରୋଚକ ଆଲୋଚନା ଚାଲିଛି । ଅଧଘଣ୍ଟାର ଏହି ସାକ୍ଷାତକାର କାର୍ଯ୍ୟକ୍ରମରେ ସଲିମ୍ ଙ୍କ ତୁଣ୍ଡରେ ବୈଜୟନ୍ତଙ୍କ ସ୍କ୍ରିପ୍ଟ ଥିଲା ବୋଲି ଆଲୋଚନା ହେଉଛି । ଏକ ନମ୍ବର ଟିଭିର ଲୋକପ୍ରିୟ କାର୍ଯ୍ୟକ୍ରମରେ ସଲିମ୍ ଭଳି ଜଣେ ଅନାମଧ୍ୟେୟ ବ୍ୟକ୍ତି ଅତିଥି ହୋଇ ବସିବାକୁ ସୋସିଆଲ୍ ମିଡ଼ିଆରେ ଛି ଛାକର କରାଯାଇଛି । ଓଟିଭି କୋଉ ସ୍ତରକୁ ଗଲାଣି ବୋଲି ଅନେକ ବ୍ୟକ୍ତି କଟାକ୍ଷ କରିଛନ୍ତି ।
Previous Post

‘ଇମ୍ଫା’କୁ ସୁରକ୍ଷା ଉଦ୍ୟମ; ବୈଜୟନ୍ତଙ୍କ ‘ପି’ ବାଉଳା

Next Post

କଂଗ୍ରେସ ବେମାର ଗଲାନି; ‘ଟିମ୍ ନିରଞ୍ଜନ’ରେ ଫାଟ !

Next Post
କଂଗ୍ରେସ ବେମାର ଗଲାନି; ‘ଟିମ୍ ନିରଞ୍ଜନ’ରେ ଫାଟ !

କଂଗ୍ରେସ ବେମାର ଗଲାନି; ‘ଟିମ୍ ନିରଞ୍ଜନ’ରେ ଫାଟ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19058 shares
    Share 7623 Tweet 4765
  • ନବୀନ..ନବୀନ, ମୋହନ..ମୋହନ

    16582 shares
    Share 6633 Tweet 4146
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7287 shares
    Share 2915 Tweet 1822
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5779 shares
    Share 2312 Tweet 1445
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5464 shares
    Share 2186 Tweet 1366

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA