Thursday, May 21, 2026 11:04 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନବଙ୍କ ଉପରୁ ସସ୍‍ପେଣ୍ଡ ଉଠିବ

by Our Correspondent
15 Dec, 2015- 07:20 PM
in News
1 min read
0
ନବଙ୍କ ଉପରୁ ସସ୍‍ପେଣ୍ଡ ଉଠିବ

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): କଂଗ୍ରେସ ବିଧାୟକ ନବ ଦାସଙ୍କ ଉପରୁ ବୁଧବାର ଉଠିବ ସସ୍‍ପେଣ୍ଡ ଆଦେଶ । ଶାସକ ଦଳ ପାଇଁ ଏହା ବୁମେରାଂ ହେବାକୁ ଯାଉଥିବାରୁ ସସ୍‍ପେଣ୍ଡ ନିଷ୍ପତିର ପୁର୍ନବିଚାର ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ଶାସକ ଦଳର ମନୋଭାବ ବି ବାଚସ୍ପତିଙ୍କୁ ଜଣାଇ ଦିଆଯାଇଥିବା ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି । ଯୋଜନା ଅନୁଯାୟୀ ବାଚସ୍ପତି ବୁଧବାର ଦିନ ନବ ଦାସଙ୍କ ଉପରୁ ସସ୍‍ପେଣ୍ଡ ଆଦେଶ ପ୍ରତ୍ୟାହାର କରିବେ ଏବଂ ଗୃହର ଏଥିକ୍ସ କମିଟି ମାମଲାର ତଦନ୍ତ ନିଦେ୍ର୍ଧଶକୁ କାଏମ ରଖିବେ । ବାଚସ୍ପତିଙ୍କ ନିଷ୍ପତି ପରେ ବିରୋଧୀ ଦଳ ଗୃହର କାର୍ଯ୍ୟରେ ଯୋଗଦେବେ ବୋଲି ଖସଡ଼ା ପ୍ରସ୍ତୁତ ହୋଇଛି । ମଙ୍ଗଳବାର ସଂଧ୍ୟାରେ ସର୍ବଦଳୀୟ ବୈଠକ ପରେ ଏଭଳି ସୂଚନା ମିଳିଛି ।
ମଙ୍ଗଳବାର ବାଚସ୍ପତି ଯେଉଁ ଢ଼ଙ୍ଗରେ ନବ ଦାସଙ୍କୁ ଗୃହରୁ ନିଲମ୍ବନ କଲେ ତାହା ବିରୋଧୀ ଦଳଙ୍କୁ ଉତ୍‍କ୍ଷିପ୍ତ କରିଛି । ପ୍ରଥମେ ରୁଲିଂ ଦେଲେ ବିଧାନସଭା ଏଥିକ୍ସ କମିଟି ମାମଲାର ତଦନ୍ତ କରିବ । ମାତ୍ର ପୂର୍ବ ପ୍ରସ୍ତୁତି ଅନୁଯାୟୀ ଶାସକ ଦଳର ମୁଖ୍ୟ ସଚେତକ ନବ ଦାସଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଭିତ୍ତି କରି ଗୃହରେ ଏକ ପ୍ରସ୍ତାବ ଆଣିଥିଲେ । ନବ ଦାସଙ୍କୁ ଗୃହରୁ ୭ ଦିନ ପାଇଁ ସସ୍‍ପେଣ୍ଡ କରାଯାଉ ବୋଲି ସେ ପ୍ରସ୍ତାବ ରଖିଥିଲେ । ଆଉ ଅନୁଧ୍ୟାନ ପାଇଁ ନ ଛାଡ଼ି ବାଚସ୍ପତି ତୁରନ୍ତ ବାଚନିକ ଭୋଟ ଜରିଆରେ ପ୍ରସ୍ତାବକୁ ଗ୍ରହଣ କଲେ ଏବଂ ନବ ଦାସଙ୍କୁ ସସ୍‍ପେଣ୍ଡ କରିଦେଲେ । ଗୋଟିଏ ପଟେ କୋ÷ଣସି ତଥ୍ୟ ପ୍ରମାଣ ନ ଥାଇ ମୁଖ୍ୟ ସଚେତକ କଂଗ୍ରେସ ବିଧାୟକ ନବ ଦାସଙ୍କ ବିରୋଧରେ ପ୍ରସ୍ତାବ ଆଣିବା ଯେତିକି ଗର୍ହିତ ବାଚସ୍ପତି ମାମଲାକୁ ଅନୁଧ୍ୟାନ ନ କରି କି ନବଙ୍କୁ ସ୍ପଷ୍ଟୀକରଣ ରଖିବାର ସୁଯୋଗ ନ ଦେଇ ତୁରନ୍ତ ଦଣ୍ଡବିଧାନ କରିବା ସେତିକି ଦୁର୍ଭାଗ୍ୟଜନକ ।
ଏମିତି ଦେଖିଲେ ନବ ଦାସ ଗୃହର ପ୍ରଶ୍ନକାଳରେ ନିଜ ମୋବାଇଲରୁ ଅଶ୍ଲୀଳ ଭିଡ଼ିଓ ଦେଖୁଥିବା କଥା ଟିଭିରେ ପ୍ରସାରିତ ହୋଇଥିଲେ ମଧ୍ୟ କ’ଣ ସେଇ ଚିତ୍ର ତାହା ସ୍ପଷ୍ଟ ହୋଇନାହିଁ । ଏକ ନିର୍ଦ୍ଧିଷ୍ଟ ଚାନେଲର ରିପୋର୍ଟକୁ ଭିତ୍ତି କରି ବିଜେଡ଼ି ଦଳର ବିଧାୟିକା ପ୍ରମିଳା ମଲ୍ଲିକ ଗୃହରେ ନବ ଦାସଙ୍କ ବିରୋଧରେ ରଣହୁଙ୍କାର ଦେଲେ । ତାଙ୍କୁ ବହିଷ୍କାର ପାଇଁ ଦାବି କଲେ । ଆଉ ନବ ଦାସ ଅଶ୍ଲୀଳ ଚିତ୍ର ଦେଖିବାର ଅଭିଯୋଗର ସତ୍ୟତା ନ ବୁଝି ବାଚସ୍ପତି ତାଙ୍କୁ ସସ୍‍ପେଣ୍ଡ କଲେ । ସୁତରାଂ ମିଡ଼ିଆ ରିପୋର୍ଟକୁ ଅସ୍ତ୍ର କରି ଶାସକ ଦଳର ଏହା ପ୍ରୟୋଜିତ କାର୍ଯ୍ୟକ୍ରମ ବୋଲି ଧରାପଡ଼ିଛି ।
ଏଇଠି ପ୍ରଶ୍ନ, ଚାଷୀ ଆତ୍ମହତ୍ୟାକୁ ତାତ୍ସଲ୍ୟ କରି ଅମରଲଡୁ ଦେଖାଇଥିବା ପ୍ରମିଳା ମଲ୍ଲିକ ମିଡ଼ିଆ ରିପୋର୍ଟକୁ ଆଧାର କରି ନବ ଦାସଙ୍କ ବିରୋଧରେ ଯଦି ଅଭିଯୋଗ ଆଣିଲେ ତେବେ ତାଙ୍କ ପାଇଁ ଏହା ପ୍ରଜୁଯ୍ୟ ନୁହେଁ କି? ମିଡ଼ିଆ ସାମନାରେ ଚାଷୀଙ୍କୁ ଅମର ଲଡୁ ଦେଖାଇଥିବା ପ୍ରମିଳା ନିଜ ମନ୍ତବ୍ୟକୁ ଖଣ୍ଡନ କରି ମିଡ଼ିଆ ରିପୋର୍ଟକୁ ଭୁଲ୍‍ ବୋଲି ଦର୍ଶାଇଥିଲେ । ସେଇ ମିଡ଼ିଆ ଯଦି ବିରୋଧୀ ଦଳଙ୍କ ବିରୋଧରେ କିଛି କହିଲା ସେତେବେଳେ ପ୍ରମିଳା ଅପାଙ୍କ ମିଡ଼ିଆ ପ୍ରୀତି କୁଆଡୁ ବାହାରିଲା? ଖାଲି ପ୍ରମିଳା ନୁହଁନ୍ତି ଚାଷୀ ଆତ୍ମହତ୍ୟା ନେଇ ମିଡ଼ିଆରେ ତଥ୍ୟ ଭିତ୍ତିକ ରିପୋର୍ଟକୁ କଞ୍ଚା ମିଛ ଦର୍ଶାଉଥିବା ବିଜେଡ଼ି ସଭ୍ୟମାନେ ଏବେ ନବ ଦାସଙ୍କ ବିରୋଧରେ ମିଡ଼ିଆରେ ଆସିଥିବା ରିପୋର୍ଟକୁ ତତ୍‍କ୍ଷଣାତ ସତ ଧରିନେଲେ କେମିତି?
ଏହା ସତ ଯେ ନବ ଦାସ ଯଦି ସତରେ ମୋବାଇଲରେ ଅଶ୍ଲୀଳ ଚିତ୍ର ଦେଖୁଥିଲେ ତେବେ ତାହା ସାଂଘାତିକ । ପବିତ୍ର ବିଧାନସଭା ଗାରିମାରେ ଏହା କଳଙ୍କ ଲଗାଇବ । ମାତ୍ର ଯେ ପର୍ଯ୍ୟନ୍ତ ତାହା ସତ୍ୟ ବୋଲି ପ୍ରମାଣିତ ନ ହୋଇଛି ସେ ପର୍ଯ୍ୟନ୍ତ ତାଙ୍କୁ ଅପରାଧୀ ଦର୍ଶାଇବା ନ୍ୟାଚୁରାଲ୍‍ ଜଷ୍ଟିସ୍‍ ନୁହେଁ । ବୋଧହୁଏ ଶାସକ ଦଳର ଚାପରେ ବାଚସ୍ପତି ମାମଲାର ସତ୍ୟାସତ୍ୟ ଯାଞ୍ଚ ନ କରି ଦଣ୍ଡ ଶୁଣାଇଛନ୍ତି । ଶାସକ ଦଳର ସଭ୍ୟମାନେ ଭୁଲିଯିବା ଉଚିତ୍‍ ନୁହେଁ କି ନିକଟ ଅତୀତରେ ବିଜେପି ବିଧାୟିକା ରାଧାରାଣୀ ପଣ୍ଡାଙ୍କୁ ଗୃହରେ ଅଶାଳୀନ ମନ୍ତବ୍ୟ ଦେଇଥିଲେ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ । ରାଧାରାଣୀ ନ୍ୟାୟ ପାଇଁ ତୁମ୍ବିତୋଫାନ କରିଥିଲେ ବି ବାଚସ୍ପତି କାର୍ଯ୍ୟାନୁଷ୍ଠାନ ନେବାକୁ ଉଚିତ୍‍ ମଣିଲେ ନାହିଁ । ମାଆକୁ ସମ୍ମାନର ନାରା ଦେଉଥିବା ବିଜେଡ଼ି ଓ ତାଙ୍କ ପ୍ରମିଳା ଅପା ସେତେବେଳେ ରାଧାରାଣୀଙ୍କ ସପକ୍ଷରେ ପାଟି ଖୋଲିଥିଲେ ସେମାନଙ୍କ ଗାରିମା ବଢ଼ିଥାଆନ୍ତା । ନାରୀ ସମ୍ମାନ ଯେ ରାଜନୀତିର ଉଦ୍ଧ୍ୱର୍ରେ ତାହାର ପ୍ରମାଣ ମିଳିଥାଆନ୍ତା? ମାତ୍ର ତାହା ହୋଇଥିଲା କି? ଏବେ ନବ ଦାସଙ୍କ କ୍ଷେତ୍ରରେ ବିଜେଡ଼ିର ଆଭିମୁଖ୍ୟ କଞ୍ଚା ରାଜନୀତି ବୋଲି ଧରାପଡ଼ିଛି । ଏ କ୍ଷେତ୍ରରେ ବାଚସ୍ପତି ଦଳୀୟ ରାଜନୀତିର ଉଦ୍ଧ୍ୱର୍ରେ ରହି ନିଷ୍ପତି ନେଇଥିଲେ ବିଧାନସଭାର ଗାରିମା ବଢ଼ିଥାଆନ୍ତା ବୋଲି ବିରୋଧୀ ଦଳ ଦର୍ଶାଇଛନ୍ତି ।

Previous Post

ଭୁବନେଶ୍ୱର ନୁହେଁ, ରାଉରକେଲା !

Next Post

ଆଳ କରି ପଳେଇଲେ

Next Post
ଆଳ କରି ପଳେଇଲେ

ଆଳ କରି ପଳେଇଲେ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA