Monday, May 25, 2026 05:08 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନା ଅଛି ଲଜ୍ଜା ନା ସରମ୍

by Our Correspondent
07 Aug, 2016- 07:49 AM
in Politics
1 min read
0
ନା ଅଛି ଲଜ୍ଜା ନା ସରମ୍

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ସାଢ଼େ ଚାରି କୋଟି ଓଡ଼ିଆଙ୍କୁ ଭକୁଆ ବନେଇ ଦେଇଛନ୍ତି ନବୀନ ପଟ୍ଟନାୟକ ଓ ତାଙ୍କ ବିଜୁ ଜନତା ଦଳ। ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ ସରକାରଙ୍କ ବୃହତ ପ୍ରକଳ୍ପ ନିର୍ମାଣର ଟେର୍ ପାଇ ନ ଥିଲେ ବୋଲି କହୁଛନ୍ତି। ଜଳସେଚନ ବିଭାଗ ଦାୟିତ୍ୱରେ ଥିବା ଖୋଦ୍ ମୁଖ୍ୟମନ୍ତ୍ରୀ ନିଜର ଅଜ୍ଞତା ଦେଖାଇ ମହାନଦୀ ପାଇଁ ଲୁହ ଢ଼ାଳିଛନ୍ତି। ଶେଷ ରକ୍ତ ବିନ୍ଦୁ ପର୍ଯ୍ୟନ୍ତ ଲଢ଼େଇ କରାଯିବ ବୋଲି ଲିଖିତ ବିବୃତି ପଢ଼ି ଖବରକାଗଜରେ ବିଜ୍ଞାପନ ଛାପିଛନ୍ତି। ଗୁରୁଙ୍କ କୋହ ଓ ଲୁହକୁ ତାଙ୍କ ଶିଷ୍ୟମାନେ ନିଜ ଆଖିରେ ଧରି ଖବରକାଗଜ ଓ ଟିଭିରେ ବିବୃତି ଦେଉଛନ୍ତି। ଜିଲ୍ଲାପାଳଙ୍କ ଅଫିସ ଆଗରେ ଲୁହ ଢ଼ାଳୁଛନ୍ତି। ମହାନଦୀ ବଂଚାଓ ସଂଗ୍ରାମ ପାଇଁ ବିଜୁ ଜନତା ଦଳର ନେତାଙ୍କ ବ୍ୟାକୁଳତା ଆକାଶ ପାତାଳ ଛୁଇଁଯାଇଛି। ରାଜନୀତିର ପଶାପାଲି ଧରି ବିଜେଡ଼ିର ଏଭଳି ହୀନ, କୁତ୍ସିତ ଓ ଲଜ୍ଜିତ ଆଚରଣକୁ ଓଡ଼ିଶାବାସୀ ଖାଲି ହୃଦୟଙ୍ଗମ କରୁନାହାନ୍ତି ବରଂ ଟିଭି, ପେପରରେ ଦେଖି ଦେଖି ଜଳକା ହୋଇଯାଇଛନ୍ତି।

ବିଜେଡ଼ି ଓ ତାଙ୍କ ସରକାର କହୁଛନ୍ତି, ଛତିଶଗଡ଼ର ନିର୍ମାଣାଧୀନ ପ୍ରକଳ୍ପ ନେଇ ଏ ପର୍ଯ୍ୟନ୍ତ କୌଣସି ତଥ୍ୟ ନାହିଁ। ଛତିଶଗଡ଼ ସରକାର ଓଡ଼ିଶାକୁ ଅନ୍ଧାରରେ ରଖି ଏକପାଖିଆ ପ୍ରକଳ୍ପ ନିର୍ମାଣ କରୁଛନ୍ତି। ଏହି ଯୁକ୍ତି ଧରିଥିବା ସରକାରୀ ଦଳ ମହାନଦୀ ଶୁଖିଯିବ ବୋଲି କେଉଁ ତଥ୍ୟ ଆଧାରରେ ବୋବାଳୁଛନ୍ତି ? ତଥ୍ୟ ଜାଣି ନ ଥିବା ସରକାର ନିଜର କ୍ଷତି ଆକଳନ କଲେ କେମିତି ? ମହାନଦୀ ଓଡ଼ିଶାର ଜୀବନରେଖା ଏହା ସତ୍ୟ। ଏହି ସତ୍ୟ ଜାଣିଥିବା ସରକାର ମହାନଦୀର ସୁରକ୍ଷା ପାଇଁ ତଥ୍ୟ ଯୋଗାଡ଼ କରିପାରୁନାହାନ୍ତି କାହିଁକି ? ବିନା ତଥ୍ୟରେ ପ୍ରଧାନମନ୍ତ୍ରୀଙ୍କୁ କ’ଣ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ? ମୁଖ୍ୟ ଶାସନ ସଚିବ ଓ ଜଳସମ୍ପଦ ସଚିବ ଦିଲ୍ଲୀ ଆଲୋଚନାକୁ ଗଲେ କେମିତି ? ମହାନଦୀ ହୁଙ୍କାରର ଦୁଇମାସ ବିତିଯାଇଥିଲେ ମଧ୍ୟ ଏ ଯାଏଁ ତଥ୍ୟ ଜାଣି ପାରୁନାହାନ୍ତି କେମିତି ? ଯୁଗ୍ମ ନିୟନ୍ତ୍ରଣ ବୋର୍ଡ ଗଠନ ଉପରେ ସହମତି ଦେଇ ପାରୁନାହାନ୍ତି କାହିଁକି ? ଉପରେ ଯାହା ଆବଶ୍ୟକ ତାହା ନ କରି ସରକାରୀ ଦଳ ଜିଲ୍ଲାପାଳ ଅଫିସ ଆଗରେ କରୁଛନ୍ତି କ’ଣ ? ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦେବା ନାଁରେ ଏହା ପଂଚାୟତ ନିର୍ବାଚନ ରାଜନୀତି ଛଡ଼ା ମହାନଦୀ ବ୍ୟାକୁଳତା ବୋଲି କେଉଁ ଓଡ଼ିଆ ବିଶ୍ୱାସ କରିବ ?

ସତ ସବୁବେଳେ ସତ। ମହାନଦୀ ସୁରକ୍ଷା ପ୍ରସଙ୍ଗରେ ଦେବୀ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟ, ପ୍ରତାପ ଦେବ କି ଶଶିଭୂଷଣ ବେହେରାଙ୍କ ଭଳି ନେତାଙ୍କ ତୁଣ୍ଡ ଯାହା କହୁଛି ସେଥିରେ ବିତଣ୍ଡା ଓ ବାଚଳାମୀ ଛଡ଼ା କିଛି ନାହିଁ। ପ୍ରସନ୍ନ ଆଚାର୍ଯ୍ୟ ମହାନଦୀ କଥା କହିବା ପାଇଁ ରାଜ୍ୟସଭା ଫୋରମ୍ ଛାଡ଼ି ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀରେ ମାତିଛନ୍ତି। କଲେଜ ଛୁଆଙ୍କ ଭଳି ସେ ଏଠି ଆଚରଣ କରୁଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯେଉଁ ଆକ୍ଷେପ କରିଛନ୍ତି ତାହା ଶତ ପ୍ରତିଶତ ସତ। ପ୍ରସନ୍ନ ଆଚାର୍ଯ୍ୟ ଓ ଦଳର ମୁଖପାତ୍ରମାନେ କେବଳ ମୁଖ୍ୟମନ୍ତ୍ରୀଙ୍କ ଲିଖିତ ବିବୃତିଟି ଘୋଷି ସବୁ ପ୍ରଶ୍ନରେ ସେହି ଏକା ଉତର ରଖୁଛନ୍ତି। କିଛି ନ ଜାଣି ଅନ୍ଧାରରେ ବାଡ଼ି ବୁଲାଇବା ଭଳି ସେମାନେ ଚିରାଚରିତ ଢ଼ଙ୍ଗରେ ବୟାନବାଜି କରୁଛନ୍ତି। ସେଥିରେ ନା ଅଛି ଯୁକ୍ତି ନା ଗମ୍ଭୀରତା। ସେପଟେ ମହାନଦୀ ଭଳି ଇସ୍ୟୁ ପାଇଁ ବିରୋଧୀବାଲା ସଂଘବଦ୍ଧ ଭାବେ ସରକାରଙ୍କୁ ଘାଇଲା କରିବେ କ’ଣ ବ୍ୟକ୍ତିଗତ ବାହାବା ନେବା ପାଇଁ ଦଳ ଭିତରେ ବାଡ଼ିଆପିଟା ହେଉଛନ୍ତି। ଉଭୟ କଂଗ୍ରେସ ଓ ବିଜେପିରେ ସମାନ ଅବସ୍ଥା। 

ମହାନଦୀ ଭଳି ରାଜ୍ୟ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗର ନିଚ୍ଛକ ବାସ୍ତବତା ଯେ ରାଜ୍ୟ ସରକାର ଜାଣିନାହାନ୍ତି ତାହା ନୁହେଁ। ଛତିଶଗଡ଼ର କେଲୋ ପ୍ରକଳ୍ପ ହେଉ କି ଅନ୍ୟାନ୍ୟ ପ୍ରକଳ୍ପ ସମ୍ପର୍କରେ ରାଜ୍ୟ ସରକାର ମୂଳରୁ ଭଲ ଭାବେ ଅବଗତ ଅଛନ୍ତି । ଯାହାକୁ ସେମାନେ ଅବହେଳା କରୁଥିଲେ ଆଜି ତାହାକୁ ଘଂଟ ଘୋଡାଇବା ପାଇଁ ସୌମ୍ୟରଂଜନ ପଟ୍ଟନାୟକଙ୍କ ଭାଷାରେ ଅହଂକାରର ଆଶ୍ରୟ ନେଇଛନ୍ତି। କାରଣ ସରକାର ଯେତେ ଲୁଚାଇଲେ ମଧ୍ୟ ସତ୍ୟ ଗୋଟିକ ପରେ ଗୋଟିଏ ପଦାକୁ ଆସୁଛି। ଛତିଶଗଡ଼ ସରକାର ୨୦୦୬ ମସିହାରେ କେଲୋ ପ୍ରକଳ୍ପର ବିସ୍ତୃତ ପ୍ରକଳ୍ପ ରିପୋର୍ଟ ଓଡ଼ିଶା ସରକାରଙ୍କୁ ଦେଇଥିଲେ। କେଲୋ ପ୍ରକଳ୍ପ ସର୍ଭେ ଡିଭିଜନ୍ କାର୍ଯ୍ୟାଳୟର ରେକର୍ଡପତ୍ରରେ ଏହା ସ୍ପଷ୍ଟ ଉପଲବ୍ଧ। ୨୦୦୮ ମସିହା ଜୁଲାଇ ୧୪ରେ ଛତିଶଗଡ଼ ସରକାରଙ୍କ ଜଳସେଚନ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜେ.କେ. କୁଜଲ୍ ଓଡ଼ିଶା ପ୍ରତିପକ୍ଷ ଏସ୍.ସି.ବେହେରାଙ୍କୁ କେଲୋ ପ୍ରକଳ୍ପ ସମ୍ପର୍କରେ ଲେଖି ଏନଓସି ମାଗିଥିଲେ। ମାତ୍ର ସରକାର ଚୁପ୍ ରହିଥିଲେ। ସେହିବର୍ଷ ସେପ୍ଟେମ୍ବର ୧୮ରେ ଛତିଶଗଡ ଜଳସମ୍ପଦ ସଚିବ ଓଡ଼ିଶାର ଜଳସେଚନ ସଚିବଙ୍କୁ କେଲୋ ପ୍ରକଳ୍ପ ନେଇ ପୁନର୍ବାର ଅବଗତ କରିଥିଲେ। ୨୦୧୦ ମସିହାରେ ରାଜ୍ୟ ସରକାରଙ୍କ ଜଳସେଚନ ବିଭାଗର ବାର୍ଷିକ ରିପୋର୍ଟରେ ନିର୍ମାଣାଧୀନ କେଲୋ ପ୍ରକଳ୍ପ ସମ୍ପର୍କରେ ସୂଚନା ଥିଲା। ମାତ୍ର ବିଭାଗ ତାହାକୁ ଗୁରୁତ୍ୱର ସହ ନେଇ ନ ଥିଲା କି ତାହାର ପରିଣାମ ଉପରେ ମୁଣ୍ଡ ପୂରେଇ ନ ଥିଲା। ୨୦୧୨ ମସିହାରେ ଜଳସେଚନ ବିଭାଗ ଦାୟିତ୍ୱରେ ଥିବା ଖୋଦ୍ ମୁଖ୍ୟମନ୍ତ୍ରୀ ମଧ୍ୟ ବିଧାନସଭାରେ ଏକ ପ୍ରଶ୍ନର ଉତର ଦେଇ ଛତିଶଗଡ଼ର ନିର୍ମାଣାଧୀନ କେଲୋ ପ୍ରକଳ୍ପ ସମ୍ପର୍କରେ ଉଲ୍ଲେଖ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଉତରରେ ୨୦୧୨ ମାର୍ଚ୍ଚ ସୁଦ୍ଧା ଛତିଶଗଡ଼ ସରକାର ମହାନଦୀ ଉପରେ ୭ ଟି ବୃହତ ଜଳସେଚନ ପ୍ରକଳ୍ପ ନିର୍ମାଣ ସରିଥିବା ଉଲ୍ଲେଖ ଥିବା ବେଳେ କେଲୋ ସମେତ ୯ ଟି ବୃହତ୍ ପ୍ରକଳ୍ପ ନିର୍ମାଣ ଚାଲିଥିବା ଦର୍ଶାଯାଇଥିଲା।

ଏତେସବୁ ଘଟଣା ପରେ ଆମର ମୁଖ୍ୟମନ୍ତ୍ରୀ ଓ ତାଙ୍କ ସରକାର ଆଜି ନିଜ ଛେପ ନିଜେ ଢ଼ୋକୁଛନ୍ତି। କେଲୋ ପ୍ରକଳ୍ପ ଉପରେ ସେମାନେ ସମ୍ପୂର୍ଣ୍ଣ ଅଜ୍ଞ ବୋଲି ସଫେଇ ଦେଇ ଚାଲିଛନ୍ତି। ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନସଚିବ ଗଣମାଧ୍ୟମକୁ ଡାକି କେଲୋ ପ୍ରକଳ୍ପ ନିର୍ମାଣଜନିତ ନଗ୍ନ ସତ୍ୟକୁ ବାଏଁ ବାଏଁ ଉଡାଇ ଦେଇଛନ୍ତି। ୭ ଖଣ୍ଡ ରାମାୟଣ ପଢ଼ା ସରିଲା ପରେ ସୀତା ମାଇପି ନୁହେଁ ବରଂ ଅଣ୍ଡିରା କହିବା ଯାହା ଏହା ସେଭଳି କଥା। ଓଡ଼ିଶା ଲୋକଙ୍କୁ ବିଜୁ ଜନତା ଦଳ ଓ ସରକାର ଭୂଆଁ ନ ଭୁଲାଇ ସତକୁ ସାମନା କରନ୍ତୁ। ସରକାର ଓ ଦଳ ଉପରେ ଲାଗିଥିବା ଦୁର୍ନାମର କଳଙ୍କକୁ ମହାନଦୀର ଜଳରେ ଧୋଇବାର ସାହାସ କରନ୍ତୁ ନାହିଁ। ରାଜ୍ୟର ସ୍ୱାର୍ଥ ପାଇଁ ସରକାର ଆନ୍ତରିକତାର ସଂକଳ୍ପ ନେଇ ଲଢ଼ନ୍ତୁ। ସେହି ଆଳରେ ପଂଚାୟତ ନିର୍ବାଚନ ପାଇଁ ଶେଷ ରକ୍ତ ବିନ୍ଦୁ ନ ଢ଼ାଳନ୍ତୁ।

Previous Post

ସରକାର ବେଫିକର, କର୍ମଚାରୀ ଭକୁଆ

Next Post

ଉତ୍ପାତିଆ ବିଧାୟକ, ବିଜେଡ଼ି ବଦନାମ୍

Next Post
ଉତ୍ପାତିଆ ବିଧାୟକ, ବିଜେଡ଼ି ବଦନାମ୍

ଉତ୍ପାତିଆ ବିଧାୟକ, ବିଜେଡ଼ି ବଦନାମ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA