Saturday, November 15, 2025 07:42 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ନବୀନଙ୍କ ସ୍କାନରରେ ୯ ବିଧାୟକ

by Our Correspondent
12 Aug, 2017- 07:24 AM
in Latest News, Politics
1 min read
0
ନବୀନଙ୍କ ସ୍କାନରରେ ୯ ବିଧାୟକ
ଭୁବନେଶ୍ୱର: ବିଜୁ ଜନତା ଦଳର ୯ ଜଣ ବିଧାୟକ ବିଜେପି ସହ ନିବିଡ଼ ସମ୍ପର୍କରେ ଅଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ଜଣେ ପୂର୍ବତନ ମନ୍ତ୍ରୀ । ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ସେମାନଙ୍କ ବରାବର ଯୋଗାଯୋଗ ରହିଛି । ବାର୍ଗେନିଂ ବି ସରିଛି । କେବଳ ପରିସ୍ଥିତି ଓ ସମୟକୁ ଅପେକ୍ଷା କରିଛନ୍ତି । ସାଧାରଣ ନିର୍ବାଚନ ବେଳକୁ ଯେ କୌଣସି ମୁହୁର୍ତ୍ତରେ ସେମାନେ ସେୟାଡ଼କୁ ଡେଇଁଯିବେ । ଏହା କୌଣସି ଖଟି ଆଲୋଚନାର କଥା ନୁହେଁ, ଖୋଦ୍ ଗୁଇନ୍ଦା ବିଭାଗର ରିପୋର୍ଟ । ବିଭାଗ ପକ୍ଷରୁ ଦୁଇମାସ ତଳୁ ମୁଖ୍ୟମନ୍ତ୍ରୀଙ୍କୁ ଏହି ସୂଚନା ଦିଆଯାଇଛି । ଗୁଇନ୍ଦା ରିପୋର୍ଟ ମିଳିବା ପରେ ମୁଖ୍ୟମନ୍ତ୍ରୀ ଏହି ୯ ବିଧାୟକଙ୍କ ଉପରେ ସତର୍କ ନଜର ରଖିଛନ୍ତି । ସେମାନଙ୍କ ଗତିବିଧିକୁ ସ୍କାନରରେ ରଖିଛନ୍ତି ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ୯ ବିଧାୟକଙ୍କ ମଧ୍ୟରୁ ଅଧିକ ହେଉଛନ୍ତି ଉପକୂଳ ଅଞ୍ଚଳର । ପଶ୍ଚିମ ଓଡ଼ିଶାର ଜଣେ ନାମଜାଦା ଯୁବ ବିଧାୟକ ବିଜେପି ଓ ଧର୍ମେନ୍ଦ୍ରଙ୍କ ସହ ଯୋଗାଯୋଗରେ ମାମଲତକାର ହୋଇଛନ୍ତି । ନବୀନଙ୍କ ଲୋକପ୍ରିୟତା ଓ ବିଜେଡ଼ିର ସ୍ଥିତି ସେଭଳି ଖରାପ ନ ଥିଲେ ମଧ୍ୟ ସେମାନଙ୍କ ନିଜର ସମସ୍ୟା ଅଛି । ନିଜ ନିଜ ସ୍ଥିତି ନେଇ ଆତଙ୍କିତ ହୋଇପଡ଼ିଛନ୍ତି । କିଏ ଦଳରେ ନିଜର ଗୁରୁତ୍ୱ ହରାଇଥିବା ଅନୁଭବ କରୁଛନ୍ତି ତ ଆଉ କାହାର ଟିକେଟ କଟିବା ଭୟ ରହିଛି । କେତେଜଣ ଟିକେଟ ପାଇଲେ ବି ନିଜ ନିର୍ବାଚନମଣ୍ଡଳୀରୁ ନିର୍ଘାତ୍ ହାରିବାର ଭୟ ରହିଛି । ତେଣୁ ସମୟ ଦେଖି ବିଜେପିକୁ ଡେଇଁଗଲେ ନିଜର ବ୍ୟକ୍ତିଗତ ଫାଇଦା ହାସଲର ହିସାବ ନିକାସ କରିଛନ୍ତି । ଯେଉଁମାନଙ୍କର ବିଜେଡ଼ି ଟିକେଟ କଟିବ ସେମାନେ ବିଜେପିରୁ ଲଢ଼ିବେ ଆଉ ଯିଏ ଟିକେଟ ପାଇ ବି ହାରିବାର ଭୟ ରଖିଛନ୍ତି ସେମାନେ ବିଜେପି ସହ ହାତ ମିଳାଇ ମୋଟା ଅଙ୍କର ମାଲ୍ ପକାଇ ବସିଯିବେ । ଏହି ସର୍ତ୍ତରେ ଧର୍ମେନ୍ଦ୍ର ପ୍ରଧାନଙ୍କ କ୍ୟାମ୍ପ୍ ପକ୍ଷରୁ ମୋଟା ଅଫର୍ ମିଳିଛି ଯାହା ବିଜେଡ଼ି ବିଧାୟକଙ୍କ ପାଟିରୁ ଲାଳ ଗଡ଼ାଇ ଦେଇଛି ।
‘ମିଡ଼ ଡେ ଓଡ଼ିଶା’ ପାଖରେ ରହିଥିବା ନିର୍ଦ୍ଦିଷ୍ଟ ସୂଚନା ଅନୁଯାୟୀ, ଧର୍ମେନ୍ଦ୍ରଙ୍କଠାରୁ ଆପଏଣ୍ଟମେଣ୍ଟ ମାଗି ଉପକୂଳ ଅଞ୍ଚଳର ଜଣେ ଯୁବ ବିଧାୟକ ଗତ ଏପ୍ରିଲ୍ ମାସରେ ଦିଲ୍ଲୀ ଯାଇଥିଲେ । ତାଙ୍କ ସରକାରୀ ବାସଭବନରେ ପ୍ରାୟ ଘଣ୍ଟାଏ କାଳ ନିଭୃତ ଆଲୋଚନା କରିଥିଲେ । ଆଲୋଚନାକାଳରେ ଧର୍ମେନ୍ଦ୍ରଙ୍କଠାରୁ ସେ ଲୋଭନୀୟ ପ୍ରତିଶ୍ରୁତି ପାଇଥିଲେ । ନିଜର କିଛି ବ୍ୟବସାୟିକ ସ୍ୱାର୍ଥରେ ଧର୍ମେନ୍ଦ୍ରଙ୍କ ସହଯୋଗ ମାଗି ଚଟାପଟ ହାସଲ କରିନେଇଥିଲେ । ଏହି ଭେଟଘାଟକୁ ବିଧାୟକ ଅତ୍ୟନ୍ତ ଗୋପନ ରଖିଥିଲେ ମଧ୍ୟ ଖବରଟି ପରଦିନ ଭୁବନେଶ୍ୱରକୁ ପଳାଇ ଆସିଥିଲା । କିଛି ବିଧାୟକ ଖୁଲମ୍ ଖୋଲା ନ ହୋଇ ସେମାନଙ୍କର ଚେଲା ଚାମଣ୍ଡାଙ୍କ ଦ୍ୱାରା ଧର୍ମେନ୍ଦ୍ର ଯୋଗସୂତ୍ରରେ ଅଛନ୍ତି ।
ବିଜେଡ଼ି ସଂସଦୀୟ ଦଳରେ କ୍ରସ୍ ଭୋଟିଂ ଓ ବିଭାଜନ ସୃଷ୍ଟି ଉଦ୍ୟମ ଚର୍ଚ୍ଚା ଜୋର୍ ଧରିବା ବେଳକୁ ହାତଗଣତି ବିଧାୟକଙ୍କ ବିଜେପି ଲଟରପଟର ଦଳୀୟ ରାଜନୀତିକୁ ସରଗରମ କରିଛି । ବିଜେଡ଼ି ସୁପ୍ରିମୋଙ୍କୁ ଏହା ବିଚଳିତ କରିଛି । ସେପଟେ ଏହି ଷଡ଼ଯନ୍ତ୍ର ପଛରେ ହାଇଏଣ୍ଡ ସାଂସଦଙ୍କ ଭୂମିକା ଉପରେ ସମସ୍ତଙ୍କ ନଜର ପଡ଼ିଛି । ସାମ୍ପ୍ରତିକ ପରିସ୍ଥିତିରେ ଓଡ଼ିଶାର ରାଜନୈତିକ ପାଣିପାଗ ଯାହା ବିଜେପି ମୁହାଁ ବିଜେଡ଼ିର ହାତଗଣତି ସାଂସଦ ଓ ବିଧାୟକଙ୍କ ସମ୍ଭାବ୍ୟ ମେଳିକୁ ସୁପର୍ ଫ୍ଲପ୍ ସୋ ବୋଲି ରାଜନୈତିକ ବିଶେଷଜ୍ଞମାନେ ବିଚାର କରୁଛନ୍ତି । ଏହାଦ୍ୱାରା ସେମାନଙ୍କର ଲାଭ ପରିବର୍ତ୍ତେ ପ୍ରଚୁର କ୍ଷତି ହେବ ବୋଲି କହିଛନ୍ତି । ବିଜେଡ଼ିରେ ବିଭାଜନ ସୃଷ୍ଟି ପ୍ରସଙ୍ଗରେ ରାଜଦୀପ୍ ସରଦେଶାଇଙ୍କ ଟ୍ୱିଟ୍ ଏବଂ ଦ ଇକୋନିମିଷ୍ଟ ପତ୍ରିକାର ଆକଳନ ବାସ୍ତବଠାରୁ ଦୂରରେ ବୋଲି ବି ସେମାନଙ୍କର ମତ । ଓଡ଼ିଶାରେ ସେଭଳି ସ୍ଥିତି ସୃଷ୍ଟି ହୋଇନାହିଁ ବୋଲି ସେମାନଙ୍କ ଆକଳନ। ତେବେ ସେ ଯାହା ହେଉ, ନବୀନଙ୍କ ସ୍କାନରରେ ଥିବା ସାଂସଦ ଓ ୯ ବିଧାୟକଙ୍କ ଭବିଷ୍ୟତ ଯେ ଅନ୍ଧାରରେ ତାହା ଏବେଠୁଁ ଜଳ ଜଳ ଦିଶିଲାଣି ।
Previous Post

ମହାନଦୀ ବଞ୍ଚାଓ ଆନ୍ଦୋଳନକୁ ସମର୍ଥନର ସୁଅ

Next Post

କଂଗ୍ରେସ କଳିରେ ବିଜେପି ମୁଣ୍ଡ !

Next Post
କଂଗ୍ରେସ କଳିରେ ବିଜେପି ମୁଣ୍ଡ !

କଂଗ୍ରେସ କଳିରେ ବିଜେପି ମୁଣ୍ଡ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19120 shares
    Share 7648 Tweet 4780
  • ନବୀନ..ନବୀନ, ମୋହନ..ମୋହନ

    16589 shares
    Share 6636 Tweet 4147
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7293 shares
    Share 2917 Tweet 1823
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5804 shares
    Share 2322 Tweet 1451
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5478 shares
    Share 2191 Tweet 1370

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA